ଜଗି ବସୁଛନ୍ତି ରୋଗୀ

ଅନୁଗୋଳ ଅଫିସ, ୧୦ା୯ ଅସହ୍ୟ ଯନ୍ତ୍ରଣା ଅଥୟ କରିଦେଉଛି। ତଥାପି ରାତିଅନିଦ୍ରା ହୋଇ ପୂର୍ବଦିନରୁ ଡାକ୍ତରଙ୍କୁ ଜଗି ବସୁଛନ୍ତି ରୋଗୀ। କାରଣ ପ୍ରତି ସପ୍ତାହରେ କେବଳ ଗୁରୁବାର ଦିନକ ପାଇଁ ବିଶେଷଜ୍ଞ ଡାକ୍ତର ଆସୁଥିବାବେଳେ ମାତ୍ର ୫୦ ଜଣଙ୍କୁ ଟିକେଟ୍‌ ମିଳୁଛି। ତେଣୁ ଦିନକ ଆଗରୁ ଆସି ଚ୍ୟାମ୍ବର ବାହାରେ ଧାଡ଼ି ନ ଲଗାଇଲେ ଚିକିତ୍ସା ମିଳିବ ନାହିଁ। ସେଥିପାଇଁ କିଏ ଅପରାହ୍ନରେ ତ କିଏ ସନ୍ଧ୍ୟାରେ ପହଞ୍ଚି ହେଲମେଟ, ବ୍ୟାଗ ଆଦି ଲାଇନରେ ଥୋଇ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ସ୍ନାୟୁଜନିତ ରୋଗର ଚିକିତ୍ସା ପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନେ ଏପରି ହନ୍ତସନ୍ତ ହେବା ଉଦ୍‌ବେଗର ବିଷୟ ହୋଇଛି।
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ବିଭାଗର ଡାକ୍ତର ରହିଛନ୍ତି। କିନ୍ତୁ ସ୍ନାୟୁ ବିଭାଗରେ ସ୍ଥାୟୀ ଡାକ୍ତର ନ ଥିବାରୁ ଦୈନିକ ରୋଗୀଙ୍କ ଚିକିତ୍ସା ସମ୍ଭବ ହେଉନାହିଁ। ତେଣୁ ମେଡିକାଲ କର୍ତ୍ତୃପକ୍ଷ ପ୍ରତି ସପ୍ତାହରେ ଜଣେ ବିଶେଷଜ୍ଞ ଡାକ୍ତରଙ୍କୁ ବାହାରୁ ଡକାଇ ରୋଗୀଙ୍କୁ ସେବା ଯୋଗାଇ ଦେଉଛନ୍ତି। ସମ୍ପୃକ୍ତ ବିଶେଷଜ୍ଞ ମାତ୍ର ଦିନକ ପାଇଁ ଆସୁଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଅନୁଗୋଳ ସମେତ ଆଖପାଖ ଜିଲାର ଶତାଧିକ ସ୍ନାୟୁ ରୋଗୀଙ୍କୁ ମାତ୍ର କେଇ ଘଣ୍ଟା ମଧ୍ୟରେ ଚିକିତ୍ସା ଦେବା ଅସମ୍ଭବ ହୋଇପଡ଼ୁଛି। ସେଥିପାଇଁ ଡାକ୍ତରଖାନା ପକ୍ଷରୁ ମାତ୍ର ୫୦ ଜଣ ରୋଗୀଙ୍କୁ ଟିକେଟ୍‌ ଦିଆଯାଉଛି। କିନ୍ତୁ ଉକ୍ତ ଦିନ ସକାଳ ୮ଟା ସୁଦ୍ଧା ଟିକେଟ୍‌ ଶେଷ ହୋଇଯାଉଥିବାରୁ ଅଧିକାଂଶ ରୋଗୀଙ୍କୁ ଯନ୍ତ୍ରଣା ନେଇ ଫେରିବାକୁ ପଡ଼ୁଛି। ଫଳରେ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହେବାକୁ ରୋଗୀମାନଙ୍କୁ ଦିନକ ଆଗରୁ ମୁଖ୍ୟ ଚିକିତ୍ସାଳୟକୁ ଆସିବାକୁ ପଡ଼ୁଛି। ସେମାନଙ୍କ ସହ ଆସୁଥିବା ସମ୍ପର୍କୀୟମାନେ ବିଭାଗୀୟ ଡାକ୍ତରଙ୍କ ପ୍ରକୋଷ୍ଠ ସମ୍ମୁଖରେ ଅପେକ୍ଷା କରୁଥିବାବେଳେ ରୋଗୀଙ୍କ ନାମ କାଗଜରେ ଲେଖି ନିଜ ହେଲମେଟ, ବ୍ୟାଗ ଆଦି ଲାଇନ୍‌ରେ ରଖୁଛନ୍ତି। ଦୂର ଦୂରନ୍ତର ରୋଗୀମାନେ ଏପରି ହଇରାଣ ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ରୋଗୀଙ୍କ ସମ୍ପର୍କୀୟ ଧସେଇ ପଶୁଥିବାରୁ ଅନେକ ସମୟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ମେଡିକାଲ କର୍ତ୍ତୃପକ୍ଷ ସ୍ନାୟୁ ବିଭାଗରେ ସ୍ବତନ୍ତ୍ର ଡାକ୍ତର ନିଯୁକ୍ତି ପାଇଁ ଦାବି ହେଉଛି। ଏପରି କି ସପ୍ତାହରେ ଦିନକ ପାଇଁ ଆସୁଥିବା ବିଶେଷଜ୍ଞଙ୍କୁ ୨ରୁ ୩ ଦିନ ପାଇଁ ଡକାଗଲେ ଏପରି ଅସୁବିଧା ରୋଗୀମାନଙ୍କୁ ଭୋଗିବାକୁ ପଡ଼ନ୍ତା ନାହିଁ ବୋଲି ସମ୍ପର୍କୀୟମାନେ ମତ ଦେଇଛନ୍ତି।
ଆବଶ୍ୟକତା ଅନୁଯାୟୀ ବ୍ୟବସ୍ଥା ହେବ
ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ସ୍ନାୟୁ ରୋଗୀମାନଙ୍କୁ ଚିକିତ୍ସା ଯୋଗାଇଦେବାକୁ ଜଣେ ଡାକ୍ତର ପର୍ଯ୍ୟାପ୍ତ କି ନୁହେଁ, ତାହା ଅନୁଧ୍ୟାନ ପରେ ବ୍ୟବସ୍ଥା କରାଯିବ। ଏ ନେଇ ଏନ୍‌ଏଚ୍‌ଏମ୍‌ ଡିପିଏମ୍‌ଙ୍କୁ କୁହାଯିବ। ସମସ୍ତ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମେଡିକାଲ କର୍ତ୍ତୃପକ୍ଷ ସର୍ବଦା ଚେଷ୍ଟା କରୁଛନ୍ତି।
-ଡାକ୍ତର ମାନସ ରଞ୍ଜନ ବିଶ୍ୱାଳ, ଏଡିଏମ୍‌ଓ (ମେଡିକାଲ), ଅନୁଗୋଳ
ଦିନଟିଏ ନୁହେଁ, ୩ ଦିନ ଆସନ୍ତୁ
ସ୍ନାୟୁଜନିତ ସମସ୍ୟା ଥିବାରୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲି। କିନ୍ତୁ ପୂର୍ବରୁ ଟିକେଟ୍‌ ସରିଯାଇବାରୁ ୨ ଥର ନିରାଶରେ ଫେରିଛି। ସେଥିପାଇଁ ବୁଧବାର ଅପରାହ୍ନ ୧ଟାରୁ ଆସି ଲାଇନ ଦେଇଛି। ସପ୍ତାହରେ ଦିନଟିଏ ପରିବର୍ତ୍ତେ ୩ ଦିନ ଡାକ୍ତର ଆସିଲେ ବହୁ ରୋଗୀ ଉପକୃତ ହୋଇପାରନ୍ତେ।
-ପ୍ରସନ୍ନ ଭୂତିଆ,
ରୋଗୀ, ହିନ୍ଦୋଳ
ସ୍ଥାୟୀ ଡାକ୍ତର ନିଯୁକ୍ତି ଦିଆଯାଉ
ସପ୍ତାହରେ ମାତ୍ର ଦିନଟିଏ ଡାକ୍ତର ଆସୁଥିବାରୁ ବହୁ ରୋଗୀଙ୍କୁ ଚିକିତ୍ସା ମିଳିପାରୁ ନାହିଁ। ସାମାନ୍ୟ ବିଳମ୍ବ ହେଲେ ଟିକେଟ ସରିଯାଉଛି। ଏହି କାରଣରୁ ଥରଟିଏ ମୋତେ ଫେରିବାକୁ ପଡ଼ିଛି। ତେଣୁ ବୁଧବାରଠାରୁ ଆସି ଲାଇନ୍‌ ଦେଇଛି। ସ୍ଥାୟୀ ଡାକ୍ତର ନିଯୁକ୍ତି କରାଗଲେ ଏପରି ସମସ୍ୟା ସୃଷ୍ଟି ହୁଅନ୍ତା ନାହିଁ।
-ଭୋଳେଶ୍ୱର ବିଶ୍ୱାଳ, ରୋଗୀଙ୍କ ସମ୍ପର୍କୀୟ, ଭୂଷଣ ଗଣ୍ଠିଗାଡ଼ିଆ
ମାତ୍ର ୫୦ ଜଣଙ୍କୁ ଟିକେଟ୍‌ ମିଳୁଛି
ସ୍ନାୟୁଜନିତ ସମସ୍ୟା ନେଇ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସପ୍ତାହରେ ଶତାଧିକ ରୋଗୀ ଆସୁଛନ୍ତି। କିନ୍ତୁ ଦିନଟିଏ ପାଇଁ ଆସୁଥିବା ବିଶେଷଜ୍ଞ ଡାକ୍ତର ମାତ୍ର ୫୦ ଜଣଙ୍କୁ ଚିକିତ୍ସା କରୁଥିବାରୁ ଅନ୍ୟମାନଙ୍କୁ ଫେରିବାକୁ ପଡ଼ୁଛି। ସେଥିପାଇଁ ବୁଧବାରଠାରୁ କାଗଜରେ ନାମ ଲେଖି ହେଲମେଟ ସହ ଧାଡ଼ିରେ ରଖିଛି।
-କେଦାର ବେହେରା,
ଆମ୍ବପାଳ


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ ପାଇଁ ନାମାଙ୍କନ ଶେଷ

ଭୁବନେଶ୍ୱର,୨୬ା୪(ଅନିଲ ଦାସ): ରାଜ୍ୟର ପ୍ରଥମ ପର୍ଯ୍ୟାୟ(ଦେଶର ଚତୁର୍ଥ ପର୍ଯ୍ୟାୟ) ନିର୍ବାଚନ ପାଇଁ ଗୁରୁବାର ନାମାଙ୍କନ ଦାଖଲ ପ୍ରକ୍ରିୟା ଶେଷ ହୋଇଛି। ଏପ୍ରିଲ ୧୮ରୁ ୨୪ ତାରିଖ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri