ପଣ୍ଡିତଙ୍କ ଦୁର୍ଦ୍ଦଶା

ଗତ ଶତାବ୍ଦୀର ୯୦ ଦଶକରେ କଶ୍ମୀରୀ ପଣ୍ଡିତଙ୍କ ଗଣପଳାୟନ ଓ ଦୁର୍ଦ୍ଦଶା ଉପରେ ଗତିଶୀଳ ବିବେକ ଅଗ୍ନିହୋତ୍ରୀଙ୍କ ଫିଲ୍ମ ‘କଶ୍ମୀର ଫାଇଲ୍ସ’କୁ ନେଇ ଉଠିଥିବା ବିବାଦ ଥମିନାହିଁ; ଜମ୍ମୁ-କଶ୍ମୀରରେ ଆତଙ୍କବାଦୀମାନେ ପୁଣିଥରେ ଟାର୍ଗେଟ ହତ୍ୟା ଆରମ୍ଭ କରିଥିବା କୁହାଯାଉଛି। ୨୦୨୨ ମେ’ ୧୨ରେ ବଡ଼ଗାମ୍‌ର ଚଡୁରା ତହସିଲରେ କାର୍ଯ୍ୟରତ ଥିବାବେଳେ କିରାଣି ରାହୁଲ ଭଟ୍ଟଙ୍କୁ ବନ୍ଧୁକଧାରୀମାନେ ନାମ ପଚାରି ଯେଭଳି ଗୁଳିକରି ହତ୍ୟା କଲେ ତାହା ଉପତ୍ୟକାରେ ବସବାସ କରୁଥିବା କଶ୍ମୀରୀ ପଣ୍ଡିତଙ୍କ ସୁରକ୍ଷାକୁ ନେଇ ଅନେକ ପ୍ରଶ୍ନ ଛିଡ଼ା କରାଇଛି। ଇତିମଧ୍ୟରେ ସୁରକ୍ଷା ବଳ ଏହି ହତ୍ୟାରେ ସମ୍ପୃକ୍ତ ୩ ଆତଙ୍କବାଦୀଙ୍କୁ ୨୪ ଘଣ୍ଟା ଭିତରେ ଏନ୍‌କାଉଣ୍ଟରରେ ନିପାତ କରିଥିବା ଦାବି କରିଛି, ଯାହାର ସତ୍ୟତା ସନ୍ଦେହ ଘେରରେ।
ମୃତ ରାହୁଲଙ୍କ ସ୍ତ୍ରୀ ମୀନାକ୍ଷୀ ଭଟ୍ଟ ତାଙ୍କ ସ୍ବାମୀଙ୍କ ହତ୍ୟା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ୍‌ ଶାହାଙ୍କୁ ଦାୟୀ କରିଛନ୍ତି। ମୀନାକ୍ଷୀ କହିଛନ୍ତି, ଜମ୍ମୁ-କଶ୍ମୀରକୁ ସ୍ବତନ୍ତ୍ର ରାଜ୍ୟ ମାନ୍ୟତା ପ୍ରଦାନକାରୀ ସମ୍ବିଧାନର ଅନୁଚ୍ଛେଦ ୩୭୦କୁ ହଟାଯିବାର ପ୍ରତିଶୋଧ ରାହୁଲଙ୍କୁ ହତ୍ୟା କରି ନିଆଯାଇଛି। ଭାଜପା ନେତୃତ୍ୱାଧୀନ କେନ୍ଦ୍ର ସରକାର ସେମାନଙ୍କ ପାଇଁ କିଛି କରିନାହାନ୍ତି ବୋଲି ରାହୁଲଙ୍କ ପରିବାର ଓ ଅନ୍ୟ କଶ୍ମୀରୀ ପଣ୍ଡିତମାନେ ଅଭିଯୋଗ ଆଣିଛନ୍ତି। କେବଳ ଏତିକି ନୁହେଁ, ସ୍ବତନ୍ତ୍ର ନିଯୁକ୍ତି ଯୋଜନାରେ ସରକାରୀ ଚାକିରି କରୁଥିବା ଏହି ସମୁଦାୟର ଲୋକେ ସୁରକ୍ଷା ଚିନ୍ତାରେ ନିଜ ପଦରୁ ଇସ୍ତଫା ଦେବାରେ ଲାଗିଛନ୍ତି। ଦେଖିବାକୁ ଗଲେ ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ସରକାର ଅମଳରେ କଶ୍ମୀରୀ ପଣ୍ଡିତଙ୍କ ହତ୍ୟା ବନ୍ଦ ହୋଇଯାଇଥିଲା। କାରଣ ସେତେବେଳେ କେନ୍ଦ୍ର ସରକାର ଉଭୟ ସମ୍ପ୍ରଦାୟ ମଧ୍ୟରେ ସଦ୍ଭାବକୁ ଗୁରୁତ୍ୱ ଦେଇ ବିସ୍ଥାପିତ ପଣ୍ଡିତମାନଙ୍କୁ ଫେରାଇଆଣି ଉପତ୍ୟକାରେ ଥଇଥାନ ଅଭିଯାନ ଚଳାଇଥିଲେ। ପଣ୍ଡିତମାନେ ଫେରିଆସି ନିଜ ଭିଟାମାଟିରେ ପୁନଃ ବସବାସ କରନ୍ତୁ ବୋଲି କଶ୍ମୀରର ମୁସଲମାନମାନେ ଚାହୁଁଥିଲେ। ଏଥିପାଇଁ ଅନୁକୂଳ ପରିବେଶ ମଧ୍ୟ ସୃଷ୍ଟି ହେବାରେ ଲାଗିଥିଲା। କିନ୍ତୁ ୨୦୧୯ ଅଗଷ୍ଟ ୫ରେ ଅନୁଚ୍ଛେଦ ୩୭୦ ଉଚ୍ଛେଦ କରାଯିବା ପରେ ସାମ୍ପ୍ରଦାୟିକ ସଦ୍ଭାବର ଚିତ୍ର ସମ୍ପୂର୍ଣ୍ଣ ବଦଳିଯାଇଥିଲା ବୋଲି ସେଠାକାର ରିପୋର୍ଟଗୁଡ଼ିକରୁ ଜଣାପଡ଼ୁଛି। ମୋଦିଙ୍କ ନେତ୍ୱତ୍ୱାଧୀନ କେନ୍ଦ୍ର ସରକାରଙ୍କ ସମ୍ବିଧାନ ସଂଶୋଧନ ପଦକ୍ଷେପକୁ ନେଇ ଦୁଇ ସମ୍ପ୍ରଦାୟ ମଧ୍ୟରେ ତିକ୍ତତା ବଢ଼ିବାରେ ଲାଗିଲା। ଏହାର ପରିଣାମ ସ୍ବରୂପ କଶ୍ମୀରୀ ପଣ୍ଡିତଙ୍କ ସମେତ ୧୪ ଜଣ ସଂଖ୍ୟାଲଘୁ ହିନ୍ଦୁଙ୍କୁ ଆତଙ୍କବାଦୀମାନେ ଟାର୍ଗେଟ କିଲିଂ କଲେଣି। ଗତ ବର୍ଷ ଅକ୍ଟୋବର ୫ରେ ଜଣେ ଔଷଧ ଦୋକାନୀଙ୍କୁ ମଧ୍ୟ ରାହୁଲଙ୍କ ଭଳି ହତ୍ୟା କରାଯାଇଥିଲା। ସଦ୍ୟ ଘଟଣା ପରେ ଅନେକ କଶ୍ମୀରୀ ପଣ୍ଡିତ ପୁଣି ଉପତ୍ୟକା ଛାଡ଼ି ପଳାୟନ କରିବାକୁ ନିଷ୍ପତ୍ତି ନେଲେଣି। ତେଣୁ କେନ୍ଦ୍ର ସରକାରଙ୍କୁ ତାଙ୍କ ଉତ୍ତରଦାୟିତ୍ୱକୁ ନେଇ ଉଠୁଥିବା ପ୍ରଶ୍ନର ଜବାବ ଦେବାକୁ ପଡ଼ିବ। କେବଳ ନିଯୁକ୍ତି ଦେବା ଓ ବିସ୍ଥାପିତଙ୍କୁ କଶ୍ମୀରକୁ ଫେରାଇଆଣିବା ଉଦ୍ୟମରୁ ସୁଫଳ ମିଳିବ ନାହିଁ। କେନ୍ଦ୍ର ସରକାର ଓ ତାଙ୍କ ଦ୍ୱାରା ପରିଚାଳିତ କେନ୍ଦ୍ରଶାସିତ ଅଞ୍ଚଳର ଉପରାଜ୍ୟପାଳଙ୍କୁ ଚେତିବାକୁ ପଡ଼ିବ। କଶ୍ମୀରରେ ଖାଲି ଯବାନଙ୍କୁ ମୁତୟନ କରିଦେଲେ ଚଳିବ ନାହିଁ, ନୂଆ ଢଙ୍ଗରେ ରଣନୀତି ପ୍ରସ୍ତୁତ କରିବାକୁ ପଡ଼ିବ।
ଏଭଳି ଅନେକ ଘଟଣା ବାରମ୍ବାର ଶୁଣିବାକୁ ମିଳିବା ସତ୍ତ୍ୱେ କେନ୍ଦ୍ର ସରକାରଙ୍କ ତରଫରୁ କୌଣସି ସମୟରେ ଆଲୋଚନା ପାଇଁ କାର୍ଯ୍ୟ କରିବା ଦିଗରେ ଇଚ୍ଛା ପ୍ରକାଶ କରାଯାଉ ନାହିଁ। କଶ୍ମୀର ସମସ୍ୟାଠାରୁ ଆରମ୍ଭ କରି ଚାଷୀ ଆନ୍ଦୋଳନ ପର୍ଯ୍ୟନ୍ତ ଦେଖିଲେ ଗଣତାନ୍ତ୍ରିକ ବିଚାରବିମର୍ଶର କୌଣସି ନାମଗନ୍ଧ ନିଆଯାଉ ନାହିଁ। ସବୁବେଳେ ଏକପାଖିଆ ସରକାରୀ ନିଷ୍ପତ୍ତି ଯୋଗୁ ଦେଶର ସୁରକ୍ଷା, ଅର୍ଥନୀତି ଏବଂ ସାମାଜିକ ଶୃଙ୍ଖଳା ପ୍ରବଳ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛି। ଭାରତ ସରକାର ପ୍ରତିଶୋଧମୂଳକ ମନୋଭାବ ନେଇ କରୁଥିବା କାର୍ଯ୍ୟଗୁଡ଼ିକୁ ବନ୍ଦ କରି ଯଦି ଲୋକଙ୍କ କଥା ଶୁଣନ୍ତେ ତେବେ ଗଣମାଧ୍ୟମକୁ ଅକ୍ତିଆରରେ ରଖି କେବଳ ଅସତ୍ୟ ପ୍ରକାଶ କରାଇବାକୁ ପଡ଼ନ୍ତା ନାହିଁ। ମନେରଖିବାକୁ ହେବ ଯେ, ଆଜି କହିଥିବା ଅସତ୍ୟ ଆସନ୍ତା ଦିନରେ ନିଶ୍ଚିତ ଭାବେ ଧରାପଡ଼ିବ। ସେହି ସମୟରେ ସରକାର ସମେତ ଗଣମାଧ୍ୟମ ମଧ୍ୟ ତାହାର ବିଶ୍ୱସନୀୟତା ହରାଇବସିବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri