ଜନଗଣନା ପରମ୍ପରା ଭାଙ୍ଗିଛୁ

ଭାରତର ଜନଗଣନା ପୁନର୍ବାର ବିଳମ୍ବ ହୋଇଛି ଓ ଅନିଶ୍ଚୟତା ମଧ୍ୟରେ ରହିଛି। ଜନଗଣନାର ୧୫୦ ବର୍ଷ ଇତିହାସ ମଧ୍ୟରେ ପ୍ରଥମ ଥର ପାଇଁ ଏହା ଠିକ୍‌ ସମୟରେ ହୋଇପାରି ନାହିଁ। ତେବେ ଦେଖିବା ଏହା ପଛରେ କି କାରଣ ରହିଛି। ୧୮୮୧ରୁ, ଏପରି କି ଯୁଦ୍ଧ ସମୟରେ ଜନଗଣନା ବନ୍ଦ ହୋଇ ନାହିଁ। କାରଣ ଜନଗଣନା ହେଉଛି ଆମର ସର୍ବବୃହତ୍‌ ତଥ୍ୟ ସଂଗ୍ରହ ପ୍ରକ୍ରିୟା। ଏହା ଭାରତର ଜନସଂଖ୍ୟା ଗଣନା କରିବା ସହ ଲୋକମାନଙ୍କ ଶିକ୍ଷା, ପରିବାରର ସୁଖ ସାଧନ ଏବଂ ସେମାନଙ୍କ ରୋଜଗାରର ସ୍ଥିତି ସମ୍ପର୍କିତ ତଥ୍ୟ ଜଣାଏ। ଜନଗଣନା ବିଳମ୍ବ ହେଲେ ଆମେ ଏହିସବୁ ତଥ୍ୟ ଜାଣିପାରିବା ନାହିଁ। ଫଳରେ ଆକାଂକ୍ଷିତ ଲକ୍ଷ୍ୟ ହାସଲ ଅସ୍ପଷ୍ଟ ହେବ ଓ ଏଥିପାଇଁ ସରକାର ଠିକ୍‌ ନୀତି ନିର୍ଦ୍ଧାରଣ କରିପାରିବେ ନାହିଁ। କୋଭିଡ୍‌ ଯୋଗୁ ଜନଗଣନା ହୋଇ ପାରିବ ନାହିଁ ବୋଲି ମୋଦି ସରକାର କହୁଛନ୍ତି। ଏହା ବାସ୍ତବ କାରଣ ନୁହେଁ। ଅତୀତରେ ବି ଦୁଇଟି ବୃହତ୍‌ ସର୍ଭେ କ୍ଷେତ୍ରରେ ସମସ୍ୟା ଦେଖାଦେଇଥିଲା। ସେଥିମଧ୍ୟରୁ ଗୋଟିଏ ହେଉଛି କଞ୍ଜ୍ୟୁମର ଏକ୍ସପେଣ୍ଡିଚର ସର୍ଭେ। ଏହା ପ୍ରକାଶ କରିଥିଲା ଯେ, ୨୦୧୨ ତୁଳନାରେ ୨୦୧୮ରେ ଭାରତୀୟମାନେ ଖାଦ୍ୟ ସମେତ ଅନ୍ୟ ସବୁଥିରେ କମ୍‌ ବ୍ୟୟ କରୁଥିଲେ। ୨୦୧୯ରେ ଏହି ସଭେର୍ର୍ର ସବିଶେଷ ବିବରଣୀ ଏକ ଖବରକାଗଜରେ ପ୍ରକାଶ ପାଇବା ପରେ ସରକାରୀ ସ୍ତରରେ ତଥ୍ୟ ପ୍ରକାଶ କରିବାକୁ ସରକାର ମନା କରିଦେଲେ। ଉକ୍ତ ସର୍ଭେ ପ୍ରତି ୫ ବର୍ଷରେ ଥରେ ହୁଏ,ଏହା ଭାରତର ବୃହତ୍‌ ଅସଂଗଠିତ କ୍ଷେତ୍ରର ଅର୍ଥ ବ୍ୟବସ୍ଥା ସମ୍ପର୍କରେ ତଥ୍ୟ ପ୍ରଦାନ କରେ। ଏବେ ୧୦ ବର୍ଷ ହେଲା ଆମେ ଏ ବିଷୟରେ କୌଣସି ତଥ୍ୟ ପାଇନାହଁୁ। ଅର୍ଥମନ୍ତ୍ରୀଙ୍କ ପୂର୍ବତନ ଅର୍ଥନୈତିକ ପରାମର୍ଶଦାତା କୃଷ୍ଣମୂର୍ତ୍ତି ସୁବ୍ରମଣ୍ୟନ ସର୍ଭେ ତଥ୍ୟ ପ୍ରକାଶ କରିବାକୁ ମୋଦି ସରକାରଙ୍କୁ କହିଥିଲେ ମଧ୍ୟ ତାହା ହୋଇପାରିଲା ନାହିଁ। ବିଶେଷକରି ସରକାର ନିଜେ ଖବରର ଉତ୍ସ ହୋଇଥିବାରୁ ଖରାପ ଖବରରୁ ନଜର ହଟାଇବା ଲାଗି ଚେଷ୍ଟା କରିବା ଭାରତୀୟମାନଙ୍କ ପାଇଁ ନିଶ୍ଚିତ ଭାବେ ବିପଜ୍ଜନକ। କିନ୍ତୁ ଦୀର୍ଘଦିନ ହେଲା ସରକାର ଏହା କରିଆସୁଛନ୍ତି। ୨୦୧୯ରେ ସରକାରଙ୍କର ଆଉ ଏକ ସର୍ଭେରୁ ଜଣାପଡ଼ିଥିଲା ଯେ, ୨୦୧୮ରେ ବେରୋଜଗାର ରେକର୍ଡ ସ୍ତର ୬ %ରେ ରହିଥିଲା, ଏପରି କି ସ୍ବାଧୀନତା ପରେ ଯାହା ଥିଲା ଏହା ତା’ର ଦୁଇଗୁଣ ଅଧିକ। ଏହି ସର୍ଭେ ବିଜ୍‌ନେସ ଷ୍ଟାଣ୍ଡାର୍ଡ ଖବରକାଗଜରେ ପ୍ରକାଶ ପାଇଥିଲେ ବି ସରକାର ଏହାକୁ ଗୁରୁତ୍ୱ ଦେଇ ନ ଥିଲେ। ଅନ୍ୟପଟେ ତଥ୍ୟ ଭୁଲ୍‌ ବୋଲି କହିବା ପାଇଁ ନୀତି ଆୟୋଗକୁ ପ୍ରେରିତ କରାଯାଇଥିଲା। କିନ୍ତୁ ୨୦୧୯ରେ ନିର୍ବାଚନ ପରେ ସରକାର କୌଣସି ପରିବର୍ତ୍ତନ ନ କରି ସର୍ଭେ ରିପୋର୍ଟ ପ୍ରକାଶ କରିଥିଲେ। ତା’ପରଠାରୁ ବେରୋଜଗାର ହାର କମି ନାହିଁ, ବରଂ ୪ ବର୍ଷ ହେଲା ଅଧିକ ରହିଛି।
ଜାତୀୟ ନାଗରିକ ପଞ୍ଜୀକରଣର ପ୍ରଥମ ସେପାନ କୁହାଯାଉଥିବା ନ୍ୟାଶନାଲ ପପୁଲେଶନ ରେଜିଷ୍ଟର(ଏନ୍‌ପିଆର୍‌) ବା ଜାତୀୟ ଜନସଂଖ୍ୟା ପଞ୍ଜୀକରଣକୁ ମୋଦି ସରକାର ଜନଗଣନାରେ ସାମିଲ କରିଛନ୍ତି। ବୁଝାପଡ଼ୁଛି ଯେ,ଏହା ସରକାର ଏବଂ ତଳସ୍ତରର ଅମଲାତନ୍ତ୍ରୀଙ୍କୁ କ୍ଷମତା ଦେବ ଯେଉଁଥିରେ ସେମାନେ ପ୍ରତ୍ୟେକ ନାଗରିକଙ୍କୁ ସନ୍ଦିଗ୍ଧ ଭାବେ ଚିହ୍ନଟ କରିପାରିବେ। ଏହା ସେମାନଙ୍କ ଭୋଟ ଅଧିକାର ଛଡ଼ାଇନେବ ଏବଂ ଏହା ଏକ ପ୍ରକ୍ରିୟା ଆରମ୍ଭ କରିବ ଯାହା ଜାତୀୟ ନାଗରିକତ୍ୱ ପଞ୍ଜୀକରଣ ତାଲିକା, ଫରେନ୍‌ର ଟ୍ରିବୁନାଲ ଦେଇ ଡିଟେନସନ ସେଣ୍ଟରରେ ଶେଷ ହେବ। ଏହା ସହ ଗଣନକାର ଯଥା ସ୍କୁଲ ଶିକ୍ଷକମାନେ ଏସମ୍ପର୍କରେ ପ୍ରଶ୍ନ ପଚାରିବା ପରେ ବିରୋଧର ସମ୍ମୁଖୀନ ହୋଇପାରନ୍ତିି। ଭାରତର ପୂର୍ବତନ ମୁଖ୍ୟ ପରିସାଂଖିକୀବିତ ପ୍ରଣବ ସେନ୍‌ କହିଛନ୍ତି ଯେ, ଆମର ଏଭଳି କିଛି ସ୍ଥିତି ଥାଇପାରେ ଯେଉଁଥିରେ ତୁମେ ଠିକ୍‌ ଭାବେ ଜନଗଣନା କରିବାକୁ ଅକ୍ଷମ ହୋଇଛ। କିନ୍ତୁ ଯଦି ଜନଗଣନା ଠିକ୍‌ ଭାବେ କରା ନ ଯାଏ ତେବେ ଆଗାମୀ ୧୦ ବର୍ଷ ପାଇଁ ପରିବାର ସମ୍ପର୍କିତ ସର୍ଭେ ସହଜ ହେବ ନାହିଁ, କାରଣ ସବୁ ପରିବାର ସମ୍ପର୍କିତ ସର୍ଭେ ଜନଗଣନାରେ ଏକ ଢାଞ୍ଚା ଭାବେ ଜନଗଣନା ଉପରେ ନିର୍ଭରକରେ। ଯଦି ଏହା ସମସ୍ୟା ଭିତରକୁ ଚାଲିଯାଏ ତେବେ ଏଥିରେ ବିପଦ ରହିଛି, ଯେଉଁଥିରେ ତୁମେ ପରବର୍ତ୍ତୀ ୧୧ ବର୍ଷ ପାଇଁ ସମସ୍ୟାରେ ରହିବ। କେତେକ ରାଜ୍ୟ ଏନ୍‌ପିଆର୍‌କୁ ଲାଗୁ କରିବାକୁ ମନା କରି ଦେଇଛନ୍ତି। ଆଇନ ଶୃଙ୍ଖଳା ପରିସ୍ଥିତି ଉପୁଜିବାର ଆଶଙ୍କା ରହିଥିବା ଦର୍ଶାଇ କେରଳ ଏହାକୁ ଲାଗୁ କରିବ ନାହିଁ ବୋଲି କେନ୍ଦ୍ରକୁ କହିଛି। ଏହା ପୂର୍ବରୁ ମଧ୍ୟପ୍ରଦେଶ ଲାଗୁ କରିବ ନାହିଁ ବୋଲି କହିଥିଲା। ମହାରାଷ୍ଟ୍ର ଏହାକୁ ବିରୋଧ କରିଆସୁଛି। ଗଣନକାରଙ୍କୁ କୌଣସି କାଗଜପତ୍ର ନ ଦେଖାଇବା ଲାଗି ପଶ୍ଚିମବଙ୍ଗ ଏହାର ନାଗରିକମାନଙ୍କୁ ପ୍ରେରିତ କରିଥିଲା। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ କହିଛନ୍ତି ଯେ, ସେମାନେ ତାଙ୍କ ଲୋକଙ୍କୁ ଜେଲରେ ରଖିବାକୁ ଅନୁମତି ଦେବେ ନାହିଁ, ବରଂ ଏହା ପରିବର୍ତ୍ତେ ସେମାନେ ନିଜେ ଜେଲ ଯିବେ। ଏହା ସ୍ପଷ୍ଟ ଯେ, ସଂଘୀୟ ସ୍ତରରେ ପ୍ରାପ୍ତ ତଥ୍ୟଗୁଡ଼ିକୁ ଏକାଠି କଲେ ମଧ୍ୟ ତାହା ଅସମ୍ପୂର୍ଣ୍ଣ ରହିବ। ଏହା ସମ୍ଭବତଃ ଜନଗଣନା ବିଳମ୍ବ ହେବାର ସବୁଠୁ ସମ୍ଭାବ୍ୟ କାରଣ। ସରକାର ଆଉ ଏକ ଗଣ ଆନ୍ଦୋଳନ ସୃଷ୍ଟି ହେବାକୁ ଚାହଁୁ ନାହାନ୍ତି କି ଏନ୍‌ପିଆର୍‌ ଓ ଏନ୍‌ଆର୍‌ସି ଫାଶରେ ପଶିିବାକୁ ଚାହଁୁନାହାନ୍ତି। ଯଦି ପ୍ରଧାନମନ୍ତ୍ରୀ ସ୍ପଷ୍ଟ ଭାବେ କହିବେ ଯେ, ଏନ୍‌ଆର୍‌ସି ଲାଗୁ ହେବାକୁ ଯାଉନାହିଁ ଏବଂ ଜନଗଣନା ପ୍ରକ୍ରିୟାରେ ଏନ୍‌ଆର୍‌ସି ପ୍ରଶ୍ନଗୁଡ଼ିକ ବନ୍ଦ ହେବ, ତେବେ ଏହା ଆଗେଇଚାଲିିବ। ହେଲେ ସେ ଏହା କହିବେ ନାହିଁ।
ଏକ ଦଶନ୍ଧି ପାଇଁ ବିଶ୍ୱସନୀୟ ତଥ୍ୟ ହରାଇବା ହିଁ ଆମ ପାଇଁ ବିପଦ। କିନ୍ତୁ ଅର୍ଥ ବ୍ୟବସ୍ଥା ଏବଂ ଭାରତୀୟମାନଙ୍କ ସ୍ଥିତିି ସମ୍ପର୍କରେ କୌଣସି ତଥ୍ୟ ନ ଥାଇ ମଧ୍ୟ ସରକାର ଆରାମରେ ରହିଛନ୍ତି। ବିଶେଷକରି ତଥ୍ୟ ସକାରାମତ୍କ ହେଉନାହିଁ। ଏହି କାରଣରୁ ୧୮୮୧ରୁ ଠିକ୍‌ ଭାବେ ଚାଲି ଆସୁଥିବା ଓ ଭାରତର ସ୍ଥିତି ସମ୍ପର୍କରେ ଅବଗତ କରୁଥିବା ଏକ ଜନଗଣନା ପରମ୍ପରାକୁ ଆମେ ଭାଙ୍ଗିଛୁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସେବକ ବା ପ୍ରବର୍ତ୍ତକ ଭାବେ କେହି ଜନ୍ମ ନେଇ ନ ଥାଆନ୍ତି। ନିଷ୍ଠା ଓ ଇଚ୍ଛାଶକ୍ତି ବଳରେ ଏହା ହେବାକୁ ପଡ଼ିଥାଏ, ଯାହା ହୋଇପାରିଛନ୍ତି ଚେନ୍ନାଇର...

ଶିକ୍ଷା, ସମାଜ ଓ ସାମାଜିକତା

ଜଷ୍ଟିସ୍‌ ଡ. ଦୀପକ ମିଶ୍ର ଏକ ଶ୍ରେଣୀକକ୍ଷରୁ ହିଁ ରାଷ୍ଟ୍ରର ଭାଗ୍ୟ ନିର୍ଦ୍ଧାରଣ କରିହେବ, ଏ ମନ୍ତବ୍ୟ ରାଷ୍ଟ୍ରୀୟ ଶିକ୍ଷା କମିଶନଙ୍କର। ତେଣୁ ଶିକ୍ଷାନୁଷ୍ଠାନ କେବଳ...

ଆତ୍ମହତ୍ୟା ପ୍ରବଣତା ଓ ନିରାକରଣ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଗଣମାଧ୍ୟମରେ ନିୟମିତ ଆତ୍ମହତ୍ୟା ସମ୍ପର୍କିତ ଖବର ପ୍ରକାଶ ପାଇବା ଯୋଗୁ ତାହା ସ୍ଥଳବିଶେଷରେ ବିଷମ ସ୍ଥିତି ସୃଷ୍ଟି କରୁଛି। କେଉଁଠି...

ଏଇ ଭାରତରେ

ସ୍କୁଲର ନାମ ଘାଟ୍‌ଓ୍ବାଲା ସ୍କୁଲ୍‌। ଗଙ୍ଗା କୂଳ କମଳେଶ୍ୱର ଘାଟରେ ଚାଲୁଛି ଏମିତି ଏକ ନିଆରା ସ୍କୁଲ,ଯେଉଁଠି ୨୦୦ ଅସହାୟ ପିଲା ମାଗଣାରେ ପଢୁଛନ୍ତି। ଏହି...

ଏଇ ଭାରତରେ

ଆଦିତ୍ୟ ବାଙ୍ଗରଙ୍କ ବୟସ ୧୭, କିନ୍ତୁ କାର୍ଯ୍ୟ ପ୍ରେରଣାଦାୟକ। ସେ ପ୍ରତିଦିନ ୧୦ ଟନ୍‌ ପ୍ଲାଷ୍ଟିକ ରିସାଇକ୍ଲିଂ କରି ସେଥିରୁ କପଡ଼ା ତିଆରି କରୁଛନ୍ତି। ରାଜସ୍ଥାନର...

ଇରାନ ଓ ଭିଏନା ବୁଝାମଣା

ଦଜଭାଦ ସଲେହି ଇସ୍‌ଫାହାନି ଗତ ନଭେମ୍ବରରେ ୨୦୨୨ ପୁଟ୍‌ବଲ ବିଶ୍ୱ କପ୍‌ ପାଇଁ ଏକ ଯୋଗ୍ୟତା ପର୍ଯ୍ୟାୟ ମ୍ୟାଚ୍‌ର ନିର୍ଦ୍ଧାରିତ ୯୦ ମିନିଟ୍‌ ଶେଷ ସୁଦ୍ଧା...

ପୋଲିସ ଜବତ ଚୋରିଡକାୟତିଠାରୁ ସାଂଘାତିକ

ସହଦେବ ସାହୁ ବୟୋବୃଦ୍ଧଙ୍କ ସଂଗଠନ ଏଜ୍‌ କେୟାର୍‌ ଆସୋସିଏଟ୍‌ସର ଅଧ୍ୟକ୍ଷ ଭାବେ ମୁଁ ଆଇଆର୍‌ସି ଭିଲେଜ୍‌ ଥାନା ସାମ୍‌ନା ସିଏଇଟ୍‌ କ୍ୱାର୍ଟରରେ ଥିବା ଅଫିସ୍‌ ଗୃହକୁ...

ମା’ କୋଳ

ପ୍ର. ରମେଶ ଚନ୍ଦ୍ର ପରିଡ଼ା ଆମ ପରମ୍ପରାରେ ଶିଶୁକୁ ପାଞ୍ଚବର୍ଷ ବୟସ ପର୍ଯ୍ୟନ୍ତ ସ୍ନେହ-ଶ୍ରଦ୍ଧା ଦେଇ ଲାଳନପାଳନ କରିବାର ବିଧି ରହିଛି (ଲାଳୟେତ୍‌ ପଞ୍ଚବର୍ଷାଣି…)। ଏହା...

Advertisement
Archives

Model This Week