ଘାସ ବିକ୍ରିରେ ବଞ୍ଚିଛି ସଂସ୍ଥା

ବାରିପଦା ଅଫିସ,୭ା୮-ମୟୂରଭଞ୍ଜ ଜିଲା ବାରିପଦା ସଦର ଉପକଣ୍ଠରେ ରହିଛି ଏସିଆର ସର୍ବବୃହତ ଷଣ୍ଢ ପାଳନ କେନ୍ଦ୍ର। ପୂର୍ବରୁ ଏଠାରେ ଗୋ-ପ୍ରଜନନ ଓ ଦୁଗ୍ଧ ଉତ୍ପାଦାନ କେନ୍ଦ୍ର କାର୍ଯ୍ୟକ୍ଷମ ଥିଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଗୋପାଳନ ଆଶ୍ରୟସ୍ଥଳୀ, ଅଫିସ ଗୃହ ଓ ଆନୁଷଙ୍ଗିକ ଯନ୍ତ୍ରପାତି। କେବଳ କେନ୍ଦ୍ର ପରିସରରେ ଘାସ ଚାଷ କରାଯାଇ ଦୁଗ୍ଧ ଚାଷୀଙ୍କୁ ଘାସ ଓ ମଞ୍ଜି ବିକ୍ରି କରି ସଂସ୍ଥାକୁ ବଞ୍ଚାଇ ରଖାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତା ମନୋଭାବରୁ ଏହି କେନ୍ଦ୍ର ଏବେ ଶ୍ରୀହୀନ ହୋଇପଡ଼ିଛି। ଚାଷୀ ଓ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଏହି କେନ୍ଦ୍ରର ବିସ୍ତୀର୍ଣ୍ଣ ଅଞ୍ଚଳ ଏବେ ଅନାବନା ଲଟାରେ ଭର୍ତ୍ତି ହୋଇ ଅସ୍ତିତ୍ୱ ହରାଇବାକୁ ବସିଲାଣି।
ବାରିପଦା ସହରଠାରୁ ୨କି.ମି. ଦୂର କାଠପାଳ ନିକଟରେ ୧୯୮୩ରେ ସ୍ଥାପିତ ହୋଇଥିଲା ଏହି ଗୋ-ପ୍ରଜନନ ଓ ଦୁଗ୍ଧ ଉତ୍ପାଦାନ କେନ୍ଦ୍ର । ୧୦୮ଏକର ପରିଧି ମଧ୍ୟରେ ଥିବା କେନ୍ଦ୍ରରେ ୧୫୦ରୁ ଊର୍ଦ୍ଧ୍ୱ ଉନ୍ନତ କିସମର ଗାଈ ପାଳନ କରାଯାଇ ଦିନକୁ ୪ଶହ ଲିଟର କ୍ଷୀର ଉତ୍ପାଦନ ହେଉଥିଲା । ପରିଚାଳନାଗତ ତ୍ରୁଟି ଯୋଗୁ ୨୦୦୦ରେ ଗୋପାଳନ ବନ୍ଦ ହୋଇଥିଲା ପରେ ଉନ୍ନତ ମାନର ବାଛୁରୀଙ୍କୁୁ ନେଇ ଷଣ୍ଢ ପାଳନ ଆରମ୍ଭ କରାଯାଇଥିଲା। ଏହି ଷଣ୍ଢଗୁଡ଼ିକ ବଡ଼ ହେବା ପରେ କଟକ ଜିଲାର ଖପୁରିଆକୁ ନେଇ ଶୁକ୍ରାଣୁ ସଂଗ୍ରହ କରାଯାଉଥିଲା। ତେବେ ଏହି ପ୍ରକଳ୍ପ ୨୦୧୬ରେ ବନ୍ଦ ହେବା ପରେ ଅଦ୍ୟାବଧି ଗୋ-ପାଳନ କିମ୍ବା ଷଣ୍ଢ ପାଳନ ହେଉ ନ ଥିବାରୁ ବିଭାଗ ପକ୍ଷରୁ ଉନ୍ନତମାନର ଘାସ ଚାଷ କରାଯାଉଛି । ଖରିଫ ଋତୁରେ ୧୦ଏକର ଓ ରବି ଋତୁରେ ୮ଏକର ସ୍ଥାନରେ ଘାସ ମଞ୍ଜି ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଶଙ୍କର ହାତିଆ, ଗିନି, କଙ୍ଗ ସିଗନାଲ, ସୁପର ନେପିଅର ଭଳି ଘାସ ଚାଷ କରାଯାଇ ସେଥିରୁ ବର୍ଷକୁ ୧୦ କଇଣ୍ଟାଲ ମଞ୍ଜି ସଂଗ୍ରହ ପରେ ପ୍ରାଣୀ ନିର୍ଦ୍ଦେଶକଙ୍କ ନିକଟକୁ ପଠାଯାଉଛି । ଏହି ମଞ୍ଜି ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଜିଲାକୁ ଯୋଗାଣ କରାଯାଉଛି । ପର୍ଯ୍ୟାପ୍ତ ପରିମାଣରେ ଘାସ ଚାଷ ହେଉଥିଲେ ହେଁ ଘାସର ଚାହିଦା ଓ ବଜାର ବ୍ୟବସ୍ଥା ନ ଥିବାରୁ ବିକ୍ରି ହୋଇ ପାରୁନି। ସେହିପରି ଚାଷ ନିମନ୍ତେ ଉଦ୍ଦିଷ୍ଟ କୃଷି ଯନ୍ତ୍ରପାତି, ଟ୍ରାକ୍ଟର, ପାୱାର ଟିଲର, ଘାସକଟା ଯନ୍ତ୍ର ଆଦି ନଷ୍ଟ ହେଉଛି। ଜଳସେଚନ ପାଇଁ ଉଦ୍ଦିଷ୍ଟ ୫ଟି ଉତ୍ସରୁ ୩ଟି ଅଚଳ ହୋଇ ପଡ଼ିରହିଥିବା ଏଏସ୍‌ଓ ଜୟନ୍ତ କୁମାର ଗିରି ପ୍ରକାଶ କରିଛନ୍ତି ।
ଏ ସଂକ୍ରାନ୍ତରେ ଚାଷୀ ରାମ ହାଁସଦା କୁହନ୍ତି, କେନ୍ଦ୍ରକୁ ଘାସ ଆଣିବାକୁ ଗଲେ ବାଇକ୍‌ରେ ୫୦ଟଙ୍କାର ତେଲ ଖର୍ଚ୍ଚ ହେଉଛି । ପୂର୍ବରୁ ବାରିପଦା ବଜାରରେ ବିକ୍ରି ବ୍ୟବସ୍ଥା ଥିବା ବେଳେ ଆମେ କମ୍‌ ଖର୍ଚ୍ଚରେ ଏହି ଘାସକୁ ନେଇ ଗାଈଗୋରୁଙ୍କୁ ଦେଉଥିଲୁ। ସେହିପରି ଠାକୁରା ସୋରେନ କୁହନ୍ତି, ଗାଈ ଓ ଷଣ୍ଢ ଥିବା ବେଳେ ପାଖାପାଖି ୨୫/୩୦ଲୋକ କାମଧନ୍ଦା ପାଉଥିଲେ। ଏହି ଫାର୍ମ ବନ୍ଦ ହେବାରୁ ଲୋକେ ଅନ୍ୟତ୍ର କାମଧନ୍ଦା ପାଇଁ ଯାଉଛନ୍ତି। ତେବେ ୨୦୧୯ରେ ଏହି କେନ୍ଦ୍ରକୁ ଜାତୀୟ ଗୋ-ଉନ୍ନୟନ ପରିଷଦ(ଏନ୍‌ଡିଡିବି) ହାତକୁ ନେଇ ପ୍ରକଳ୍ପ ଆରମ୍ଭ କରିବାକୁ ପ୍ରୟାସ ଆରମ୍ଭ କରିଥିଲା। ମାତ୍ର ଜମିର କିସମ ପରିବର୍ତ୍ତନ ନ ହେବାରୁ ତାହା ସମ୍ଭବ ହୋଇ ପାରିନି। ଫଳରେ ଆଖପାଖ ଅଞ୍ଚଳର ଲୋକେ ଜବରଦଖଲ କରିବା ଆରମ୍ଭ କଲେଣି। ସେହିପରି କେନ୍ଦ୍ର ଚାରିପାଖରେ ପାଚେରି ନିର୍ମାଣ ପାଇଁ ଆସିଥିବା ୯୦ଲକ୍ଷ ଟଙ୍କା ପଡ଼ିରହିଛି। ଉକ୍ତ ଜମି ଫେରାଇ ଆଣିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବା ଜିଲା ଉପ ତୃଣ ଉନ୍ନୟନ ଅଧିକାରୀ ବସନ୍ତ ମହାପାତ୍ର ପ୍ରକାଶ କରିଛନ୍ତି । ସର୍ବୋତ୍ତମ ପରିବେଶ ଥିବା ଉକ୍ତ କେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ କରାଇ ଗାଈ ଓ ଛେଳି ପାଳନ ପାଇଁ ସରକାର ପଦକ୍ଷେପ ଗ୍ରହଣ କଲେ ଜିଲାବାସୀ ବେଶ୍‌ ଉପକୃତ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ରାଜ୍ୟ ନିର୍ବାଚନ କମିଶନଙ୍କ ବଡ଼ ନିର୍ଦ୍ଦେଶ, ବୁଥର ହେବ ଫିଜିକାଲ ଭେରିଫିକେସନ

ଭୁବନେଶ୍ୱର,୭।୯: ରାଜ୍ୟ ନିର୍ବାଚନ କମିଶନ ସୋମବାର ପଞ୍ଚାୟତ ନିର୍ବାଚନ ପାଇଁ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ବୁଥଗୁଡିକ ଠିକ୍‌ ଅଛି ନା ନାହିଁ ଏହାର ଫିଜିକାଲ ଭେରିଫିକେସନ…

ଏହି ଦିନଠୁ ଯାଞ୍ଚ ହେବ ଅଗ୍ନି ସୁରକ୍ଷା

ଭୁବନେଶ୍ୱର,୭।୯: ଚିଫ୍‌ ଫାୟାର ଅଫିସର ଦେବେନ୍ଦ୍ର ସ୍ବାଇଁ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୧୫ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ଅଗ୍ନି ସୁରକ୍ଷା…

ଶିରିଝୋଲି ହତ୍ୟାକାଣ୍ଡରେ ବଡ଼ ରାୟ, ବୁଡୁଙ୍କୁ ଆଜୀବନ….

ଗୁଣପୁର, ୭।୯ (ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଣପୁର ଅତିରିକ୍ତ ଜିଲା ଜଜ୍‌ (ଏଡିଜେ) କୋର୍ଟରେ ସୋମବାର ଏକ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ଗୁଣପୁର…

ବିଲରେ କାମ କରୁଥିବା ବେଳେ ଦୁଇ ଭାଇଙ୍କ ଉପରେ ମାଡିବସିଲା ଭାଲୁ, ରକ୍ତ ଜୁଡୁବୁଡୁ…

ଆନନ୍ଦପୁର,୭।୯(ସୁଶାନ୍ତ କୁମାର ସାହୁ ): ଆନନ୍ଦପୁରରେ ଭାଲୁ ଉପଦ୍ରବ ଦେଖିବାକୁ ମିଳିଛି । ଭାଲୁ ଆକ୍ରମଣରେ ଦୁଇ ଭାଇ ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଅବସ୍ଥାରେ…

ଧାନ ବିକ୍ରି ପାଇଁ ବଢୁଛି ଚାଷୀ ପଞ୍ଜୀକରଣ, ମନ୍ତ୍ରୀ କହିଲେ…

ଭୁବନେଶ୍ୱର,୭।୯: ଚଳିତ ଖରିଫ ଧାନ ବିକ୍ରି ପାଇଁ ରାଜ୍ୟରେ ରେକର୍ଡ ସଂଖ୍ୟକ ଚାଷୀ ନାଁ ପଞ୍ଜୀକରଣ କରିଥିବା ନେଇ ମନ୍ତ୍ରୀ ପ୍ରଦୀପ ବଳ ସାମନ୍ତ ସୋମବାର ଏକ…

ବଡ଼ ଘୋଷଣା; ଛାତ୍ରୀଛାତ୍ର ଓଡ଼ିଆରେ ପଢ଼ିବେ ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ

ଭୁବନେଶ୍ୱର, ୭।୯: ଶିକ୍ଷା ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆସିବାକୁ ଯାଇଛି । ଦଶମ-ଦ୍ବାଦଶ ପାଇଁ ଗୋଟିଏ ବୋର୍ଡ ହେବ । ମୁକ୍ତ ବିଦ୍ୟାଳୟରେ ମିଳିବ ମାଗଣା ଯୁକ୍ତ…

ବଡ଼ ଖବର! ଗଣଶିକ୍ଷା ସଚିବଙ୍କ ସୂଚନା, ଦଶମ-ଦ୍ୱାଦଶ ପାଇଁ ହେବ ଗୋଟିଏ ବୋର୍ଡ

ଭୁବନେଶ୍ୱର, ୭।୯: ଦଶମ ଓ ଦ୍ବାଦଶ ପରୀକ୍ଷା ନେଇ ବଡ଼ ସୂଚନା ଦେଲେ ଗଣଶିକ୍ଷା ସଚିବ । ଏଣିକି ଦଶମ ଓ ଦ୍ବାଦଶ ପରୀକ୍ଷା ପାଇଁ ଗୋଟିଏ…

୫ ବର୍ଷ ପୂର୍ବେ ନିଖୋଜ ହୋଇଯାଇଥିବା ମା’ ଘରକୁ ଫେରିଲେ, ପରିବାରରେ ଖୁସିର ଲହରି

ଦିଗପହଣ୍ଡି,୭ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ବରମୁଣ୍ଡୁଳି ଗାଁର ୭୦ ବର୍ଷୀୟା ବୃଦ୍ଧା ଇନ୍ଦୁ ବିଷୋୟୀ ୫ ବର୍ଷ ପୂର୍ବେ ଭୁବନେଶ୍ୱରରୁ ନିଖୋଜ ହୋଇଯାଇଥିଲେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri