ନୂଆ ବିଚାର ଓ ନୈତିକ ବିପ୍ଳବ

ବୈଜ୍ଞାନିକ ତର୍କବାଦ ଏବଂ ପ୍ରଯୁକ୍ତିଗତ ପ୍ରାଧାନ୍ୟର ବିଚାର ବା ସିଦ୍ଧାନ୍ତଗୁଡ଼ିକ ଆମକୁ ରସାତଳଗାମୀ କରିଦେଇଛି। ତେବେ ମାନବୀୟ ଖୁସି ପାଇଁ ପରିସଂସ୍ଥାକୁ ମୁଖ୍ୟ ଭାବେ ଗ୍ରହଣ କରୁଥିବା ଏବକାର ନୂଆ ବିଚାରକୁ ଆମେ ଯଦି ଗ୍ରହଣ ନ କରୁ, ସେହି ଅତଳଗର୍ଭରୁ ଆଉ ଫେରିବାର ବାଟ ପାଇବା ନାହିଁ। ଅଷ୍ଟାଦଶ ଶତାବ୍ଦୀର ୟୁରୋପରେ ଯେଉଁ ବିଚାର ପ୍ରତିଷ୍ଠିତ ହୋଇଥିଲା ତାହା ପୁରୁଣା ନୀତିକୁ ରଦ୍ଦ କରିବା ସହ ଏକ ଅସୀମ ଭବିଷ୍ୟତର ପ୍ରତିଶ୍ରୁତି ଉପରେ ତିଷ୍ଠି ରହିଥିଲା। ଲୋକେ ବିଶ୍ୱାସ କରିବାକୁ ଲାଗିଲେ ଯେ, ସେମାନଙ୍କ ଭାଗ୍ୟର ଦାୟିତ୍ୱ ନେବାକୁ ସେମାନେ ପୂରା ସ୍ବାଧୀନ ଏବଂ ଧର୍ମ, ପରମ୍ପରା ଓ ପ୍ରକୃତିର ବନ୍ଧନରୁ ମୁକ୍ତ।
ଧର୍ମୀୟ ବିଶ୍ୱାସ ବଦଳରେ ତର୍କବାଦର ଜ୍ଞାନ ସେମାନଙ୍କୁ କ୍ଷତି ଓ ଅଭାବରୁ ମୁକ୍ତ କରିପାରିବ। ଏହା ବ୍ୟତୀତ ପର୍ଯ୍ୟାପ୍ତ ଶାନ୍ତି, ସମାନତା ଏବଂ ବୈଶ୍ୱିକ ମାନବ ଅଧିକାର ପରିପୂର୍ଣ୍ଣ ଏକ ନୂଆ ପୃଥିବୀରେ ପହଞ୍ଚାଇଦେବ। ତେବେ ଅଷ୍ଟାଦଶ ଶତାବ୍ଦୀର ସେହି ବିଚାରକୁ ଦେଖିଲେ ବିଂଶ ଶତାବ୍ଦୀର ଅଭିଜ୍ଞତା କିଛି ଭିନ୍ନ ପ୍ରକାଶ କରେ। ସେହି ଦୃଷ୍ଟିକୋଣ ଅନେକ କ୍ଷେତ୍ରରେ ପ୍ରଶଂସାଯୋଗ୍ୟ ହେଲେ ବି ତ୍ରୁଟିପୂର୍ଣ୍ଣ ଥିଲା । ଏହା ମଧ୍ୟ ପରିବେଶଗତ କ୍ଷତି ଓ ନାଜି ଗଣହତ୍ୟା ଘଟଣା ପାଇଁ ଦାୟୀ । ମଣିଷ ଏବଂ ପ୍ରକୃତିର ତ୍ରୁଟିପୂର୍ଣ୍ଣ ଦ୍ୱନ୍ଦ୍ୱର ଧ୍ୱଂସକାରୀ ତର୍କ ଲଗାତର ଭାବେ ଆମ ସଭ୍ୟତା ପ୍ରତି ବିପଦ ସୃଷ୍ଟି କରିଆସୁଛି। ତେବେ ନୂଆ ବିଚାରଗତ ସିଦ୍ଧାନ୍ତ ଏହି ଦ୍ୱନ୍ଦ୍ୱାମତ୍କ ଦୃଷ୍ଟିକୋଣକୁ ନିୟନ୍ତ୍ରଣ କରିପାରିବ। ପ୍ରାଣୀ ଓ ଭବିଷ୍ୟତ ପିଢ଼ି ପ୍ରତି ଆମ ନୈତିକ କର୍ତ୍ତବ୍ୟ ସମ୍ପର୍କରେ ଏବଂ ପୃଥିବୀକୁ ବାସୋପଯୋଗୀ କରି କିିଭଳି ଆମେ ବଞ୍ଚିବା ସେ ସମ୍ପର୍କରେ ଗଭୀର ପୁନର୍ବିଚାର କରିବା ଦ୍ୱାରା ଏହା ହୋଇପାରିବ। ଆମେ ପ୍ରକୃତିରୁ ଅଲଗା ବୋଲି ନ ଭାବି ସ୍ବୀକାର କରିବାକୁ ହେବ ଯେ, ଆମେ ତା’ ଭିତରେ ହିଁ ରହିଛୁ। ଏପରି କି ଆମର ଅଧିକାଂଶ ସାଂସାରିକ କାର୍ଯ୍ୟକଳାପର ଦୀର୍ଘମିଆଦୀ ପରିଣାମ ଅଛି ବୋଲି ଗ୍ରହଣ କରିବାକୁ ପଡ଼ିବ।
ଆମେ ଯାହା ଖାଉଛୁ, ଆମେ ଯେଉଁଠି ରହୁଛୁ ଓ ଯାହା କିଛି କରୁଛୁ ସେସବୁ ପରିସଂସ୍ଥା ଓ ଅନ୍ୟ ଜୀବଙ୍କ ଉପରେ ନିର୍ଭର କରେ। ଏକ ନୂଆ ବିଚାର ତଥା ନୂଆ ବୁଝାମଣା ନୂଆ ସାମାଜିକ ସମ୍ପର୍କ ସୃଷ୍ଟି କରିବ। ଏହା ପ୍ରକୃତି ଉପରେ ଆମ ନିର୍ଭରଶୀଳତାକୁ ପ୍ରକାଶ କରିବ। ଜୈବମଣ୍ଡଳର ସୁରକ୍ଷାକୁ ଗୁରୁତ୍ୱ ଦେବା ସହ ସବୁ ଲୋକ ଓ ପ୍ରାଣୀଙ୍କୁ ପରିବେଶଗତ ନ୍ୟାୟ ଯୋଗାଇଦେଲେ ସାମାଜିକ ସମ୍ପର୍କ ସୃଷ୍ଟି କରାଯାଇପାରିବ। ତେବେ ଅନ୍ୟ ଜୀବ ଓ ପ୍ରକୃତି ସହ ନିବିଡ଼ ଭାବେ ବାନ୍ଧି ହୋଇ ରହିବାରେ ଆମ ସାଂସାରିକ ସ୍ଥିତି ଦୁର୍ବଳତା ପ୍ରକାଶ କରିଆସିଛି, ଯାହାକୁ ନୂଆ ବିଚାରରେ ଗୁରୁତ୍ୱର ସହ ନିଆଯିବା ଉଚିତ। କେବଳ ମାନବୀୟ ସ୍ବାଧୀନତାକୁ ଦୋଷ ଦେବା ଉଚିତ ନୁହେଁ। ବରଂ ଏହା ବଦଳରେ ଆମେ ମାନବ ସ୍ଥିତି ନିରୂପଣ କରିବାରେ ଭୂମିକା ନେଉଥିବା ଭୌତିକତା, ସହନଶୀଳତା ଏବଂ ପରସ୍ପର ନିର୍ଭରଶୀଳତାକୁ ସ୍ବୀକାର କରିବା ଉଚିତ। ଏଣୁ ଆମ ନୂଆ ବିଚାର ପରିସଂସ୍ଥା ଆଧାରିତ ହେବା ଦରକାର। ଗ୍ରୀକ୍‌ ଇତିହାସ ଅନୁଯାୟୀ, ପରିସଂସ୍ଥା ଆମ ପାର୍ଥିବ ଜୀବଙ୍କ ବିବେକ ବା ଚେତନତ୍ୱକୁ ଧାରଣ କରିଛି; ଯାହା ସବୁବେଳେ ଅନ୍ୟମାନଙ୍କ ସହ ଏକ ସହାବସ୍ଥାନ ଭାବେ ରହି ଆସିଛି। ସେଥିପାଇର୍ଁ ପରିସଂସ୍ଥାକୁ କେବେହେଲେ ନୂ୍ୟନ କରାଯାଇ ପରିବେଶଗତ ବିଚାର ଯଥା ଜଳବାୟୁ ପରିବର୍ତ୍ତନ, ଜୈବବିବିଧତା କିମ୍ବା ପ୍ରଦୂଷଣ ମଧ୍ୟରେ ସୀମିତ କରାଯାଇପାରିବ ନାହିଁ। ଏହାର ବି ଏକ ସାମାଜିକ ଦିଗ ରହିଛି, ଯାହା ସଂସାଧନ ଯୋଗାଣରେ ସ୍ବଚ୍ଛତା ଏବଂ ଉପତ୍ାଦନ ଧାରାରେ କିଛି ପରିବର୍ତ୍ତନ ଦାବି କରେ। ଏହାର ମଧ୍ୟ ଏକ ଅସ୍ତିତ୍ୱ ଦିଗ ଅଛି, ଯାହା ଆମ ନିଜର ଓ ପ୍ରକୃତିରେ ଆମର ସ୍ଥାନ ସମ୍ପର୍କରେ ଏକ ଗଭୀର ବୁଝାମଣା ଚାହେଁ।
ପ୍ରାକୃତିକ ପୃଥିବୀ ପ୍ରତି ଆମର ଅନିୟନ୍ତ୍ରିତ ଶୋଷଣ ଏବଂ ଦୁର୍ବଳତା ଓ ସୀମିତତାକୁ ସ୍ବୀକାର କରିବାରେ ଆମେ ବିଫଳ। ଏହାଯୋଗୁ ପରିସଂସ୍ଥା ତିଷ୍ଠି ପାରୁନାହିଁ। ତର୍କସଙ୍ଗତର ପ୍ରଭାବ, ମରଣଶୀଳତା ଓ ବିପଜ୍ଜନକ ସ୍ଥିତିକୁ ଅସ୍ବୀକାର ସହ ପ୍ରକୃତିକୁ ନିୟନ୍ତ୍ରଣ କରିବା ମାନସିକତା ଆମ ସାଧାରଣ କାର୍ଯ୍ୟଶୈଳୀ, ବଂଶବୃଦ୍ଧି ଓ ଶାସକୀୟ କାର୍ଯ୍ୟକଳାପକୁ ବଦଳାଇଦେଇ ପ୍ରକୃତି ସହ ଯୁଦ୍ଧ କରିବା ମନୋଭାବ ସୃଷ୍ଟି କରୁଛି। ଆମେ ସୀମିତତାକୁ ଜାଣି ନ ପାରିଲେ ଆମ ଅଧିକାରକୁ ରୋକିବା ଅସମ୍ଭବ ହୋଇଯିବ। ମନେରଖିବାକୁ ହେବ ଯେ, ସେହିସବୁ ଅଧିକାର ଆମକୁ ଖୁସି କରିବାକୁ ଯାହା ନାହିଁ ତାହା କରିବା ଲାଗି ଏକ ଲାଇସେନ୍‌ସ ନୁହେଁ। ବସ୍ତୁତଃ,ପରିବେଶଗତ ନୂଆ ବିଚାର ବା ସିଦ୍ଧାନ୍ତ ଆମକୁ କୃଷି ଏବଂ ଏକ ଅଧିକ ଯନତ୍ଶୀଳ ସମାଜ ସୃଷ୍ଟି କରିବାରେ କାର୍ଯ୍ୟକରୁଥିବା ସାଧାରଣ ଶ୍ରମିକମାନଙ୍କ ଭୂମିକା ଉପରେ ପୁନର୍ବିଚାର କରିବା ଲାଗି ବାଟ କଢାଇନେବା ଦରକାର। କିନ୍ତୁ ନୂଆ ବିଚାର ପ୍ରକାଶ ପାଇବା ପରଠାରୁ ପ୍ରଯୁକ୍ତିଗତ ନୂତନତ୍ୱ ଏବଂ ସହରୀକରଣ ଯୋଗୁ ମାନବୀୟ ପ୍ରଗତି କମି ଚାଲିଛି। ପୁରାତନ ଗ୍ରୀକ୍‌ ଦାର୍ଶନିକମାନେ ବିଶ୍ୱାସ କରୁଥିଲେ ଯେ, ରାଜନୈତିକ ବ୍ୟବସ୍ଥା ସହରରୁ ଆରମ୍ଭ ହୋଇଥିଲା। କାର୍ଲ ମାକ୍ସ ତାଙ୍କ କମ୍ୟୁନିଷ୍ଟ ମାନିଫେଷ୍ଟୋରେ ଗ୍ରାମୀଣ ଜୀବନକୁ ଉପେକ୍ଷାକରି ତାଙ୍କ ଅଜ୍ଞତାର ପରିଚୟ ଦେଇଥିଲେ। ଏହିଭଳି ଅନ୍ୟ ଜ୍ଞାନଦୀପ୍ତ ଦାର୍ଶନିକମାନଙ୍କ ପାଇର୍ଁ ମଧ୍ୟ କୃଷି ଶ୍ରମିକମାନେ ପଛୁଆ ବର୍ଗ ହୋଇ ରହିଯାଇଥିଲେ।
ସମ୍ପ୍ରତି ଆମକୁ ଶେଷରେ ଗାଁ ଓ କ୍ଷେତରେ ନୈତିକ ବିଳ୍ପବ ଆରମ୍ଭ କରିବାକୁ ହେବ। ଅନେକ ଆଧୁନିକ କୃଷକ ଋଣ, ଅଧିକ ସମୟ କାମକରିବା ବୋଝ ଏବଂ ପରିବେଶ ଅନୁପଯୋଗୀ କାର୍ଯ୍ୟକଳାପର ପ୍ରଭାବରେ ଥିବାବେଳେ, ଅନ୍ୟମାନେ ଏହି ସ୍ଥିତକୁ ଅଣଦେଖା କରି ନୂଆ ପରମ୍ପରା ଆପଣାଉଛନ୍ତି। ଉଦାହରଣ ସ୍ବରୂପ, ଏକକ ଫସଲ ଉପତ୍ାଦନ ବଦଳରେ ବିବିଧ କୃଷି କରାଯାଉଛି ଏବଂ ସଘନ ପଶୁଧନ ଉପତ୍ାଦନରୁ ମୁହଁ ଫେରାଇ ଫାର୍ମ ମଡେଲ ମୁହଁା ହେଉଛନ୍ତି। ସେମାନେ ଆଞ୍ଚଳିକ ସ୍ତରରେ ନିଜକୁ ସଂଗଠିତ କରୁଛନ୍ତି, ସ୍ବାସ୍ଥ୍ୟପ୍ରଦ ଖାଦ୍ୟ ବିକ୍ରି କରୁଛନ୍ତି ଏବଂ ମାର୍କେଟର ସହଯୋଗଭିତ୍ତିକ ବିଚାରଗୁଡ଼ିକ ଆଣୁଛନ୍ତି। ସେମାନଙ୍କ ପ୍ରୟାସ ଅବହେଳିତ ତଥା ପଛୁଆ ଅଞ୍ଚଳଗୁଡ଼ିକୁ ସଶକ୍ତ କରିବାରେ ସାହାଯ୍ୟ କରୁଛି। ହେଲେ ପ୍ରକୃତ ସମସ୍ୟାକୁ ଏଡାଇ ଯାଉଛନ୍ତି।
ପ୍ରକୃତିର ଯନତ୍ କହିଲେ ବିଶ୍ୱକୁ ଉପତ୍ାଦନକ୍ଷମ କରିବା ସହ ପ୍ରତ୍ୟେକଟି କାର୍ଯ୍ୟର ସୁସଞ୍ଚାଳନକୁ ବୁଝାଏ। ଏହା ସହ ଗ୍ରାମାଞ୍ଚଳ ଓ ତା’ ପାଖାପାଖି ଅଞ୍ଚଳକୁ ପରିବର୍ତ୍ତନ କରିବା ସମସ୍ତ କାର୍ଯ୍ୟକଳାପ ମଧ୍ୟ ଏହାର ଅନ୍ତର୍ଭୁକ୍ତ। ଏଣୁ ଆମେ ଏଥିରେ ଉନ୍ନତି ଆଣିପାରିବା। ପ୍ରକୃତି ଓ ଅନ୍ୟମାନଙ୍କ ପ୍ରତି ଗଭୀର ଶ୍ରଦ୍ଧା ଓ ଯନତ୍ ପ୍ରଦର୍ଶନ ପୂର୍ବକ ଯେଉଁମାନେ ପରିବେଶ ଉପଯୋଗୀ କୃଷି କରି ମୂଲ୍ୟବୋଧତାର ପରିଚୟ ଦେଉଛନ୍ତି ତାହାକୁ ଆମ ନୂଆ ବିଚାରରେ ଗୁରୁତ୍ୱ ଦେବା ଉଚିତ। ସବୁ ଦେଶର ସରକାର ଏବଂ ୟୁରୋପୀୟ ସଂଘ ଇଣ୍ଡଷ୍ଟ୍ରିଆଲ ଫାର୍ମଗୁଡ଼ିକୁ ଅତ୍ୟଧିକ ସବ୍‌ସିଡ଼ି ଦେବା ବଦଳରେ ସେମାନଙ୍କୁ ସହଯୋଗ କରିବା ଆବଶ୍ୟକ। ଏହି କୃଷକମାନେ ଏବଂ ଯେଉଁମାନେ ଏକ ଯନତ୍ଶୀଳ ପୃଥିବୀ ପାଇଁ ଆଶା ରଖିଛନ୍ତି ସେମାନେ ଶାନ୍ତ ଶ୍ରମିକ ଏବଂ ନୂଆ ବିଚାରରେ ଅଣଦେଖା ଗୋଷ୍ଠୀ ହୋଇ ରହିଛନ୍ତି। ଜଳବାୟୁ ପରିବର୍ତ୍ତନ, ଯୁଦ୍ଧ, ଋଣ ଖିଲାପ ଏବଂ ଅନ୍ୟାନ୍ୟ ସଙ୍କଟରୁ ବଞ୍ଚିବାକୁ ହେଲେ ଆମକୁ ସେମାନଙ୍କ ସୃଜନଶୀଳତା ଆବଶ୍ୟକତା। ଊନବିଂଶ ଶତାବ୍ଦୀରେ ଭଲରେ ବଞ୍ଚିବାକୁ ହେଲେ ଆମକୁ ସେମାନଙ୍କଠାରୁ ବହୁତ କିଛି ଶିଖିବାର ଅଛି।

– କୋରିନ୍‌ ପିଲୁଚୋନ୍‌
ପ୍ରାଧ୍ୟାପକ, ଦର୍ଶନଶାସ୍ତ୍ର,
ଗୁସ୍ତାଭେ ଇଫେଲ ବିଶ୍ୱବିଦ୍ୟାଳୟ


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

ଆସ, ଗଢ଼ିବା ବିଦ୍ୟାଳୟ

କିଛି ଦିନ ତଳେ ଜଣେ ବନ୍ଧୁ କଥା ପ୍ରସଙ୍ଗରେ କହିଲେ, ସନ୍ତାନସନ୍ତତିଙ୍କ ପାଠପଢ଼ାକୁ ନେଇ ପରୀକ୍ଷା ନିରୀକ୍ଷା କରିହେବ ନାହିଁ। ସ୍ବାଧୀନତା ପରେ ପାଖାପାଖି ପଚାଶ ବର୍ଷ…

ଆକାଶର ତାରା

ବାପଛେଉଣ୍ଡ ପିଲାଟି ଯେତେବେଳେ ମା’କୁ ବାପା କାହାନ୍ତି ବୋଲି ପଚାରେ, ମା’ତାକୁ ଅନେକ କଥା କହି ବୁଝାଇଦିଅନ୍ତି। ଆଜି ଆସିବେ, କାଲି ଆସିବେ, ଅମୁକ ଜାଗାକୁ ଯାଇଛନ୍ତି…

ସୁଶ୍ରୁତଙ୍କ ଶଲ୍ୟଚିକିତ୍ସା

ଭାରତର ପ୍ରାୟ ପ୍ରତ୍ୟେକ ପାରିବାରିକ ସମାବେଶରେ କେହି ନା କେହି ଦାବି କରନ୍ତି ଯେ ପ୍ରାଚୀନ ଭାରତୀୟଙ୍କ ପାଖରେ ପ୍ଲାଷ୍ଟିକ୍‌ ସର୍ଜରି, ଟେଷ୍ଟଟ୍ୟୁବ୍‌ ବେବି ଏବଂ ବିମାନ…

ସନ୍ତାନ ବତ୍ସଳତା

ଅମୃତ କାଳରେ ଅସହାୟତାର ଦୌଡ଼ ଜୀବନର ଦୌଡ଼ରେ ସମସ୍ତଙ୍କ ପାଖରେ ସମାନ ସୁଯୋଗ ନ ଥାଏ। କାହା ପାଖରେ ଦାମୀ ଜୋତା ଥାଏ, କାହା ପାଖରେ ଆଧୁନିକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?