ଘାସ ବିକ୍ରିରେ ବଞ୍ଚିଛି ସଂସ୍ଥା

ବାରିପଦା ଅଫିସ,୭ା୮-ମୟୂରଭଞ୍ଜ ଜିଲା ବାରିପଦା ସଦର ଉପକଣ୍ଠରେ ରହିଛି ଏସିଆର ସର୍ବବୃହତ ଷଣ୍ଢ ପାଳନ କେନ୍ଦ୍ର। ପୂର୍ବରୁ ଏଠାରେ ଗୋ-ପ୍ରଜନନ ଓ ଦୁଗ୍ଧ ଉତ୍ପାଦାନ କେନ୍ଦ୍ର କାର୍ଯ୍ୟକ୍ଷମ ଥିଲା। ତେବେ ରକ୍ଷଣାବେକ୍ଷଣ ଅଭାବରୁ ଜରାଜୀର୍ଣ୍ଣ ଅବସ୍ଥାରେ ପଡ଼ିରହିଛି ଗୋପାଳନ ଆଶ୍ରୟସ୍ଥଳୀ, ଅଫିସ ଗୃହ ଓ ଆନୁଷଙ୍ଗିକ ଯନ୍ତ୍ରପାତି। କେବଳ କେନ୍ଦ୍ର ପରିସରରେ ଘାସ ଚାଷ କରାଯାଇ ଦୁଗ୍ଧ ଚାଷୀଙ୍କୁ ଘାସ ଓ ମଞ୍ଜି ବିକ୍ରି କରି ସଂସ୍ଥାକୁ ବଞ୍ଚାଇ ରଖାଯାଇଛି । କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଉଦାସୀନତା ମନୋଭାବରୁ ଏହି କେନ୍ଦ୍ର ଏବେ ଶ୍ରୀହୀନ ହୋଇପଡ଼ିଛି। ଚାଷୀ ଓ ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ଏହି କେନ୍ଦ୍ରର ବିସ୍ତୀର୍ଣ୍ଣ ଅଞ୍ଚଳ ଏବେ ଅନାବନା ଲଟାରେ ଭର୍ତ୍ତି ହୋଇ ଅସ୍ତିତ୍ୱ ହରାଇବାକୁ ବସିଲାଣି।
ବାରିପଦା ସହରଠାରୁ ୨କି.ମି. ଦୂର କାଠପାଳ ନିକଟରେ ୧୯୮୩ରେ ସ୍ଥାପିତ ହୋଇଥିଲା ଏହି ଗୋ-ପ୍ରଜନନ ଓ ଦୁଗ୍ଧ ଉତ୍ପାଦାନ କେନ୍ଦ୍ର । ୧୦୮ଏକର ପରିଧି ମଧ୍ୟରେ ଥିବା କେନ୍ଦ୍ରରେ ୧୫୦ରୁ ଊର୍ଦ୍ଧ୍ୱ ଉନ୍ନତ କିସମର ଗାଈ ପାଳନ କରାଯାଇ ଦିନକୁ ୪ଶହ ଲିଟର କ୍ଷୀର ଉତ୍ପାଦନ ହେଉଥିଲା । ପରିଚାଳନାଗତ ତ୍ରୁଟି ଯୋଗୁ ୨୦୦୦ରେ ଗୋପାଳନ ବନ୍ଦ ହୋଇଥିଲା ପରେ ଉନ୍ନତ ମାନର ବାଛୁରୀଙ୍କୁୁ ନେଇ ଷଣ୍ଢ ପାଳନ ଆରମ୍ଭ କରାଯାଇଥିଲା। ଏହି ଷଣ୍ଢଗୁଡ଼ିକ ବଡ଼ ହେବା ପରେ କଟକ ଜିଲାର ଖପୁରିଆକୁ ନେଇ ଶୁକ୍ରାଣୁ ସଂଗ୍ରହ କରାଯାଉଥିଲା। ତେବେ ଏହି ପ୍ରକଳ୍ପ ୨୦୧୬ରେ ବନ୍ଦ ହେବା ପରେ ଅଦ୍ୟାବଧି ଗୋ-ପାଳନ କିମ୍ବା ଷଣ୍ଢ ପାଳନ ହେଉ ନ ଥିବାରୁ ବିଭାଗ ପକ୍ଷରୁ ଉନ୍ନତମାନର ଘାସ ଚାଷ କରାଯାଉଛି । ଖରିଫ ଋତୁରେ ୧୦ଏକର ଓ ରବି ଋତୁରେ ୮ଏକର ସ୍ଥାନରେ ଘାସ ମଞ୍ଜି ଉତ୍ପାଦନ ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛି। ଶଙ୍କର ହାତିଆ, ଗିନି, କଙ୍ଗ ସିଗନାଲ, ସୁପର ନେପିଅର ଭଳି ଘାସ ଚାଷ କରାଯାଇ ସେଥିରୁ ବର୍ଷକୁ ୧୦ କଇଣ୍ଟାଲ ମଞ୍ଜି ସଂଗ୍ରହ ପରେ ପ୍ରାଣୀ ନିର୍ଦ୍ଦେଶକଙ୍କ ନିକଟକୁ ପଠାଯାଉଛି । ଏହି ମଞ୍ଜି ବାଲେଶ୍ୱର, ଭଦ୍ରକ ଓ କେନ୍ଦୁଝର ଜିଲାକୁ ଯୋଗାଣ କରାଯାଉଛି । ପର୍ଯ୍ୟାପ୍ତ ପରିମାଣରେ ଘାସ ଚାଷ ହେଉଥିଲେ ହେଁ ଘାସର ଚାହିଦା ଓ ବଜାର ବ୍ୟବସ୍ଥା ନ ଥିବାରୁ ବିକ୍ରି ହୋଇ ପାରୁନି। ସେହିପରି ଚାଷ ନିମନ୍ତେ ଉଦ୍ଦିଷ୍ଟ କୃଷି ଯନ୍ତ୍ରପାତି, ଟ୍ରାକ୍ଟର, ପାୱାର ଟିଲର, ଘାସକଟା ଯନ୍ତ୍ର ଆଦି ନଷ୍ଟ ହେଉଛି। ଜଳସେଚନ ପାଇଁ ଉଦ୍ଦିଷ୍ଟ ୫ଟି ଉତ୍ସରୁ ୩ଟି ଅଚଳ ହୋଇ ପଡ଼ିରହିଥିବା ଏଏସ୍‌ଓ ଜୟନ୍ତ କୁମାର ଗିରି ପ୍ରକାଶ କରିଛନ୍ତି ।
ଏ ସଂକ୍ରାନ୍ତରେ ଚାଷୀ ରାମ ହାଁସଦା କୁହନ୍ତି, କେନ୍ଦ୍ରକୁ ଘାସ ଆଣିବାକୁ ଗଲେ ବାଇକ୍‌ରେ ୫୦ଟଙ୍କାର ତେଲ ଖର୍ଚ୍ଚ ହେଉଛି । ପୂର୍ବରୁ ବାରିପଦା ବଜାରରେ ବିକ୍ରି ବ୍ୟବସ୍ଥା ଥିବା ବେଳେ ଆମେ କମ୍‌ ଖର୍ଚ୍ଚରେ ଏହି ଘାସକୁ ନେଇ ଗାଈଗୋରୁଙ୍କୁ ଦେଉଥିଲୁ। ସେହିପରି ଠାକୁରା ସୋରେନ କୁହନ୍ତି, ଗାଈ ଓ ଷଣ୍ଢ ଥିବା ବେଳେ ପାଖାପାଖି ୨୫/୩୦ଲୋକ କାମଧନ୍ଦା ପାଉଥିଲେ। ଏହି ଫାର୍ମ ବନ୍ଦ ହେବାରୁ ଲୋକେ ଅନ୍ୟତ୍ର କାମଧନ୍ଦା ପାଇଁ ଯାଉଛନ୍ତି। ତେବେ ୨୦୧୯ରେ ଏହି କେନ୍ଦ୍ରକୁ ଜାତୀୟ ଗୋ-ଉନ୍ନୟନ ପରିଷଦ(ଏନ୍‌ଡିଡିବି) ହାତକୁ ନେଇ ପ୍ରକଳ୍ପ ଆରମ୍ଭ କରିବାକୁ ପ୍ରୟାସ ଆରମ୍ଭ କରିଥିଲା। ମାତ୍ର ଜମିର କିସମ ପରିବର୍ତ୍ତନ ନ ହେବାରୁ ତାହା ସମ୍ଭବ ହୋଇ ପାରିନି। ଫଳରେ ଆଖପାଖ ଅଞ୍ଚଳର ଲୋକେ ଜବରଦଖଲ କରିବା ଆରମ୍ଭ କଲେଣି। ସେହିପରି କେନ୍ଦ୍ର ଚାରିପାଖରେ ପାଚେରି ନିର୍ମାଣ ପାଇଁ ଆସିଥିବା ୯୦ଲକ୍ଷ ଟଙ୍କା ପଡ଼ିରହିଛି। ଉକ୍ତ ଜମି ଫେରାଇ ଆଣିବା ପାଇଁ ବିଭାଗ ପକ୍ଷରୁ ଉଦ୍ୟମ ଜାରି ରହିଥିବା ଜିଲା ଉପ ତୃଣ ଉନ୍ନୟନ ଅଧିକାରୀ ବସନ୍ତ ମହାପାତ୍ର ପ୍ରକାଶ କରିଛନ୍ତି । ସର୍ବୋତ୍ତମ ପରିବେଶ ଥିବା ଉକ୍ତ କେନ୍ଦ୍ରକୁ ପୁନଃ କାର୍ଯ୍ୟକ୍ଷମ କରାଇ ଗାଈ ଓ ଛେଳି ପାଳନ ପାଇଁ ସରକାର ପଦକ୍ଷେପ ଗ୍ରହଣ କଲେ ଜିଲାବାସୀ ବେଶ୍‌ ଉପକୃତ ହୋଇପାରନ୍ତେ ବୋଲି ବୁଦ୍ଧିଜୀବୀ ମହଲରେ ମତପ୍ରକାଶ ପାଉଛି ।


Enter your email to get our daily news in your inbox.

All Right Reserved By Dharitri.Com

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

ଟୁକୁନୀଙ୍କ ପାଇଁ ପଦ୍ମପୁର ଜିଲା ଘୋଷଣା ଅଟକିଥିବା ଚର୍ଚ୍ଚା

ବଲାଙ୍ଗୀର, ୨୭ା୪(ବୀରେନ୍ଦ୍ର କୁମାର ଝାଙ୍କର): ଟିଟିଲାଗଡ଼ ସହରରେ ବରିଷ୍ଠ ନାଗରିକ ସମୂହଙ୍କ ପକ୍ଷରୁ ଆୟୋଜିତ ଏକ ନିର୍ବାଚନୀ ସଭାରେ ମନ୍ତ୍ରୀ ତଥା ଟିଟିଲାଗଡ଼ ବିଧାୟିକା ପ୍ରାର୍ଥୀ...

ସମ୍ବଲପୁରୀ ଲୁଙ୍ଗି ଉପାଖ୍ୟାନ

ସମ୍ବଲପୁର,୨୭।୪ (ଭବାନୀ ଶଙ୍କର ଭୋଇ): ସମ୍ବଲପୁରରେ ମୁଖ୍ୟମନ୍ତ୍ରୀଙ୍କ ଲୁଙ୍ଗିପିନ୍ଧାକୁ ନେଇ ବିଜେଡି ଏବଂ ଭାଜପା ମଧ୍ୟରେ ଜୋରଦାର ବାକ୍‌ଯୁଦ୍ଧ ଆରମ୍ଭ ହୋଇଯାଇଛି। ଶୁକ୍ରବାର ଏନେଇ ଉଭୟ...

ରବି-ତାରା ମୁହାଁମୁହିଁ

ଜୟପୁର, ୨୭ା୪(ପବନ ପାଣିଗ୍ରାହୀ): ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ରବିନାରାୟଣ ନନ୍ଦ ଶୁକ୍ରବାର ଜୟପୁର ସାଜୁସାହିସ୍ଥିତ ବିଜେଡି କାର୍ଯ୍ୟାଳୟରେ ଖବରଦାତା ସମ୍ମିଳନୀ କରି...

ମୁକାବିଲା ମୁଡ୍‌ରେ ସୂର୍ଯ୍ୟବଂଶୀ-ସଞ୍ଜୟ

ଧାମନଗର,୨୭୪(ଦେବେନ୍ଦ୍ର ଆନ୍ଦିଆ): ଭଦ୍ରକ ଲୋକ ସଭା ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ଧାମନଗର ବିଧାନସଭା କ୍ଷେତ୍ରରେ ଭାଜପା, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି। ଭାଜପା...

ବାଇକ୍‌କୁ ଧକ୍କା ଦେଲା ଟ୍ରକ୍‌: ଚାଲିଗଲା ୩ ଜୀବନ

ଅନୁଗୋଳ,୨୭ା୪ (ଅମିତ କୁମାର ସାମଲ): ଅନୁଗୋଳ ସଦର ଥାନା ଅଧୀନ ପଞ୍ଚମହଳା ନିକଟରେ ଶନିବାର ସକାଳେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri