ବୁକ୍‌ ସର୍କୁଲାର-୪୭କୁ ମାନୁନାହାନ୍ତି ଅଫିସର

ଭୁବନେଶ୍ୱର,୬ା୭(ବ୍ୟୁରୋ): ମୁଖ୍ୟମନ୍ତ୍ରୀଙ୍କଠାରୁ ଆରମ୍ଭ କରି ସରକାରୀ ଅଧିକାରୀଙ୍କ ପର୍ଯ୍ୟନ୍ତ ଯାହାଙ୍କୁ ବି ଚିଠି ଲେଖିଲେ କେହି ବି ଉତ୍ତର ଦେଉନାହାନ୍ତି। ୧୫ ଦିନ ଭିତରେ ଉତ୍ତର ଦେବାକୁ ନିୟମ ରହିଛି। ଖାଲି ସେତିକି ନୁହେଁ ବିଧାନସଭାରେ ମନ୍ତ୍ରୀମାନଙ୍କୁ ପ୍ରଶ୍ନ କଲେ ତଥ୍ୟ ସଂଗ୍ରହ କରାଯାଉଛି ବୋଲି ବାରମ୍ବାର ଉତ୍ତର ଆସୁଛି। ନିକଟରେ ମୁଖ୍ୟ ଶାସନ ସଚିବ ବୁକ୍‌ ସର୍କୁଲାର କଡ଼ାକଡ଼ି ଭାବେ ପାଳନ କରିବାକୁ ଏକ ବୈଠକ ଡାକି ନିର୍ଦ୍ଦେଶ ଦେଇଛନ୍ତି। ହେଲେ କେହି ଏହାକୁ ମାନୁନାହାନ୍ତି। ବୁକ୍‌ ସର୍କୁଲାର-୪୭ ବାରମ୍ବାର ଉଲ୍ଲଂଘନ ହେଉଛି। ମଙ୍ଗଳବାର ଶୂନ୍ୟକାଳରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ଏହି ପ୍ରସଙ୍ଗ ଉଠାଇ ବାଚସ୍ପତି ରୁଲିଂ ଦେବାକୁ ଦାବି କରିଛନ୍ତି । ବିଲ୍‌ ଆଲୋଚନା ପୂର୍ବରୁ ବିଧାୟକମାନଙ୍କୁ ସେହି ବିଲ୍‌ର ଡକ୍ୟୁମେଣ୍ଟ ଦିଆଯାଉନି। ସରକାର ମନଇଚ୍ଛା ବିଲ୍‌ ଆଣି ସଂଖ୍ୟାବଳ ଥିବାରୁ ପାସ୍‌ କରାଇ ନେଉଛନ୍ତି। ଯାହାଫଳରେ ବିଧାୟକମାନେ ସମ୍ପୃକ୍ତ ବିଲ୍‌ ବିଷୟରେ କିଛି ଜାଣିପାରୁନାହାନ୍ତି। ଘରୋଇ ବିଶ୍ୱବିଦ୍ୟାଳୟ ପାଇଁ କ’ଣ ଗାଇଡ୍‌ଲାଇନ ରହିଛି ନରସିଂହ ମିଶ୍ର ପ୍ରଶ୍ନ କରିଛନ୍ତି । ରାଜ୍ୟରେ ସ୍ବାସ୍ଥ୍ୟ ବିଶ୍ୱବିଦ୍ୟାଳୟ ଥିବାବେଳେ ମେଡିକାଲ କଲେଜ ପାଇଁ ଆଉ ଏକ ବିଶ୍ୱବିଦ୍ୟାଳୟକୁ ଅନୁମତି ଦେବା କ’ଣ ଦରକାର ବୋଲି ସେ କହିଛନ୍ତି। ସରକାର ଏତେ ତରବରିଆ ଭାବେ କାହିଁକି ବିଲ୍‌କୁ ପାରିତ କରାଇ ନେଲେ, ଯାହା ସାଧାରଣରେ ସନ୍ଦେହ ସୃଷ୍ଟି କରୁଛି। ସରକାର ମେଡିକାଲ କଲେଜ ପ୍ରତିଷ୍ଠା ପାଇଁ ଘରୋଇ ବିଶ୍ୱବିଦ୍ୟାଳୟଗୁଡ଼ିକୁ ଅନୁମତି ଦେବା ଅନୁଚିତ ବୋଲି ନରସିଂହ କହିଛନ୍ତି। ନରସିଂହ ମିଶ୍ରଙ୍କ ଏଭଳି ଉଦ୍‌ବେଗ ପ୍ରକାଶ ପରେ ବାଚସ୍ପତି ଯେଉଁ ତଥ୍ୟ ସୋମବାର ବିଧାୟକମାନଙ୍କୁ ଦିଆଯାଇନାହିଁ ସେହି ବିଭାଗର ତଥ୍ୟ ଆଣି ବିଧାୟକମାନଙ୍କୁ ଯୋଗାଇ ଦେବା ପାଇଁ ବିଧାନସଭା ସଚିବଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପଟେ ବୁକ୍‌ ସର୍କୁଲାର-୪୭ ଉଲ୍ଲଂଘନ ନେଇ ବାଚସ୍ପତି ରୁଲିଂ କରିଛନ୍ତି। ଆସନ୍ତା ସପ୍ତାହକ ମଧ୍ୟରେ ମୁଖ୍ୟ ଶାସନ ସଚିବ ଏବଂ ସଂସଦୀୟ ବ୍ୟାପାର ସଚିବଙ୍କୁ ଡାକି କାହିଁକି ବୁକ୍‌ ସର୍କୁଲାର-୪୭ ଠିକ୍‌ ଭାବେ କାର୍ଯ୍ୟକାରୀ ହେଉନି ତାହାର ଅନୁଧ୍ୟାନ କରିବେ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଯାତ୍ରୀବାହୀ ଟ୍ରେନ ଚଳାଚଳ ଦାବି: ଆଜି ରେଳରୋକୋ

କେନ୍ଦ୍ରାପଡ଼ା ଅଫିସ, ୧୦।୧୧: କେନ୍ଦ୍ରାପଡ଼ା ଜିଲାକୁ ୨୦୨୦ ଜୁଲାଇ ୨୪ଠାରୁ ମାଲବାହୀ ଟ୍ରେନ ଚଳାଚଳ ଆରମ୍ଭ ହୋଇଛି। ଏହା ପରେ ରେଳ ବିହୀନ ଜିଲାରୁ କେନ୍ଦ୍ରାପଡ଼ାର...

ଖରାପ ପାଗ ଯୋଗୁ ଓହ୍ଲାଇ ପାରିଲାନି ବିମାନ: ଆକାଶ ମାର୍ଗରୁ ଫେରିଲେ ମୁଖ୍ୟଶାସନ ସଚିବ

ବଲାଙ୍ଗୀର ଅଫିସ,୨୨ା୮: ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ବୁଧବାର ବଲାଙ୍ଗୀର ଜିଲା ଗସ୍ତରେ ଆସିବାର କାର୍ଯ୍ୟକ୍ରମ ଥିଲା । ସକାଳ ପ୍ରାୟ ସାଢ଼େ...

ଧାମନଗର ଉପନିର୍ବାଚନ: ସୂର୍ଯ୍ୟବଂଶୀ ସୂରଜ ଭାଜପା ପ୍ରାର୍ଥୀ

ଭୁବନେଶ୍ୱର,୯ା୧୦(ବ୍ୟୁରୋ): ଧାମନଗର ଉପନିର୍ବାଚନ ପାଇଁ ରବିବାର ପ୍ରାର୍ଥୀ ଘୋଷଣା କରିଛି ଭାଜପା।  ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ଦେହାନ୍ତ ପରେ ଏହି ଆସନ ଖାଲି ପଡ଼ିଛି।...

ଗରିବ ମେଧାବୀ ଛାତ୍ରୀଛାତ୍ରଙ୍କୁ ମାଗଣା କୋଚିଂ

ଭୁବନେଶ୍ୱର,୧୩ା୧୨: ରାଜ୍ୟର ୩୦ ଜିଲାର ଗରିବ ମେଧା ବିଦ୍ୟାର୍ଥୀଙ୍କୁ ମାଗଣା କୋଚିଂ ମିଳିବ। ରାଜ୍ୟ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଶିକ୍ଷାନୁଷ୍ଠାନରେ ଏକାଦଶ...

ଗରମରେ ସିଝୁଛି ଓଡ଼ିଶା: ୧୫ ଯାଏ ନିସ୍ତାର ନାହିଁ

ଭୁବନେଶ୍ୱର,୧୨।୬(ବ୍ୟୁରୋ)-ସମଗ୍ର ରାଜ୍ୟ ଗରମ ଓ ଗୁଳୁଗୁଳିରେ ସିଝୁଛି। ସତେ ଯେପରି ଆକାଶରୁ ଅଗ୍ନି ବର୍ଷୁଛି। ପ୍ରଚଣ୍ଡ ଗ୍ରୀଷ୍ମ ପରିବେଶକୁ ଉତ୍ତପ୍ତ କରି ଦେଇଛି। ମଣିଷଠାରୁ ଆରମ୍ଭ...

ଦୁଇଦିନ ଥଣ୍ଡା କମିବ ବର୍ଷା ସମ୍ଭାବନା

ଭୁବନେଶ୍ୱର,୧୧ା୧୧(ବ୍ୟୁରୋ): ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଉପରେ ଏକ ଟ୍ରପ୍‌ ଲାଇନ ସୃଷ୍ଟି ହୋଇଛି। ଏହାର ପ୍ରଭାବରେ ଆକାଶ ମେଘାଚ୍ଛନ୍ନ ରହିବ। ଆସନ୍ତା ୨୪ ଘଣ୍ଟା ମଧ୍ୟରେ...

ବାହୁଡ଼ିଲେ ଶ୍ରୀ ବଳଦେବଜୀଉ

କେନ୍ଦୁଝର,୯ା୭(ସ୍ବ.ପ୍ର.): ବିଶ୍ୱର ସର୍ବୋଚ୍ଚ ମାନ୍ୟତା ପାଇଥିବା କେନ୍ଦୁଝରର ଆରାଧ୍ୟ ଦେବତା ଶ୍ରୀ ବଳଦେବଜୀଉଙ୍କ ବାହୁଡ଼ା ଯାତ୍ରା ଶନିବାର ଶାନ୍ତିପୂର୍ଣ୍ଣ ଭାବରେ ସରିଛି। ଲକ୍ଷାଧିକ ଭକ୍ତ ଶ୍ରୀଜିଉଙ୍କ...

ପୋତି ଦିଆଯାଉଛି ନଦୀ ଅବବାହିକା: ସଙ୍କୁଚିତ ହେଉଛି ଗଙ୍ଗୁଆ, ଝରିଆ ନଦୀ

ପୁରୁଣା ଭୁବନେଶ୍ୱର/ଜଟଣୀ, ୧୨।୧୦ (ଡି.ଏନ.ଏ.): ରାଜଧାନୀରେ ଜନସଂଖ୍ୟା ବଢୁଛି। ସେହି ଅନୁପାତରେ ଆବଶ୍ୟକ ସଂଖ୍ୟକ ଗୃହ ନିର୍ମାଣ ହେଉଛି। ବିଲଡରମାନେ ଗୃହ ପାଇଁ ସରକାରୀ କର୍ମଚାରୀଙ୍କୁ...

Advertisement
Archives

Model This Week