ପୋଲିସବାବୁ ମୁହାଁମୁହିଁ

ସଂଘୀୟ ବ୍ୟବସ୍ଥାରେ ଏହା ଏକ ଭୟାନକ ପରିଣାମ ଆଣିବ ବୋଲି ଆମେ ମନେକରୁଛୁ । ବଲିଉଡ କଳାକାର ସୁଶାନ୍ତ ସିଂ ରାଜପୁତଙ୍କ ଦୁଃଖଦ ମୃତ୍ୟୁ ଏବେ ନିନ୍ଦନୀୟ ରାଜନୈତିକ ପ୍ରତିଦ୍ୱନ୍ଦ୍ୱିତାରେ ପରିଣତ ହୋଇଛି। ସୁଶାନ୍ତଙ୍କ ଆମତ୍ହତ୍ୟାର ତଦନ୍ତକୁ ଭିତ୍ତିକରି ବିହାର ପୋଲିସ ଓ ମୁମ୍ବାଇ ପୋଲିସ ମଧ୍ୟରେ ଅପ୍ରତ୍ୟାଶିତ ଭାବେ ମୁହାଁମୁହିଁ ପରିସ୍ଥିତି ଯୋଗୁ ଏହା କୌଣସି ନିଷ୍କର୍ଷରେ ପହଞ୍ଚିପାରିବ ନାହିଁ ବୋଲି ଲକ୍ଷ୍ୟ କରାଯାଉଛି। ଅନେକ ବିଶେଷଜ୍ଞଙ୍କ ମତ ଯେ,ରାଜପୁତଙ୍କ ବାପା ଏହି ଘଟଣାର ତଦନ୍ତ ଦାବି କରି ଏକ ଏଫ୍‌ଆଇଆର୍‌ ଦାଏର କରିବା ପରେ ବିହାର ପୋଲିସ କର୍ମଚାରୀଙ୍କ ଏକ ଟିମ୍‌କୁ ମୁମ୍ବାଇ ପଠାଯିବା ପଦକ୍ଷେପ ବାହାରେ ଥିଲା। ଭାରତରେ ପୋଲିସ ହେଉଛି ରାଜ୍ୟର ବ୍ୟାପାର ଓ ଯେଉଁଠି ଅପରାଧ ଘଟେ ସେଠାରେ ସେହି ରାଜ୍ୟର ପୋଲିସ ତାହା ତଦନ୍ତ କରିଥାନ୍ତି। ଯଦି ଗୋଟିଏ ରାଜ୍ୟ ଅନ୍ୟ ରାଜ୍ୟରେ ତା’ ଲୋକ ବିରୋଧରେ ଘଟିଥିବା ଅପରାଧ ପଛରେ ଯାଇ ହସ୍ତକ୍ଷେପ କରେ ତେବେ ବିପର୍ଯ୍ୟୟର ସମ୍ମୁୁଖୀନ ହେବାକୁ ପଡିବ। ପୁଣି ଏହି ଘଟଣାରେ ସିବିଆଇ ତଦନ୍ତ ଯୋଡି ହେବାର ସମ୍ଭାବନା ଯୋଗୁ ଏହା ଆହୁରି ଟାଣ ହୋଇଯାଇଛି। କେତେକ ବୁଦ୍ଧିଜୀବୀ ମତ ଦେଇଥିତ୍ଲେ ଯେ, ଆମେ ଟିଭି ନ୍ୟୁଜରେ ଦୁଇ ରାଜ୍ୟର ଡିଜିପି ପରସ୍ପର ମଧ୍ୟରେ ଚିଲେଇ କଥା ହେବା କେବେ ଦେଖି ନ ଥିଲୁ । ଟିଭି ନ୍ୟୁଜ ରୁମ୍‌ କିମ୍ବା ଟୁଇଟର ଜଣେ ଲୋକପ୍ରିୟ କଳାକାରଙ୍କ ମୃତ୍ୟୁ ଘଟଣାର ଗୁରୁତ୍ୱପୂର୍ଣ୍ଣ ତଦନ୍ତ କରିବାର ସ୍ଥାନ ନୁହେଁ। ଏହି ଘଟଣାରେ ଦୁଇ ରାଜ୍ୟ ସମ୍ପୃକ୍ତ ହେବା ପରେ ତାହା ଖୁବ୍‌ ବଡ଼ ଆକାର ଧାରଣ କରିଛି। ସୁଶାନ୍ତଙ୍କ ପରିବାରର ଚାପ ଆଗରେ ମୁଣ୍ଡ ନୁଆଁଇ ବିହାର ମୁଖ୍ୟମନ୍ତ୍ରୀ ସିବିଆଇ ତଦନ୍ତ ପାଇଁ ସହମତି ପ୍ରକାଶ କରିଥିବାବେଳେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଏହି ଦାବିକୁ ଅସ୍ବୀକାର କରିଛନ୍ତି। ଉଭୟ ମୁଖ୍ୟମନ୍ତ୍ରୀ ତାଙ୍କ ପୋଲିସ ମୁଖ୍ୟଙ୍କ କଥାରେ ଦୃଢ ରହିବାକୁ ନିଷ୍ପତ୍ତି ନେଇଛନ୍ତି। ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ( ଇଡି) ଅବୈଧ ଅର୍ଥ କାରବାର ଅଭିଯୋଗ ଉପରେ ତଦନ୍ତ ଆରମ୍ଭ କରିଛି। ଦୁଇ ରାଜ୍ୟ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ମଧ୍ୟରେ ଏହି ଘଟଣା ପ୍ରାୟତଃ ବିପଜ୍ଜନକ ଭାବେ ଏକ ପ୍ରହସନ ମୋଡ଼ରେ ପହଞ୍ଚି ଦୋଦୁଲ୍ୟମାନ ସ୍ଥିତିରେ ରହିଛି। ଏଥିରେ କେହି ବି ଏତେ ଧ୍ୟାନ ଦେଉନାହାନ୍ତି କି ବଳ ଖଟାଉନାହାନ୍ତି। ଅକ୍ଟୋବରରେ ବିହାରରେ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଏହା କରୁନାହାନ୍ତି ତ। ଏଥିରେ ବିହାରୀମାନଙ୍କର ଭୋଟ ପାଇଁ ଏକ ଅସ୍ପଷ୍ଟ ଭାବନା ଆଗକୁ ଆସିଥିବା ମନେହେଉଛି। ପୋଲିସର ରାଜନୀତୀକରଣରେ କୌଣସି ସୁଧାର ଆସିବା ଲକ୍ଷ୍ୟ ବି କରାଯାଉନି। ନିକଟରେ ବିକାଶ ଦୁବେ ଏନକାଉଣ୍ଟର ଏବଂ ତାମିଲନାଡୁର ଥୁଥୁକୋଡି ନିକଟ ସାନ୍ଥାକୁଲମ ସହରରେ ହାଜତ ମୃତ୍ୟୁକୁ ପାସୋରି ଗଲେଣି। ହେଲେ କ୍ଷମତାକୁ ସୁହାଇବା ଯାଏ ସୁଶାନ୍ତ ସିଂଙ୍କ ଘଟଣା ଜାରି ରହିବ। କିନ୍ତୁ ଦୁଃଖର କଥା ଯେ, ଯଦି ସଂଯମତା ରହିବନି ଏବଂ ପୋଲିସ ଦ୍ୱାରା ଜାଣିଶୁଣି ଘଟଣାକୁ ଉପେକ୍ଷା କରାଯିବା ପ୍ରକ୍ରିୟା ଜାରି ରହିବ ତେବେ ଏହା ଦେଶ ପାଇଁ ଏକ ମନ୍ଦ ପରିଣାମ ଆଣିବ।
ବିବାଦୀୟ ଅପସାରଣ
ନୀତି ଆୟୋଗ ଉପଦେଷ୍ଟା ଆଲୋକ କୁମାରଙ୍କୁ ତାଙ୍କ କ୍ୟାଡର ରାଜ୍ୟ ଉତ୍ତରପ୍ରଦେଶକୁ ପ୍ରତ୍ୟାବର୍ତ୍ତନ ଘଟଣା ଏବେ ଆଲୋଚନାର ବିଷୟ ହୋଇଛି। ପାଖାପାଖି ଗତ ଦୁଇ ମାସରୁ କମ୍‌ ହେବ ଆପଏଣ୍ଟମେଣ୍ଟ କମିଟି ଅଫ୍‌ କ୍ୟାବିନେଟ( ଏସିସି) ଥିଙ୍କ୍‌ଟ୍ୟାଙ୍କ(ନୀତି ଆୟୋଗ)ରେ ତାଙ୍କ କାର୍ଯ୍ୟକାଳକୁ ୧ ବର୍ଷ ବୃଦ୍ଧି କରିଥିଲା। କନ୍ତୁ ସେ ଜୁଲାଇ ୩୧ରେ ରିଲିଭ ହେଲେ । ସରକାରଙ୍କ ଏଭଳି ମତ ପରିବର୍ତ୍ତନ ବା ୟୁ-ଟର୍ନ ବହୁ ସମୀକ୍ଷକଙ୍କୁ ଦ୍ୱନ୍ଦ୍ୱରେ ପକାଇଛି। କେତେକ କହୁଛନ୍ତି ଯେ,ମେ’ରେ ଉତ୍ତରପ୍ରଦେଶ ସରକାର ତାଙ୍କ କାର୍ଯ୍ୟକାଳ ସମ୍ପ୍ରସାରଣ ପାଇଁ ରାଜି ହୋଇଥିଲେ ମଧ୍ୟ ୧୯୯୩ ବ୍ୟାଚର ଏହି ଆଇଏଏସ୍‌ ଅଧିତ୍କାରୀଙ୍କୁ ଆଉ ଡକାଯିବାର ସମ୍ଭାବନା ନାହିଁ। ଏଥିରୁ ସୂଚିତ ହେଉଛି କି, ଏହି ବାବୁଙ୍କୁ କେନ୍ଦ୍ର କରି ଦିଲ୍ଲୀରେ ମୁଖିଆମାନଙ୍କ ମଧ୍ୟରେ ବିବାଦ ଯୋଗୁ ଏହା ହୋଇଥାଇପାରେ । ନୀତି ଆୟୋଗ ଓ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ମଧ୍ୟରେ ବିଭେଦ ରହିଥିବା ଶୁଣିବାକୁ ମିଳୁଛି ଏବଂ କୁମାର ମଧ୍ୟ ଏହି ବିଭେଦର ଶିକାର ହେଲେ। ସରକାରଙ୍କ ୟୁ-ଟନର୍ର୍କୁ ନିର୍ଦ୍ଦିଷ୍ଟ ଭାବେ ଦୋଷ ଦେବାରେ ଏହା କେବଳ ଏକ କାରଣ ହୋଇ ନ ପାରେ। ଯାହାହେଉ ନୀତି ଆୟୋଗରେ କୁମାର ଅଧିକାଂଶ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ସମ୍ଭାଳୁ ଥିଲେ ବୋଲି ଜଣାପଡିଛି। ଏହା ଆମେ କେବେ କି ଜାଣିନାହଁୁ। ତେବେ କେତେକ ସମୀକ୍ଷକ ବିଶ୍ୱାସ କରନ୍ତି ଯେ, କୁମାରଙ୍କର ନୀତି ଆୟୋଗରୁ ଅପ୍ରତ୍ୟାଶିତ ଅପସାରଣ କେନ୍ଦ୍ରରେ ଯୁଗ୍ମ ସଚିବ ସ୍ତରୀୟ ପଦ ପାଇଁ ୧୯୮୩ ବ୍ୟାଚର ଆଇଏଏସ୍‌ ଅଧିକାରୀଙ୍କ ମନୋନୟନକୁ ପ୍ରଭାବିତ କରିବ।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?