ଅମୃତ ସମାନ ଅମ୍ଳଜାନ

ବୈଷ୍ଣବ ମେହେର

ମାନବ ସମାଜକୁ ଭୟ ଓ ଆତଙ୍କ ଭିତରେ ରଖିଥିବା କରୋନାର ଦ୍ୱିତୀୟ ଲହର ଦିନକୁଦିନ ସାଂଘାତିକ ରୂପ ନେବାରେ ଲାଗିଛି l ବିଶେଷଜ୍ଞଙ୍କ ଆକଳନ ଅନୁସାରେ ମେ’ ମାସ ଶେଷ କିମ୍ବା ଜୁନ୍‌ ପ୍ରଥମାର୍ଦ୍ଧରେ ସଂକ୍ରମଣର ଲହର ଶୀର୍ଷ ଛୁଇଁବ l ଅର୍ଥାତ ସଂକ୍ରମଣ ମାତ୍ରା ଆସନ୍ତା କିଛି ସପ୍ତାହ ଯାଏ ଅଧିକ ପ୍ରଖର ହେବ l ଏବେ ଗୁରୁତର ରୋଗୀଙ୍କ ଚିକିତ୍ସା ନିମନ୍ତେ ଡାକ୍ତରଖାନାରେ ଆନୁଷଙ୍ଗିକ ବ୍ୟବସ୍ଥାରେ ଘୋର ସମସ୍ୟା ଦେଖାଦେଉଛି l ଦେଶରେ କେବଳ ଟିକା ଅଭାବ ନୁହେଁ ଅନେକ ସ୍ଥାନରେ ବେଡ୍‌, ଔଷଧ, ଭେଣ୍ଟିଲେଟର, ଆଇସିୟୁର ଅଭାବ ସହ ବିଶେଷକରି ଜୀବନ ରକ୍ଷାକାରୀ ଅମ୍ଳଜାନର ଅଭାବ ଏକ ଅଭାବନୀୟ ସ୍ଥିତି ସୃଷ୍ଟି କରୁଛି l
କରୋନାରେ ଆକ୍ରାନ୍ତ ରୋଗୀ ନିଃଶ୍ୱାସ ପ୍ରଶ୍ୱାସ ନେବାରେ ଅସୁବିଧା ସୃଷ୍ଟି ହେବା କରୋନାର ମୁଖ୍ୟ ଓ ଗୁରୁତର ଲକ୍ଷଣ ବୋଲି କୁହାଯାଉଛି l ତେଣୁକରି ଗୁରୁତର କରୋନା ରୋଗୀଙ୍କୁ ଭେଣ୍ଟିଲେଟର ସୁବିଧା ଦେବା ନିହାତି ଆବଶ୍ୟକ ହୋଇଥାଏ l
ଭେଣ୍ଟିଲେଟର ଶରୀରର ଫୁସ୍‌ଫୁସ ସହ କାମ କରିଥାଏ l ଭେଣ୍ଟିଲେଟର ସହିତ ସଂଲଗ୍ନ ଗ୍ୟାସ୍‌ ଟ୍ୟୁବ ମାଧ୍ୟମରେ କରୋନା ଆକ୍ରାନ୍ତଙ୍କୁ କୃତ୍ରିମ ଉପାୟରେ ଆବଶ୍ୟକ ଅମ୍ଳଜାନ ଯୋଗାଇ ଦିଆଯାଇଥାଏ l
ଫଳରେ କରୋନା ଆକ୍ରାନ୍ତଙ୍କ ଦେହରେ ଆବଶ୍ୟକ ଅମ୍ଳଜାନ ପହଞ୍ଚି ପାରିଥାଏ। ବର୍ତ୍ତମାନ ଏତେସଂଖ୍ୟକ କରୋନା ରୋଗୀଙ୍କ ଶ୍ୱାସ ପ୍ରକ୍ରିୟାକୁ ସ୍ବାଭାବିକ ରଖିବା ପାଇଁ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ଯୋଗାଣ ନିହାତି ଜରୁରୀ ହୋଇପଡ଼ିଛି। ନିକଟରେ ମଧ୍ୟପ୍ରଦେଶର ସହଡ଼ୋଲ ମେଡ଼ିକାଲ କଲେଜରେ ଅମ୍ଳଜାନ ଅଭାବରୁ ୧୨ ଜଣ କରୋନା ରୋଗୀଙ୍କ ମୃତ୍ୟୁ ହୋଇଥିବା ଖବର ଆସିଥିଲା। ଅନ୍ୟ ଏକ ଘଟଣାରେ ଗତ ମଙ୍ଗଳବାର ଭୋପାଳର ପିପୁଲ୍ସ ମେଡ଼ିକାଲ କଲେଜରେ ଅମ୍ଳଜାନ ଅଭାବ କାରଣରୁ ୧୦ ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଯାଇଛି।
ଗତ ଦୁଇ ସପ୍ତାହରେ କେବଳ ମଧ୍ୟପ୍ରଦେଶରେ ଅମ୍ଳଜାନ ଅଭାବ ଘଟି ୫୬ ଜଣ କରୋନା ରୋଗୀଙ୍କ ଅକାଳ ବିୟୋଗ ଘଟିଛି l କିନ୍ତୁ ବୁଧବାର ମହାରାଷ୍ଟ୍ରର ଡାକ୍ତର ଜାକିର ହୁସେନ୍‌ ହସ୍‌ପିଟାଲଠାରେ ଅମ୍ଳଜାନ ନ ପାଇ ୨୪ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିବା ଅତ୍ୟନ୍ତ ଦୁଃଖଦାୟକ ବୋଲି କୁହାଯାଇପାରେ। ଅକ୍ସିଜେନ ଟ୍ୟାଙ୍କର ଲିକ୍‌ ଯୋଗୁ ଏଠାରେ ସପ୍ଲାଇ ବନ୍ଦ ଥିବା କାରଣରୁ ହଠାତ ଜୀବନ ରକ୍ଷାକାରୀ ଅମ୍ଳଜାନର ଅଭାବ ଘଟିଥିବା କୁହାଯାଉଛି l ସର୍ବାଧିକ କରୋନା ପ୍ରଭାବିତ ବାର ଗୋଟି ରାଜ୍ୟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ଗୁଜରାଟ, ଦିଲ୍ଲୀ, ଉତ୍ତରପ୍ରଦେଶ, କର୍ନାଟକ, କେରଳ, ପଞ୍ଜାବ, ହରିୟାଣା, ତାମିଲନାଡ଼ୁରେ କରୋନା ସ୍ଥିତି ଅଧିକ ସାଂଘାତିକ ହେଉଥିବା ସହ ଅବଶିଷ୍ଟ ଦେଶରେ ମଧ୍ୟ ଆଶାଧିକ ରୋଗୀ ଚିହ୍ନଟ ହେଉଥିବାରୁ ଆଗକୁ ଅମ୍ଳଜାନ ସଙ୍କଟ ଆହୁରି ଜଟିଳ ହୋଇପାରେ ବୋଲି ଆଶଙ୍କା ସୃଷ୍ଟିହେବା ସ୍ବାଭାବିକ। ଦେଶର ବିଭିନ୍ନ ଡାକ୍ତରଖାନାରେ ଅମ୍ଳଜାନ ପାଇବା ପାଇଁ ରୋଗୀଙ୍କ ପରିବାର ଲୋକ ଲମ୍ବା ଲାଇନ ଲଗାଇଥିବା ଚିତ୍ର ସାମ୍‌ନାକୁ ଆସିଛି। ଏଭଳି ପରିସ୍ଥିତିରେ ପର୍ଯ୍ୟାପ୍ତ ପରିମାଣର ଅମ୍ଳଜାନ ଉପଲବ୍ଧ କରାଯାଇ ପାରିଲେ ହିଁ କରୋନାଜନିତ ଉପଚାର ସମ୍ଭବ ହେବ ଏବଂ କରୋନା ମୃତ୍ୟୁ ହାରକୁ ନିୟନ୍ତ୍ରଣ କରିହେବ।
ଭାରତରେ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ଘଟି ଚାଲିଛି। ଦେଶର ଜନସଂଖ୍ୟାକୁ ଦୃଷ୍ଟି ଦେଲେ ଏହି ମାତ୍ରା ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି l ରୋଗୀ ହାର ଅନୁସାରେ ଅମ୍ଳଜାନର ଚାହିଦାରେ ମଧ୍ୟ ଆଶାନୁରୂପ ବୃଦ୍ଧି ଘଟିବ l ମହାମାରୀ କରୋନା ପୂର୍ବରୁ ଦେଶର ହସ୍ପିଟାଲ ଓ କେୟାର ସେଣ୍ଟରଗୁଡ଼ିକ ପାଇଁ ୯୦୦ ଟନ୍‌ ଅମ୍ଳଜାନ ଆବଶ୍ୟକ ହେଉଥିଲା l କରୋନାର ପ୍ରଥମ ଲହର ସମୟରେ ଅମ୍ଳଜାନର ଆବଶ୍ୟକତା ୧୩୦୦ ଟନ୍‌କୁ ବୃଦ୍ଧି ପାଇଥିଲା l
ଭାରତରେ ପ୍ରାୟ ୫୦୦ କାରଖାନା ରହିଛି ଯେଉଁଠି ବାୟୁରୁ ଅମ୍ଳଜାନ ଟାଣି ତାହାକୁ ଶୋଧନ କରାଯାଇ ବ୍ୟବହାର ଉପଯୋଗୀ କରାଯାଇଥାଏ l
ଯଦି ଆମେ ଓଡ଼ିଶାର କଥା କହିବା ତେବେ ପ୍ରଥମ ଲହରର ସର୍ବାଧିକ ସଂକ୍ରମଣ (ପିକ୍‌) ସମୟରେ ଓଡ଼ିଶାରେ ସର୍ବାଧିକ ୧୬୧ ଲକ୍ଷ ଲିଟର ଅମ୍ଳଜାନର ଆବଶ୍ୟକତା ହେଉଥିଲା l ବର୍ତ୍ତମାନ ସଂକ୍ରମଣର ଦ୍ବିତୀୟ ଲହରରେ ଆଗକୁ ଓଡ଼ିଶାରେ ଦୈନିକ ୧୦ ହଜାରରୁ ଅଧିକ ସଂକ୍ରମଣ ଚିହ୍ନଟ ହେବେ ବୋଲି ଆଶଙ୍କା କରାଯାଉଛି l ପ୍ରଥମ ଲହରର ପିକ୍‌ ସମୟରେ ଯେଉଁଠି ୮୦୦ ରୋଗୀଙ୍କୁ ଅମ୍ଳଜାନର ଆବଶ୍ୟକ ପଡ଼ୁଥିଲା ଏବେ ସେଠି ୧୮୦୦ ରୁ ୨୦୦୦ ରୋଗୀଙ୍କୁ ଅମ୍ଳଜାନର ଆବଶ୍ୟକତା ପଡ଼ିବ ବୋଲି କୁହାଯାଉଛି l ବିଶ୍ୱ ସ୍ବାସ୍ଥ୍ୟ ସଂଗଠନର ଗାଇଡ଼ଲାଇନ୍‌ ଅନୁସାରେ ପ୍ରତି ୧୦୦ ରୋଗୀଙ୍କ ପାଇଁ ଘଣ୍ଟାକୁ ୯୦ ହଜାର ଲିଟର ଅମ୍ଳଜାନ ଦରକାର ପଡ଼ିବ l ଅର୍ଥାତ ଦିନକୁ ପାଖାପାଖି ୨୨ଲକ୍ଷ ଲିଟର ଅମ୍ଳଜାନ ଆବଶ୍ୟକ ପଡ଼ିବ l ଏହି ହିସାବରେ ଦୁଇ ହଜାର ରୋଗୀଙ୍କ ପାଇଁ ୪୪୦ ଲକ୍ଷ ଲିଟର ଅମ୍ଳଜାନ ଦରକାର ହେବ l
କରୋନାକାଳରେ ଅମ୍ଳଜାନର ଉତ୍ପାଦନକୁ ବୃଦ୍ଧି କରାଯାଇ ଏହାର ସୁଷମ ଯୋଗାଣକୁ ଅଧିକ ଗୁରୁତ୍ୱ ଦିଆଯିବା ବର୍ତ୍ତମାନର ସବୁଠାରୁ ବଡ଼ ଆହ୍ବାନ ହୋଇଛି l ମହାମାରୀ କରୋନା ରୋଗର ଉପଚାର ପାଇଁ ଅମ୍ଳଜାନ ହିଁ ଅମୃତ ଭଳି ଉପଯୋଗ ହେଉଛି l
ଜୀବିକା ଅପେକ୍ଷା ଜୀବନର ଗୁରୁତ୍ୱ ଅଧିକ ଥିବାରୁ ଶିଳ୍ପସଂସ୍ଥା ଆଦି କ୍ଷେତ୍ରରେ ଅମ୍ଳଜାନର ବିନିଯୋଗକୁ ସୀମିତ କରି ପ୍ରଥମେ ମଣିଷ ଜୀବନ ରକ୍ଷା ଦିଗରେ ଅମ୍ଳଜାନର ବ୍ୟବହାରକୁ ସୁନିଶ୍ଚିତ କରାଗଲେ ଏହା ଲକ୍ଷ ଲକ୍ଷ କରୋନା ରୋଗୀଙ୍କୁ ମୃତ୍ୟୁମୁଖରୁ ଫେରାଇ ଆଣି ପାରିବ l
ଶିକ୍ଷକ, ସିନାପାଲି, ନୂଆପଡ଼ା


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

ଅଦେଖା ଆଖି

ଆଜିକାଲି ସୁବିସ୍ତୃତ ଭୂମି ଉପରେ କିଛି ଅଧିକୃତ ସ୍ଥାନରେ କାହିଁ କେତେ ବାସଗୃହ ନିର୍ମିତ ହୋଇଛି ଏବଂ ହେଉଛି ମଧ୍ୟ। କେଉଁଠି ବାସଗୃହ ବା ଘରଟି ଏକ…

ପୃଥୁଙ୍କ ଗାଈ, ଅଶୋକଙ୍କ ସିଂହ

ପ୍ରାୟ ଏକ ହଜାର ବର୍ଷ ପୂର୍ବେ ରାଜଶେଖର ‘କାବ୍ୟମୀମାଂସା’ ରଚନା କରିଥିଲେ। ସେତେବେଳେ ଆର୍ଯ୍ୟାବର୍ତ୍ତ ହିମାଳୟଠାରୁ ବିନ୍ଧ୍ୟ ପର୍ବତମାଳା ପର୍ଯ୍ୟନ୍ତ ବିସ୍ତୃତ ଥିଲା। ପୂର୍ବ ଓ ପଶ୍ଚିମ…

ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?