ଜଗି ବସୁଛନ୍ତି ରୋଗୀ

ଅନୁଗୋଳ ଅଫିସ, ୧୦ା୯ ଅସହ୍ୟ ଯନ୍ତ୍ରଣା ଅଥୟ କରିଦେଉଛି। ତଥାପି ରାତିଅନିଦ୍ରା ହୋଇ ପୂର୍ବଦିନରୁ ଡାକ୍ତରଙ୍କୁ ଜଗି ବସୁଛନ୍ତି ରୋଗୀ। କାରଣ ପ୍ରତି ସପ୍ତାହରେ କେବଳ ଗୁରୁବାର ଦିନକ ପାଇଁ ବିଶେଷଜ୍ଞ ଡାକ୍ତର ଆସୁଥିବାବେଳେ ମାତ୍ର ୫୦ ଜଣଙ୍କୁ ଟିକେଟ୍‌ ମିଳୁଛି। ତେଣୁ ଦିନକ ଆଗରୁ ଆସି ଚ୍ୟାମ୍ବର ବାହାରେ ଧାଡ଼ି ନ ଲଗାଇଲେ ଚିକିତ୍ସା ମିଳିବ ନାହିଁ। ସେଥିପାଇଁ କିଏ ଅପରାହ୍ନରେ ତ କିଏ ସନ୍ଧ୍ୟାରେ ପହଞ୍ଚି ହେଲମେଟ, ବ୍ୟାଗ ଆଦି ଲାଇନରେ ଥୋଇ ଅପେକ୍ଷା କରିବାକୁ ବାଧ୍ୟ ହେଉଛନ୍ତି। ସ୍ନାୟୁଜନିତ ରୋଗର ଚିକିତ୍ସା ପାଇଁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀମାନେ ଏପରି ହନ୍ତସନ୍ତ ହେବା ଉଦ୍‌ବେଗର ବିଷୟ ହୋଇଛି।
ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟରେ ବିଭିନ୍ନ ବିଭାଗର ଡାକ୍ତର ରହିଛନ୍ତି। କିନ୍ତୁ ସ୍ନାୟୁ ବିଭାଗରେ ସ୍ଥାୟୀ ଡାକ୍ତର ନ ଥିବାରୁ ଦୈନିକ ରୋଗୀଙ୍କ ଚିକିତ୍ସା ସମ୍ଭବ ହେଉନାହିଁ। ତେଣୁ ମେଡିକାଲ କର୍ତ୍ତୃପକ୍ଷ ପ୍ରତି ସପ୍ତାହରେ ଜଣେ ବିଶେଷଜ୍ଞ ଡାକ୍ତରଙ୍କୁ ବାହାରୁ ଡକାଇ ରୋଗୀଙ୍କୁ ସେବା ଯୋଗାଇ ଦେଉଛନ୍ତି। ସମ୍ପୃକ୍ତ ବିଶେଷଜ୍ଞ ମାତ୍ର ଦିନକ ପାଇଁ ଆସୁଥିବାରୁ ସମସ୍ୟା ସୃଷ୍ଟି ହେଉଛି। ଅନୁଗୋଳ ସମେତ ଆଖପାଖ ଜିଲାର ଶତାଧିକ ସ୍ନାୟୁ ରୋଗୀଙ୍କୁ ମାତ୍ର କେଇ ଘଣ୍ଟା ମଧ୍ୟରେ ଚିକିତ୍ସା ଦେବା ଅସମ୍ଭବ ହୋଇପଡ଼ୁଛି। ସେଥିପାଇଁ ଡାକ୍ତରଖାନା ପକ୍ଷରୁ ମାତ୍ର ୫୦ ଜଣ ରୋଗୀଙ୍କୁ ଟିକେଟ୍‌ ଦିଆଯାଉଛି। କିନ୍ତୁ ଉକ୍ତ ଦିନ ସକାଳ ୮ଟା ସୁଦ୍ଧା ଟିକେଟ୍‌ ଶେଷ ହୋଇଯାଉଥିବାରୁ ଅଧିକାଂଶ ରୋଗୀଙ୍କୁ ଯନ୍ତ୍ରଣା ନେଇ ଫେରିବାକୁ ପଡ଼ୁଛି। ଫଳରେ ଡାକ୍ତରଙ୍କ ନିକଟରେ ଚିକିତ୍ସିତ ହେବାକୁ ରୋଗୀମାନଙ୍କୁ ଦିନକ ଆଗରୁ ମୁଖ୍ୟ ଚିକିତ୍ସାଳୟକୁ ଆସିବାକୁ ପଡ଼ୁଛି। ସେମାନଙ୍କ ସହ ଆସୁଥିବା ସମ୍ପର୍କୀୟମାନେ ବିଭାଗୀୟ ଡାକ୍ତରଙ୍କ ପ୍ରକୋଷ୍ଠ ସମ୍ମୁଖରେ ଅପେକ୍ଷା କରୁଥିବାବେଳେ ରୋଗୀଙ୍କ ନାମ କାଗଜରେ ଲେଖି ନିଜ ହେଲମେଟ, ବ୍ୟାଗ ଆଦି ଲାଇନ୍‌ରେ ରଖୁଛନ୍ତି। ଦୂର ଦୂରନ୍ତର ରୋଗୀମାନେ ଏପରି ହଇରାଣ ହେଉଥିବା ବେଳେ ସ୍ଥାନୀୟ ଅଞ୍ଚଳର ରୋଗୀଙ୍କ ସମ୍ପର୍କୀୟ ଧସେଇ ପଶୁଥିବାରୁ ଅନେକ ସମୟରେ ଏକ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହେଉଛି। ତେଣୁ ରୋଗୀଙ୍କ ସଂଖ୍ୟା ଦିନକୁ ଦିନ ବଢ଼ୁଥିବାରୁ ମେଡିକାଲ କର୍ତ୍ତୃପକ୍ଷ ସ୍ନାୟୁ ବିଭାଗରେ ସ୍ବତନ୍ତ୍ର ଡାକ୍ତର ନିଯୁକ୍ତି ପାଇଁ ଦାବି ହେଉଛି। ଏପରି କି ସପ୍ତାହରେ ଦିନକ ପାଇଁ ଆସୁଥିବା ବିଶେଷଜ୍ଞଙ୍କୁ ୨ରୁ ୩ ଦିନ ପାଇଁ ଡକାଗଲେ ଏପରି ଅସୁବିଧା ରୋଗୀମାନଙ୍କୁ ଭୋଗିବାକୁ ପଡ଼ନ୍ତା ନାହିଁ ବୋଲି ସମ୍ପର୍କୀୟମାନେ ମତ ଦେଇଛନ୍ତି।
ଆବଶ୍ୟକତା ଅନୁଯାୟୀ ବ୍ୟବସ୍ଥା ହେବ
ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସୁଥିବା ସ୍ନାୟୁ ରୋଗୀମାନଙ୍କୁ ଚିକିତ୍ସା ଯୋଗାଇଦେବାକୁ ଜଣେ ଡାକ୍ତର ପର୍ଯ୍ୟାପ୍ତ କି ନୁହେଁ, ତାହା ଅନୁଧ୍ୟାନ ପରେ ବ୍ୟବସ୍ଥା କରାଯିବ। ଏ ନେଇ ଏନ୍‌ଏଚ୍‌ଏମ୍‌ ଡିପିଏମ୍‌ଙ୍କୁ କୁହାଯିବ। ସମସ୍ତ ରୋଗୀଙ୍କୁ ଉତ୍ତମ ଚିକିତ୍ସା ଯୋଗାଇ ଦେବାକୁ ମେଡିକାଲ କର୍ତ୍ତୃପକ୍ଷ ସର୍ବଦା ଚେଷ୍ଟା କରୁଛନ୍ତି।
-ଡାକ୍ତର ମାନସ ରଞ୍ଜନ ବିଶ୍ୱାଳ, ଏଡିଏମ୍‌ଓ (ମେଡିକାଲ), ଅନୁଗୋଳ
ଦିନଟିଏ ନୁହେଁ, ୩ ଦିନ ଆସନ୍ତୁ
ସ୍ନାୟୁଜନିତ ସମସ୍ୟା ଥିବାରୁ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ଆସିଥିଲି। କିନ୍ତୁ ପୂର୍ବରୁ ଟିକେଟ୍‌ ସରିଯାଇବାରୁ ୨ ଥର ନିରାଶରେ ଫେରିଛି। ସେଥିପାଇଁ ବୁଧବାର ଅପରାହ୍ନ ୧ଟାରୁ ଆସି ଲାଇନ ଦେଇଛି। ସପ୍ତାହରେ ଦିନଟିଏ ପରିବର୍ତ୍ତେ ୩ ଦିନ ଡାକ୍ତର ଆସିଲେ ବହୁ ରୋଗୀ ଉପକୃତ ହୋଇପାରନ୍ତେ।
-ପ୍ରସନ୍ନ ଭୂତିଆ,
ରୋଗୀ, ହିନ୍ଦୋଳ
ସ୍ଥାୟୀ ଡାକ୍ତର ନିଯୁକ୍ତି ଦିଆଯାଉ
ସପ୍ତାହରେ ମାତ୍ର ଦିନଟିଏ ଡାକ୍ତର ଆସୁଥିବାରୁ ବହୁ ରୋଗୀଙ୍କୁ ଚିକିତ୍ସା ମିଳିପାରୁ ନାହିଁ। ସାମାନ୍ୟ ବିଳମ୍ବ ହେଲେ ଟିକେଟ ସରିଯାଉଛି। ଏହି କାରଣରୁ ଥରଟିଏ ମୋତେ ଫେରିବାକୁ ପଡ଼ିଛି। ତେଣୁ ବୁଧବାରଠାରୁ ଆସି ଲାଇନ୍‌ ଦେଇଛି। ସ୍ଥାୟୀ ଡାକ୍ତର ନିଯୁକ୍ତି କରାଗଲେ ଏପରି ସମସ୍ୟା ସୃଷ୍ଟି ହୁଅନ୍ତା ନାହିଁ।
-ଭୋଳେଶ୍ୱର ବିଶ୍ୱାଳ, ରୋଗୀଙ୍କ ସମ୍ପର୍କୀୟ, ଭୂଷଣ ଗଣ୍ଠିଗାଡ଼ିଆ
ମାତ୍ର ୫୦ ଜଣଙ୍କୁ ଟିକେଟ୍‌ ମିଳୁଛି
ସ୍ନାୟୁଜନିତ ସମସ୍ୟା ନେଇ ଅନୁଗୋଳ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସପ୍ତାହରେ ଶତାଧିକ ରୋଗୀ ଆସୁଛନ୍ତି। କିନ୍ତୁ ଦିନଟିଏ ପାଇଁ ଆସୁଥିବା ବିଶେଷଜ୍ଞ ଡାକ୍ତର ମାତ୍ର ୫୦ ଜଣଙ୍କୁ ଚିକିତ୍ସା କରୁଥିବାରୁ ଅନ୍ୟମାନଙ୍କୁ ଫେରିବାକୁ ପଡ଼ୁଛି। ସେଥିପାଇଁ ବୁଧବାରଠାରୁ କାଗଜରେ ନାମ ଲେଖି ହେଲମେଟ ସହ ଧାଡ଼ିରେ ରଖିଛି।
-କେଦାର ବେହେରା,
ଆମ୍ବପାଳ


Enter your email to get our daily news in your inbox.

All Right Reserved By Dharitri.Com

ଯୌତୁକ ନିର୍ଯାତନା: ଥାନାରେ ଏତଲା, ଅଭିଯୋଗକୁ ଶ୍ବଶୁର ଘର ଲୋକଙ୍କ ….

ଦିଗପହଣ୍ଡି,୩୦|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଜକର ପଞ୍ଚାୟତ ତେଣ୍ଟୁଆପଡ଼ା ଗ୍ରାମର ନିରଞ୍ଜନ ପାଣିଗ୍ରାହୀଙ୍କ ଝିଅ ଅଂଶିତାଙ୍କୁ ତାଙ୍କ ସ୍ଵାମୀ,ଶାଶୁ,ଶ୍ବଶୁର ଯୌତୁକ ପାଇଁ ଶାରିରୀକ…

୨୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ଲହୁଣୀପଡ଼ା ଥାନା ଏଏସ୍‌ଆଇ ଓ ସହଯୋଗୀ

ସୁନ୍ଦରଗଡ଼, ୩୦।୮ (ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ଼ ଜିଲା ଲହୁଣୀପଡ଼ା ଥାନାର ଏଏସ୍‌ଆଇ ମଦନ ମୋହନ ପ୍ରଧାନ ଏବଂ ତାଙ୍କ ସହଯୋଗୀ ମନଦୀପ କୁମାର ଦାସମୋଦକ (ଘରୋଇ…

ମୁଖ୍ୟମନ୍ତ୍ରୀଙ୍କ କଡ଼ା ନିର୍ଦ୍ଦେଶ, ସ୍ତ୍ରୀଙ୍କୁ ଭରଣପୋଷଣ ଟଙ୍କା ନଦେଲେ କଟିବ ଦରମା

ଭୁବନେଶ୍ବର,୩୦ା୮: ସ୍ତ୍ରୀ କିମ୍ୱା ସନ୍ତାନସନ୍ତତିଙ୍କୁ ଭରଣପୋଷଣ ସହାୟତା କିମ୍ୱା ଛାଡ଼ପତ୍ର ସମ୍ପର୍କିତ ପୋଷଣ ଖର୍ଚ୍ଚ ଠିକ୍ ଭାବରେ ଦେଉ ନଥିବା ସରକାରୀ କର୍ମଚାରୀଙ୍କ ବିରୁଦ୍ଧରେ ମୁଖ୍ୟମନ୍ତ୍ରୀଙ୍କ କଡ଼ା…

କନ୍ୟା ସନ୍ତାନ ଜନ୍ମଦେଲେ ୧୬ ବର୍ଷୀୟା ନାବାଳିକା: ପୋଲିସର ମାମଲା ରୁଜୁ

କେନ୍ଦୁଝର, ହାଟଡିହୀ,୩୦।୮(ନରେଶ ଚନ୍ଦ୍ର ପଟ୍ଟନାୟକ/ ଶୁଭକାନ୍ତ ନାୟକ/ନିରାକାର ପରିଡା ): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ଅଞ୍ଚଳରେ ଜଣେ ୧୬ ବର୍ଷୀୟା ନାବାଳିକା କନ୍ୟା ସନ୍ତାନକୁ ଜନ୍ମ…

ଗୁଟଖା ପ୍ରେମୀଙ୍କୁ ଝଟକା; ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, ବ୍ୟବସାୟ ବନ୍ଦ….

କଟକ,୩୦ା୮(ପ୍ରଭୁକଲ୍ୟାଣ ପାଲ୍): ଗୁଟଖା ପ୍ରେମୀଙ୍କୁ ଝଟକା। ରାଜ୍ୟରେ ଗୁଟଖା ବ୍ୟବସାୟ ବନ୍ଦ ହେବ । ରାଜ୍ୟରେ ଚିୱିଙ୍ଗ୍ ଟବାକୋ ବନ୍ଦ ବିଜ୍ଞପ୍ତି ଉପରେ ହାଇକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ…

ପାଟଣାରେ ଚାଞ୍ଚଲ୍ୟ: କାଠ ଫାଳିଆରେ ପିଟି ସ୍ତ୍ରୀଙ୍କୁ ହତ୍ୟା, ସ୍ୱାମୀ ଅଟକ

ପାଟଣା, ୨୯/୮ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ଅଧୀନ ମଲ୍ଲିପଶି ଭୂମିଜ ସାହିରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ୱାମୀ…

ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ: ସାମ୍ବାଦିକତା କେବଳ ଏକ ବିଷୟ ନୁହେଁ, ଏହା ସମାଜ ପ୍ରତି ଦାୟିତ୍ୱବୋଧ ସହ…

ଭଞ୍ଜନଗର, ୩୦/୮ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବିସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ସାମ୍ବାଦିକତା ଓ ଗଣଯୋଗାଯୋଗ ବିଭାଗ ପକ୍ଷରୁ ଯୁକ୍ତ ୩ର ନବାଗତ ଛାତ୍ରୀଛାତ୍ରଙ୍କୁ…

ପୂର୍ବତନ ମନ୍ତ୍ରୀଙ୍କ ଦେହାନ୍ତ, ଅଞ୍ଚଳରେ ଶୋକର ଛାୟା

ନବରଙ୍ଗପୁର,୩୦ା୮(ସଦାଶିବ ପ୍ରହରାଜ): ପୂର୍ବତନ ମନ୍ତ୍ରୀ ଡମ୍ବରୁଧର ମାଝୀ (୮୭)ଙ୍କ ରବିବାର ସକାଳ ପ୍ରାୟ ୫ଟା ସମୟରେ ତାଙ୍କର ଦେହାନ୍ତ ହୋଇଛି । ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri