ବିନା ଅଧ୍ୟାପକରେ ଚାଲିଛି ଶିକ୍ଷାଦାନ: ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ଅବହେଳିତ

ଭବାନୀପାଟଣା, ୨୨ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ସର୍ବପୁରାତନ ଏକମାତ୍ର ସରକାରୀ ମହିଳା ମହାବିଦ୍ୟାଳୟ ମୁଖ୍ୟାଳୟ ଭବାନୀପାଟଣା ସହରରେ ଥାଇ ମଧ୍ୟ ଅବହେଳିତ ହୋଇପଡିଛି। ୪୫ବର୍ଷ ପରେ ଯୁକ୍ତ ୨ରେ ୮ଟି ବିଭାଗ ଓ ଯୁକ୍ତ ୩ରେ ୭ଟି ବିଭାଗରେ ଅଧ୍ୟାପକ ନ ଥିବାରୁ ଶିକ୍ଷା ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି। ବିନା ଅଧ୍ୟାପକରେ ଶିକ୍ଷାଦାନ ଚାଲିଥିବା ଯୋଗୁ ଅଭିଭାବକ ମହଲରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି।
ଭବାନୀପାଟଣା ସହରର ନକଟିଗୁଡାଠାରେ ୧୯୮୧ ମସିହାରେ ସରକାରୀ ମହିଳା ମହାବିଦ୍ୟାଳୟ ଘରୋଇ ଭାବେ ଆରମ୍ଭ ହୋଇଥିଲା। ୧୯୮୩ରେ ଏହି ମହାବିଦ୍ୟାଳୟକୁ ସରକାର ହାତକୁ ନେଇଥିଲେ। ବର୍ତ୍ତମାନ ଏହି ମହାବିଦ୍ୟାଳୟରେ ଯୁକ୍ତ ୨ରେ ୫୮୪ ଜଣ ଓ ଯୁକ୍ତ ୩ରେ ୧୧୧୯ଜଣ ଛାତ୍ରୀ ଅଧ୍ୟୟନ କରୁଛନ୍ତି। ସମୁଦାୟ ୧୭୦୩ ଛାତ୍ରୀ ଯୁକ୍ତ ୨ରେ ୯ଟି ବିଭାଗରେ ଓ ଯୁକ୍ତ ୩ରେ ୧୨ଟି ବିଭାଗରେ ଅଧ୍ୟୟନ କରୁଛନ୍ତି। ଯୁକ୍ତ ୨ର କେବଳ ଭୂଗୋଳ ବିଭାଗରେ ଜଣେ ଅଧ୍ୟାପକ ଥିବାବେଳେ ଓଡିଆ, ଇଂରାଜୀ, ଅର୍ଥନୀତି, ଇତିହାସ, ରାଜନୀତି ବିଜ୍ଞାନ, ଶିକ୍ଷା, ମନସ୍ତତ୍ତ୍ବ ଓ ହୋମ ସାଇନ୍ସ ବିଭାଗ ସମେତ ୮ଟି ବିଭାଗରେ ଆଦୌ ଅଧ୍ୟାପକ ନାହାନ୍ତି। ସେହିଭଳି ଯୁକ୍ତ ୩ର ୧୨ଟି ବିଭାଗ ମଧ୍ୟରୁ ସଂସ୍କୃତ, ନୃତତ୍ତ୍ବ, ହୋମ ସାଇନ୍ସ, ଶିକ୍ଷା, ମନସ୍ତତ୍ତ୍ବ ଓ ରାଜନୀତି ବିଜ୍ଞାନ, ସାମାଜିକ ବିଜ୍ଞାନ ସମେତ ୭ଟି ବିଭାଗରେ ଅଧ୍ୟାପକ ପଦବୀ ଖାଲି ପଡିଛି। ସେହିଭଳି ପିଇଟି, ମୁଖ୍ୟକିରାଣି ଓ ଲାଇବ୍ରେରିଆନ ପଦବୀ ଖାଲି ପଡିଛି। ଲାଇବ୍ରେରି ଆଟେଣ୍ଡାଣ୍ଟ ୩ଟି, ପିଅନ ପଦବୀ ୪ଟି, ଗୋଟିଏ ସୁଇପର ଓ ନାଇଟ ୱାଚର ପଦବୀ ଖାଲି ପଡିଛି। କଲେଜରେ ୨.୯ ଏକର ଜମି ଥିବାବେଳେ ଖେଳ ପଡିଆ ନାହିଁ। ଜାଗା ଅଭାବ ଯୋଗୁ ବିଜ୍ଞାନ ଓ ବାଣିଜ୍ୟ ବିଭାଗ ଖୋଲାଯାଇ ପାରୁନାହିଁ। ଏହି ସମସ୍ୟାକୁ ନେଇ ବାରମ୍ବାର ରାଜ୍ୟ ସରକାରଙ୍କୁ ଅବଗତ କରାଯାଉଥିଲେ ମଧ୍ୟ ପଦବୀ ପୂରଣ ହୋଇପାରୁନାହିଁ। ସେହିଭଳି ଯୁକ୍ତ ୩ରେ ଅଧ୍ୟାପକ ପଦବୀ ନ ଥିବା ଯୋଗୁ ଅନର୍ସ ବିଭାଗ ଖୋଲାଯାଇ ପାରୁନାହିଁ। ୪ଶହ ଶଯ୍ୟା ବିଶିଷ୍ଟ ୨ଟି ହଷ୍ଟେଲ ଥିଲେ ମଧ୍ୟ ପାଚେରି ନ ଥିବାରୁ ଅସୁରକ୍ଷିତ ରହିଛି। ଉଚ୍ଚଶିକ୍ଷା ବିଭାଗ ତୁରନ୍ତ ଏଥିରେ ହସ୍ତକ୍ଷେପ କରିବାକୁ ସହରବାସୀ ଦାବି କରିଛନ୍ତି।

Dharitri – Odisha’s No.1 Trusted Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?