ଖେଳପଡ଼ିଆ ପାଲଟିଛି ପାଣିପାଇପ୍‌ ଷ୍ଟକ୍‌ୟାର୍ଡ

କେନ୍ଦୁଝର,୮ା୪(ଦୀପକ ମିଶ୍ର): କେନ୍ଦୁଝର ଜିଲା ଧରଣୀଧର ବିଶ୍ୱବିଦ୍ୟାଳୟ ଖେଳ ପଡ଼ିଆ ଦୀର୍ଘଦିନ ଧରି ପାଣି ପାଇପ୍‌ ଷ୍ଟକୟାର୍ଡ ପାଲଟିଛି। ଏପରିକି କଡ଼ା ସୁରକ୍ଷା ମଧ୍ୟରେ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ସମୟରେ ବି ପାଇପ ଉଠି ନ ଥିଲା। ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷ ବାରମ୍ବାର ଚିଠି ଲେଖି ପ୍ରଶାସନକୁ ଅନୁରୋଧ କରିଥିଲେ ବି କେହି କର୍ଣ୍ଣପାତ କରୁ ନ ଥିବା ଅଭିଯୋଗ କରିଛନ୍ତି। ଏହାକୁ ନେଇ ବୁଦ୍ଧିଜୀବୀ, ଅଭିଭାବକ ମହଲରେ କ୍ଷୋଭ ପ୍ରକାଶ ପାଇଛି।
ଜିଲାର ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ଧରଣୀଧର ସ୍ବୟଂଶାସିତ ବିଶ୍ୱବିଦ୍ୟାଳୟ ପରିଗଣିତ ହୋଇଥାଏ। ବିଶ୍ୱ ବିଦ୍ୟାଳୟ ପରିସରରେ ଅନେକ ଛାତ୍ରାବାସ, ଛାତ୍ରୀ ନିବାସ ସହିତ ଏସ୍‌ଟି, ଏସ୍‌ସି ବିଭାଗର ଅନ୍ବେଶା ହଷ୍ଟେଲ ରହିଛି। ପିଲାଙ୍କ ଖେଳକୁଦ ପାଇଁ ବିଶ୍ୱବିଦ୍ୟାଳୟର ନର୍ଥ କ୍ୟାମ୍ପସରେ ଥିବା ଗୋପବନ୍ଧୁ ଛାତ୍ରାବାସ ସମ୍ମୁଖରେ ଏକ ଖେଳପଡ଼ିଆ ରହିଛି। ମାତ୍ର କେନ୍ଦୁଝର ସହରପଟୁ ପ୍ରବେଶ ପଥର ବାମପଟେ ଥିବା ପଡ଼ିଆରେ ସହରକୁ ଜଳଯୋଗାଣ ପାଇଁ ବ୍ୟବହୃତ ପାଇପ ୪ ବର୍ଷରୁ ଊର୍ଦ୍ଧ୍ୱ ଦିନ ହେଲା ଗଦା କରି ରଖାଯାଇଛି। ସୁରକ୍ଷା ନିମେନ୍ତ କ୍ୟାମ୍ପ କରାଯାଇ ଗାଡ଼ି ସହିତ ଲୋକମାନେ ରହୁଛନ୍ତି। ପାଇପ ନେବା ଆଣିବାରେ ବଡ଼ ଗାଡ଼ି ଯାତାୟାତ କରୁଥିବାରୁ ପଡ଼ିଆରେ ଖାଲ ସୃଷ୍ଟି ହୋଇ ଅସୁରକ୍ଷିତ ହୋଇପଡ଼ିଛି। ପାଇପ ଗଚ୍ଛିତ ଯୋଗୁ ପରିସରର ସୌନ୍ଦର୍ଯ୍ୟହାନୀ ଘଟିବା ସହିତ ବିପଦପୂର୍ଣ୍ଣ ପରିବେଶ ସୃଷ୍ଟି କରିଛି। ପାଖରେ ଅନ୍ବେଶା ହଷ୍ଟେଲ, ବାଳିକା ହଷ୍ଟେଲ, ବାଳକ ହଷ୍ଟେଲ ରହିଛି। ଏଠାରେ ଲୋକେ କ୍ୟାମ୍ପ କରି ରହୁଥିବାରୁ ଯଦି କିଛି ଅଘଟଣ ଘଟେ ସେଥିପାଇଁ କିଏ ଦାୟୀ ରହିବ ବୋଲି ପ୍ରଶ୍ନ ହେଉଛି। ବିଶ୍ୱ ବିଦ୍ୟାଳୟ ହେବା ପୂର୍ବରୁ କଲେଜ ଅଧ୍ୟକ୍ଷ ପାଇପ ଅନ୍ୟତ୍ର ସ୍ଥାନାନ୍ତର କରିବା ପାଇଁ ଜନସ୍ବାସ୍ଥ୍ୟ ବିଭାଗର ଅଧିକ୍ଷଣ ଯନ୍ତ୍ରୀଙ୍କୁ ଚିଠି (ନଂ. ୧୩୫୦,୧୮/୬/୨୦୨୨) ଲେଖିଥିଲେ ମଧ୍ୟ କିଛି ଫଳ ମିଳିଲା ନାହିଁ। ଦୀର୍ଘ ବର୍ଷ ଧରି ଶିକ୍ଷାନୁଷ୍ଠାନ ପରିସରରେ ଏଭଳି ଷ୍ଟକୟାର୍ଡ ହେବାକୁ ନେଇ ଅବିଭାବକ, ପୁରାତନ ଛାତ୍ରୀଛାତ୍ର ଏବଂ ଛାତ୍ରୀଛାତ୍ରମାନେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି। ବିଶ୍ୱ ବିଦ୍ୟାଳୟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ସୁଧା ଦାସ କହିଛନ୍ତି, ସହରାଞ୍ଚଳ ଜଳ ଯୋଗାଣ ବିଭାଗକୁ ବାରମ୍ବାର ଜଣାଇଲେ ମଧ୍ୟ ସେମାନେ ଶୁଣୁନାହାନ୍ତି। ସହରାଞ୍ଚଳ ଜଳ ଯୋଗାଣ ବିଭାଗ ନିର୍ବାହୀ ଯନ୍ତ୍ରୀ ନାରଦ ରଥ କହିଛନ୍ତି, କାନ୍‌ଝରୀ ଡ୍ୟାମରୁ ସହରକୁ ଆଉ ଗୋଟିଏ ଜଳ ଯୋଗାଣ ପାଇଁ ପାଇପ ବିଛା ହେବାର ଅଛି। ତାହା ହୋଇଗଲେ ପାଇପ ସବୁ ଉଠିଯିବ।


Enter your email to get our daily news in your inbox.

All Right Reserved By Dharitri.Com

ଜୀବିକା ଦେଇଛି ବାଉଁଶ କାରିଗରୀ

କୋକସରା,୨୬ା୭ (ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବରାଡଙ୍ଗା ପଞ୍ଚାୟତର ଏକ ଆଦିବାସୀ ବହୁଳ ଗ୍ରାମ ଝୁଲେନବର। ଜଙ୍ଗଲ ପରିବେଷ୍ଟିତ ଗାଁରେ ପ୍ରାୟ...

ହରିଣ ଛୁଆକୁ ଘେରିଗଲେ ବିଲୁଆ ଦଳ:, ଆଉ ତା’ପରେ…

ପାତ୍ରପୁର,୨୬।୭(ଉମା ଚରଣ ନେପାକ): ସାମନ୍ତିଆପଲ୍ଲୀ ବନାଞ୍ଚଳ ଅଧୀନ ଗୋପୀନାଥପୁର ନିକଟସ୍ଥ ଜଙ୍ଗଲରୁ ଶୁକ୍ରବାର ଏକ ଆହତ ହରିଣ ଛୁଆ ଉଦ୍ଧାର ହୋଇଛି। କିଛି ବିଲୁଆ ହରିଣମାନଙ୍କୁ...

ବର୍ଷା ଅଭାବ: ଚାଷ ଜମିରେ ଚରିଲେ ଗୋରୁ

ଔପଦା, ୨୬।୭(ଧରିତ୍ରୀ ପଣ୍ଡା)-ଜୟ ଯବାନ, ଜୟ କିଷାନ ଧ୍ୱନିରେ ଚାଷ ଅଛି ଯାହାର, କି ଆନନ୍ଦ ତାହାର ଉକ୍ତିର ଆଜି ବିପରୀତ ଦେଖାଦେଇଛି। ଧାନ ଚାଷ...

ଗିରଫ ହେଲେ କୁବେର ଯନ୍ତ୍ରୀ, ଚଢାଉ ପରେ ଧରାପଡିଲା ଅମାପ ଅମାପ ସମ୍ପତ୍ତି

ଭୁବନେଶ୍ୱର,୨୬।୭: ଗିରଫ ହେଲେ କୁବେର ନିର୍ମାଣ ଯନ୍ତ୍ରୀ ସୁନୀଲ ରାଉତ। ଆୟ ବର୍ହିଭୂତ ସମ୍ପତ୍ତି ଠୂଳ ଅଭିଯୋଗରେ ଶୁକ୍ରବାର ଯନ୍ତ୍ରୀ ସୁନୀଲ ରାଉତଙ୍କୁ ଗିରଫ କରିଛି...

ଅସହାୟ ପିଲାଙ୍କୁ ଶିକ୍ଷାଦାନ ପାଇଁ ହାତ ବଢାଇଲେ ଡାକ୍ତର

କେସିଙ୍ଗା,୨୬।୭(ତୁମେଶର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କାଣ୍ଡେଲ ଗ୍ରାମର ପୂର୍ଣଚନ୍ଦ୍ର ହରିଜନ ଗତ ୪ବର୍ଷ ତଳେ କିଡ୍‌ନୀ ରୋଗରେ ଆକ୍ରାନ୍ତ ହୋଇ ତାଙ୍କର ମୃତ୍ୟୁ...

ମହିଳାଙ୍କ ଉପରକୁ ଚଢ଼ିଗଲା ଟ୍ରକ୍‌

ବଡବିଲ,୨୬।୭(ଦେବପ୍ରିୟ ରଣା): ୫୨୦ ନମ୍ବର ଜାତୀୟ ରାଜପଥ କେନ୍ଦୁଝର ଜିଲା ରୁଗୁଡ଼ି ଥାନା କେନ୍ଦୁଡିହି ଛକରେ ଶୁକ୍ରବାର ଏକ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍‌ ଧକ୍କାରେ...

ଲକ୍ଷ୍ମୀବସ୍‌ର ମନମୁଖୀ କାର୍ଯ୍ୟ: ତାତିଲେ ଘରୋଇ ବସ୍‌ ମାଲିକ ସଂଘ

ଛତ୍ରପୁର,୨୬।୭ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଲକ୍ଷ୍ମୀବସ ମନମୁଖୀ ଓ ବେନିୟମ ଭାବେ ଚଳାଚଳ ନେଇ ଏହାକୁ ଘରୋଇ ବସ୍‌ ମାଲିକ ସଂଘ ବିରୋଧ କରିଛନ୍ତି।...

ଗଞ୍ଜେଇ କାରବାରରେ ଶିକ୍ଷକ

ଟିଟିଲାଗଡ଼,୨୬।୭: ଅବକାରୀ ବିଭାଗ ଏବଂ ପୋଲିସ ଶୁକ୍ରବାର ଚଢାଉ କରି ଏକ ବଡ଼ ଧରଣର ଗଞ୍ଜେଇ ର଼୍ୟାକେଟ୍‌କୁ ଧରିବାର ସଫଳ ହୋଇଛି। ଅଧକାରୀମାନେ ଟିଟିଲାଗଡ଼ରୁ ୨୪୩...

Advertisement
Mettle Meet 2024

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri