ବିଧାନସଭାରେ ବେକାରି ଝଡ଼

ଭୁବନେଶ୍ୱର,୬ା୭(ବ୍ୟୁରୋ): ରାଜ୍ୟରେ ବେକାରି ସଂଖ୍ୟା ବଢ଼ିଚାଲିଛି। ନିଯୁକ୍ତି ନ ପାଇ ଯୁବତୀଯୁବକମାନେ ନିଶାଗ୍ରସ୍ତ ହେଉଛନ୍ତି। ରାଜ୍ୟରେ ଦିନକୁ ଦିନ ଡ୍ରଗ୍ସ କାରବାର ବଢ଼ିଚାଲିଛି। ଚୋରି, ଡକାୟତି, ରାହାଜାନି, ଛିନ୍‌ତାଇ ମଧ୍ୟ ବୃଦ୍ଧିପାଇ ଚାଲିଛି। ସରକାରୀ ନିଯୁକ୍ତିରେ ମହାକେଳେଙ୍କାରି ହେଉଛି। ମେଧାବୀ ପିଲା ଚାକିରି ପାଉନାହାନ୍ତି। ବହୁ ସରକାରୀ ପଦବୀ ଉଚ୍ଛେଦ ହୋଇଗଲାଣି। ଇଟାଲୀ କିମ୍ବା ରୋମ୍‌ ଗଲେ ବେକାରିଙ୍କୁ ନିଯୁକ୍ତି ମିଳିବ ନାହିଁ। ନିଯୁକ୍ତି ଦେବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ସରକାର କ୍ଷମତାକୁ ଆସୁଛନ୍ତି। ରାଜ୍ୟରେ ବଢୁଥିବା ବେକାରି ସମସ୍ୟାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି।
‘ରାଜ୍ୟରେ ଉତ୍କଟ ବେକାରି ସମସ୍ୟା, ହତାଶ ବେକାର, ବେଫିକର ସରକାର’ ଶୀର୍ଷକ ମୁଲତବୀ ଆଲୋଚନା ଆରମ୍ଭ କରି କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ରାଜ୍ୟରେ ନିଯୁକ୍ତି ନାହିଁ। ୧ ଲକ୍ଷ ୩୧ ହଜାର ସରକାରୀ ପଦବୀ ଖାଲି ପଡ଼ିଛି। ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେଡି କହିଥିଲା ପ୍ରତିବର୍ଷ ୨ ଲକ୍ଷ ନିଯୁକ୍ତି ଦେବ। ୨୨ ବର୍ଷରେ ୪୪ ଲକ୍ଷ ନିଯୁକ୍ତି କୁଆଡ଼େ ଗଲା। ପ୍ରତି ପଞ୍ଚାୟତରେ ୧୫୦ ଜଣଙ୍କୁ ନିଯୁକ୍ତି ଦିଆଯିବ। ନିଯୁକ୍ତି ଦିଆଯାଇଛି କି ? ଗତ ୩ ବର୍ଷରେ କେତେ ଜଣଙ୍କୁ ଆଇଟିଆଇ, ପଲିଟେକ୍ନିକରେ ନିଯୁକ୍ତି ଦିଆଯାଇଛି। ସରକାର ନିଯୁକ୍ତି ବଦଳରେ ପ୍ରତ୍ୟେକ ଗାଁରେ ମଦ ଦୋକାନ ଖୋଲି ଦେଇଛନ୍ତି। କାହାରିକୁ ଚାକିରି ନାହିଁ। କେନ୍ଦ୍ର ସରକାର ବର୍ଷକୁ ୧ କୋଟି ନିଯୁକ୍ତି ଦେବାକୁ କହିଥିଲେ। ଅଗ୍ନିପଥ ଯୋଜନାରେ ୪ ବର୍ଷ ପରେ ଯୁବତୀଯୁବକଙ୍କୁ ବେକାର କରିଦେବେ। ଗରିବ, ଖଟିଖିଆ, ଚାଷୀମୂଲିଆଙ୍କ ପୁଅ ବେକାର ହୋଇ ବସିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ନିଯୁକ୍ତି ଦେବାରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛନ୍ତି। କଂଗ୍ରେସ ସଦସ୍ୟ ମହମ୍ମଦ ମୋକିମ କହିଛନ୍ତି ଯେ ଓଡ଼ିଶାରେ ନିଯୁକ୍ତି ନ ଥିବାରୁ ନିଶା ସେବନ ବଢ଼ିଗଲାଣି। ଯୁବତୀଯୁବକମାନେ ବିପଥଗାମୀ ହେଲେଣି। ଏହାର ମୂଳ କାରଣ ବେକାରି। ଏହି ସରକାରଙ୍କ ସମୟରେ ବହୁ ଇଞ୍ଜିନିୟରିଂ କଲେଜ ଖୋଲିଲା। ସେଥିରୁ ବାହାରୁଥିବା ପିଲା ଚାକିରି ନ ପାଇବାରୁ ସେସବୁ କଲେଜ ବନ୍ଦ ହୋଇଗଲାଣି। ନିଯୁକ୍ତି ନ ପାଇ ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ପୁଣି ଚୋରି, ଡକାୟତି, ଛିନ୍‌ତାଇ ଭଳି କାର୍ଯ୍ୟରେ ଯୁବଗୋଷ୍ଠୀ ଲିପ୍ତ ରହୁଛନ୍ତି। ଭାଜପା ସଭ୍ୟ ମୋହନ ଚରଣ ମାଝି କହିଲେ, ୧୯୯୯ରୁ ୨୦୦୮ ମଧ୍ୟରେ ରାଜ୍ୟ ସରକାର ୪୫, ୬୧୩ ପଦବୀ ଉଚ୍ଛେଦ କରିଛନ୍ତି। ୨୦୨୧ ଡିସେମ୍ବର ସୁଦ୍ଧା ୨ ଲକ୍ଷ ୨୬ ହଜାର ୫୫୯ ପଦବୀ ଖାଲିପଡ଼ିଛି। ସରକାରୀ ନିଯୁକ୍ତିରେ ମହାକେଳେଙ୍କାରି ହେଉଛି। ଷ୍ଟାଫ୍‌ ସିଲେକ୍ସନ କମିଶନରେ ବିରଞ୍ଚି ନାରାୟଣ ସାହୁ ନିଯୁକ୍ତି କେଳେଙ୍କାରି କରି ଝାରପଡ଼ା ଜେଲରେ ଅଛନ୍ତି। ଜଣେ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ଠାବ କରାଯାଇଛି। ଏତେ ଟଙ୍କା ଆସିଲା କେଉଁଠୁ। ଅବସରପ୍ରାପ୍ତ କର୍ମଚାରୀଙ୍କୁ ବିଭିନ୍ନ ବିଭାଗରେ ଓଏସ୍‌ଡି ଭାବେ ରଖି ଦିଆଯାଉଛି। ରାଜ୍ୟରେ ବେକାରିଙ୍କ ସଂଖ୍ୟା ୧୮ ଲକ୍ଷ ଟପିଲାଣି। ଭାଜପା ସଭ୍ୟ ବିଷ୍ଣୁ ଚରଣ ସେଠୀ ଓ ମୁକେଶ ମହାଲିଙ୍ଗ ରାଜ୍ୟରେ ବଢୁଥିବା ବେକାରି ସମସ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ନିଯୁକ୍ତି ନ ଥିବାରୁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଗୁମୁଟି ପାଲଟିଗଲାଣି। ସେଠାକୁ କେହି ନାମ ପଞ୍ଜୀକରଣ କରିବାକୁ ଯାଉନାହାନ୍ତି। ରାଜ୍ୟ ସରକାର ୨୮୨ ଶିଳ୍ପ ପ୍ରତିଷ୍ଠା କରିବାକୁ ଚୁକ୍ତି କରିଥିଲେ। ସେଥିରୁ କେତେ କମ୍ପାନୀ ଅଛନ୍ତି ଓ କେତେ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ତାହା ଗୃହକୁ ଜଣାଇବା ଦରକାର। ଖାଲି ପଦବୀରେ ୬ ହଜାର ଟଙ୍କା ପାରିଶ୍ରମିକ ଦିଆଯାଇ ଠିକା ନିଯୁକ୍ତି କରାଯାଉଛି।
ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବକୁ ଶାସକ ଦଳ ସଦସ୍ୟ ଶଶିଭୂଷଣ ବେହେରା, ସ୍ନେହାଙ୍ଗିନୀ ଛୁରିଆ, ମୁକେଶ ପାଲ ବିରୋଧ କରିଥିଲେ। ସେମାନେ କହିଥିଲେ ଯେ ଓଡ଼ିଶା ଆତ୍ମନିଯୁକ୍ତି କ୍ଷେତ୍ରରେ ଦେଶରେ ୧ ନମ୍ବର ହୋଇଛି। ଶିଳ୍ପାୟନ ଯୋଗୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ବିଭିନ୍ନ ଜିଲାରେ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଖୋଲାଯାଇଛି। ମୁଖ୍ୟମନ୍ତ୍ରୀ ନିଯୁକ୍ତି ଯୋଜନାରେ ୧ ଲକ୍ଷ ନିଯୁକ୍ତି ଦିଆଯାଇ ସାରିଲାଣି। ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ସବୁଠାରୁ କମ୍‌ ବେକାରି ରହିଛନ୍ତି। ରାଜ୍ୟ ସରକାର ନିଯୁକ୍ତି ପାଇଁ ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି।
ବିରୋଧୀଙ୍କ ମୁଲତବୀ ଜବାବରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ କହିଛନ୍ତି ଯେ ସରକାରି ଚାକିରିଆଙ୍କୁ ଦରମା ଦିଆଯାଇ ପାରୁ ନ ଥିଲା। ଋଣ କରିବାକୁ ପଡୁଥିଲା। ଏବେ ସେ ଅବସ୍ଥା ନାହିଁ। ରାଜ୍ୟ ସରକାର କେବଳ ଖାଲି ପଦବୀ ପୂରଣ କରୁନାହାନ୍ତି, ନୂତନ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି। ନିଯୁକ୍ତି ପାଇଁ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ଅନେକ ପଦକ୍ଷେପ ନେଇଛି। ଦକ୍ଷ ମାନବସମ୍ବଳ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ସ୍କିଲ୍ଡ ଇନ୍‌ ଓଡ଼ିଶାକୁ ବିଶ୍ୱ ଦରବାରରେ ପହଞ୍ଚାଇଛନ୍ତି। ମୁଖ୍ୟମନ୍ତ୍ରୀ ନିଯୁକ୍ତି ଯୋଜନାରେ ୨୦୧୯-୨୦ରୁ ୨୦୨୧-୨୨ରେ ୫,୦୬,୯୬୫ ଯୁବତୀ ଯୁବକଙ୍କୁ ତାଲିମ ପ୍ରଦାନ କରାଯାଇ ଆତ୍ମନିଯୁକ୍ତିକ୍ଷମ କରାଯାଇଛି। ଓଡ଼ିଶା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ୨୦୧୨ରୁ ଏପର୍ଯ୍ୟନ୍ତ ୧୦୦୫୬୪ ଜଣଙ୍କୁ ତାଲିମ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୨୭,୫୧୧ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ରାଜ୍ୟରେ ୨୭ଟି ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯାଇ ତାଲିମ ଦିଆଯାଉଛି। ବିଭିନ୍ନ ଶିଳ୍ପ ସଂସ୍ଥା ସହ ଚୁକ୍ତି କରାଯାଇ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା ହୋଇଛି। ବିଭିନ୍ନ ସରକାରୀ ଇଞ୍ଜିନିୟରିଂ କଲେଜରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରୀଛାତ୍ରଙ୍କୁ କ୍ୟାମ୍ପସ ପ୍ଲେସ୍‌ମେଣ୍ଟ ଜରିଆରେ ନିଯୁକ୍ତି ଦିଆଯାଉଛି। ବିରୋଧୀଙ୍କ ଅଭିଯୋଗ ନିରାଧାର ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗ୍ରୀଷ୍ମଛୁଟି ସତ୍ତ୍ୱେ ଚାଲିଲା ସ୍କୁଲ

ମଙ୍ଗୁଳି-ଜଗତପୁର,୨୬।୪(ମାନସ ସାମଲ): ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁ ରାଜ୍ୟ ସରକାର ଏପ୍ରିଲ ୨୫ରୁ ସମସ୍ତ ସରକାରୀ ଓ ବେସରକାରୀ ବିଦ୍ୟାଳୟଗୁଡ଼ିକୁ ଗ୍ରୀଷ୍ମଛୁଟି ଘୋଷଣା କରିଛନ୍ତି। ତେବେ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ବିଜ୍ଞପ୍ତି ପ୍ରକାଶ

ଭୁବନେଶ୍ୱର,୨୬ା୪: ଓଡ଼ିଶାରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ଶୁକ୍ରବାର ବିଜ୍ଞପ୍ତି ପ୍ରକାଶ ପାଇଛି। ଆଜି ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ କରିଛନ୍ତି ଭାରତୀୟ ନିର୍ବାଚନ କମିଶନ।...

ଭାଜପା ରାଜ୍ୟ ସମ୍ପାଦକ ଦଳ ଛାଡ଼ିଲେ, ଆଜି ବିଜେଡିରେ ମିଶିବେ

ଭଞ୍ଜନଗର/ସୋରଡ଼ା,୨୬।୪(ବାବୁଲା ପ୍ରଧାନ/ଲମ୍ବୋଦର ପାଣିଗ୍ରାହୀ): ଗଞ୍ଜାମ ଜିଲା ସୋରଡ଼ା ନିର୍ବାଚନ ମଣ୍ଡଳୀର ପୂର୍ବତନ ଭାଜପା ବିଧାୟକ ପ୍ରାର୍ଥୀ ତଥା ବର୍ତ୍ତମାନର ଭାଜପା ରାଜ୍ୟ କୃଷକ ମୋର୍ଚ୍ଚା ସମ୍ପାଦକ...

୨୦୧୯ରେ ମିଳିଥିଲା ୩୪% ଭୋଟ୍, ୨୦୨୪ରେ ଗଠନ ହେବ ସରକାର: କାର୍ଯ୍ୟକର୍ତ୍ତାଙ୍କୁ ଶାହାଙ୍କ ଗୁରୁମନ୍ତ୍ର

ଭୁବନେଶ୍ୱର,୨୬ା୪: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାର ବରିଷ୍ଠ ନେତା ତଥା ସଦସ୍ୟମାନଙ୍କୁ ଆତ୍ମବିଶ୍ୱାସର ସହ କାର୍ଯ୍ୟ କରିବାକୁ ଉତ୍ସାହିତ କରିଛନ୍ତି। ଏହାସହ କହିଛନ୍ତି...

୩ ଜଣଙ୍କୁ ଚାପିଦେଲା ଟ୍ରକ୍‌

ସୁନ୍ଦରଗଡ଼,୨୬ା୪: ସୁନ୍ଦରଗଡ଼ ଜିଲା ଭସ୍ମା ଥାନା ଅନ୍ତର୍ଗତ ଦର୍ଲିପାଲି ଏନ୍‌ଟିପିସି ପାଓ୍ବାର ପ୍ଲାଣ୍ଟ ନିକଟରେ ଏକ ଟ୍ରକ୍‌ ୩ ବାଇକ୍‌ ଆରୋହୀଙ୍କ ଉପରେ ମାଡ଼ିଯିବାରୁ ଘଟଣାସ୍ଥଳରେ...

ଲଢ଼େଇରେ ନୂଆ ବନାମ ଅଭିଜ୍ଞ

ରାଜକନିକା,୨୬ା୪(ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲାର ଶେଷ ସୀମା ହେଉଛି ଆଳି ନିର୍ବାଚନମଣ୍ଡଳୀ। ରାଜକନିକାର ୨୯ଟି ପଞ୍ଚାୟତ ଓ ଆଳିର ୩୪ଟି ପଞ୍ଚାୟତକୁ ମିଶାଇ ଆଳି...

‘ପାଣ୍ଡିଆନ୍‌ଙ୍କୁ ଜେଡ୍‌ କାଟେଗୋରି ସୁରକ୍ଷା କାହିଁକି ମିଳୁଛି’

ଭୁବନେଶ୍ୱର, ୨୬।୪(ସୁନିତ୍‌ ମିଶ୍ର):କୌଣସି ସାମ୍ବିଧାନିକ ପଦପଦବୀରେ ନାହାନ୍ତି। ସେ ଏମ୍‌ପି କି ବିଧାୟକ କିମ୍ବା କୌଣସି ଦଳୀୟ ନେତା ବି ନୁହନ୍ତି। ସେ ଜଣେ ବିଜେଡିର...

ସରକାରୀ ହସ୍ପିଟାଲ ପରିସରରେ ଥିବା ଘରୋଇ ଔଷଧ ଦୋକାନ ହେବ ବନ୍ଦ

ଭୁବନେଶ୍ୱର, ୨୬।୪(ବନ୍ଦନା ସେଠୀ):ରାଜ୍ୟର ସରକାରୀ ଡାକ୍ତରଖାନା ପରିସରରେ ରହିଥିବା ଘରୋଇ ଔଷଧ ଷ୍ଟୋର୍‌ ବନ୍ଦ ହେବ। ହାଇକୋର୍ଟଙ୍କ ନିର୍ଦ୍ଦେଶକ୍ରମେ ରାଜ୍ୟ ସ୍ବାସ୍ଥ୍ୟ ବିଭାଗ ଏପରି କଡ଼ା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri