ବିଧାନସଭାରେ ବେକାରି ଝଡ଼

ଭୁବନେଶ୍ୱର,୬ା୭(ବ୍ୟୁରୋ): ରାଜ୍ୟରେ ବେକାରି ସଂଖ୍ୟା ବଢ଼ିଚାଲିଛି। ନିଯୁକ୍ତି ନ ପାଇ ଯୁବତୀଯୁବକମାନେ ନିଶାଗ୍ରସ୍ତ ହେଉଛନ୍ତି। ରାଜ୍ୟରେ ଦିନକୁ ଦିନ ଡ୍ରଗ୍ସ କାରବାର ବଢ଼ିଚାଲିଛି। ଚୋରି, ଡକାୟତି, ରାହାଜାନି, ଛିନ୍‌ତାଇ ମଧ୍ୟ ବୃଦ୍ଧିପାଇ ଚାଲିଛି। ସରକାରୀ ନିଯୁକ୍ତିରେ ମହାକେଳେଙ୍କାରି ହେଉଛି। ମେଧାବୀ ପିଲା ଚାକିରି ପାଉନାହାନ୍ତି। ବହୁ ସରକାରୀ ପଦବୀ ଉଚ୍ଛେଦ ହୋଇଗଲାଣି। ଇଟାଲୀ କିମ୍ବା ରୋମ୍‌ ଗଲେ ବେକାରିଙ୍କୁ ନିଯୁକ୍ତି ମିଳିବ ନାହିଁ। ନିଯୁକ୍ତି ଦେବାକୁ ମିଥ୍ୟା ପ୍ରତିଶ୍ରୁତି ଦେଇ ସରକାର କ୍ଷମତାକୁ ଆସୁଛନ୍ତି। ରାଜ୍ୟରେ ବଢୁଥିବା ବେକାରି ସମସ୍ୟାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ଜୋରଦାର ଆକ୍ରମଣ କରିଛନ୍ତି।
‘ରାଜ୍ୟରେ ଉତ୍କଟ ବେକାରି ସମସ୍ୟା, ହତାଶ ବେକାର, ବେଫିକର ସରକାର’ ଶୀର୍ଷକ ମୁଲତବୀ ଆଲୋଚନା ଆରମ୍ଭ କରି କଂଗ୍ରେସ ସଦସ୍ୟ ତାରା ପ୍ରସାଦ ବାହିନୀପତି କହିଛନ୍ତି ଯେ ରାଜ୍ୟରେ ନିଯୁକ୍ତି ନାହିଁ। ୧ ଲକ୍ଷ ୩୧ ହଜାର ସରକାରୀ ପଦବୀ ଖାଲି ପଡ଼ିଛି। ୨୦୧୪ ନିର୍ବାଚନ ଇସ୍ତାହାରରେ ବିଜେଡି କହିଥିଲା ପ୍ରତିବର୍ଷ ୨ ଲକ୍ଷ ନିଯୁକ୍ତି ଦେବ। ୨୨ ବର୍ଷରେ ୪୪ ଲକ୍ଷ ନିଯୁକ୍ତି କୁଆଡ଼େ ଗଲା। ପ୍ରତି ପଞ୍ଚାୟତରେ ୧୫୦ ଜଣଙ୍କୁ ନିଯୁକ୍ତି ଦିଆଯିବ। ନିଯୁକ୍ତି ଦିଆଯାଇଛି କି ? ଗତ ୩ ବର୍ଷରେ କେତେ ଜଣଙ୍କୁ ଆଇଟିଆଇ, ପଲିଟେକ୍ନିକରେ ନିଯୁକ୍ତି ଦିଆଯାଇଛି। ସରକାର ନିଯୁକ୍ତି ବଦଳରେ ପ୍ରତ୍ୟେକ ଗାଁରେ ମଦ ଦୋକାନ ଖୋଲି ଦେଇଛନ୍ତି। କାହାରିକୁ ଚାକିରି ନାହିଁ। କେନ୍ଦ୍ର ସରକାର ବର୍ଷକୁ ୧ କୋଟି ନିଯୁକ୍ତି ଦେବାକୁ କହିଥିଲେ। ଅଗ୍ନିପଥ ଯୋଜନାରେ ୪ ବର୍ଷ ପରେ ଯୁବତୀଯୁବକଙ୍କୁ ବେକାର କରିଦେବେ। ଗରିବ, ଖଟିଖିଆ, ଚାଷୀମୂଲିଆଙ୍କ ପୁଅ ବେକାର ହୋଇ ବସିଛନ୍ତି। ରାଜ୍ୟ ଓ କେନ୍ଦ୍ର ସରକାର ନିଯୁକ୍ତି ଦେବାରେ ସମ୍ପୂର୍ଣ୍ଣ ଫେଲ୍‌ ମାରିଛନ୍ତି। କଂଗ୍ରେସ ସଦସ୍ୟ ମହମ୍ମଦ ମୋକିମ କହିଛନ୍ତି ଯେ ଓଡ଼ିଶାରେ ନିଯୁକ୍ତି ନ ଥିବାରୁ ନିଶା ସେବନ ବଢ଼ିଗଲାଣି। ଯୁବତୀଯୁବକମାନେ ବିପଥଗାମୀ ହେଲେଣି। ଏହାର ମୂଳ କାରଣ ବେକାରି। ଏହି ସରକାରଙ୍କ ସମୟରେ ବହୁ ଇଞ୍ଜିନିୟରିଂ କଲେଜ ଖୋଲିଲା। ସେଥିରୁ ବାହାରୁଥିବା ପିଲା ଚାକିରି ନ ପାଇବାରୁ ସେସବୁ କଲେଜ ବନ୍ଦ ହୋଇଗଲାଣି। ନିଯୁକ୍ତି ନ ପାଇ ଲକ୍ଷ ଲକ୍ଷ ଲୋକ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଉଛନ୍ତି। ପୁଣି ଚୋରି, ଡକାୟତି, ଛିନ୍‌ତାଇ ଭଳି କାର୍ଯ୍ୟରେ ଯୁବଗୋଷ୍ଠୀ ଲିପ୍ତ ରହୁଛନ୍ତି। ଭାଜପା ସଭ୍ୟ ମୋହନ ଚରଣ ମାଝି କହିଲେ, ୧୯୯୯ରୁ ୨୦୦୮ ମଧ୍ୟରେ ରାଜ୍ୟ ସରକାର ୪୫, ୬୧୩ ପଦବୀ ଉଚ୍ଛେଦ କରିଛନ୍ତି। ୨୦୨୧ ଡିସେମ୍ବର ସୁଦ୍ଧା ୨ ଲକ୍ଷ ୨୬ ହଜାର ୫୫୯ ପଦବୀ ଖାଲିପଡ଼ିଛି। ସରକାରୀ ନିଯୁକ୍ତିରେ ମହାକେଳେଙ୍କାରି ହେଉଛି। ଷ୍ଟାଫ୍‌ ସିଲେକ୍ସନ କମିଶନରେ ବିରଞ୍ଚି ନାରାୟଣ ସାହୁ ନିଯୁକ୍ତି କେଳେଙ୍କାରି କରି ଝାରପଡ଼ା ଜେଲରେ ଅଛନ୍ତି। ଜଣେ ତୃତୀୟ ଶ୍ରେଣୀ କର୍ମଚାରୀଙ୍କ ପାଖରୁ ଲକ୍ଷ ଲକ୍ଷ ଟଙ୍କା ଠାବ କରାଯାଇଛି। ଏତେ ଟଙ୍କା ଆସିଲା କେଉଁଠୁ। ଅବସରପ୍ରାପ୍ତ କର୍ମଚାରୀଙ୍କୁ ବିଭିନ୍ନ ବିଭାଗରେ ଓଏସ୍‌ଡି ଭାବେ ରଖି ଦିଆଯାଉଛି। ରାଜ୍ୟରେ ବେକାରିଙ୍କ ସଂଖ୍ୟା ୧୮ ଲକ୍ଷ ଟପିଲାଣି। ଭାଜପା ସଭ୍ୟ ବିଷ୍ଣୁ ଚରଣ ସେଠୀ ଓ ମୁକେଶ ମହାଲିଙ୍ଗ ରାଜ୍ୟରେ ବଢୁଥିବା ବେକାରି ସମସ୍ୟାକୁ ନେଇ ଉଦ୍‌ବେଗ ପ୍ରକାଶ କରିଥିଲେ। ନିଯୁକ୍ତି ନ ଥିବାରୁ ଏମ୍ପ୍ଲୟମେଣ୍ଟ ଏକ୍ସଚେଞ୍ଜ ଗୁମୁଟି ପାଲଟିଗଲାଣି। ସେଠାକୁ କେହି ନାମ ପଞ୍ଜୀକରଣ କରିବାକୁ ଯାଉନାହାନ୍ତି। ରାଜ୍ୟ ସରକାର ୨୮୨ ଶିଳ୍ପ ପ୍ରତିଷ୍ଠା କରିବାକୁ ଚୁକ୍ତି କରିଥିଲେ। ସେଥିରୁ କେତେ କମ୍ପାନୀ ଅଛନ୍ତି ଓ କେତେ ଜଣଙ୍କୁ ନିଯୁକ୍ତି ଦେଇଛନ୍ତି ରାଜ୍ୟ ସରକାର ତାହା ଗୃହକୁ ଜଣାଇବା ଦରକାର। ଖାଲି ପଦବୀରେ ୬ ହଜାର ଟଙ୍କା ପାରିଶ୍ରମିକ ଦିଆଯାଇ ଠିକା ନିଯୁକ୍ତି କରାଯାଉଛି।
ବିରୋଧୀ ଆଣିଥିବା ମୁଲତବୀ ପ୍ରସ୍ତାବକୁ ଶାସକ ଦଳ ସଦସ୍ୟ ଶଶିଭୂଷଣ ବେହେରା, ସ୍ନେହାଙ୍ଗିନୀ ଛୁରିଆ, ମୁକେଶ ପାଲ ବିରୋଧ କରିଥିଲେ। ସେମାନେ କହିଥିଲେ ଯେ ଓଡ଼ିଶା ଆତ୍ମନିଯୁକ୍ତି କ୍ଷେତ୍ରରେ ଦେଶରେ ୧ ନମ୍ବର ହୋଇଛି। ଶିଳ୍ପାୟନ ଯୋଗୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହୋଇଛି। ବିଭିନ୍ନ ଜିଲାରେ ଦକ୍ଷତା ବିକାଶ ତାଲିମ କେନ୍ଦ୍ର ଖୋଲାଯାଇଛି। ମୁଖ୍ୟମନ୍ତ୍ରୀ ନିଯୁକ୍ତି ଯୋଜନାରେ ୧ ଲକ୍ଷ ନିଯୁକ୍ତି ଦିଆଯାଇ ସାରିଲାଣି। ଅନ୍ୟ ରାଜ୍ୟ ଅପେକ୍ଷା ଓଡ଼ିଶାରେ ସବୁଠାରୁ କମ୍‌ ବେକାରି ରହିଛନ୍ତି। ରାଜ୍ୟ ସରକାର ନିଯୁକ୍ତି ପାଇଁ ସର୍ବଦା ଗୁରୁତ୍ୱ ଦେଇ ଆସିଛନ୍ତି।
ବିରୋଧୀଙ୍କ ମୁଲତବୀ ଜବାବରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷାମନ୍ତ୍ରୀ ପ୍ରୀତି ରଞ୍ଜନ ଘଡ଼ାଇ କହିଛନ୍ତି ଯେ ସରକାରି ଚାକିରିଆଙ୍କୁ ଦରମା ଦିଆଯାଇ ପାରୁ ନ ଥିଲା। ଋଣ କରିବାକୁ ପଡୁଥିଲା। ଏବେ ସେ ଅବସ୍ଥା ନାହିଁ। ରାଜ୍ୟ ସରକାର କେବଳ ଖାଲି ପଦବୀ ପୂରଣ କରୁନାହାନ୍ତି, ନୂତନ ନିଯୁକ୍ତି ପାଇଁ ସୁଯୋଗ ସୃଷ୍ଟି କରିଛନ୍ତି। ନିଯୁକ୍ତି ପାଇଁ ସରକାରଙ୍କ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗ ଅନେକ ପଦକ୍ଷେପ ନେଇଛି। ଦକ୍ଷ ମାନବସମ୍ବଳ ସୃଷ୍ଟି କରିବା ପାଇଁ ରାଜ୍ୟ ସରକାର ସ୍କିଲ୍ଡ ଇନ୍‌ ଓଡ଼ିଶାକୁ ବିଶ୍ୱ ଦରବାରରେ ପହଞ୍ଚାଇଛନ୍ତି। ମୁଖ୍ୟମନ୍ତ୍ରୀ ନିଯୁକ୍ତି ଯୋଜନାରେ ୨୦୧୯-୨୦ରୁ ୨୦୨୧-୨୨ରେ ୫,୦୬,୯୬୫ ଯୁବତୀ ଯୁବକଙ୍କୁ ତାଲିମ ପ୍ରଦାନ କରାଯାଇ ଆତ୍ମନିଯୁକ୍ତିକ୍ଷମ କରାଯାଇଛି। ଓଡ଼ିଶା ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଜରିଆରେ ୨୦୧୨ରୁ ଏପର୍ଯ୍ୟନ୍ତ ୧୦୦୫୬୪ ଜଣଙ୍କୁ ତାଲିମ ଦିଆଯାଇଛି। ସେମାନଙ୍କ ମଧ୍ୟରୁ ୨୭,୫୧୧ ଜଣଙ୍କୁ ନିଯୁକ୍ତି ପ୍ରଦାନ କରାଯାଇଛି। ରାଜ୍ୟରେ ୨୭ଟି ଦକ୍ଷତା ବିକାଶ କେନ୍ଦ୍ର ସ୍ଥାପନ କରାଯାଇ ତାଲିମ ଦିଆଯାଉଛି। ବିଭିନ୍ନ ଶିଳ୍ପ ସଂସ୍ଥା ସହ ଚୁକ୍ତି କରାଯାଇ ସ୍ଥାନୀୟ ଲୋକଙ୍କୁ ନିଯୁକ୍ତି ଦେବାର ବ୍ୟବସ୍ଥା ହୋଇଛି। ବିଭିନ୍ନ ସରକାରୀ ଇଞ୍ଜିନିୟରିଂ କଲେଜରୁ ଉତ୍ତୀର୍ଣ୍ଣ ହେଉଥିବା ଛାତ୍ରୀଛାତ୍ରଙ୍କୁ କ୍ୟାମ୍ପସ ପ୍ଲେସ୍‌ମେଣ୍ଟ ଜରିଆରେ ନିଯୁକ୍ତି ଦିଆଯାଉଛି। ବିରୋଧୀଙ୍କ ଅଭିଯୋଗ ନିରାଧାର ବୋଲି ମନ୍ତ୍ରୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୋକାନ ଭିତରୁ ମିଳିଲା ମାଲିକାଣୀଙ୍କ ରକ୍ତାକ୍ତ ମୃତଦେହ, ଭାଇ ଆଣିଲେ ହତ୍ୟା ଅଭିଯୋଗ

କେନ୍ଦୁଝର,୨୩।୮(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଟାଉନ ଥାନା ଅଧୀନ ଘୁଟୁରୁରେ ଥିବା ଏକ ଶୋରୁମ ଭିତରୁ ଜଣେ ମହିଳାଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ତାଙ୍କ ନାମ…

ରନ୍ଧନ ଗ୍ୟାସକୁ ନେଇ କେନ୍ଦ୍ର ସରକାରଙ୍କ ବଡ଼ ନିୟମ: ଏହା ଥିଲେ ବନ୍ଦ ହେବ LPG ସିଲିଣ୍ଡର

ନୂଆଦିଲ୍ଲୀ,୨୩।୮: ଦେଶର ଘରୋଇ ରୋଷେଇ ଗ୍ୟାସ ବ୍ୟବସ୍ଥାରେ ବଡ଼ ପରିବର୍ତ୍ତନ ଆଣିବା ଦିଗରେ କେନ୍ଦ୍ର ସରକାର ପଦକ୍ଷେପ ନେଉଛନ୍ତି । ଯେଉଁ ଅଞ୍ଚଳରେ ପୂର୍ବରୁ PNG (Piped…

ସ୍କୁଲ ବନ୍ଦ କରି ଚାଲିଗଲେ ଶିକ୍ଷକ: ଭିତରେ ଫସି ରହିଲେ ଛାତ୍ରୀ, କାନ୍ଦ ବୋବାଳି….

ବଲାଙ୍ଗୀର,୨୩ା୮(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ ଭାଇଁସା ସରକାରୀ ପ୍ରାଥମିକ ଉଚ୍ଚ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗତକାଲି ଶନିବାର ଦିନ…

ଡିଜିଟାଲ ଠକେଇରୁ କେମିତି ମିଳିବ ମୁକ୍ତି? ବରିଷ୍ଠ ନାଗରିକଙ୍କୁ ନେଇ…

ଛତ୍ରପୁର,୨୩ା୮(ଦିଲ୍ଲୀପ ସାମଲ): ବଢୁଥିବା ସାଇବର ଅପରାଧ ଓ ବିଶେଷକରି ଡିଜିଟାଲ ଆରେଷ୍ଟ ନାମରେ ହେଉଥିବା ଠକେଇରୁ ବରିଷ୍ଠ ନାଗରିକମାନଙ୍କୁ ସଚେତନ କରିବା ଲକ୍ଷ୍ୟରେ ଛତ୍ରପୁର ଥାନା ପକ୍ଷରୁ…

ଥୁଆମୂଳ ରାମପୁରରେ ରେକର୍ଡ ବର୍ଷା; ଯାତାୟତ ସମ୍ପୂର୍ଣ୍ଣ ଠପ୍, ପାଣିରେ ଫସିଲା ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୩ା୮(ଦୁର୍ଗା କୀର୍ତ୍ତି): ଲଘୁଚାପ ପ୍ରଭାବରେ ଦକ୍ଷିଣ ଓଡ଼ିଶାର ବିଭିନ୍ନ ଜିଲାରେ ପ୍ରବଳ ବର୍ଷା ଜାରି ରହିଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ରେକର୍ଡ…

ଭରା ପାଣିରେ ବଞ୍ଚିବା ପାଇଁ ସଂଘର୍ଷ, ଗ୍ରାମବାସୀ ଜନପ୍ରତିନିଧିଙ୍କୁ ଅଭିଯୋଗ କରିବା ପରେ ବି…

ଗୁଡ଼ାରି,୨୩ା୮(ପ୍ରମୋଦ କୁମାର ପତି): ରାୟଗଡ଼ା ଜିଲା ଗୁଡ଼ାରି ବ୍ଲକର ପେଣ୍ଡିଲି ପଞ୍ଚାୟତ ଅନ୍ତର୍ଗତ ପଞ୍ଚୁପାଣ୍ଡବ ଗ୍ରାମ ନିକଟରେ ପ୍ରବାହିତ ନାଳରେ ଲଘୁଚାପ ଜନିତ ବର୍ଷା ଯୋଗୁ ଅଧିକ…

ଆସନ୍ତାକାଲି ପ୍ରବଳ ବର୍ଷା ସହ ବଜ୍ରପାତ ସମ୍ଭାବନା: ଏହି ଜିଲାରେ ସବୁ ସ୍କୁଲ ଛୁଟି

ନବରଙ୍ଗପୁର,୨୩ା୮(ସଦାଶିବ ପ୍ରହରାଜ): ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ନବରଙ୍ଗପୁର ଜିଲାରେ ଆସନ୍ତାକାଲି ଅର୍ଥାତ୍‌ ୨୪ ଅଗଷ୍ଟରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସହିତ ଘଡ଼ଘଡ଼ି ଓ ବଜ୍ରପାତର…

ମାଟି ଖୋଳିଲେ ମିଳୁଛି ସୁନା! ଏହି ଗାଁରେ ପ୍ରବଳ ଭିଡ଼, ଦିନକୁ ପହଞ୍ଚୁଛନ୍ତି ୧୦ ହଜାର ଲୋକ

ନୂଆଦିଲ୍ଲୀ,୨୩।୮: କେବେ ଚିନ୍ତା କରିଛନ୍ତି କି, ମାଟି ଖୋଳୁ ଖୋଳୁ ହଠାତ୍ ସୁନା ମିଳିଯିବ ? ପଶ୍ଚିମ କେନିଆର ଚେପୋରୋର ଗାଁରେ ଏବେ ଏଭଳି ଆଶା ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri