ବୁକ୍‌ ସର୍କୁଲାର-୪୭କୁ ମାନୁନାହାନ୍ତି ଅଫିସର

ଭୁବନେଶ୍ୱର,୬ା୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କ ପର୍ଯ୍ୟନ୍ତ ଯାହାଙ୍କୁ ବି ଚିଠି ଲେଖିଲେ କେହି ବି ଉତ୍ତର ଦେଉନାହାନ୍ତି। ୧୫ ଦିନ ଭିତରେ ଉତ୍ତର ଦେବାକୁ ନିୟମ ରହିଛି। ଖାଲି ସେତିକି ନୁହେଁ ବିଧାନସଭାରେ ମନ୍ତ୍ରୀମାନଙ୍କୁ ପ୍ରଶ୍ନ କଲେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ବାରମ୍ବାର ଉତ୍ତର ଆସୁଛି। ନିକଟରେ ମୁଖ୍ୟ ଶାସନ ସଚିବ ବୁକ୍‌ ସର୍କୁଲାର କଡ଼ାକଡ଼ି ଭାବେ ପାଳନ କରିବାକୁ ଏକ ବୈଠକ ଡାକି ନିର୍ଦ୍ଦେଶ ଦେଇଛନ୍ତି। ହେଲେ କେହି ଏହାକୁ ମାନୁନାହାନ୍ତି। ବୁକ୍‌ ସର୍କୁଲାର-୪୭ ବାରମ୍ବାର ଉଲ୍ଲଂଘନ ହେଉଛି। ମଙ୍ଗଳବାର ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ବାଚସ୍ପତି ରୁଲିଂ ଦେବାକୁ ଦାବି କରିଛନ୍ତି । ବିଲ୍‌ ଆଲୋଚନା ପୂର୍ବରୁ ବିଧାୟକମାନଙ୍କୁ ସେହି ବିଲ୍‌ର ଡକ୍ୟୁମେଣ୍ଟ ଦିଆଯାଉନି। ସରକାର ମନଇଚ୍ଛା ବିଲ୍‌ ଆଣି ସଂଖ୍ୟାବଳ ଥିବାରୁ ପାସ୍‌ କରାଇ ନେଉଛନ୍ତି। ଯାହାଫଳରେ ବିଧାୟକମାନେ ସମ୍ପୃକ୍ତ ବିଲ୍‌ ବିଷୟରେ କିଛି ଜାଣିପାରୁନାହାନ୍ତି। ଘରୋଇ ବିଶ୍ୱବିଦ୍ୟାଳୟ ପାଇଁ କ’ଣ ଗାଇଡ୍‌ଲାଇନ ରହିଛି ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି । ରାଜ୍ୟରେ ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ ଥିବାବେଳେ ମେଡିକାଲ କଲେଜ ପାଇଁ ଆଉ ଏକ ବିଶ୍ୱବିଦ୍ୟାଳୟକୁ ଅନୁମତି ଦେବା କ’ଣ ଦରକାର ବୋଲି ସେ କହିଛନ୍ତି। ସରକାର ଏତେ ତରବରିଆ ଭାବେ କାହିଁକି ବିଲ୍‌କୁ ପାରିତ କରାଇ ନେଲେ, ଯାହା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ସରକାର ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଅନୁମତି ଦେବା ଅନୁଚିତ ବୋଲି ନରସିଂହ କହିଛନ୍ତି। ନରସିଂହ ମିଶ୍ରଙ୍କ ଏଭଳି ଉଦ୍‌ବେଗ ପ୍ରକାଶ ପରେ ବାଚସ୍ପତି ଯେଉଁ ତଥ୍ୟ ସୋମବାର ବିଧାୟକମାନଙ୍କୁ ଦିଆଯାଇନାହିଁ ସେହି ବିଭାଗର ତଥ୍ୟ ଆଣି ବିଧାୟକମାନଙ୍କୁ ଯୋଗାଇ ଦେବା ପାଇଁ ବିଧାନସଭା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ବୁକ୍‌ ସର୍କୁଲାର-୪୭ ଉଲ୍ଲଂଘନ ନେଇ ବାଚସ୍ପତି ରୁଲିଂ କରିଛନ୍ତି। ଆସନ୍ତା ସପ୍ତାହକ ମଧ୍ୟରେ ମୁଖ୍ୟ ଶାସନ ସଚିବ ଏବଂ ସଂସଦୀୟ ବ୍ୟାପାର ସଚିବଙ୍କୁ ଡାକି କାହିଁକି ବୁକ୍‌ ସର୍କୁଲାର-୪୭ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନି ତାହାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରଥମେ କାଟିଲେ, ପରେ ଯୋଡ଼ିଲେ

ଭବାନୀପାଟଣା,୧୦ା୧୦(ଉତ୍ତମ କୁମାର ଦାଶ)- କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ମା’ମାଣିକେଶ୍ୱରୀ ବିଶ୍ୱବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ଶୁକ୍ରବାର ନାମାଙ୍କନ ହୋଇଥିଲା। ଏଥିରେ ବିଭିନ୍ନ ସଂଗଠନ ଯଥା ଅଖିଳ ଭାରତୀୟ…

ମୃତ୍ୟୁର ଏକ ମାସ ପରେ ହତ୍ୟା ଅଭିଯୋଗ: ମାଟିତଳୁ ଗଳିତ ମୃତଦେହ ଉଦ୍ଧାର କଲା ସୋହେଲା ପୋଲିସ, ୩ ଗିରଫ

ସୋହେଲା,୧୦ା୧୦ (ଅଶ୍ୱିନୀ କୁମାର ପାତ୍ର): ବରଗଡ଼ ଜିଲା ସୋହେଲା ଥାନା ଅନ୍ତର୍ଗତ ପାଣ୍ଡକିପାଲି ଗ୍ରାମରେ ଜଣେ ଶ୍ରମିକଙ୍କ ମୃତ୍ୟୁର ଠିକ୍‌ ଏକ ମାସ ପରେ ଏକ ସାଂଘାତିକ…

ବିଜେଡି ସମର୍ଥିତ ଛାତ୍ରନେତାଙ୍କ ନାମାଙ୍କନ ନାକଚକୁ ନେଇ ଥାନାର ଦ୍ୱାରସ୍ଥ ହେଲା ବିଜେଡି

କେସିଙ୍ଗା, ୧୦/୧୦ (ତୁମେଶ୍ୱର ସାହୁ): ରାଜ୍ୟର ସମସ୍ତ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଗତକାଲି ନାମାଙ୍କନ ପ୍ରକ୍ରିୟା ଶେଷ ହୋଇଛି। ଏହି କ୍ରମରେ କଳାହାଣ୍ଡି ଜିଲାର…

ସଂଗଠନ ସୁଦୃଢ଼ କରିବାକୁ ଭାଜପାର ଆହ୍ୱାନ: ଚିନାମାଳିପଶି ହାଟ ପଡ଼ିଆରେ …

ପାଟଣା, ୧୦।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ପାଟଣା ବ୍ଲକ୍‌ ଅନ୍ତର୍ଗତ ଚିନାମାଳିପଶି ହାଟ ପଡ଼ିଆଠାରେ ଶନିବାର ଭାରତୀୟ ଜନତା ପାର୍ଟି ( ଭାଜପା)ର ପାଟଣା…

ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ…

କେଏସୟୁବି କଲେଜ୍ ରେ ୩୫ ପ୍ରାର୍ଥୀ, ସାବିତ୍ରୀ ମହିଳା ମହାବିଦ୍ୟାଳୟର ସମସ୍ତ ପ୍ରାର୍ଥୀନୀ ନିର୍ଦ୍ୱନ୍ଦରେ ନିର୍ବାଚିତ

ଭଞ୍ଜନଗର, ୧୦।୧୦ (ବାବୁଲା ପ୍ରଧାନ): ଛାତ୍ର ସଂସଦ ନିର୍ବାଚନରେ ଶନିବାର ପ୍ରାର୍ଥିପତ୍ର ପ୍ରତ୍ୟାହାର ପରେ ଅପରାହ୍ଣ ୩ଟାରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା ପ୍ରକାଶ ପାଇଛି। ଗଞ୍ଜାମ ଜିଲା…

ସୁନ୍ଦରଗଡ଼ ୱାଟରସେଡ୍ ପିଡି ପ୍ରସନ୍ନ ପାତ୍ର ଗିରଫ: ଆୟଠାରୁ ୨୦୪% ଅଧିକ ସମ୍ପତ୍ତି

ସୁନ୍ଦରଗଡ଼, ୧୦।୧୦ (ଜୟ ନାରାୟଣ ମେଣ୍ଡୁଳି): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲାରେ ସୁନ୍ଦରଗଡ଼ ମୃତ୍ତିକା ସଂରକ୍ଷଣ ଉପନିର୍ଦ୍ଦେଶକ ତଥା ଜଳବିଭାଜିକା ପ୍ରକଳ୍ପ ନିର୍ଦ୍ଦେଶକ (ୱାଟରସେଡ୍ ପିଡି)…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?