ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ଥମୁନି

ଖୋର୍ଦ୍ଧା ଅଫିସ,୨୧।୮: ମହାନଦୀର ଶାଖା ଓ ଉପନଦୀରେ ଜଳସ୍ତର ବୃଦ୍ଧି ପାଇବାରୁ ଖୋର୍ଦ୍ଧା ଜିଲାର ୫ଟି ବ୍ଲକ ପ୍ରଭାବିତ ହୋଇଛି। ତେବେ ଜଟଣୀ ବ୍ଲକ ତିରିମଲ ଠାରେ ରାଜୁଆ ନଦୀରେ ଶହେ ଫୁଟର ଘାଇ ଯୋଗୁ ଖୋର୍ଦ୍ଧା ବ୍ଲକର ନରଣଗଡ, ଓବରସିଂହ ଓ ବ୍ରଜମୋହନପୁର ପଞ୍ଚାୟତବାସୀଙ୍କ ଦୁର୍ଦ୍ଦଶା ବଢ଼ାଇଛି। ହିରିମୂଳ, ଡିହଖଳା, ଦୁର୍ଗାପୁର, ଓରବରସିଂ, ମଶାଣିଆ, କୃଷ୍ଣପୁର, ରାୟପୁର, ମାନପୁର,ବଳପୁର, ଧବଳପୁର, ଓରମୀ ଆଦି ଗ୍ରାମରେ ଏବେବି ବନ୍ୟାଜଳ ଲହଡି ମାରୁଛି। ସପ୍ତାହ ହେଲାଣି ଗ୍ରାମବାସୀ ନାହିଁ ନ ଥିବା ହଇରାଣ ହେଉଛନ୍ତି। ଏକର ଏକର ଚାଷ ଜମି ପାଣିରେ ବୁଡ଼ି ରହିଛି। ଫଳରେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଅନ୍ୟପଟେ ବନ୍ୟାଜଳରେ ହିଂସ୍ରଜନ୍ତୁଙ୍କ ପାଦୁର୍ଭାବ ବଢିଛି। ଘର ଭିତରକୁ ବେଙ୍ଗ, ସାପ ପଶି ଆସୁଛନ୍ତି। ଏପରିକି ଅଳିଆ, ଆବାର୍ଜନା ମଧ୍ୟ ଭାସି ଆସୁଛି। ଫଳରେ ଘରେ ରହି ହେଉନି ବୋଲି କେତେଜଣ ଗ୍ରାମବାସୀ କହିଛନ୍ତି। ଜମି ଓ ରାସ୍ତା ଏକାକାର ହୋଇଯାଇଛି ବୋଲି ଢିହଖଳାର ପରମାନନ୍ଦ ଛୋଟରାୟ କହିଛନ୍ତି। ଶରଧାପୁରରେ ୪ ଫୁଟ ଉଚ୍ଚର ପାଣି ଲହଡି ମାରୁଛି। ଫଳରେ ଗ୍ରାମବାସୀ ଛାତ ଉପରେ ରହିଛନ୍ତି।
ରିଲିଫ ଖାଦ୍ୟ ଖାଇ ରହିଛୁ
ମାନପୁର ଗ୍ରାମର ବ୍ରଜ ପ୍ରଧାନ କୁହନ୍ତି, ଘର ଚାରିପଟେ ପାଣି ଜମି ରହିଛି। ସପ୍ତାହ ହେଲାଣି ଘରେ ଚୂଲି ଜଳିନି। ପ୍ରଶାସନ ପକ୍ଷରୁ ଦିଆଯାଉଥିବା ରନ୍ଧା ଖାଦ୍ୟ ଖାଇ ରହିଛୁ। ସେହିପରି ଧବଳପୁର ଜଣେ ମହିଳା କୁହନ୍ତି, ଘରେ ପିଲାଛୁଆ, ବୃଦ୍ଧ ମା’ବାପା ଅଛନ୍ତି। ସେମାନେ କ’ଣ ଖାଇବେ ରାତି ପାହିଲେ ଚିନ୍ତା ଘାରୁଛି।
ଚାଲିଛି ପ୍ରାଣୀ ସମ୍ପଦଙ୍କ ଚିକିତ୍ସା
ବନ୍ୟାରେ ବିଶେଷକରି ଗୋସମ୍ପଦ ପ୍ରଭାବିତ ହୋଇଛନ୍ତି। ଜିଲା ପ୍ରାଣୀଧନ ବିଭାଗ ପକ୍ଷରୁ ବନ୍ୟା ପ୍ରଭାବିତ ଗ୍ରାମରେ ଗୃହପାଳିତ ପ୍ରାଣୀଙ୍କ ଚିକିତ୍ସା ଆରମ୍ଭ ହୋଇଛି। ଡା. ପ୍ରଜ୍ଞାମିତା ହରିଚନ୍ଦନଙ୍କ ନେତୃତ୍ୱରେ ଏକ ଟିମ୍‌ ବନ୍ୟାଘେରରେ ରହିଥିବା ଗ୍ରାମ ଗସ୍ତ କରି ଗୋରୁଗାଈଙ୍କ ଚିକିତ୍ସା କରୁଛନ୍ତି। ଅନ୍ୟପଟେ ଗୋରୁଗାଈଙ୍କ ପାଇଁ ପ୍ରଶାସନ ପକ୍ଷରୁ ଗୋ ଖାଦ୍ୟ ଯୋଗାଇ ଦିଆଯାଉଛି।
ପାଣି ଘେରରେ ୭୩ ଗଁା
ଅତିରିକ୍ତ ଜିଲାପାଳ ମନୋଜ ପାଢୀ କୁହନ୍ତି, ଜିଲାରେ ବନ୍ୟା ପରିସ୍ଥିତି ମୁକାବିଲା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି। ଜିଲାର ୫ଟି ବ୍ଲକର ୨୨ଟି ପଞ୍ଚାୟତର ୭୩ଟି ଗଁା ପାଣି ଘେରରେ ରହିଥିବା ବେଳେ ୩୯,୮୨୩ଜଣ ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି। ୨୪ ଟି ଆଶ୍ରୟସ୍ଥଳୀରେ ୯୮୫୫ ଜଣଙ୍କୁ ସ୍ଥାନାନ୍ତର କରାଯାଇଛି। ୫୬ଟି ସ୍ଥାନରେ ଫ୍ରି କିଚେନ କରାଯାଇଛି। ପ୍ରାଣୀଧନ ବିଭାଗ ପକ୍ଷରୁ ଭ୍ରାମ୍ୟମାଣ ଚିକିତ୍ସା ଚାଲିଛି। ବନ୍ୟା ବିପନ୍ନ ଅଞ୍ଚଳରେ ପର୍ଯ୍ୟାପ୍ତ ମାତ୍ରାରେ ଗୋଖାଦ୍ୟ ଦିଆଯାଇଛି। ଲୋକଙ୍କ ଚିକିତ୍ସା ଲାଗି ଅସ୍ଥାୟୀ ମେଡିକାଲ ଟିମ୍‌ ରହିଛନ୍ତି। ସ୍ଥାନୀୟ ପ୍ରଶାସନିକ ଅଧିକାରୀ ସ୍ଥିତି ଅନୁଧ୍ୟାନ କରୁଛନ୍ତି। ଲୋକଙ୍କ ଯାତାୟାତ ଲାଗି ବୋଟର ବ୍ୟବସ୍ଥା କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବତନ ବ୍ଲକ ଅଧ୍ୟକ୍ଷଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

କର୍ଲାମୁଣ୍ଡା,୨୬।୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଉତ୍କଳମଣି ସାହୁଙ୍କ ବୁଧବାର ଭୋର ପ୍ରାୟ ୪ଟା ସମୟରେ ୭୫ ବର୍ଷ ବୟସରେ…

ସୂର୍ଯ୍ୟ-ବୁଧ-କେତୁଙ୍କ ଅଦ୍ଭୁତ ସଂଯୋଗ: ସୁନା ଭଳି ଚମକିବ ୩ ରାଶିଙ୍କ ଭାଗ୍ୟ, ଯାହା ଚାହିଁବେ ତାହା ହେବ!

ବର୍ତ୍ତମାନ ଗ୍ରହମାନଙ୍କ ରାଜା ସୂର୍ଯ୍ୟ ଏବଂ ରାଜକୁମାର ବୁଧ ମଘା ନକ୍ଷତ୍ରରେ ଅବସ୍ଥାନ କରୁଛନ୍ତି। ସଂଯୋଗବଶତଃ କେତୁ ମଧ୍ୟ ଏହି ନକ୍ଷତ୍ରରେ ରହିଥିବାରୁ ଏକ ବିଶେଷ ଗ୍ରହ…

ଭାରତ ଠାରୁ ପାକିସ୍ତାନରେ ଏତେ ଶସ୍ତା ଚିନି! ତା’ ହେଲେ ଭାରତରେ ମହଙ୍ଗା କାହିଁକି?

ନୂଆଦିଲ୍ଲୀ, ୨୬।୮: ଚିନିକୁ ନେଇ ଭାରତ ଏବଂ ପାକିସ୍ତାନରେ ଆଜିକାଲି ସମ୍ପୂର୍ଣ୍ଣ ବିପରୀତ ଚିତ୍ର ଦେଖିବାକୁ ମିଳୁଛି। ଯେଉଁଠି ଭାରତର ଖୁଚୁରା ବଜାରରେ ଚିନିର ଦର କିଲୋଗ୍ରାମ…

ଶ୍ରୀମନ୍ଦିର ପରିସରରେ ଦୁଇ ଭକ୍ତ ଗୋଷ୍ଠୀ ମଧ୍ୟରେ ହାତାହାତି

ପୁରୀ,୨୫ା୮(ଅଜିତ କୁମାର ମହାନ୍ତି): ଶ୍ରୀମନ୍ଦିର ପରିସରରେ ବୁଧବାର ସକାଳେ ସମୟରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଦର୍ଶନକୁ ନେଇ ଦୁଇ ଗୋଷ୍ଠୀ ଭକ୍ତଙ୍କ ମଧ୍ୟରେ ହାତାହାତି…

ମଧ୍ୟବିତ୍ତଙ୍କୁ ବଡ଼ ଝଟ୍‌କା: ପୁଣି ମହଙ୍ଗା ହେଲା ଚିନି ଦର, ଜାଣନ୍ତୁ ଏବେ କେତେ ରେଟ୍‌

ନୂଆଦିଲ୍ଲୀ, ୨୬।୮: ପର୍ବପର୍ବାଣୀ ଯେତିକି ପାଖେଇ ଆସୁଛି, ଚିନି ଦର ସେତିକି କମିବା ବଦଳରେ ବଢ଼ିବାରେ ଲାଗିଛି। ଚିନି ଦର ବୃଦ୍ଧି ଯୋଗୁ ସାଧାରଣ ଲୋକଙ୍କ ଚିନ୍ତା…

TMCରେ ବଡ଼ ହଲଚଲ: ୨୦ ଜଣ ବିଦ୍ରୋହୀ ସାଂସଦଙ୍କ ଅଡୁଆ ବଢ଼ିଲା! ୭ ଦିନରେ…

କୋଲକାତା,୨୬।୮: ବିଦ୍ରୋହୀ ସାଂସଦମାନଙ୍କ ଜବାବ ମିଳିବା ପରେ ଲୋକସଭା ବାଚସ୍ପତିଙ୍କୁ ଏକ ବଡ଼ ନିଷ୍ପତ୍ତି ନେବାକୁ ପଡ଼ିବ। ବିଦ୍ରୋହୀ ସାଂସଦମାନେ NCPIରେ ଯୋଗଦେବା ନିଷ୍ପତ୍ତିକୁ ସମ୍ବିଧାନର ଦଶମ…

ରାକ୍ଷୀରେ କୁମ୍ଭ ରାଶିରେ ଲାଗିବ ଚନ୍ଦ୍ର ଗ୍ରହଣ, ୨୮ ଅଗଷ୍ଟରୁ ୫ ରାଶିଙ୍କ ଖରାପ ଟାଇମ୍‌ ଆରମ୍ଭ, ଅଯଥା ଖର୍ଚ୍ଚାନ୍ତରେ ପଡିବେ…

ଏହି ଚନ୍ଦ୍ରଗ୍ରହଣ ଏକ ଆଂଶିକ ଗ୍ରହଣ ହେବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ ଅନେକ ରାଶିର ଲୋକଙ୍କ ଜୀବନରେ ପ୍ରଭାବ ପଡ଼ିବ। ଚନ୍ଦ୍ରଗ୍ରହଣର ପ୍ରଭାବ ଯୋଗୁଁ କେତେକ ରାଶିକୁ…

ପିଏମ୍‌ ସୂର୍ଯ୍ୟଘର ଯୋଜନା: ସବ୍‌ସିଡି ଅର୍ଥ ବ୍ୟାଙ୍କ ଖାତାକୁ ଆସିବା ପାଇଁ ମନ୍ତ୍ରୀଙ୍କୁ ଗୁହାରି

କଟକ ସଦର,୨୫ା୮(ସୁଶାନ୍ତ କୁମାର ଜେନା): କଟକ ସଦର ନିର୍ବାଚନ ମଣ୍ଡଳୀରେ ପିଏମ୍‌ ସୂର୍ଯ୍ୟଘର ଯୋଜନା ଆଖି ଦୃଶିଆ ଅଗ୍ରଗତି ହୋଇପାରୁ ନ ଥିବାରୁ ଉପମୁଖ୍ୟମନ୍ତ୍ରୀ ତଥା ବିଦ୍ୟୁତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri