ଅମୃତ ସମାନ ଅମ୍ଳଜାନ

ବୈଷ୍ଣବ ମେହେର

ମାନବ ସମାଜକୁ ଭୟ ଓ ଆତଙ୍କ ଭିତରେ ରଖିଥିବା କରୋନାର ଦ୍ୱିତୀୟ ଲହର ଦିନକୁଦିନ ସାଂଘାତିକ ରୂପ ନେବାରେ ଲାଗିଛି l ବିଶେଷଜ୍ଞଙ୍କ ଆକଳନ ଅନୁସାରେ ମେ’ ମାସ ଶେଷ କିମ୍ବା ଜୁନ୍‌ ପ୍ରଥମାର୍ଦ୍ଧରେ ସଂକ୍ରମଣର ଲହର ଶୀର୍ଷ ଛୁଇଁବ l ଅର୍ଥାତ ସଂକ୍ରମଣ ମାତ୍ରା ଆସନ୍ତା କିଛି ସପ୍ତାହ ଯାଏ ଅଧିକ ପ୍ରଖର ହେବ l ଏବେ ଗୁରୁତର ରୋଗୀଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଆନୁଷଙ୍ଗିକ ବ୍ୟବସ୍ଥାରେ ଘୋର ସମସ୍ୟା ଦେଖାଦେଉଛି l ଦେଶରେ କେବଳ ଟିକା ଅଭାବ ନୁହେଁ ଅନେକ ସ୍ଥାନରେ ବେଡ୍‌, ଔଷଧ, ଭେଣ୍ଟିଲେଟର, ଆଇସିୟୁର ଅଭାବ ସହ ବିଶେଷକରି ଜୀବନ ରକ୍ଷାକାରୀ ଅମ୍ଳଜାନର ଅଭାବ ଏକ ଅଭାବନୀୟ ସ୍ଥିତି ସୃଷ୍ଟି କରୁଛି l
କରୋନାରେ ଆକ୍ରାନ୍ତ ରୋଗୀ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ସୃଷ୍ଟି ହେବା କରୋନାର ମୁଖ୍ୟ ଓ ଗୁରୁତର ଲକ୍ଷଣ ବୋଲି କୁହାଯାଉଛି l ତେଣୁକରି ଗୁରୁତର କରୋନା ରୋଗୀଙ୍କୁ ଭେଣ୍ଟିଲେଟର ସୁବିଧା ଦେବା ନିହାତି ଆବଶ୍ୟକ ହୋଇଥାଏ l
ଭେଣ୍ଟିଲେଟର ଶରୀରର ଫୁସ୍‌ଫୁସ ସହ କାମ କରିଥାଏ l ଭେଣ୍ଟିଲେଟର ସହିତ ସଂଲଗ୍ନ ଗ୍ୟାସ୍‌ ଟ୍ୟୁବ ମାଧ୍ୟମରେ କରୋନା ଆକ୍ରାନ୍ତଙ୍କୁ କୃତ୍ରିମ ଉପାୟରେ ଆବଶ୍ୟକ ଅମ୍ଳଜାନ ଯୋଗାଇ ଦିଆଯାଇଥାଏ l
ଫଳରେ କରୋନା ଆକ୍ରାନ୍ତଙ୍କ ଦେହରେ ଆବଶ୍ୟକ ଅମ୍ଳଜାନ ପହଞ୍ଚି ପାରିଥାଏ। ବର୍ତ୍ତମାନ ଏତେସଂଖ୍ୟକ କରୋନା ରୋଗୀଙ୍କ ଶ୍ୱାସ ପ୍ରକ୍ରିୟାକୁ ସ୍ବାଭାବିକ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ଯୋଗାଣ ନିହାତି ଜରୁରୀ ହୋଇପଡ଼ିଛି। ନିକଟରେ ମଧ୍ୟପ୍ରଦେଶର ସହଡ଼ୋଲ ମେଡ଼ିକାଲ କଲେଜରେ ଅମ୍ଳଜାନ ଅଭାବରୁ ୧୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଖବର ଆସିଥିଲା। ଅନ୍ୟ ଏକ ଘଟଣାରେ ଗତ ମଙ୍ଗଳବାର ଭୋପାଳର ପିପୁଲ୍ସ ମେଡ଼ିକାଲ କଲେଜରେ ଅମ୍ଳଜାନ ଅଭାବ କାରଣରୁ ୧୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଯାଇଛି।
ଗତ ଦୁଇ ସପ୍ତାହରେ କେବଳ ମଧ୍ୟପ୍ରଦେଶରେ ଅମ୍ଳଜାନ ଅଭାବ ଘଟି ୫୬ ଜଣ କରୋନା ରୋଗୀଙ୍କ ଅକାଳ ବିୟୋଗ ଘଟିଛି l କିନ୍ତୁ ବୁଧବାର ମହାରାଷ୍ଟ୍ରର ଡାକ୍ତର ଜାକିର ହୁସେନ୍‌ ହସ୍‌ପିଟାଲଠାରେ ଅମ୍ଳଜାନ ନ ପାଇ ୨୪ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିବା ଅତ୍ୟନ୍ତ ଦୁଃଖଦାୟକ ବୋଲି କୁହାଯାଇପାରେ। ଅକ୍ସିଜେନ ଟ୍ୟାଙ୍କର ଲିକ୍‌ ଯୋଗୁ ଏଠାରେ ସପ୍ଲାଇ ବନ୍ଦ ଥିବା କାରଣରୁ ହଠାତ ଜୀବନ ରକ୍ଷାକାରୀ ଅମ୍ଳଜାନର ଅଭାବ ଘଟିଥିବା କୁହାଯାଉଛି l ସର୍ବାଧିକ କରୋନା ପ୍ରଭାବିତ ବାର ଗୋଟି ରାଜ୍ୟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ଗୁଜରାଟ, ଦିଲ୍ଲୀ, ଉତ୍ତରପ୍ରଦେଶ, କର୍ନାଟକ, କେରଳ, ପଞ୍ଜାବ, ହରିୟାଣା, ତାମିଲନାଡ଼ୁରେ କରୋନା ସ୍ଥିତି ଅଧିକ ସାଂଘାତିକ ହେଉଥିବା ସହ ଅବଶିଷ୍ଟ ଦେଶରେ ମଧ୍ୟ ଆଶାଧିକ ରୋଗୀ ଚିହ୍ନଟ ହେଉଥିବାରୁ ଆଗକୁ ଅମ୍ଳଜାନ ସଙ୍କଟ ଆହୁରି ଜଟିଳ ହୋଇପାରେ ବୋଲି ଆଶଙ୍କା ସୃଷ୍ଟିହେବା ସ୍ବାଭାବିକ। ଦେଶର ବିଭିନ୍ନ ଡାକ୍ତରଖାନାରେ ଅମ୍ଳଜାନ ପାଇବା ପାଇଁ ରୋଗୀଙ୍କ ପରିବାର ଲୋକ ଲମ୍ବା ଲାଇନ ଲଗାଇଥିବା ଚିତ୍ର ସାମ୍‌ନାକୁ ଆସିଛି। ଏଭଳି ପରିସ୍ଥିତିରେ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ଉପଲବ୍ଧ କରାଯାଇ ପାରିଲେ ହିଁ କରୋନାଜନିତ ଉପଚାର ସମ୍ଭବ ହେବ ଏବଂ କରୋନା ମୃତ୍ୟୁ ହାରକୁ ନିୟନ୍ତ୍ରଣ କରିହେବ।
ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ଘଟି ଚାଲିଛି। ଦେଶର ଜନସଂଖ୍ୟାକୁ ଦୃଷ୍ଟି ଦେଲେ ଏହି ମାତ୍ରା ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି l ରୋଗୀ ହାର ଅନୁସାରେ ଅମ୍ଳଜାନର ଚାହିଦାରେ ମଧ୍ୟ ଆଶାନୁରୂପ ବୃଦ୍ଧି ଘଟିବ l ମହାମାରୀ କରୋନା ପୂର୍ବରୁ ଦେଶର ହସ୍ପିଟାଲ ଓ କେୟାର ସେଣ୍ଟରଗୁଡ଼ିକ ପାଇଁ ୯୦୦ ଟନ୍‌ ଅମ୍ଳଜାନ ଆବଶ୍ୟକ ହେଉଥିଲା l କରୋନାର ପ୍ରଥମ ଲହର ସମୟରେ ଅମ୍ଳଜାନର ଆବଶ୍ୟକତା ୧୩୦୦ ଟନ୍‌କୁ ବୃଦ୍ଧି ପାଇଥିଲା l
ଭାରତରେ ପ୍ରାୟ ୫୦୦ କାରଖାନା ରହିଛି ଯେଉଁଠି ବାୟୁରୁ ଅମ୍ଳଜାନ ଟାଣି ତାହାକୁ ଶୋଧନ କରାଯାଇ ବ୍ୟବହାର ଉପଯୋଗୀ କରାଯାଇଥାଏ l
ଯଦି ଆମେ ଓଡ଼ିଶାର କଥା କହିବା ତେବେ ପ୍ରଥମ ଲହରର ସର୍ବାଧିକ ସଂକ୍ରମଣ (ପିକ୍‌) ସମୟରେ ଓଡ଼ିଶାରେ ସର୍ବାଧିକ ୧୬୧ ଲକ୍ଷ ଲିଟର ଅମ୍ଳଜାନର ଆବଶ୍ୟକତା ହେଉଥିଲା l ବର୍ତ୍ତମାନ ସଂକ୍ରମଣର ଦ୍ବିତୀୟ ଲହରରେ ଆଗକୁ ଓଡ଼ିଶାରେ ଦୈନିକ ୧୦ ହଜାରରୁ ଅଧିକ ସଂକ୍ରମଣ ଚିହ୍ନଟ ହେବେ ବୋଲି ଆଶଙ୍କା କରାଯାଉଛି l ପ୍ରଥମ ଲହରର ପିକ୍‌ ସମୟରେ ଯେଉଁଠି ୮୦୦ ରୋଗୀଙ୍କୁ ଅମ୍ଳଜାନର ଆବଶ୍ୟକ ପଡ଼ୁଥିଲା ଏବେ ସେଠି ୧୮୦୦ ରୁ ୨୦୦୦ ରୋଗୀଙ୍କୁ ଅମ୍ଳଜାନର ଆବଶ୍ୟକତା ପଡ଼ିବ ବୋଲି କୁହାଯାଉଛି l ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଗାଇଡ଼ଲାଇନ୍‌ ଅନୁସାରେ ପ୍ରତି ୧୦୦ ରୋଗୀଙ୍କ ପାଇଁ ଘଣ୍ଟାକୁ ୯୦ ହଜାର ଲିଟର ଅମ୍ଳଜାନ ଦରକାର ପଡ଼ିବ l ଅର୍ଥାତ ଦିନକୁ ପାଖାପାଖି ୨୨ଲକ୍ଷ ଲିଟର ଅମ୍ଳଜାନ ଆବଶ୍ୟକ ପଡ଼ିବ l ଏହି ହିସାବରେ ଦୁଇ ହଜାର ରୋଗୀଙ୍କ ପାଇଁ ୪୪୦ ଲକ୍ଷ ଲିଟର ଅମ୍ଳଜାନ ଦରକାର ହେବ l
କରୋନାକାଳରେ ଅମ୍ଳଜାନର ଉତ୍ପାଦନକୁ ବୃଦ୍ଧି କରାଯାଇ ଏହାର ସୁଷମ ଯୋଗାଣକୁ ଅଧିକ ଗୁରୁତ୍ୱ ଦିଆଯିବା ବର୍ତ୍ତମାନର ସବୁଠାରୁ ବଡ଼ ଆହ୍ବାନ ହୋଇଛି l ମହାମାରୀ କରୋନା ରୋଗର ଉପଚାର ପାଇଁ ଅମ୍ଳଜାନ ହିଁ ଅମୃତ ଭଳି ଉପଯୋଗ ହେଉଛି l
ଜୀବିକା ଅପେକ୍ଷା ଜୀବନର ଗୁରୁତ୍ୱ ଅଧିକ ଥିବାରୁ ଶିଳ୍ପସଂସ୍ଥା ଆଦି କ୍ଷେତ୍ରରେ ଅମ୍ଳଜାନର ବିନିଯୋଗକୁ ସୀମିତ କରି ପ୍ରଥମେ ମଣିଷ ଜୀବନ ରକ୍ଷା ଦିଗରେ ଅମ୍ଳଜାନର ବ୍ୟବହାରକୁ ସୁନିଶ୍ଚିତ କରାଗଲେ ଏହା ଲକ୍ଷ ଲକ୍ଷ କରୋନା ରୋଗୀଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣି ପାରିବ l
ଶିକ୍ଷକ, ସିନାପାଲି, ନୂଆପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri