ଆକ୍ରାନ୍ତଙ୍କ ସଂଖ୍ୟା ୫ ଲକ୍ଷ ଟପିଲା

ନୂଆଦିଲ୍ଲୀ, ୨୭ା୬: ମହାମାରୀ କରୋନା ସ୍ଥିତି ଦେଶରେ ଅସମ୍ଭାଳ ହେଲାଣି। ଶୁକ୍ରବାର ଭାରତରେ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ଟପିଥିବା ବେଳେ ୧୫, ୪୮୭ ଜୀବନ ଗଲାଣି। ବିଶ୍ୱର ଚତୁର୍ଥ ସର୍ବାଧିକ ଭୂିତାଣୁ ଆକ୍ରାନ୍ତ ଦେଶ ତାଲିକାରେ ଭାରତ ରହିଥିବା ବେଳେ ଗତ କିଛିଦିନ ହେବ ଉଗ୍ର ସଂକ୍ରମଣ ଯୋଗୁ କୋକୁଆ ଭୟ ସୃଷ୍ଟିହୋଇଛି। ଗୁରୁବାର ସର୍ବାଧିକ ୧୭ ହଜାରରୁ ଅଧିକ ନୂଆ ମାମଲା ଲୋକଲୋଚନକୁ ଆସିବା ପରେ ଶୁକ୍ରବାର ପ୍ରାୟ ୧୨ ହଜାର ନୂଆ ମାମଲା ନଜରକୁ ଆସିଛି। ମହାରାଷ୍ଟ୍ରରେ ଭୂତାଣୁ ଆକ୍ରାନ୍ତଙ୍କ ସଂଖ୍ୟା ଦେଢ଼ଲକ୍ଷ ଟପିଥିବା ବେଳେ ତାମିଲନାଡ଼ୁରେ ଏହା ୭୫ ହଜାର ପାର୍‌କରିଛି। ରାଜଧାନୀ ଦିଲ୍ଲୀରେ ସଂଖ୍ୟା ୭୭ ହଜାର ଉପରେ ରହିଛି। ଗତ ୨୪ ଘଣ୍ଟା ମଧ୍ୟରେ ତାମିଲନାଡ଼ୁରେ ୩, ୬୪୫ ଓ ଦିଲ୍ଲୀରେ ୩,୪୬୦ ନୂଆ ମାମଲା ଦେଖିବାକୁ ମିଳିଛି। ଯଦିଓ ୨.୯୨ ଲକ୍ଷରୁ ଅଧିକ ଆରୋଗ୍ୟଲାଭ କଲେଣି ତଥାପି ୧. ୯୩ ଲକ୍ଷ ଆକ୍ଟିଭ୍‌ ମାମଲା ସହ ଉଗ୍ର ସଂକ୍ରମଣ ପରିସ୍ଥିତିକୁ ଗୋଳମାଳିଆ କରିପକାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବାସୀ ଶ୍ରମିକଙ୍କ ପାଇଁ ଯୋଗୀ ସରକାରଙ୍କ ବଡ଼ ଘୋଷଣା

ଲକ୍ଷ୍ନୌ,୨୭।୪: ଲକ୍‌ଡାଉନ ସମୟରେ ଉତ୍ତରପ୍ରଦେଶରେ ଫସିଥିବା ଅନ୍ୟ ରାଜ୍ୟର ଶ୍ରମିକଙ୍କ ପାଇଁ ଯୋଗୀ ସରକାର ସୋମବାର ବଡ଼ ଘୋଷଣା କରିଛନ୍ତି। ପ୍ରବାସୀ ଶ୍ରମିକଙ୍କୁ ଏକ ହଜାର...

ଥର୍‌ ଲିଙ୍କ୍‌ ଏକ୍ସପ୍ରେସ ବନ୍ଦକଲା ଭାରତ

ଜୟପୁର, ୧୭ା୮(ପି.ଟି.): ରାଜସ୍ଥାନର ଯୋଧପୁରରୁ ପାକିସ୍ତାନର କରାଚୀ ସହରକୁ ସଂଯୋଗ କରୁଥିବା ଥର୍‌ ଲିଙ୍କ ଏକ୍ସପ୍ରେସ ରେଳସେବାକୁ ଶୂୁକ୍ରବାର ଭାରତ ବାତିଲ କରିଛି। ଶୁକ୍ରବାରଠାରୁ ଏହି ରେଳଯାତ୍ରା...

ଆବଦ୍ଧାଞ୍ଚଳ ବାହାରେ ଲକ୍‌ଡାଉନ ମନା

ନୂଆଦିଲ୍ଲୀ, ୩୦।୮: ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳ ପ୍ରଶାସନ କଣ୍ଟେନ୍‌ମେଣ୍ଟ ଜୋନ୍‌ ବା ଆବଦ୍ଧାଞ୍ଚଳ ବାହାରେ ଲକ୍‌ଡାଉନ୍‌ ଘୋଷଣା କରିପାରିବେ ନାହିଁ। ତେବେ ଆବଦ୍ଧାଞ୍ଚଳରେ...

ବେଙ୍ଗାଲୁରୁରେ ପ୍ରବଳ ବର୍ଷା: ଜଣେ ମହିଳାଙ୍କ ମୃତ୍ୟୁ…

ବେଙ୍ଗାଲୁରୁ,୨୧।୫ : କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ ପ୍ରବଳ ବର୍ଷା ଯୋଗୁ ଜଣେ ଛୋଟ ଶିଶୁ ନିଖୋଜ ଥିବାବେଳେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ସହରରେ ରବିବାର...

ମାର୍ଚ୍ଚ-୧ରୁ କ୍ଷୀର ଲିଟର ୧୦୦ ଟଙ୍କା

ହିସାର,୨୮।୨: କୃଷି ଆଇନ ବିରୋଧରେ ଜାରି ରହିଥିବା ଆନ୍ଦୋଳନକୁ ହରିୟାଣା ଖାପ୍‌ ପଞ୍ଚାୟତର ସମର୍ଥନ ମିଳିଛି। ମାର୍ଚ୍ଚ ୧ରୁ କ୍ଷୀର ଲିଟର ପିଛା ୧୦୦ଟଙ୍କାରେ ବିକ୍ରି...

ଏଆର୍‌ଆଇଇଏସ୍‌ ସହ ଇସ୍ରୋର ଏମ୍‌ଓୟୁ: ମହାକାଶ ସମ୍ପତ୍ତିର ସୁରକ୍ଷାରେ ସହାୟକ ହେବ

ବେଙ୍ଗାଲୁରୁ,୮ା୬: ମହାକାଶରେ ବର୍ଜ୍ୟବସ୍ତୁକୁ ନେଇ ଚିନ୍ତା ବଢ଼ୁଥିବାବେଳେ ଆଷ୍ଟ୍ରୋଫିଜିକ୍ସ ଏବଂ ମହାକାଶ ସ୍ଥିତିଗତ ସଚେତନତା କ୍ଷେତ୍ରରେ ସହଯୋଗ ଲାଗି ଭାରତୀୟ ମହାକାଶ ଗବେଷଣା ପ୍ରତିଷ୍ଠାନ (ଇସ୍ରୋ)...

ମ୍ୟାନମାର୍‌ର ରାଜନୈତିକ ସ୍ଥିତି ଏକ ଆହ୍ବାନ ସୃଷ୍ଟି କରୁଛି : ଜୟଶଙ୍କର…

ଇମ୍ପାଲ,୨୬।୧୧ : ବହିର୍ବ୍ୟାପର ମନ୍ତ୍ରୀ ଏସ. ଜୟଶଙ୍କର ଶନିବାର ମଣିପୁରର ରାଜଧାନୀ ଇମ୍ପାଲରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଜୟଶଙ୍କର କହିଛନ୍ତି ଯେ ବାହ୍ୟ ପ୍ରବେଶ...

ଭାଜପା ୧୬୫ ଏବଂ କଂଗ୍ରେସ ୮୬ରେ ଆଗୁଆ

ନୂଆଦିଲ୍ଲୀ, ୨୩।୫: ଲୋକ ସଭା ନିର୍ବାଚନ ପାଇଁ ଭୋଟ ଗଣତି ଗୁରୁବାର ସକାଳ ୮ଟାରୁ ଆରମ୍ଭ ହୋଇଛି। ସକାଳ ୮ଟା ୪୫ ସୁଦ୍ଧା ଭାଜପା ୧୬୫...

Advertisement
Archives

Model This Week