ବିକାଶ ଆକଳନର ନୂଆ ମାନଦଣ୍ଡ

ମ୍ୟାକ୍ସଓ୍ବେଲ ଗୋମେରା

ବିଶ୍ୱର ପ୍ରାୟ ୧୫ କୋଟିରୁ ଊର୍ଦ୍ଧ୍ୱ ଲୋକ କରୋନା ମହାମାରୀରେ ପୀଡ଼ିତ। ଏହି ସଂଖ୍ୟା କାନାଡା, ଫ୍ରାନ୍ସ ଓ ଇଂଲଣ୍ଡର ମୋଟ ଜନସଂଖ୍ୟା ସହ ପାଖାପାଖି ସମାନ। ଗତ ବର୍ଷେ ହେଲାଣି ଉକ୍ତ ମହାମାରୀ ସମସ୍ତଙ୍କୁ ଦାରିଦ୍ର୍ୟ ଭିତରକୁ ଠେଲି ଦେଇଛି। ଫଳରେ କେତେକ ସରକାର କୋଭିଡ୍‌ -୧୯ ମୁକାବିଲା ଲାଗି ଅଭୂତପୂର୍ବ ଭାବେ ପ୍ରଚୁର ଅର୍ଥ ବ୍ୟୟ କରୁଛନ୍ତି। ମହାମାରୀଜନିତ ପରିସ୍ଥିତିରେ ଉଦ୍ଧାର ଏବଂ ପ୍ରୋତ୍ସାହନ ବାବଦରେ କେବଳ ୨୦୨୦ରେ ୧୪.୬ ଟ୍ରିଲିଅନ୍‌ ଡଲାରର ଆର୍ଥିକ ପ୍ୟାକେଜ ଘୋଷଣା କରାଯାଇଛି। କିନ୍ତୁ ମିଳିତ ଜାତିସଂଘ ପରିବେଶ କାର୍ଯ୍ୟକ୍ରମ (ୟୁଏନ୍‌ଇପି) ଓ ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟର ଏକ ଅଧ୍ୟୟନଭିତ୍ତିକ ରିପୋର୍ଟ ସୂଚିତ କରିଛି ଯେ ,କୋଭିଡ୍‌ ଜନିତ କ୍ଷତି ଭରଣା କରି ପରିସ୍ଥିତି ସୁଧାରିବା ପାଇଁ ଯାହା ନିବେଶ କରାଯାଇଛି ସେଥିମଧ୍ୟରୁ ମାତ୍ର ୧୮ ପ୍ରତିଶତ ‘ଗ୍ରୀନ୍‌’ ଅର୍ଥାତ ପରିବେଶ ଉପଯୋଗୀ । ଏହା ହିଁ ସମସ୍ୟା।
ବିଭିନ୍ନ ଦେଶର ସରକାର ଶୀଘ୍ର ଆର୍ଥିକ ବ୍ୟବସ୍ଥାରେ ସୁଧାର ଆଣିବାକୁ ଚାହୁଁଥିବାରୁ ସେମାନଙ୍କୁ ମାନବ ପ୍ରଗତି ଓ କଲ୍ୟାଣର ମାନଦଣ୍ଡ ବଦଳାଇବାକୁ ହେବ। ନ ହେଲେ ସେମାନେ କରୁଥିବା ବିପୁଳ ନିବେଶ ବ୍ୟାପକ ତାରତମ୍ୟ ସୃଷ୍ଟି କରିବ ଏବଂ ଏହା ପରିବେଶର କ୍ଷତିକରିବ। ଏଭଳି କ୍ଷତି କୋଭିଡ୍‌ -୧୯ ଲାଗି ଭିତ୍ତି ସୃଷ୍ଟି କରିଛି। ଅବକ୍ଷୟମୁଖୀ ପରିବେଶ ଓ ବନ୍ୟଜନ୍ତୁ ତଥା ମଣିଷ ମଧ୍ୟରେ ବଢୁଥିବା ସମ୍ପର୍କ ଯୋଗୁଁ ସାର୍ସ- ସିଓଭି-୨ ଭୂତାଣୁ ପଶୁଙ୍କଠାରୁ ମଣିଷକୁ ସଂକ୍ରମିତ ହେଲା। ଏହି ଭୂତାଣୁ ମଧ୍ୟ କୋଭିଡ୍‌ -୧୯ର କାରଣ ପାଲଟିଲା। ଧୀରେ ଧୀରେ ଏହି ଭୂତାଣୁ ପରିବେଶଗତ ପରିସ୍ଥିତିକୁ ସାମ୍ନା କରି,ବ୍ୟାପକ ସାମାଜିକ ତାରତମ୍ୟ ମଧ୍ୟରେ ନିଜକୁ ଦୃଢ କରିବା ପରେ ମହାମାରୀର ରୂପ ନେବାକୁ ସକ୍ଷମ ହେଲା। ଏହା ସ୍ବାସ୍ଥ୍ୟଗତ, ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ପ୍ରଳୟଙ୍କରୀ ପ୍ରଭାବ ପକାଇଲା। ଏପରିକି ଯେଉଁିସବୁ ଦେଶ ପରିବେଶଗତ ଅବକ୍ଷୟ ଓ ସାମାଜିକ ତାରତମ୍ୟ ଦୂର କରିବା ଲାଗି ଲକ୍ଷ୍ୟ ରଖିଥିଲେ ତାହା ସେମାନଙ୍କ ଦ୍ୱାରା ମହାମାରୀ ପୂର୍ବରୁ ଅର୍ଥନତିକ କାର୍ଯ୍ୟକଳାପ ଉପରେ ପର୍ଯ୍ୟବସିତ ଅସ୍ଥାୟୀ ନିବେଶ ବା ବ୍ୟୟ ଯୋଗୁ ପ୍ରଭାବିତ ହେଲା। ଏହି ସବୁ ଦିଶାହୀନ ନିବେଶ ପରିସ୍ଥିତିକୁ ଅଧିକ ଜଟିଳ କରିଦେଲା ଯାହାଦ୍ୱାରା ଆମେ ଆଜିର ସ୍ଥିତିରେ ପହଞ୍ଚିଲୁ । ଉଦାହରଣ ସ୍ବରୂପ ଭାରତ, କାନାଡା, ଦକ୍ଷିଣ ଆଫ୍ରିକା ଓ ଚାଇନା ଭଳି ଦେଶ ସବୁଜ ସୁଧାର ବା ପରିବେଶ ସୁଧାରିବା ପାଇଁ ଅର୍ଥବ୍ୟବସ୍ଥା କରିଛନ୍ତି ସତ ,କିନ୍ତୁ ଏସବୁ ଦେଶରେ ଜୀବାଶ୍ମ ଇନ୍ଧନ ଆଧାରିତ ଶିଳ୍ପ ସବୁ ଛତୁ ଫୁଟିଲା ଭଳି ବଢିଚାଲିଛି। ତେବେ ଚୀନ୍‌ ସବୁଜ ସୁଧାର ଲାଗି ଏକ ଉତ୍କୃଷ୍ଟ ଯୋଜନା କରିଥିଲେ ବି ୨୦୨୦ର ପ୍ରଥମାର୍ଦ୍ଧରେ ଦେଶରେ ଅନେକ କୋଲ୍‌(କୋଇଲା)ପ୍ଲାଣ୍ଟ ବୃଦ୍ଧି ପାଇଥିଲା। ଦକ୍ଷିଣ ଆଫ୍ରିକା ଡିଜେଲ ଆଧାରିତ ଇଲେକ୍ଟ୍ରିକାଲ ଜେନେରେଟର ବ୍ୟବହାର ଯଥେଷ୍ଟ କମ୍‌ କରିବା ପାଇଁ ୩ଟି ନୂଆ ଶକ୍ତି ପ୍ରକଳ୍ପ କରିବା ପାଇଁ ଆଗକୁ ବଢିଛି। ଏଥିରେ ୩.୫ ବିଲିୟନ୍‌ ଡଲାର ନିବେଶ କରିବାକୁ ଯୋଜନା କରିଛିି। କିନ୍ତୁ ସରକାରୀ ବିଦ୍ୟୁତ ଉଦ୍ୟୋଗ ଏସ୍‌କମ୍‌ ଏହା ପୂର୍ବରୁ ବିଶ୍ୱର ତୃତୀୟ ଓ ଚତୁର୍ଥ ବୃହତ୍ତମ କୋଇଲା ଆଧାରିତ ତାପଜ ଶକ୍ତି ପ୍ରକଳ୍ପ ପ୍ରତିଷ୍ଠା କରିଛି। ୪.୭ ମିଲିୟନ୍‌ ଲୋକ ବାସ କରୁଥିବା ମିଡେଲ୍‌ବର୍ଗର ଆଖପାଖି ଶିଳ୍ପାଞ୍ଚଳରେ ୧୨ଟି କୋଇଲା ଆଧାରିତ ତାପଜ ଶକ୍ତି ପ୍ରକଳ୍ପ ସ୍ଥାପନ ହୋଇଛି। ଏହାଛଡା କୋଇଲାରୁ ତରଳ ପେଟ୍ରୋଲିୟମ୍‌ ଉତ୍ପାଦନ କରୁଥିବା ଏକ ବିଶାଳ ବିଶୋଧନାଗାର ମଧ୍ୟ ପ୍ରତିଷ୍ଠା କରାଯାଇଛି। ଏସବୁ ଶିଳ୍ପ ଦ୍ୱାରା ବାର୍ଷିକ ଅଧିକରୁ ଅଧିକ ସବୁଜଗୃହ ଗ୍ୟାସ ନିର୍ଗମନ ହେଉଛି ଓ ଏହା ନରଓ୍ବେ ଓ ପର୍ତ୍ତୁଗାଲରେ ନିର୍ଗତ ମୋଟ ଗ୍ୟାସ୍‌ ଠାରୁ ଅଧିକ। ପ୍ରତିବର୍ଷ ଏହି ଅଞ୍ଚଳରେ ଶ୍ୱାସକ୍ରିୟା ଜନିତ ରୋଗରେ ୩୦୦ରୁ ଅଧିକ ଲୋକଙ୍କର ଅକାଳ ମୃତ୍ୟୁ ଘଟୁଛି।
ଜଙ୍ଗଲ ଧ୍ୱଂସ, ଚାରଣ ଜମିରେ ଚାଷ ଏବଂ ସଡ଼କ ନିର୍ମାଣ ଏବଂ ମଧୁର ଜଳ ପ୍ରଦୂଷଣ କରିବା ଆଦି କାର୍ଯ୍ୟ ପରିବେଶର କ୍ଷତି କରୁଛି। ଏହା ସବୁବେଳେ ବ୍ୟାପକ ଭାବେ କରାଯାଉଛି। କୋଟି କୋଟି ଲୋକଙ୍କ ଜୀବନ ଜୀବିକା ଏହି ସବୁ ପ୍ରାକୃତିକ ସଂଶାଧନ ଉପରେ ନିର୍ଭରଶୀଳ। ଭାରତର ଗ୍ରାମାଞ୍ଚଳରେ ରହୁଥିତ୍ବା ୪୭% , ଇଣ୍ଡୋନେସିଆରେ ପାଖାପାଖିତ୍ ୭୫% ଏବଂ ବ୍ରାଜିଲ୍‌ର ଉତ୍ତର ଆମାଜନରେ ୮୯% ଗରିବ ପରିବାରର ଏହା ଆୟର ଉତ୍ସ। ଆଫ୍ରିକାର ଉପ ସାହାରାଞ୍ଚଳରେ ୭୦%ରୁ ଊର୍ଦ୍ଧ୍ୱ ଲୋକ ଜଙ୍ଗଲ ଏବଂ ଜଙ୍ଗଲଜମି ଉପରେ ନିର୍ଭର କରିଥାଆନ୍ତି। ଆମର ବଞ୍ଚତ୍ବାର ଧାରାକୁ ପରିବର୍ତ୍ତନ କରିବାକୁ ହେଲେ ମାନବ ବିକାଶ ଏବଂ ସାମାଜିକ ପ୍ରଗତିକୁ ଆମେ ଯେଉଁଭଳି ଆକଳନ କରୁଛେ ବା ଏଥିପାଇଁ ଯେଉଁ ମାପଦଣ୍ଡ ଉପଯୋଗ କରୁଛେ ସେଥିତ୍ତ୍ରେ ଆମକୁ ପରିବର୍ତ୍ତନ କରିବାକୁ ପଡ଼ିବ। ଉଚିତ ଦିଶାନିର୍ଦ୍ଦେଶ ସୂଚକ ବିନା ଆମ ଜୀବନ ଜୀବିକାକୁ ନିଶ୍ଚିତ କରୁଥିତ୍ବା ଆର୍ଥିକ ଓ ସାମାଜିକ କ୍ଷେତ୍ରରେ ସୁଧାର ହାସଲ କରିବାକୁ ଆମେ ସକ୍ଷମ ହେବା ନାହିଁ। ମୋଟ ଘରୋଇ ଉପତ୍ାଦ ( ଜିଡିପି) କୁ ଅର୍ଥନୈତିକ ବିକାଶର ଏକ ପ୍ରମୁଖ ତଥା ଉପଯୋଗୀ ମାପକ ବା ମାନଦଣ୍ଡ ଭାବେ ବହୁଳ ବ୍ୟବହାର କରାଯାଏ। ଏହା ମଧ୍ୟ ମାନବ କଲ୍ୟାଣ ସମ୍ପର୍କିତ ବହୁ ତଥ୍ୟ ଯୋଗାଇ ଦିଏ। କିନ୍ତୁ ପରିବେଶକୁ କ୍ଷତି କରୁଥିତ୍ବା ଓ ଅସମାନତା ପରିଣାମକୁ ଦୂର କରିବା ପାଇଁ ଏହା କୌଣସି ଦିଶାନିର୍ଦ୍ଦେଶ କରେ ନାହିଁ। ଭାଗ୍ୟବଶତଃ ଯେହେତୁ ଦେଶଗୁଡ଼ିକ ମହାମାରୀ ପରେ ସୁଧାର ଆଣିବା ଲାଗି ବ୍ୟୟ କରିବାକୁ ଯୋଜନା କରିଛନ୍ତି , ସେମାନେ ଏକ ନୂଆ ପଦ୍ଧତି ଉପରେ ବିଚାର କରିପାରନ୍ତି। ତାହା ହେଉଛି ପ୍ଲାନେଟାରି-ପ୍ରେସର୍ସ ଆଡଜଷ୍ଟେଡ୍‌ ଡେଭଲପ୍‌ମେଣ୍ଟ ଇଣ୍ଡେକ୍ସ (ପିଏଚ୍‌ଡିଆଇ)। ଏହା ଜାତିସଂଘ ବିକାଶ କାର୍ଯ୍ୟକ୍ରମ ଏବଂ ଏହାର ସହଭାଗୀଙ୍କ ଦ୍ୱାରା ପ୍ରସ୍ତୁତ କରାଯାଇଛି।
ପିଏଚ୍‌ଡିଆଇ ମାନବ ପ୍ରଗତିର ଏକ ମାନଦଣ୍ଡ। ଏହା ଦାରିଦ୍ର୍ୟ, ଅସମାନତା ଏବଂ ବିଶ୍ୱରେ ପରିବେଶଗତ ଚାପ ଆକଳନ କରିଥାଏ। ଏହା କେବଳ ଦେଶର ସ୍ବାସ୍ଥ୍ୟ, ଶିକ୍ଷା ଏବଂ ଜୀବନଶୈଳୀ ଆକଳନ କରି ନ ଥାଏ ,ବରଂ ସେହି ଦେଶର କାର୍ବନ ଡାଇଅକ୍ସାଇଡ ନିର୍ଗମନ ଏବଂ ବିଭିନ୍ନ ଉତ୍ସରୁ ନିର୍ଗତ ସାମଗ୍ରୀର ଆକାରକୁ ଆକଳନ କରିଥାଏ। ଏହି ପଦ୍ଧତିରେ ଶେଷକୁ ଏକ ସୂଚକାଙ୍କ ମିଳିଥାଏ। ଉଭୟ ଲୋକ ଏବଂ ବିଶ୍ୱର ମଙ୍ଗଳକୁ ମାନଦଣ୍ଡ ଭାବେ ଯଦି ମାନବଜାତିର ପ୍ରଗତି ଆକଳନ କରିବାରେ ଉପଯୋଗ କରାଯାଏ, ତେବେ କିଭଳି ପ୍ରାଥମିକତା ଆଧାରରେ ବିକାଶର ଧାରାକୁ ପରିବର୍ତ୍ତନ କରାଯିବ ସେ ସମ୍ପର୍କରେ ଏହି ସୂଚକାଙ୍କ ହିଁ ଦିଶା ନିର୍ଦ୍ଦେଶ କରିଥାଏ। ଏହି ପଦ୍ଧତିକୁ ଉପଯୋଗ କରି ୟୁଏନ୍‌ଡିପିର ମାନବ ବିକାଶ ସୂଚକାଙ୍କ ଆଧାରରେ ଅତି ଅଧିକ ମାନବ ବିକାଶ ଗ୍ରୁପରେ ରହିଥିବା ୫୦ରୁ ଅଧିକ ଦେଶକୁ ବାଦ ଦିଆଯାଇଛି। ଅନ୍ୟ ପକ୍ଷରେ କୋଷ୍ଟାରିକା, ମୋଲଡୋଭା ଏବଂ ପାନାମା ଭଳି ଦେଶ ସୂଚକାଙ୍କରେ ଅତି କମ୍‌ରେ ୩୦ ସ୍ଥାନ ଉପରକୁ ଉଠିଛନ୍ତି। ପ୍ରକୃତିର ସୁରକ୍ଷା କଲେ କୋଟି କୋଟି ଲୋକଙ୍କ ମଙ୍ଗଳ ହେବ ଏଭଳି ନୀତି ଆପଣାଇ ସେମାନେ ଭଲ ସ୍ଥିତିରେ ପହଞ୍ଚିିଛନ୍ତି।
ଜିଡିପି ଆର୍ଥିକ ତଥା ମାନବ ପ୍ରଗତି ଆକଳନ କରିବାରେ ଏକ ଜଣାଶୁଣା ମାନଦଣ୍ଡ ବୋଲି କେହି ଯୁକ୍ତି ବାଢିପାରନ୍ତି। ସେମାନେ ଏହା ମଧ୍ୟ କହିପାରନ୍ତି ଯେ, ପିଏଚ୍‌ଡିଆଇ ତ୍ୱରିତ ତଥା ପ୍ରାଥମିକତା ଆଧାରରେ ବିକାଶ ଲାଗି ପ୍ରତିଦ୍ୱନ୍ଦ୍ୱିତା କରୁଥିତ୍ବା ଦେଶଗୁଡ଼ିକ ପାଇଁ ଜଟିଳ ହେବ। କିନ୍ତୁ ଏହା ଭୁଲ ଧାରଣା। ନୂଆ ସୂଚକାଙ୍କ ପରିବେଶ ଓ ସାମାଜିକ ସମ୍ପର୍କିତ ସ୍ଥାୟୀ ସମସ୍ୟାଗୁଡ଼ିକୁ ଚିହ୍ନଟ କରିବା ସହ ଏହାକୁ ଆକଳନ କରିବାରେ ସକ୍ଷମ ହୋଇଥାଏ। ଏହା ମଧ୍ୟ ଦେଶର ପ୍ରଗତିର ଏକମାତ୍ର ମୁଖ୍ୟ ମାନଦଣ୍ଡ ଭାବେ ନିର୍ଭର କରାଯାଉଥିତ୍ବା ଜିଡିପିର ଏକ ସମ୍ପୂର୍ଣ୍ଣ ବିକଳ୍ପ ହୋଇପାରିବ। ଏକ ପୃଥକ ପଦ୍ଧତି ବିନା ଅସମାନତା ଏବଂ ପରିବେଶଗତ ସଙ୍କଟକୁ ବଢାଇ ଆମେ ଆଗକୁ ମହାମାରୀର ବିପଦକୁ ଆମନ୍ତ୍ରଣ କରିବା, ଏହା ନିଶ୍ଚିତ। ଏହି ଦୁଇଟି ଏକାବେଳେ ସଂଗଠିତ ହୋଇଥାଏ ଏବଂ ଶେଷରେ ଯେତେବେଳେ ବିପର୍ଯ୍ୟୟ ଆସେ ଆମେ ଠିକ୍‌ ସେହି ସମୟରେ ମାନବୀୟ ସହାୟତା ଚାହଁୁ। ଏହା ବଦଳରେ ସରକାର ପରିବେଶ ସଙ୍କଟ ଏବଂ ବର୍ଦ୍ଧିତ ଅସମାନତାକୁ ସମାଧାନ କରିବା ପାଇର୍ଁ ନୂଆ ମାନଦଣ୍ଡ ଗ୍ରହଣ କରିବା ଉଚିତ। ଏହାକୁ ଏବେ ଆରମ୍ଭ କରି ଏକ ଦୀର୍ଘକାଳୀନ ରଣନୀତିର ଏକ ଅଂଶ କରିବା ଦରକାର। ପ୍ରକୃତ ଘଟଣା ସରକାର ଆକଳନ କଲେ ସୁଧାର ଯୋଜନା କରିବାକୁ ସକ୍ଷମ ହେବେ, ଯାହାଦ୍ୱାରା ପରିବେଶର ଯନତ୍ ନେବା ଓ ଅସମାନତା କମାଇବା କ୍ଷେତ୍ରରେ ଅଧିତ୍କ ଶକ୍ତି ଜୁଟାଇ ପାରିବେ। ମୋଟ ଉପେରେ ସମସ୍ତଙ୍କ ପାଇଁ ଏକ ସମୃଦ୍ଧ ଏବଂ ସ୍ବାସ୍ଥ୍ୟକର ଭବିଷ୍ୟତ ଗଢିବାରେ ମଧ୍ୟ ସରକାର ସକ୍ଷମ ହେବେ।
ରେସିଡେଣ୍ଟ ରିପ୍ରେଜେଣ୍ଟେଟିଭ, ୟୁନାଇଟେଡ୍‌ ନେଶନ୍ସ ଡେଭ୍‌ଲପ୍‌ମେଣ୍ଟ ପ୍ରୋଗ୍ରାମ


Enter your email to get our daily news in your inbox.

All Right Reserved By Dharitri.Com

ନିଶାମୁକ୍ତ ଯୁବସମାଜ

ଆଜିକାଲିର ଯୁବପିଢ଼ି ନିଶାଦ୍ରବ୍ୟକୁ ନିତ୍ୟବ୍ୟବହାର୍ଯ୍ୟ ଦ୍ରବ୍ୟ କରିସାରିଲେଣି। ଗ୍ଲୋବାଲ ୟୁଥ୍‌ ଟୋବାକୋ ସର୍ଭେ (ଜିୱାଇଟିଏସ୍‌) ୨୦୧୯ ଅନୁଯାୟୀ, ସାରା ଦେଶରେ ୧୩ରୁ ୧୫ ବର୍ଷ ବୟସର ୮.୫…

ବସ୍ତାନିରୁ ସ୍କୁଲ ବ୍ୟାଗ: ଭାରରୁ ବିଚାର ପର୍ଯ୍ୟନ୍ତ

ପିଲାବେଳେ କାନ୍ଧରେ ବସ୍ତାନି ପକେଇ ସ୍କୁଲ ଗଲାବେଳର ସ୍ମୃତି ନିଆରା। ଆଜିର ସ୍କୁଲ ବ୍ୟାଗକୁ ଦେଖିଲେ ଲାଗେ, ସେହି ବସ୍ତାନିର ସରଳତା ଓ ସ୍ନେହ ଏବେ ମଧ୍ୟ…

ପ୍ରତିବାଦରେ ବାଧା

ଚଳିତ ସପ୍ତାହରେ ଦିଲ୍ଲୀ ହାଇକୋର୍ଟରେ ଏକ ଅଦ୍ଭୁତ ବିତର୍କ ଦେଖିବାକୁ ମିଳିଥିଲା। ସରକାରଙ୍କୁ ପଚରାଯାଇଥିଲା, ପ୍ରତିବାଦ ପାଇଁ ଯନ୍ତରମନ୍ତର ଅଞ୍ଚଳକୁ ବ୍ୟବହାର କରିବାକୁ କାହିଁକି ବନ୍ଦ କରାଯାଉନାହିଁ।…

ବିଶ୍ୱରୂପ ଦର୍ଶନର ଆର୍ଥିକ ଦୃଷ୍ଟିକୋଣ

ଭାଗବତ ଗୀତାରେ ବିଶ୍ୱରୂପ ଦର୍ଶନ ବିଷୟରେ ଉଲ୍ଲେଖ ରହିଛି। ଶ୍ରୀମଦ ଭଗବଦଗୀତା ମାନବଜାତି ପାଇଁ ହେଉଛି ଏକ ଅମୂଲ୍ୟ ଜ୍ଞାନର ଭଣ୍ଡାର। ଏହା ଜୀବନ ଜୀବିକାର ଦିବ୍ୟ…

ଯୋଗ୍ୟ ପ୍ରାର୍ଥୀଙ୍କ ଅଭାବ

ସଂରକ୍ଷଣ ବ୍ୟବସ୍ଥା ସମାଜରେ ତଳେ ପଡ଼ିଥିବା ଅବହେଳିତ ଓ ଅନଗ୍ରସର ଜାତିସମୂହର କ୍ଷୀପ୍ର ବିକାଶ ପାଇଁ ଉଦ୍ଦିଷ୍ଟ। ଏହା ସମତାଭିତ୍ତିକ ସମାଜ ଗଠନ ଓ ସମାନ ଭାଗୀଦାରି…

ଦୂରଦର୍ଶନର ପୁନର୍ଗଠନ

ଦୂରଦର୍ଶନରେ ଏକ ବଡ଼ ଧରଣ ପରିବର୍ତ୍ତନର ସଙ୍କେତ ମିଳୁଛି। ସରକାର ଯୋଗାଯୋଗ ରଣନୀତିରେ ପରିବର୍ତ୍ତନ ପାଇଁ ପ୍ରଥମେ ସରକାରୀ ପ୍ରସାରଣ ସଂସ୍ଥାକୁ ବାଛିଥାନ୍ତି। ୧୯୯୪ ବ୍ୟାଚ୍‌ ଭାରତୀୟ…

ପ୍ରତିଦିନ ନିର୍ବାଚନ

ଏବେ ମୁଦ୍ରିତ ଗଣମାଧ୍ୟମ ନ ହେଲେ ବି ବୈଦ୍ୟୁତିକ ଗଣମାଧ୍ୟମ ଓ ସାମାଜିକ ଗଣମାଧ୍ୟମ ଖୋଲିଲେ ଲାଗେ ଓଡ଼ିଶା ବା ଭାରତବର୍ଷରେ ନିର୍ବାଚନ ଅନୁଷ୍ଠିତ ହେଉଛି। ପ୍ରତ୍ୟକ୍ଷରେ…

ଉତ୍ତପ୍ତ ୟୁରୋପ

ଜୁନ୍‌ ୨୦ରୁ ୨୮ ମଧ୍ୟରେ ଏକ ଭୟଙ୍କର ଗ୍ରୀଷ୍ମପ୍ରବାହ ୟୁରୋପକୁ ପ୍ରଭାବିତ କରିଥିଲା। ଏହା ପ୍ରଭାବରେ ଫ୍ରାନ୍ସ ଓ ସ୍ପେନର ବିଶାଳ ଅଞ୍ଚଳରେ ଏବେ ଜଙ୍ଗଲ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri