କମ୍ପାନୀ ମିଥ୍ୟାରେ ସରକାର ବି ବାଇଆ

ଭୁବନେଶ୍ୱର,୩୦ା୧୦ (ରବିନାରାୟଣ ଜେନା): ଓଡ଼ିଶାରେ ପୂବର୍ର୍ରୁ କେବଳ ଗରିବ ଗ୍ରାମୀଣ ଜନସାଧାରଣଙ୍କୁ ବଡ଼ ବଡ଼ କମ୍ପାନୀଗୁଡ଼ିକ ଠକି ଅସତ୍ୟ କହିଆସୁଥିଲେ। ମୁଖ୍ୟତଃ ରାଜ୍ୟର ଖଣିଜ ପଦାର୍ଥରେ ଆକର୍ଷିତ ହୋଇ ଏହି କମ୍ପାନୀଗୁଡ଼ିକ ଓଡ଼ିଶାର ବିଭିନ୍ନ ଅନୁନ୍ନତ ଅଞ୍ଚଳରେ ଶିଳ୍ପ ବସାଇବା ପାଇଁ ଧାଇଁଆସିଥିଲେ। ବିଗତ ବର୍ଷଗୁଡ଼ିକରେ ରାଜ୍ୟ ସରକାରଙ୍କ ସର୍ବୋଚ୍ଚସ୍ତରରେ ମାଲିକମାନଙ୍କୁ ଭେଟିବାର ସୁଯୋଗ ମିଳିବା ସହିତ ଜିଲାସ୍ତରରେ ପ୍ରଶାସନିକ ଯଥା ପୋଲିସ ଏବଂ ମାଜିଷ୍ଟ୍ରେଟ୍‌ଙ୍କ ବିପୁଳ ସାହାଯ୍ୟ ମିଳିପାରୁଥିଲା। ଏବେ ସେହି ପରିସ୍ଥିତି ବଦଳିଗଲା ଭଳି ପ୍ରତୀୟମାନ ହେଉଛି। କମ୍ପାନୀ ପକ୍ଷରୁ ଯେଉଁ ଫଲ୍‌ସ(ସରକାରୀ ଭାଷାରେ ମିଥ୍ୟା) ତଥ୍ୟ ଦିଆଯାଇ ରାଜ୍ୟର ମୂଲ୍ୟବାନ୍‌ ଜମିକୁ ହାତେଇ ନିଆଯାଇଛି, ତାହା ଉପରୁ ଏବେ ପରଦା ହଟିବାକୁ ଯାଉଛି।

ଜଗତ୍‌ସିଂହପୁରରେ ଜେଏସ୍‌ଡବ୍ଲ୍ୟୁ କିଭଳି ସରକାରଙ୍କୁ ଫଲ୍ସ ତଥ୍ୟ ଦେଇଛି ସେନେଇ ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ଜଣେ ବରିଷ୍ଠ ଅଧିକାରୀଙ୍କ ଦ୍ୱାରା ତଦନ୍ତ କରାଯିବାକୁ ନିର୍ଦ୍ଦେଶ ଦିଆଯାଇଛି। ଜଙ୍ଗଲ ଓ ପରିବେଶ ବିଭାଗର ଓଏସ୍‌ଡି ତଥା ସ୍ବତନ୍ତ୍ର ସଚିବ ଲିଙ୍ଗରାଜ ଓତା ଅକ୍ଟୋବର ୨୫ରେ ପ୍ରମୁଖ ମୁଖ୍ୟ ବନ ସଂରକ୍ଷକ ଓ ଏଚ୍‌ଓଏଫ୍‌ଏଫ୍‌ ଓଡ଼ିଶା ଏବଂ ଜଗତ୍‌ସିଂହପୁର ଜିଲାପାଳଙ୍କୁ ଏସମ୍ପର୍କରେ ପତ୍ର ଲେଖି ଅବଗତ କରାଇଛନ୍ତି। ସ୍ବତନ୍ତ୍ର ସଚିବ ଓତା ତାଙ୍କ ପତ୍ରରେ ଦର୍ଶାଇଛନ୍ତି, ଜଗତ୍‌ସିଂହପୁର ଜିଲା ଢିଙ୍କିଆର ପ୍ରତିବ କୁମାର ଶତପଥୀ କମ୍ପାନୀର ମିଥ୍ୟାକୁ ନେଇ ଏକ ଅଭିଯୋଗ ଦାଖଲ କରିଥିଲେ। ଏହାକୁ ନେଇ ୨୦୨୫ ସେପ୍ଟେମ୍ବର ୨୨ରେ ବିଭାଗ ପକ୍ଷରୁ ଏକ ନିର୍ଦ୍ଦେଶନାମା ଜାରି ହୋଇଥିଲା। ସେଥିରେ ଉପଯୁକ୍ତ ପଦକ୍ଷେପ ନେବାକୁ କୁହାଯାଇଥିଲା। ହେଲେ ଏହାର ଅନୁସନ୍ଧାନ ଏପର୍ଯ୍ୟନ୍ତ ହୋଇ ନ ଥିବାବେଳେ ଜଗତ୍‌ସିଂହପୁରର ଏରସମା ବ୍ଲକର ଜିଲା ପରିଷଦ ଜୋନ୍‌-୪ ସଭ୍ୟ ପିନାକୀ ନାରାୟଣ ଦାସ ପୁନଶ୍ଚ ଏକ ଅଭିଯୋଗ ଆଣିଛନ୍ତି। ଏହାର ଗୁରୁତ୍ୱକୁ ଉପଲବ୍ଧି କରି ତୁରନ୍ତ ଜଣେ ବରିଷ୍ଠ ଅଧିକାରୀଙ୍କ ଜରିଆରେ ଉକ୍ତ ଅଭିଯୋଗର ତଦନ୍ତକରି ଉପଯୁକ୍ତ ପଦକ୍ଷେପ ଗ୍ରହଣପୂର୍ବକ ତ୍ୱରିତ ରିପୋର୍ଟ ସରକାରଙ୍କୁ ପ୍ରଦାନ କରିବାକୁ ସେ ଦର୍ଶାଇଛନ୍ତି।
ଏ ସଂକ୍ରାନ୍ତରେ ପିନାକୀ ଏକ ଅଭିଯୋଗପତ୍ର ମୁଖ୍ୟମନ୍ତ୍ରୀ, ନ୍ୟାଶନାଲ ଗ୍ରୀନ୍‌ ଟ୍ରିବ୍ୟୁନାଲ ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ, ଜଙ୍ଗଲ ଓ ପରିବେଶ ବିଭାଗ ସଚିବ ଏବଂ ଜଗତ୍‌ସିଂହପୁର ଜିଲାପାଳଙ୍କୁ
କମ୍ପାନୀ ମିଥ୍ୟାରେ …
ପ୍ରଦାନ କରିଛନ୍ତି। ସେଥିରେ ସେ ଦର୍ଶାଇଛନ୍ତି ଯେ, ଢିଙ୍କିଆ, ନୂଆଗାଁ, ଗଡ଼କୁଞ୍ଜଙ୍ଗ, ବାଲିତୁଠ, ବାମଦେଇପୁର, ଛତୁଆ ପଞ୍ଚାୟତରେ ଜେଏସ୍‌ଡବ୍ଲ୍ୟୁ ଉତ୍କଳ ଷ୍ଟିଲ୍‌ ଲିଃ. ବେଆଇନ ନିର୍ମାଣ କାର୍ଯ୍ୟ କରୁଛି। ସେଠାରେ ଦଶନ୍ଧି ଦଶନ୍ଧି ଧରି ଚାଷ ଉପରେ ନିର୍ଭର କରୁଥିବା ଏହିସବୁ ଗ୍ରାମବାସୀଙ୍କ କ୍ଷେତ ଉଜୁଡ଼ିଯାଇଛି। ଜୀବନଜୀବିକା ଦୁର୍ବିସହ ହୋଇପଡ଼ୁଛି। କମ୍ପାନୀ ପକ୍ଷରୁ ସେମାନଙ୍କୁ ଉପଯୁକ୍ତ କ୍ଷତିପୂରଣ ମିଳି ନ ଥିବାବେଳେ ଥଇଥାନ ନୀତି ପାଳନ ହୋଇନାହିଁ। ଯେଉଁମାନେ କମ୍ପାନୀର ଏଭଳି ବେଆଇନ କାର୍ଯ୍ୟକୁ ଶାନ୍ତିପୂର୍ଣ୍ଣ ଭାବେ ବିରୋଧ କରୁଛନ୍ତି, ସେମାନଙ୍କ ନଁାରେ ମିଥ୍ୟା ମାମଲା ରୁଜୁ କରାଯିବା ସହ ଅପରାଧୀ ସଜାଇ ଦିଆଯାଉଛି, ଯଦ୍ଦ୍ବାରା ଲୋକଙ୍କ ମୌଳିକ ଅଧିକାର ୧୯(୧)(ଏ) ଏବଂ ୧୯(୧)(ବି) କ୍ଷୁଣ୍ଣ ହେଉଛି।
ପିନାକୀ ପୁଣି ଅଭିଯୋଗରେ ଦର୍ଶାଇଛନ୍ତି, କମ୍ପାନୀ ସରକାରଙ୍କୁ କହିଛି ଯେ ଗୋଟିଏ ବି ଗଛ ସେ ଅଞ୍ଚଳରୁ କଟାଯାଇନାହିଁ। କିନ୍ତୁ ବାସ୍ତବରେ ଉକ୍ତ ଅଞ୍ଚଳରୁ ୧୦ ଲକ୍ଷ ଗଛ କଟାଯାଇଛି। ଏଥିପାଇଁ ବନ୍ୟପ୍ରାଣୀମାନେ ବାସଚ୍ୟୁତ୍‌ ହୋଇପଡ଼ିଛନ୍ତି, ଯାହା ବନ୍ୟପ୍ରାଣୀ ସୁରକ୍ଷା ଆଇନ-୧୯୭୨ର ଖୋଲାଖୋଲି ଉଲ୍ଲଂଘନ। ଏହାବାଦ୍‌ କମ୍ପାନୀ କର୍ତ୍ତୃପକ୍ଷ କିଭଳି ବିଭିନ୍ନ ପ୍ରକାର ମିଥ୍ୟା ତଥ୍ୟ ସରକାରଙ୍କୁ ଦେଇ ନିର୍ମାଣ କାର୍ଯ୍ୟ କରୁଛି ସେ ସମ୍ପର୍କରେ ପିନାକୀ ଟିକିନିଖି ଦର୍ଶାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ: ୨୨ ସେପ୍ଟେମ୍ବର ସୁଦ୍ଧା ଗଭୀର ଅବପାତ ରୂପ ନେବା ଆଶଙ୍କା

ଭୁବନେଶ୍ୱର, ୧୯।୯: ଉତ୍ତର ଆଣ୍ଡାମାନ ସାଗର ଏବଂ ତାହାର ସଂଲଗ୍ନ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଭାରତୀୟ ପାଣିପାଗ ବିଭାଗର ସୂଚନା ଅନୁଯାୟୀ, ଶନିବାର…

ବିକ୍ରମଦେବ ବିଶ୍ୱବିଦ୍ୟାଳୟରେ +୩ ଦ୍ୱିତୀୟ ସେମିଷ୍ଟର ପ୍ରଶ୍ନପତ୍ର ଲିକ୍‌

ଜୟପୁର,୧୯ା୯(ପବନ ପାଣିଗ୍ରାହୀ): କୋରାପୁଟ ଜିଲା ଜୟପୁରସ୍ଥିତ ବିକ୍ରମଦେବ ବିଶ୍ୱବିଦ୍ୟାଳୟ ଅଧୀନରେ ଚାଲିଥିବା +୩ ଦ୍ବିତୀୟ ସେମିଷ୍ଟର ପରୀକ୍ଷାର ଏଇସିସି ଏବିଲିଟି ଏନ୍‌ହାନ୍ସମେଣ୍ଟ କୋର୍ସ ବାଧ୍ୟତାମୂଳକ ଇଂଲିଶ ପ୍ରଶ୍ନପତ୍ର…

ପିଲାସାଲୁଙ୍କି ଜଳଭଣ୍ଡାରରୁ ଜଳ ନିଷ୍କାସନ: ତଳିଆ ଅଞ୍ଚଳରେ ବନ୍ୟା ଆଶଙ୍କା, ଜାରି ହେଲା ହାଇ-ଅଲର୍ଟ!

ଖଜୁରୀପଡ଼ା,୧୯ା୯(ବିଦୁର ବେହେରା): ବଙ୍ଗୋପସାଗରରେ ସୃଷ୍ଟ ସକ୍ରିୟ ଲଘୁଚାପ ପ୍ରଭାବରେ ଖଜୁରୀପଡ଼ା ବ୍ଲକ ଅନ୍ତର୍ଗତ ପିଲାସାଲୁଙ୍କି ଜଳଭଣ୍ଡାରର ଉପରମୁଣ୍ଡରେ ପ୍ରବଳରୁ ଅତି ପ୍ରବଳ ବର୍ଷାର ସମ୍ଭାବନା ଦେଖାଦେଇଛି। ଜଳଭଣ୍ଡାରର…

ଦୁଆଙ୍କୁ ମିଳିଲା ସାନ ଭଉଣୀ: ଦ୍ୱିତୀୟ କନ୍ୟାରତ୍ନଙ୍କୁ ସ୍ୱାଗତ କଲେ ‘ଦୀପବୀର୍‌’

ମୁମ୍ବାଇ: ବଲିଉଡ୍‌ର ଚର୍ଚ୍ଚିତ ତଥା ଲୋକପ୍ରିୟ ଯୋଡ଼ି ଦୀପିକା ପାଦୁକୋନ୍‌ ଏବଂ ରଣବୀର୍‌ ସିଂହଙ୍କ ଘରକୁ ଆସିଛି ନୂଆ ଅତିଥି। ଶନିବାର ଏହି ଷ୍ଟାର୍‌ ଦମ୍ପତିଙ୍କ କୋଳକୁ…

ରେଷ୍ଟୁରାଣ୍ଟରେ ଭୟଙ୍କର ଅଗ୍ନିକାଣ୍ଡ

ଭୁବନେଶ୍ୱର,୧୯।୯: ଭୁବନେଶ୍ବର ଏୟରଫିଲ୍ଡ ଥାନା ଅଧୀନ ସୁନ୍ଦରପଦା ଅଞ୍ଚଳରେ ଥିବା ଏକ ରେଷ୍ଟୁରାଣ୍ଟରେ ଶନିବାର ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡରେ ରେଷ୍ଟୁରାଣ୍ଟରେ ପୋଡି ଯାଇଥିବା ବେଳେ ଲକ୍ଷାଧିକ…

ସମୁଦ୍ର ତଟକୁ ସ୍ବଚ୍ଛ ରଖିବା ପାଇଁ ପ୍ରୟାସ, ବରୁଣ ଦେବତାଙ୍କୁ ବନ୍ଦାପନା କରି…

ମହାକାଳପଡ଼ା,୧୯ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): ପୁରାଣରେ ବର୍ଣ୍ଣିତ ସମୁଦ୍ରକୂ ବରୁଣ ଦେବତା ରୂପେ ପୂଜା କରାଯାଏ। ଶନିବାର ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ନାଞ୍ଜୁରା ପଞ୍ଚାୟତ ଶାସନ…

ଦୁଇ ମୋଟରସାଇକେଲ ମୁହାଁମୁହିଁ, ଶିକ୍ଷକ ଗୁରୁତର ହୋଇ…

ପଟ୍ଟାଙ୍ଗି,୧୯ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ପଡାଲଗୁଡ଼ା ଛକ ନିକଟରେ ଦୁଇ ମୋଟରସାଇକେଲ ମୁହାଁମୁହିଁ ଧକ୍କା ହେବା ଫଳରେ ବିଦ୍ୟାଳୟକୁ ଯାଉଥିବା ଶିକ୍ଷକ…

୨୧ରେ ଅବପାତ, ୨୨ରେ ଗଭୀର ଅବପାତ ସମ୍ଭାବନା: ପ୍ରବଳ ବର୍ଷିବ

ଭୁବନେଶ୍ୱର,୧୯ ।୯: ଉତ୍ତର ଆଣ୍ଡାମାନ ସାଗର ଓ ଏହାର ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ଆଜି ସନ୍ଧ୍ୟା ସୁଦ୍ଧା ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?