ଦୟନୀୟ ଶିକ୍ଷା ଅବସ୍ଥା

ବିଦ୍ୟାଳୟରେ ଅଧ୍ୟୟନରତ ଅଧିକାଂଶ ଛାତ୍ରୀଛାତ୍ର ନିଜ ନାମ ଠିକ୍‌ ରୂପେ ଲେଖିପାରନ୍ତି ନାହିଁ’- ଏହି ତଥ୍ୟ ପ୍ରକାଶ କରିଛନ୍ତି ମହାଲେଖା ନିୟନ୍ତ୍ରକ ବା ସିଏଜି। କାହାକୁ ଦୋଷ ଦେବା? ଶିକ୍ଷକ, ଅଭିଭାବକ ନା ଛାତ୍ରୀଛାତ୍ରଙ୍କୁ? ଚୁଳରେ ଥାଇ ଆମେ ମୂଳକୁ ଖୋଜିବା କେବଳ ସାର ହେବ। ମୂଳ ଯେ ସାର ମସଲା ଠିକ୍‌ ବେଳେ ଠିକ୍‌ ପରିମାଣରେ ପାଇନାହିଁ , ଏହା ହେଉଛି ନିରାଟ ସତ। ଯେଉଁଠି ଛାତ୍ରୀଛାତ୍ର ନିଜ ନାମ ଲେଖିପାରୁ ନାହାନ୍ତି ସେଠି ସେମାନଙ୍କଠାରୁ ଦେଶ ଅଧିକ କ’ଣ ଆଶା କରିବ?
ଦୈବାତ୍‌ ମୁଁ ଜଣେ ୯ମ ଶ୍ରେଣୀରେ ପଢ଼ୁଥିବା ବାଳିକାଙ୍କୁ ପଚାରିଲି- ତୁମ ନାମ କ’ଣ? ସେ କହିଲା- ସ୍ଥିତିପ୍ରଜ୍ଞା। ମୁଁ କହିଲି – ‘ସ୍ଥିତିପ୍ରଜ୍ଞା’ ବନାନ କର। ସେ କହିଲା-‘ସ ତଳେ ଗାଈଛନ୍ଦ ହସ୍ବ’ ଇ-କାର… ’। ଗାଈ ଛନ୍ଦକୁ ସେ ଶୂନ୍ୟରେ ଆଙ୍ଗୁଠି ସାହାଯ୍ୟରେ ସଙ୍କେତ ଦେଲା। ଦୁର୍ଭାଗ୍ୟ! ମାତ୍ର ସେ ପିଲାଟିକୁ ଆମେ ଦୋଷ ଦେଇପାରିବା ନାହିଁ। ଦୋଷଦେବା ତା’ର ଶିକ୍ଷିତ ମାଆବାପ କିମ୍ବା ଶିକ୍ଷୟିତ୍ରୀଶିକ୍ଷକଙ୍କୁ। ୧୦/୧୨ ବର୍ଷ ହେଲା ସେ ଏହି ଭୁଲ୍‌ କରିଆସିଛି, ଅଥଚ ତାହାର ସଂଶୋଧନ ଏଯାଏ ହୋଇପାରି ନାହିଁ। ମହାଲେଖା ନିୟନ୍ତ୍ରକ ତାଙ୍କର ରିପୋର୍ଟରେ ଯାହା ପ୍ରକାଶ କରିଛନ୍ତି ତାହା ଅବଶ୍ୟ ସମୀକ୍ଷା ସାପେକ୍ଷ।
କେନ୍ଦ୍ର ସରକାରଙ୍କ ସଂସ୍ଥା ‘ପରଶ’ର ସର୍ବେକ୍ଷଣ ଅନୁଯାୟୀ ଦେଶରେ ୬ଷ୍ଠ ଶ୍ରେଣୀରେ ପଢ଼ୁଥିବା ଶତକଡ଼ା ୪୩ ଜଣ ଛାତ୍ରୀଛାତ୍ର ନିଜ ବହିପାଠ ବୁଝିପାରନ୍ତି ନାହିଁ, ଶତକଡ଼ା ୫୪ ଭାଗ ଛାତ୍ରୀଛାତ୍ର ବଡ଼ ସଂଖ୍ୟା ଲେଖିପାରନ୍ତି ନାହିଁ। ୮ମରେ ପଢ଼ୁଥିବା ଶତକଡ଼ା ୬୯.୫ ଭାଗ ପିଲା ଫେଡ଼ାଣ କରିପାରନ୍ତି ନାହିଁ ଏବଂ ଶତକଡ଼ା ୪୫.୮ ଭାଗ ପିଲା ହରଣ କରିପାରନ୍ତି ନାହିଁ। ସେହିପରି ୯ମ ଶ୍ରେଣୀରେ ପଢ଼ୁଥିବା ଶତକଡ଼ା ୬୩ ଭାଗ ପିଲା ଗୁଣନ କି ହରଣ ଜାଣନ୍ତି ନାହିଁ।
ଇତିମଧ୍ୟରେ ‘ବ୍ଲାକ୍‌ବୋର୍ଡ ଅପରେଶନ’ଠାରୁ ଆରମ୍ଭକରି ‘ସ୍ମାର୍ଟ ବୋର୍ଡ’ ଅପରେଶନ ପର୍ଯ୍ୟନ୍ତ କଥା ଗଲାଣି। କିନ୍ତୁ ଅବସ୍ଥା ଯେଉଁ ତିମିରେକୁ ସେହି ତିମିରେ। ସର୍ବଶିକ୍ଷା ଅଭିଯାନ ଆରମ୍ଭ ହେଲା ୨୦୦୦ ମସିହାରେ। ଯିଏ ଯେଉଁଠି ବୁଲୁଥାଉ ପଛେ ତା’ର ନାମ ଲେଖାଗଲା ବିନା ସାର୍ଟିଫିକେଟ୍‌ରେ। ଶିକ୍ଷୟିତ୍ରୀଶିକ୍ଷକଙ୍କୁ ଟ୍ରେନିଂ ଦିଆଗଲା ବର୍ଷକ ୧୨ ମାସ। ତା’ର ଫଳ ତ ଆମେ ଅଙ୍ଗେ ନିଭାଉଛନ୍ତି- ପିଲା ନିଜ ନାମ ନିଜେ ଲେଖି ପାରୁନାହାନ୍ତି। ଦୀର୍ଘ ୧୮ ବର୍ଷ ପରେ ‘ସର୍ବଶିକ୍ଷା ଅଭିଯାନ’ ବୋର୍ଡ ବଦଳାଇ ଲେଖି ଦିଆଗଲା ‘ସମଗ୍ର ଶିକ୍ଷା ଅଭିଯାନ’। କି ଉନ୍ନତ ମସ୍ତିଷ୍କ। ଫଳକ ପରେ ଫଳକ ବଦଳାଚାଲିଛି। ତାହାର ଫଳ ଆମେ ଏବେ ତୋଳୁଛନ୍ତି। ୟୁଡାଇସ୍‌, ପ୍ରଥମା, ଅସର, ପରଶ ଭଳି କେତେ ସର୍ଭେ ସଂସ୍ଥାର ରିପୋର୍ଟ ନିୟମିତ ପ୍ରକାଶ ପାଉଛି। ପ୍ରତିକାର କାହିଁ?
ୟୁଡାଇସ୍‌ ରିପୋର୍ଟ ଅନୁଯାୟୀ ଦେଶରେ ଜଣେ ମାତ୍ର ଶିକ୍ଷକରେ ଚାଲିଛି ୧ ଲକ୍ଷ ୮ ଶହ ୪୩ ଟି ବିଦ୍ୟାଳୟ। ଓଡ଼ିଶାରେ ଏହି ସଂଖ୍ୟା ହେଉଛି ୧ ହଜାର ୪ ଶହ ୫୮। ଏଠି ଜଣେ ଶିକ୍ଷକରେ ହାଇସ୍କୁଲ ଚାଲୁଥିବାର ନଜିର ବି ରହିଛି। ଏହା ବାଦ୍‌ କେଉଁଠି ୨ ଜଣ ଶିକ୍ଷକଙ୍କୁ ୭ଟା ଶ୍ରେଣୀ ତ ଆଉ କେଉଁଠି ୩ ଜଣ ଶିକ୍ଷକଙ୍କୁ ନେଇ ୧୦ ଟା ଶ୍ରେଣୀ। ଶିକ୍ଷକ ଅଭାବ। ପିଲାଏ ଆନ୍ଦୋଳନ କରୁଛନ୍ତି। ଯୋଗ୍ୟ ତାଲିମପ୍ରାପ୍ତ ଯୁବତୀଯୁବକ ସାର୍ଟିଫିକେଟ୍‌ ଧରି ରାଜରାସ୍ତାରେ ବୁଲୁଛନ୍ତି। ଆବଶ୍ୟକ ଶ୍ରେଣୀଗୃହର ଅଭାବ ସର୍ବତ୍ର ବିଦ୍ୟମାନ। ଗୋଟିଏ ବଖରାରେ ୩/୪ ଟି ଶ୍ରେଣୀର ପିଲା ଏକା ସାଙ୍ଗେ ବସି ପାଠ ପଢ଼ୁଛନ୍ତି। ଗୋଟିଏ ବ୍ଲାକ୍‌ବୋର୍ଡ ସାହାଯ୍ୟରେ ୩/୪ଟି ଶ୍ରେଣୀର ପିଲା କେମିତି ପାଠ ପଢ଼ୁଥିବେ ତାହା ସେମାନେ ହିଁ ଜାଣନ୍ତି। ଓଡ଼ିଶାରେ ୪୦ ହଜାର ୯ ଶହ ୫୫ଟି ବିଦ୍ୟାଳୟ ଏବଂ ୨୩୩ଟି ଉଚ୍ଚ ବିଦ୍ୟାଳୟରେ ଶ୍ରେଣୀଗୃହର ଅଭାବ ରହିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି। ରାଜସ୍ଥାନରେ ଗୋରୁ ଗୁହାଳରେ ଗୋଟିଏ ବିଦ୍ୟାଳୟ ଚାଲୁଥିବା ଖବର ପ୍ରକାଶ ପାଇଥିଲା। ଏମିତି ଅବସ୍ଥା ଆମ ଦେଶରେ ଅଛି! ଯେଉଁଠି ପକ୍କାଘରଟିଏ ଅଛି ସେଠି ଛାତରୁ ପାଣି ଗଳୁଛି। ଏଠି ପଢ଼ୁଥିବା ପିଲାମାନେ କି ସ୍ବପ୍ନ ଦେଖି ଭବିଷ୍ୟତରେ ବଡ଼ ମଣିଷ ହେବେ? ଦେଶ ସ୍ବାଧୀନର ୮୦ ବର୍ଷ ପରେ ଯଦି ଏହି ଅବସ୍ଥା ଶିକ୍ଷା ଓ ଶିକ୍ଷାନୁଷ୍ଠାନରେ ଲାଗିରହେ ତେବେ କେଉଁ ଗୌରବରେ ଆମେ ଛାତି ଫୁଲେଇ ଚାଲିବା?
ଏସବୁ ଦୁରବସ୍ଥା ସହ ଆମ ଓଡ଼ିଶା ଏଥର ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ୬ ମାସ ହେଲାଣି ପିଲାମାନେ ବିନା ବହିରେ ପାଠପଢ଼ିଲେ। ଏବେ ବହି ପାଉଛନ୍ତି। ବିଶ୍ୱରେ ବିରଳ। ସରକାର ଅନ୍ଧପୁଟୁଳି ବାନ୍ଧି ଦୋଷୀମାନଙ୍କୁ ଖୋଜିବାରେ ଲାଗିଛନ୍ତି। ଆମ ଶିକ୍ଷା ବିଭାଗଟା ତ ବାର ମୁରବିର ଘର। ଶିକ୍ଷା ମନ୍ତ୍ରଣାଳୟ, ଶିକ୍ଷା ନିର୍ଦ୍ଦେଶାଳୟ, ଏନ୍‌ସିଇଆର୍‌ଟି, ଏସ୍‌ସିଇଆର୍‌ଟି, ଓସେପା, ଓପେପା, ଡିଇଓ, ଡିପି, ବିଇଓ, ବିଆର୍‌ସି, ସିଆର୍‌ସି ଏମିିତି ଆହୁରି ଅନେକ। ସର୍ବୋଚ୍ଚରେ ମନ୍ତ୍ରୀ, ସଚିବ। ମାତ୍ର ଉତ୍ତରଦାୟିତ୍ୱ କାହାର ନାହିଁ। ଭୁଲ୍‌ ବହି ଛାପା ହୋଇଗଲା, କେହି ଜାଣିପାରିଲେ ନାହିଁ! ସେତେବେଳେ ଏମାନେ ସବୁ ଦରମା ନେଉଥିଲେ ନା ନାହିଁ?
ଶିକ୍ଷା ହେଉଛି ସଭ୍ୟତାର ଚାବିକାଠି। ଶିକ୍ଷା ବିନା ମଣିଷ ପଶୁ ପାଲଟିଯାଏ। ଆମ ଦେଶରେ କେନ୍ଦ୍ର ବଜେଟର ଶତକଡ଼ା ୧୨ ଭାଗ ଶିକ୍ଷା କ୍ଷେତ୍ରରେ ଖର୍ଚ୍ଚ ହୋଇ ପାରିଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ। ଏହି ଦାବି ବାରମ୍ବାର ହୋଇଆସୁଛି। ଅଥଚ ତାହା ପୂରଣ ହୋଇପାରୁ ନାହିଁ। ଉଦ୍‌ବେଗର ବିଷୟ, ଆମ ବାର୍ଷିକ ବଜେଟର ମାତ୍ର ଶତକଡ଼ା ୨.୫ ଭାଗ ଖର୍ଚ୍ଚ ହୁଏ ଶିକ୍ଷା ବାବଦରେ। ସେଥି ଯୋଗୁ କେଉଁଠି ଶିକ୍ଷକ ନାହାନ୍ତି ତ ଆଉ କେଉଁଠି ଘର ନାହିଁ। କେଉଁଠି ପାନୀୟ ଜଳ ନାହିଁ ତ କେଉଁଠି ଶୌଚାଳୟ ନାହିଁ। ଏହିସବୁ ‘ନାହିଁ’ ମୂଳରେ ବଡ଼ ନାହିଁଟିଏ ଅଛି -ତାହା ହେଉଛି ରାଜନୈତିକ ସଦିଚ୍ଛା ଅଭାବ। ଏଥିଯୋଗୁ ଆମ ଦେଶର ଶିକ୍ଷା ଏବେ ରୁଗ୍‌ଣ ଆଉ ରୋଗଗ୍ରସ୍ତ। ଏଥିରେ ସୁଧାର ନ ଆସିଲେ ଦେଶର ବିକାଶ କେବଳ ପ୍ରଚାର ସର୍ବସ୍ବ ହୋଇ ରହିଯିବ। ଦେଶ ମୂର୍ଖଙ୍କ ରାମରାଜ୍ୟରେ ପରିଣତ ହେବ।

ରବିନାରାୟଣ ସାମଲ
ମୋ: ୭୯୭୫୦୪୬୪୮୬


Enter your email to get our daily news in your inbox.

All Right Reserved By Dharitri.Com

ଜିଡିପି ବୃଦ୍ଧିର ରହସ୍ୟ

ଭାରତରେ ୨୦୨୬ ଏପ୍ରିଲ-ଜୁନ ତ୍ରୈମାସିକରେ ପ୍ରକାଶିତ ୭.୮% ବାସ୍ତବ ଜିଡିପି ବୃଦ୍ଧି କେବଳ ଅର୍ଥନୀତି କେତେ ଦ୍ରୁତ ବଢ଼ୁଛି ତାହା ନୁହେଁ, ବରଂ ସେହି ବୃଦ୍ଧିକୁ କିପରି…

ଅସଫଳତାକୁ ସ୍ବୀକାର

ବିଶ୍ୱକପ୍‌ ଫୁଟ୍‌ବଲ-୨୦୨୬ରେ ଆର୍ଜେଣ୍ଟିନାକୁ ହରାଇ ସ୍ପେନ୍‌ ଚାମ୍ପିୟନ ହେବା ଦୁଇମାସ ବିତିଗଲାଣି। ଭାରତରେ ଗୋଟେ ଚର୍ଚ୍ଚା ଚାଲିଛି ଆମ ଦେଶ କେବେ ଫୁଟ୍‌ବଲ ବିଶ୍ୱ ମଞ୍ଚରେ ଖେଳିବାକୁ…

ଏଇ ଭାରତରେ

ମୁମ୍ବାଇର ବାଲ୍‌ ଗୋପାଲ ମିତ୍ର ମଣ୍ଡଳ ଦ୍ୱାରା ଏବେ ନିଆରା ଢଙ୍ଗରେ ଗଣେଶ ମୂର୍ତ୍ତି ନିର୍ମାଣ କରାଯାଉଛି। ସିଦ୍ଧିବିନାୟକ ସୋସାଇଟି ଦ୍ୱାରା ପରିଚାଳିତ ଏହି ମଣ୍ଡଳରେ ପ୍ରଥମରୁ…

ଯୋଗାଯୋଗର ଭାଷା ଜାଣିବା ଜରୁରୀ

ମୋର ୨ଜଣ ପୁତୁରା କେନ୍ଦ୍ରୀୟ ବିଦ୍ୟାଳୟରେ ପଢୁଛନ୍ତି। ମୁଁ ସେମାନଙ୍କୁ ପାଠ ପଢ଼ାଇବା ବେଳେ ସେମାନେ କୁହନ୍ତି, ଦାଦା ସରଳ ଭାଷାରେ ବିଷୟଗୁଡିକ ବୁଝାଇଦିଅ, ଯେମିତି ବିଦ୍ୟାଳୟରେ…

ଡିଜିଟାଲ କାରବାରରେ ସନ୍ଦେହ

କୌଶଳକରି ଅନ୍‌ଲାଇନ ଅର୍ଥ ହସ୍ତାନ୍ତର ବ୍ୟବସ୍ଥା ୟୁନିଫାଏଡ୍‌ ପେମେଣ୍ଟ ଇଣ୍ଟରଫେସ୍‌ (ୟୁପିଆଇ) ଉପରେ କେନ୍ଦ୍ର ସରକାର ଚାପ ଦେଇଛନ୍ତି । ଅର୍ଥାତ୍‌ ପ୍ରଚଳନହେବା ପରଠାରୁ ନଗଦ ଟଙ୍କା…

ଫୁଟ୍‌ପାଥରୁ ବି ବିଦା

ଭାରତୀୟ ଅର୍ଥନୀତି ୮ ନଭେମ୍ବର ୨୦୧୬ରେ ବିମୁଦ୍ରୀକରଣ ପରେ ଏପରି ତଳକୁ ଖସିଯାଇଛି ଯେ, ତାହା ଆଜିଯାଏ ସଳଖି ଠିଆ ହୋଇପାରୁନାହିଁ। ସେତେବେଳେ ସୂକ୍ଷ୍ମ, କ୍ଷୁଦ୍ର ଓ…

ଏଇ ଭାରତରେ

ଏବେ ଦେଶରେ ବର୍ଜ୍ୟ ପରିଚାଳନା ପାଇଁ ଅନେକ ବ୍ୟକ୍ତି ଓ ସଂସ୍ଥା ଚେଷ୍ଟା କରୁଛନ୍ତି। ଏହି କ୍ରମରେ ହରିୟାଣା ବୁଦ୍ଧ କଲେଜ ଫ୍ୟାଶନ ଛାତ୍ରୀଛାତ୍ରଙ୍କ ଉଦ୍ୟମ ପ୍ରଶଂସନୀୟ।…

ପୁରସ୍କାର ପସରା

ବୁଲାବିକାଳି ତା’ ପସରା ଧରି ନିତିଦିନିଆ ବେପାର କରେ ଗାଁ ଗାଁ ବୁଲି। ଯାହା ବିକ୍ରିବଟା ହୁଏ, ସେଥିରେ ଚଳେ। ପରିବାର ସଦସ୍ୟଙ୍କ ପେଟ ପୋଷେ। ବୁଲାବିକାଳିର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?