ଯନ୍ତ୍ରଣା ଭୋଗୁଛନ୍ତି କ୍ଷତିପ୍ରଭା

ଭଦ୍ରକ ଅଫିସ,୭।୮-ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର ବେଳେ ଖାଦ୍ୟନଳୀ କାଟିଦେଲେ। ଡାକ୍ତରଙ୍କ ଏଭଳି ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଯନ୍ତ୍ରଣା ଭୋଗୁଛନ୍ତି ମହିଳା। ଭଦ୍ରକ ଜିଲା ଧାମନଗର ବ୍ଲକ ଭଗବାନପୁର ପଞ୍ଚାୟତ ପଳିକିରି(ଗୋପାଳପୁର) ଗଁାର କ୍ଷତିପ୍ରଭା ବାରିକ(୩୧)ଙ୍କ କ୍ଷେତ୍ରରେ ଏଭଳି ଘଟଣା ଘଟିଛି।
ପରିବାର ଲୋକଙ୍କ କହିବା ଅନୁଯାୟୀ, କ୍ଷତିପ୍ରଭା ଜୁଲାଇ ୧୭ରେ ଧାମନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରାଇଥିଲେ। କିନ୍ତୁ ପେଟରେ ଯନ୍ତ୍ରଣା ହେବାରୁ ୧୮ରେ ଧାମନଗର ଓ ୧୯ ରେ ତାଙ୍କୁ ଭଦ୍ରକ ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇ ପରୀକ୍ଷା କରାଇଥିଲେ। ଅସ୍ତ୍ରୋପଚାର ବେଳେ ଖାଦ୍ୟନଳୀ କାଟି ଦିଆଯାଇଥିବା ସେଠାରେ ଜାଣିବାକୁ ପାଇଥିଲେ। ଏହାମଧ୍ୟରେ କ୍ଷତିପ୍ରଭା କଟକ ବଡ଼ ଡାକ୍ତରଖାନା ଯାଇ ଚିକିତ୍ସିତ ହୋଇ ନିକଟରେ ଘରକୁ ଫେରିଛନ୍ତି। ଆହୁରି ଚିକିତ୍ସା ଆବଶ୍ୟକ। ପରିବାର ଅତ୍ୟନ୍ତ ଗରିବ ଶ୍ରେଣୀର ହୋଇଥିବାରୁ ସରକାରୀ ସ୍ତରରେ ତାଙ୍କୁ ମାଗଣା, ଉନ୍ନତ ଚିକିତ୍ସା ଯୋଗାଇ ଦେବାକୁ ଦାବି କରାଯାଇଛି।
ଏହାର ତଦନ୍ତ କରାଯାଇ ସମ୍ପୃକ୍ତ ଡାକ୍ତରଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପାଇଁ ଧାମନଗର ବ୍ଲକ କଂଗ୍ରେସ କମିଟି ସଭାପତି ଅଭିଷେକ ରାଉତ ଦାବି କରିଛନ୍ତି। ଏ ସମ୍ପର୍କରେ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରର ଭାରପ୍ରାପ୍ତ ଚିକିତ୍ସାଧିକାରୀ ଦୀପକ ନାୟକଙ୍କୁ ପଚାରିବାରୁ କହିଛନ୍ତି, ଅଭିଯୋଗ ନେଇ ସେ ଜିଲା ଚିକିତ୍ସାଧିକାରୀଙ୍କୁ ଜଣାଇଛନ୍ତି। ଘଟଣାର ତଦନ୍ତ ପରେ ପଦକ୍ଷେପ ନିଆଯିବ। ସୂଚନା ଥାଉକି, କ୍ଷତିପ୍ରଭାଙ୍କୁ ଅସ୍ତ୍ରୋପଚାର କରିଥିବା ଡାକ୍ତର ଜଣଙ୍କ ଗତବର୍ଷ ମାର୍ଚ୍ଚ ୧୬ରେ ଚାନ୍ଦବାଲି ବଁାଶଡ଼ା ଅଞ୍ଚଳ ଛେଡ଼ାକ ଗ୍ରାମର ଜଣେ ମହିଳାଙ୍କର ମଧ୍ୟ ତ୍ରୁଟିପୂର୍ଣ୍ଣ ଜନ୍ମ ନିୟନ୍ତ୍ରଣ ଅସ୍ତ୍ରୋପଚାର କରିଥିଲେ ବୋଲି ଅଭିଯୋଗ ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଭଉଣୀଙ୍କୁ ଗୁଳି କରି ହତ୍ୟା କରିଥିଲେ ଭାଇ, କୋର୍ଟ ଶୁଣାଇଲେ କଠୋର ଦଣ୍ଡ

କେନ୍ଦୁଝର,୭ା୯ (ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ଦୌରାଜଜ୍‌ ଗୋପାଳ ଚନ୍ଦ୍ର ବେହେରା ସୋମବାର ଏକ ହତ୍ୟା ମାମଲାରେ ଶୁଣାଣି କରି ଅଭିଯୁକ୍ତ ପ୍ରସନ୍ନ ବାରିକଙ୍କୁ ଆଜୀବନ…

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଏହି ଦିନଠୁ ଯାଞ୍ଚ ହେବ ଅଗ୍ନି ସୁରକ୍ଷା

ଭୁବନେଶ୍ୱର,୭।୯: ଚିଫ୍‌ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା…

ଶିରିଝୋଲି ହତ୍ୟାକାଣ୍ଡରେ ବଡ଼ ରାୟ, ବୁଡୁଙ୍କୁ ଆଜୀବନ….

ଗୁଣପୁର, ୭।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଗୁଣପୁର…

ବିଲରେ କାମ କରୁଥିବା ବେଳେ ଦୁଇ ଭାଇଙ୍କ ଉପରେ ମାଡିବସିଲା ଭାଲୁ, ରକ୍ତ ଜୁଡୁବୁଡୁ…

ଆନନ୍ଦପୁର,୭।୯(ସୁଶାନ୍ତ କୁମାର ସାହୁ ): ଆନନ୍ଦପୁରରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି । ଭାଲୁ ଆକ୍ରମଣରେ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ…

ଧାନ ବିକ୍ରି ପାଇଁ ବଢୁଛି ଚାଷୀ ପଞ୍ଜୀକରଣ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭।୯: ଚଳିତ ଖରିଫ ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ନାଁ ପଞ୍ଜୀକରଣ କରିଥିବା ନେଇ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୋମବାର ଏକ…

ବଡ଼ ଘୋଷଣା; ଛାତ୍ରୀଛାତ୍ର ଓଡ଼ିଆରେ ପଢ଼ିବେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ

ଭୁବନେଶ୍ୱର, ୭।୯: ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଇଛି । ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ ହେବ । ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଯୁକ୍ତ…

ବଡ଼ ଖବର! ଗଣଶିକ୍ଷା ସଚିବଙ୍କ ସୂଚନା, ଦଶମ-ଦ୍ୱାଦଶ ପାଇଁ ହେବ ଗୋଟିଏ ବୋର୍ଡ

ଭୁବନେଶ୍ୱର, ୭।୯: ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ବଡ଼ ସୂଚନା ଦେଲେ ଗଣଶିକ୍ଷା ସଚିବ । ଏଣିକି ଦଶମ ଓ ଦ୍ବାଦଶ ପରୀକ୍ଷା ପାଇଁ ଗୋଟିଏ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri