ପାଇପ୍‌ ଲାଇନ ଫାଟି ରାସ୍ତା ଜଳମଗ୍ନ

ମାଲକାନଗିରି,୩ା୩ (ଡି.ଏନ୍‌.ଏ.)  ମାଲକାନଗିରି ପୌର ପରିଷଦ ଅଞ୍ଚଳ ମୁଖ୍ୟ ରାସ୍ତାରୁ ଦୁର୍ଗାଗୁଡି ସାହିକୁ ଯାଇଥିବା ରାସ୍ତା ତଳେ ଏକ ପାନୀୟ ଜଳ ପାଇପ ଲାଇନ ଦୀର୍ଘ ୪ ମାସ ହେଲା ଫାଟି ପ୍ରତିଦିନ ପାଣି ରାସ୍ତା ଉପରେ ପାଣି ପ୍ରବାହିତ ହେଉଛି। ଫଳରେ ପାନୀୟ ଜଳ ନଷ୍ଟ ହେବା ସହ ରାସ୍ତା ମଧ୍ୟ ନଷ୍ଟ ହେବାରେ ଲାଗିଛି। ରାସ୍ତାରୁ ପିଚୁ ଏବଂ ଗୋଡି ଉଠିଗଲାଣି। ସାହିବାସିନ୍ଦା ଏ ସମ୍ପର୍କରେ ବାରମ୍ବାର ଜନସ୍ବାସ୍ଥ୍ୟ ବିଭାଗକୁ ଅବଗତ କରୁଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ବିଭାଗ ନେଇନାହିଁ। କ୍ରମାଗତ ଭାବେ ରାସ୍ତାରେ ପାଣି ପ୍ରବାହିତ ହେଉଥିବାରୁ ଲୋକଙ୍କ ଯାତାୟାତରେ ଅସୁବିଧା ସୃଷ୍ଟି ହେଉଛି। ପ୍ରଶାସନ ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଘର ବାହାରେ ଖେଳୁଥିବା ବେଳେ ଶିଶୁକନ୍ୟାଙ୍କୁ ଟେକି ନେଇଗଲା ବାଘ, ତାପରେ…

ମାଲକାନଗିରି,୧୮।୮(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ମାଥିଲି ବ୍ଲକ ଇନ୍ଦ୍ରାଗୁଡ଼ା ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ଘର ବାରଣ୍ଡାରେ ଶିଶୁକନ୍ୟା ଜଣକ ଖେଳୁଥିବା ବେଳେ ହଠାତ୍…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri