ମହୁଲ ଫୁଲ ବିକି ପରିବାର ପୋଷୁଛନ୍ତି ଆଦିବାସୀ

ଆର.ଉଦୟଗିରି,୧୬ା୫(ଡି.ଏନ୍‌.ଏ.): ପ୍ରକୃତିର ଋତୁ ପରିବର୍ତ୍ତନ ଅନୁଯାୟୀ ବୃକ୍ଷରାଜି ଫୁଲ ଫଳରେ ପରିବର୍ତ୍ତନ ଘଟେ। ଫଳରେ ଋତୁ ଅନୁଯାୟୀ ଏବେ ମହୁଲ ଫୁଲର ବାସ୍ନାରେ ମହକୁଛି ପ୍ରକୃତି। ଆଉ ସେହି ମହୁଲ ଫୁଲ ମଧ୍ୟ ଆଦିବାସୀଙ୍କୁ ଦେଉଛି ଜୀବିକା। ହେଲେ ବିକ୍ରି ପାଇଁ ସରକାରଙ୍କ ସ୍ବତନ୍ତ୍ର ବ୍ୟବସ୍ଥା ନ ଥିବାରୁ ଅଭାବୀ ବିକ୍ରିର ଶିକାର ହେଉଥିବା ବେଳେ ଆର୍ଥିକ ଅନଟନ ଯୋଗୁ ଦୁର୍ଗମ ଅଞ୍ଚଳରେ ଅବହେଳିତ ଅବସ୍ଥାରେ ଗଜପତିର ଆଦିବାସୀ। ଫଗୁଣ ଆରମ୍ଭରୁ ଫୁଟିବା ଆରମ୍ଭ ହୁଏ ମହୁଲ ଫୁଲ। ଆଉ ଚୈତ୍ର ଯାଇ ବୈଶାଖ ମାସର ପ୍ରାୟ ଶେଷପର୍ଯ୍ୟନ୍ତ ଗଛରୁ ଝଡ଼ିଥାଏ ଏହି ଫୁଲ। ତେଣୁ ଦୁର୍ଗମ ଅଞ୍ଚଳରେ ବସବାସ କରୁଥିବା ଆଦିବାସୀମାନେ ମହୁଲ ଫୁଲ ବିକ୍ରି କରି ରୋଜଗାର ଆଶାରେ ନିଜର କୋମଳମତି ଶିଶୁମାନଙ୍କୁ ଘର ବାରଣ୍ଡାରେ ଶୁଆଇଦେଇ ରାତି ପାହିଲେ ପିଲାଠାରୁ ଆରମ୍ଭ କରି ବୁଢ଼ା ଯାଏ ସମସ୍ତେ ମହୁଲ ଫୁଲ ସଂଗ୍ରହ ପାଇଁ ପହଞ୍ଚି ଯାଆନ୍ତି ଗଛମୂଳରେ। ଆଉ ସୂର୍ଯ୍ୟାସ୍ତ ପର୍ଯ୍ୟନ୍ତ ସଂଗ୍ରହ କରନ୍ତି ମହୁଲ ଫୁଲ। ଘରେ ଘରେ ଏବେ ମହୁଲ ଫୁଲ ଶୁଖୁଥିବା ଦୃଶ୍ୟ ଦେଖିବାକୁ ମିଳୁଛି। ଗଜପତି ଜିଲା ଆର. ଉଦୟଗିରି ବ୍ଲକ କଙ୍କଡ଼ାଗୁଡା, ଲୁବୁସିଂ, ମୋହନା ବ୍ଲକ୍‌ର ବିରିକୋଟ, ଅଡ଼ବା, ନୂଆଗଡ଼ ବ୍ଲକର ଶରଳାପଦର, ପରିମଳ, ଅନୁଗୁର, କିରାମା, ପୁଟରୁପଡା, ବେତାରସିଂ ଭଳି ଦୁର୍ଗମ ଅଞ୍ଚଳରେ ଏହି ଆଦିବାସୀମାନେ ବସବାସ କରୁଛନ୍ତି। ସେମାନେ ଜଣେ ଜଣେ ଗୋଟିଏ ଗୋଟିଏ ଗଛରୁ ଦିନକୁ ପ୍ରାୟ ୨ରୁ ୩ କେଜି ମହୁଲ ଫୁଲ ସଂଗ୍ରହ କରି କୁଇଣ୍ଟାଲ କୁଇଣ୍ଟାଲ ଗଚ୍ଛିତ କରିବାରେ ସକ୍ଷମ ହୋଇଥାନ୍ତି। କିଛି ଛାତ୍ରୀଛାତ୍ର ସ୍କୁଲରେ ପଢୁଥିବା ବେଳେ ଅନେକ କୋମଳମତି ଛାତ୍ର ମହୁଲ ଫୁଲ ସଂଗ୍ରହ କରି ବୋହିନେଇ ଆସୁଥିବା ଦୃଶ୍ୟ ଏବେ ସାମ୍ନାକୁ ଆସୁଛି। ରାଜ୍ୟ ସରକାରଙ୍କ ପକ୍ଷରୁ ବିକ୍ରି ବ୍ୟବସ୍ଥା ନ ଥିବାରୁ ଆଦିବାସୀମାନେ ସ୍ଥାନୀୟ ସାଉକାରଙ୍କୁ ବିକ୍ରିକରି ଶୋଷଣର ଶିକାର ହେଉଥିବା ଅଭିଯୋଗ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

‘ପଣ୍ଡିତ ଉତ୍କଳମଣି ପ୍ରତ୍ୟେକ ବ୍ୟକ୍ତିବିଶେଷଙ୍କ ହୃଦୟରେ ମଣି ହୋଇ ରହିଛନ୍ତି’

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପଦ୍ମନାଭପୁର ପଞ୍ଚାୟତ ଚୈତନ୍ୟପୁର ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ପ୍ରତିମୂର୍ତ୍ତି…

ସ୍ୱାଧୀନତା ଦିବସ ପରେଡ୍‌ରେ ବାଧକ ସାଜିଲା ଲଘୁଚାପ ବର୍ଷା

ଗୁଣପୁର, ୧୫।୮ (ସୁଜାତା ପାଢ଼ୀ): ଶନିବାର ସ୍ୱାଧୀନତା ଦିବସ ଅବସରରେ ଗୁଣପୁରରେ ବିଭିନ୍ନ ସ୍କୁଲ ଓ କଲେଜର ଛାତ୍ରୀଛାତ୍ର ପରେଡ୍‌ରେ ଭାଗ ନେବାକୁ ଉତ୍ସାହର ସହ ଅପେକ୍ଷା…

ବିମାନ ବନ୍ଦରରେ ଯାତ୍ରୀଙ୍କ ବନ୍ଧୁକରୁ ଫୁଟିଲା ଗୁଳି; ୨ କର୍ମଚାରୀ ଆହତ

ବାରାଣସୀ,୧୬।୮: ରବିବାର (ଅଗଷ୍ଟ ୧୬, ୨୦୨୬) ବାରାଣସୀ ବିମାନବନ୍ଦରରେ ସୁରକ୍ଷା ଯାଞ୍ଚ ସମୟରେ ହଠଶତ ଗୁଳି ଫୁଟିଥିଲା। ଏହି ଘଟଣାରେ ବିମାନବନ୍ଦରରେ ନିୟୋଜିତ ଦୁଇଜଣ AAICLAS ସ୍କ୍ରିନର…

ବ୍ୟବସାୟୀ ଅପହରଣ ଘଟଣାର ପର୍ଦ୍ଦାଫାଶ: ସାମ୍ନାକୁ ଆସିଲା ବଡ଼ କାରଣ: ‘ହନୁମାନ ପଇସା’ କାରବାରରୁ…

ବଲାଙ୍ଗୀର, ୧୬।୮ (ସୁନିଲ କୁମାର ମହାନ୍ତି): ‘ହନୁମାନ ପଇସା’ କାରବାରକୁ କେନ୍ଦ୍ର କରି ବଲାଙ୍ଗୀରର ବ୍ୟବସାୟୀ ନରେନ୍ଦ୍ର ସାହୁ ଓରଫ୍‌ ଗୁଣ୍ଡାଙ୍କୁ ଅପହରଣ କରାଯାଇଥିବା ଜଣାପଡ଼ିଛି। ଭୁବନେଶ୍ୱରରୁ…

ହର୍ମୁଜକୁ ନେଇ ଆସିଲା ଭଲ ଖବର: ଇରାନ-ଓମାନ ମଧ୍ୟରେ ଚୁକ୍ତି ଚୂଡ଼ାନ୍ତ

ତେହରାନ,୧୬।୮: ଇରାନ ଏବଂ ଓମାନ ମଧ୍ୟରେ ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଚାଲିଥିବା ଚୁକ୍ତିକୁ ନେଇ ସକାରାତ୍ମକ ଖବର ଆସିଛି। ରିପୋର୍ଟଗୁଡ଼ିକ ସୂଚାଇଛି ଯେ ଏହି ରଣନୈତିକ ଜଳପଥ…

ନିଜ ନକ୍ଷତ୍ରରେ ପ୍ରବେଶ କରିବେ ବୁଧ; ୪ ରାଶିଙ୍କ ଗୋଲ୍ଡେନ୍‌ ଟାଇମ୍‌ ଆରମ୍ଭ, ଯାଚିକି ଟଙ୍କା ଦେବେ ଲୋକ…

ଗ୍ରହଗୁଡ଼ିକର ଚଳନ ଏବଂ ଅବସ୍ଥାନରେ ପରିବର୍ତ୍ତନ ଯୋଗୁଁ ବିଭିନ୍ନ ରାଶିର ବ୍ୟକ୍ତିବିଶେଷଙ୍କ ଜୀବନରେ ପ୍ରଭାବ ପଡ଼ିଥାଏ। ଏବେ ବୁଧ ୨୨ ଅଗଷ୍ଟ ପର୍ଯ୍ୟନ୍ତ ଏହି ନକ୍ଷତ୍ରରେ ରହିବେ।…

ଦବିଲା ୫୩ ନମ୍ବର ଜାତୀୟ ରାଜପଥ: ଓଲଟିଲା ୩ ଟ୍ରକ୍‌, ନିମ୍ନମାନର ନିର୍ମାଣ ନେଇ…

ମହାକାଳପଡ଼ା, ୧୬/୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ୍‌ ଅଧୀନ ନୀଳାଚଳ ଛକ ନିକଟରେ ୫୩ ନମ୍ବର ଜାତୀୟ ରାଜପଥର ପାର୍ଶ୍ୱ ରାସ୍ତା ଭୁଶୁଡ଼ି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri