ଭତ୍ତା, ମାସକୁ ୫ କେଜି ଚାଉଳ ସମ୍ବାରୀଙ୍କ ଭରସା

ଦଶମନ୍ତପୁର,୩ା୩ ( ଡ଼ି.ଏନ୍‌.ଏ.): ଜାଳେଣି କାଠ ବିକିଲେ ଚୁଲି ଜଳୁଛି। ଦୀର୍ଘବର୍ଷ ହେବ ସ୍ବାମୀ ଚାଲିଯାଇଛନ୍ତି ଆରପାରିକୁ। ଏହାପରଠାରୁ ଅସହାୟ ଅବସ୍ଥାରେ ଜୀବନ ଜୀଉଁଛନ୍ତି କୋରାପୁଟ ଜିଲା ଦଶମନ୍ତପୁର ବ୍ଲକ ଡୁମ୍ବାଗୁଡା ପଞ୍ଚାୟତ ସଦର କୁମ୍ଭାରସାହିର ସମ୍ବାରୀ ନାୟକ(୬୨)। ଡୁମ୍ବାଗୁଡା ଗ୍ରାମର ରଘୁନାଥ ନାୟକଙ୍କ ଭଉଣୀ ସମ୍ବାରୀ ସେ ମାଲକାନଗିରି ଜିଲା ଏମ୍‌ଭି-୧୭ ଚିକପାଲି ଗ୍ରାମର ଲଳିତ ନାୟକଙ୍କୁ ୧୯୮୭ରେ ବିବାହ କରିଥିଲେ। ଚିକପାଲି ଗ୍ରାମରେ ସ୍ବାମୀ ସ୍ତ୍ରୀ ଦୁହେଁ ରହୁଥିଲେ। କୌଣସି କାରଣରୁ ଲଳିତ ସ୍ତ୍ରୀ ସମ୍ବାରୀଙ୍କୁ କୌଣସି କାରଣରୁ ମାଡ଼ମାରି ଘରୁ ତଡିଦେଇ ଦ୍ୱିତୀୟ ବିବାହ କରିଥିଲେ। ସେତେବେଳେ ସମ୍ବାରୀ ନିଜଗ୍ରାମ ଡୁମ୍ବାଗୁଡାକୁ ଚାଲିଆସିଥିଲେ। ସ୍ବାମୀ ଲଳିତ ଦୁଇପୁଅ ଓ ଗୋଟିଏ ଝିଅର ବାହାଘର କରି ଦ୍ୱିତୀୟ ସ୍ତ୍ରୀଙ୍କ ସହ ରହୁଥିଲେ। ପିଲାଙ୍କ ବିବାହ ସମୟରେ ମଧ୍ୟ ସମ୍ବାରୀଙ୍କୁ ଖବର ଦେଲେ ନାହିଁ। ମନ ନ ବୁଝିବାରୁ ସମ୍ବାରୀ ସ୍ବାମୀଙ୍କ ପାଖକୁ ଯାଇଥିଲେ ମଧ୍ୟ ସେଠାରେ କେହି ତାଙ୍କ ଦେଖାଶୁଣା କଲେନାହିଁ। ପରେ ସେ ନିଜ ଗାଁକୁ ଫେରି ଆସିଲେ। ତାଙ୍କ ଭାଇ ରଘୁନାଥ ଓ ଦୀନବନ୍ଧୁ ଭଉଣୀ ପାଇଁ ଖଣ୍ଡେ ମାଟିକୁଡ଼ିଆ ଘର କରି ଦେଇଥିଲେ। ଏବେ ସେଠାରେ ରହୁଛନ୍ତି ସେ। ଆବାସ ଯୋଜନାରେ ଘରଟିଏ ପାଇଁ ଅନେକଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନି ତାଙ୍କୁ। ଗତବର୍ଷଠାରୁ ପାଉଥିବା ଭତ୍ତା ଓ ମାସକୁ ୫କେଜି ଚାଉଳ ତାଙ୍କ ବଞ୍ଚତ୍ବାର ସାହାରା ବୋଲି କହନ୍ତି ସମ୍ବାରୀ। ଏଥିପ୍ରତି ପ୍ରଶାସନ ଦୃଷ୍ଟି ଦେଇ ସମ୍ବାରୀଙ୍କୁ ସହାୟତା ଯୋଗାଇ ଦେବାକୁ ନିବେଦନ କରିଛନ୍ତି ଗ୍ରାମବାସୀ।


Enter your email to get our daily news in your inbox.

All Right Reserved By Dharitri.Com

ଜିଲା ମୁଖ୍ୟ ଚିକିତ୍ସାଳୟରେ ସ୍ବାସ୍ଥ୍ୟ ସେବାର ସମୀକ୍ଷା କଲେ ସ୍ବାସ୍ଥ୍ୟମନ୍ତ୍ରୀ, ଅଧିକାରୀମାନଙ୍କୁ କହିଲେ…

କୋରାପୁଟ/ଜୟପୁର,୧୬ା୮(ଅମିତାଭ ବେହେରା/ପବନ ପାଣିଗ୍ରାହୀ): କୋରାପୁଟ ଜିଲାର ଜୟପୁରସ୍ଥିତ ଜିଲା ମୁଖ୍ୟ ଚିକିତ୍ସାଳୟରେ ନୂତନ କ୍ରିଟିକାଲ କେୟାର ୟୁନିଟ୍‌ ଉଦ୍‌ଘାଟିତ ହୋଇଛି। ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri