ଖୁସି ବାଣ୍ଟୁଛି ଆବିଲିଟି ବଜାର

ଭୁବନେଶ୍ୱର,୨୯ା୭(ବ୍ୟୁରୋ): ଭଉଣୀ ଓ ଭାଇଙ୍କ ପବିତ୍ର ସମ୍ପର୍କକୁ ସୁଦୃଢ କରିବାକୁ ପ୍ରତିବର୍ଷ ପାଳନ କରାଯାଇଥାଏ ରାଖୀ ପୂର୍ଣ୍ଣିମା। ଭଉଣୀ ହାତରୁ ଭାଇ ରାଖୀ ପିନ୍ଧି ତା’ର ସୁରକ୍ଷା ଓ ଦୁଃଖସୁଖରେ ସାଥିରେ ଛିଡ଼ାହେବାକୁ ପ୍ରତିଜ୍ଞାବଦ୍ଧ ହୋଇଥାଏ। ଏହି ପର୍ବକୁ ପ୍ରତିବର୍ଷ ଧୁମ୍‌ଧାମରେ ପାଳନ କରାଯାଉଥିବାବେଳେ ଚଳିତବର୍ଷ କିନ୍ତୁ କରୋନା ଦାଉ ସାଧିଛି। କୋଭିଡ୍‌-୧୯ ଲକ୍‌ଡାଉନ୍‌ ଯୋଗୁ ଦୂରରେ ରହିଥିବା ଭଉଣୀ ରାଖୀ ବାନ୍ଧିବାକୁ ନା ଭାଇ ପାଖକୁ ଯାଇପାରିବ ନା ଭଉଣୀ ପାଖକୁ ଭାଇ ଆସିପାରିବ। ସେହିଭଳି କୋଭିଡ୍‌ କଟକଣା ଯୋଗୁ ଏଥର ରାଖୀ ଦୋକାନ ମଧ୍ୟ ଖୋଲିନାହିଁ। ତେଣୁ ରାଖୀ କିଣି ପୋଷ୍ଟାଲରେ ପଠାଇବା ଅସମ୍ଭବ। ଏଭଳିସ୍ଥଳେ ଏକମାତ୍ର ସାହାରା ପାଲଟିଛି ଅନ୍‌ଲାଇନ୍‌ରେ ରାଖୀ। ବିଭିନ୍ନ ଇ-କମର୍ସ ସାଇଟ୍‌ ସହ ଇ-ଗିଫ୍ଟିଂ ସାଇଟ୍‌ରେ ଏବେ ରାଖୀ ପଠାଇବା ଏକମାତ୍ର ଅପ୍‌ଶନ୍‌ ଭାବେ ଉଭାହୋଇଛି। ଆଉ ଏହାର ସୁଯୋଗ ନେଇ ‘ଓ୍ବି ଫର୍‌ ୟୁ’ ଏକ ଅଭିିନବ ପ୍ରୟାସ ଆରମ୍ଭ କରିଛି। ଦିବ୍ୟାଙ୍ଗ ତଥା ଅଟିଷ୍ଟିକ୍‌ ରୋଗରେ ପୀଡ଼ିତ କିଶୋରମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଓ ସେମାନଙ୍କ ସମୟର ସଦୁପଯୋଗ ଉଦ୍ଦେଶ୍ୟରେ ସଂସ୍ଥା ପକ୍ଷରୁ ଏକ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ରାଖୀକୁ ଅନ୍‌ଲାଇନ୍‌ରେ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି। ଫଳରେ ଲକ୍‌ଡାଉନରେ ଲୋକେ ଘରେ ରହି ନିଜ ମନପସନ୍ଦର ରାଖୀ ଅର୍ଡର କରିପାରିବେ କିମ୍ବା ନିଜ ପ୍ରିୟଜନଙ୍କୁ ପଠାଇପାରିବେ। ଏହାଦ୍ୱାରା କେବଳ ସେମାନେ ନିଜ ପସନ୍ଦର ରାଖୀ କିଣିବେନି, ବରଂ ଆଉଜଣଙ୍କ ମୁହଁରେ ହସ ଫୁଟାଇପାରିବେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।
ଅଟିଷ୍ଟିକ୍‌ରେ ପୀଡ଼ିତ ଭୁବନେଶ୍ୱରର ୩ଜଣ କିଶୋରଙ୍କୁ ନେଇ ପ୍ରାଥମିକ ପର୍ଯ୍ୟାୟରେ ‘ଓ୍ବି ଫର୍‌ ୟୁ’ ପକ୍ଷରୁ ‘ଦ ଆବିଲିଟି ବଜାର’ ନାମରେ ଏହି ପ୍ରୟାସ କରାଯାଇଛି। ଆଗାମୀଦିନରେ ଅଧିକରୁ ଅଧିକ ଦିବ୍ୟାଙ୍ଗ ପିଲାଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯିବାର ଯୋଜନା ରହିଛି। ତେବେ ହାତ ତିଆରି ଏହି ରାଖୀଗୁଡ଼ିକର ଦାମ୍‌ ଅପେକ୍ଷାକୃତ କମ୍‌ ରହୁଛି। ୧୫ ଟଙ୍କାରୁ ଆରମ୍ଭ କରି ୬୦ ଟଙ୍କା ମଧ୍ୟରେ ଦାମ୍‌ ରହୁଛି। ଫଳରେ ସବୁ ବର୍ଗର ଲୋକଙ୍କ ପକେଟ୍‌କୁ ଏହା ସୁହାଉଛି। ଭୁବନେଶ୍ୱର ମଧ୍ୟରେ ଫ୍ରି ହୋମ୍‌ ଡେଲିଭରି ବ୍ୟବସ୍ଥା ଥିବାବେଳେ ଭୁବନେଶ୍ୱର ବାହାରକୁ ପଠାଇବାକୁ ହେଲେ କେବଳ ପୋଷ୍ଟାଲ୍‌ ଚାର୍ଜ ଅଧିକ ଦେବାକୁ ପଡ଼ୁଛି। ତେବେ କେବଳ ଭୁବନେଶ୍ୱର କି ଓଡ଼ିଶା ନୁହେଁ, ବାଙ୍ଗାଲୋର, ଦିଲ୍ଲୀ, ଚେନ୍ନାଇ ଭଳି ସହରରୁ ମଧ୍ୟ ବହୁ ଅର୍ଡର ଆସୁଛି। ‘ଓ୍ବି ଫର୍‌ ୟୁ’ର ସ୍ବେଚ୍ଛାସେବୀମାନେ କୋଭିଡ୍‌ ମହାମାରୀ ସମୟରେ ମଧ୍ୟ ଜୀବନକୁ ଖାତିର ନ କରି ଘର ଘର ବୁଲି ରାଖୀର ହୋମ୍‌ ଡେଲିଭରି କରୁଛନ୍ତି। ତେବେ ପ୍ରଥମରୁ ଏତେଟା ଅର୍ଡର ଆସୁ ନ ଥିବା ବେଳେ ଏବେ କିନ୍ତୁ ଡିମାଣ୍ଡ ବଢିଛି। ଏବେ ଦିନକୁ ପ୍ରାୟ ୫୦ରୁ ଅଧିକ ଅର୍ଡର ଆସୁଛି। ବର୍ତ୍ତମାନ କେବଳ ହ୍ବାଟ୍ସଆପ୍‌ ମାଧ୍ୟମରେ ଅର୍ଡର ରଖାଯାଉଛି। ଖୁବ୍‌ଶୀଘ୍ର ଏକ ସ୍ବତନ୍ତ୍ର ଓ୍ବେବ୍‌ସାଇଟ୍‌ ଲଞ୍ଚ୍‌ ହେବ। ଏହି ଓ୍ବେବ୍‌ସାଇଟର ନାମ ‘ଦ ଆବିଲିଟି ବଜାର’ ରହିବ। ଜୁଲାଇ ପ୍ରଥମ ସପ୍ତାହରୁ ‘ଓ୍ବି ଫର୍‌ ୟୁ’ ଏହି ପ୍ରୋଜେକ୍ଟ ପାଇଁ କାମ ଆରମ୍ଭ କରିଥିବାବେଳେ ଆଗାମୀ ଦିନରେ ଏହି ପିଲାମାନଙ୍କୁ ସମ୍ମାନର ସହ ବଞ୍ଚତ୍ବାରେ ଏହା ସାହାଯ୍ୟ କରିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପିକ୍‌ଅପ୍‌ରୁ ଜବତ ହେଲା ପୁଳାପୁଳା ଟଙ୍କା

ପଦ୍ମପୁର,୧୯ା୪(ପ୍ରଦୀପ୍ତ ଦାଶ): ବରଗଡ଼ ଜିଲା ପଦ୍ମପୁର ଥାନା ପୋଲିସ ଶୁକ୍ରବାର ଏକ ପିକ୍‌ଅପ୍‌ରୁ ପୁଳାପୁଳା ଟଙ୍କା ଜବତ କରିଛି। ଗାଇସିଲେଟ -ପଦ୍ମପୁର ରାସ୍ତାର ଗଡ଼ଭାଟି ଛକରୁ...

ଅଶୁଂଘାତରେ ଅସୁସ୍ଥ ହେଲେଣି ୭୧ଜଣ, ଜଣଙ୍କର ମୃତ୍ୟୁ

ଭୁବନେଶ୍ୱର,୧୯।୪: ଅଂଶୁଘାତରେ ରାଜ୍ୟରେ ଜଣଙ୍କର ମୃତ୍ୟୁ ଘଟିଛି। ମୃତ ବ୍ୟକ୍ତି ଜଣଙ୍କ ବାଲେଶ୍ୱରର ବୋଲି ଜଣାପଡିଛି। ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ଆଜି ଏହି...

ମହାନଦୀରେ ବୁଡିଲା ଡଙ୍ଗା: ଜଣେ ମୃତ, ୬ ନିଖୋଜ

ଝାରସୁଗୁଡା,୧୯।୪: ମହାନଦୀରେ ବୁଡିଲା ଡଙ୍ଗା। ଏଥିରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬ ଜଣଙ୍କର ପତ୍ତା ମିଳୁନି। ଝାରସୁଗୁଡା ଜିଲା ଲଖନପୁର ବ୍ଲକ ଶରଧା ନିକଟ...

ବିଜେଡିରେ ସାମିଲ ହେଲେ ବିଜୟ କେତନ ସ୍ବାଇଁ; କହିଲେ-ବିତୃଷ୍ଣା ହୋଇ ଭାଜପା ଛାଡ଼ିଲି

ଭୁବନେଶ୍ୱର,୧୯ା୪: ଭାଜପା ଛାଡି ବିଜେଡିରେ ଯୋଗ ଦେଲେ ବରିଷ୍ଠ ନେତା ବିଜୟ କେତନ ସ୍ବାଇଁ । ରାଜନଗର ବିଧାୟକ ଧ୍ରୁବ ସାହୁ, କେନ୍ଦ୍ରାପଡ଼ା ପର୍ଯ୍ୟବେକ୍ଷକ ପ୍ରତାପ...

ବୃଦ୍ଧଙ୍କୁ ପଥରରେ ଛେଚି ହତ୍ୟା

ପାଇକମାଳ,୧୯ା୪(ବଡ଼ ଶତପଥୀ): ବରଗଡ଼ ଜିଲା ପାଇକମାଳ ବ୍ଲକ ଅନ୍ତର୍ଗତ ଭୁବନେଶ୍ୱରପୁର(ଚେରିମୁଣ୍ଡା) ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜଣେ ୬୫ ବର୍ଷର ବୃଦ୍ଧଙ୍କୁ ପଥରରେ ଛେଚି...

ପୋଲିସ ପରିଚୟ ଦେଇ ଲକ୍ଷାଧିକ ଟଙ୍କା ଲୁଟିନେଲେ ଦୁର୍ବୃତ୍ତ

କଟକ,୧୯ା୪(କାର୍ତ୍ତିକ ସାହୁ): ପୋଲିସ ପରିଚୟ ଦେଇ ଦୁଇ ଜଣଙ୍କଠାରୁ ଲକ୍ଷାଧିକ ଟଙ୍କା ଲୁଟିନେଇଛନ୍ତି ଦୁର୍ବୃତ୍ତ। ଦୁଇଜଣଙ୍କଠାରୁ ଦୁର୍ବୃତ୍ତମାନେ ସାଢ଼େ ୩ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି।...

ଓଡିଶା ରାଜନୀତିରେ ଚହଳ,ଭାଜପାରେ ଯୋଗଦେବେ ଦୁଇ ବଡ଼ ନେତା!

ଭୁବନେଶ୍ୱର,୧୯।୪: ଆଗକୁ ରାଜ୍ୟ ରାଜନୀତି ସରଗରମ ହେବାକୁ ଯାଉଛି କାରଣ ଭାଜପାରେ ଯୋଗ ଦେଇ ପାରନ୍ତି ଓଡିଶା ରାଜନୀତିର ଦୁଇ ବଡ଼ ନେତା। ଏବେ ଚର୍ଚ୍ଚା...

 ୨୫ରୁ ସିଝିବ ଓଡ଼ିଶା, ପୁଣି କଲବର କରିବ ତାତି

ଭୁବନେଶ୍ୱର,୧୯ା୪: ଡହଡହ ଖରାରେ ସିଝୁଛି ସାରା ରାଜ୍ୟ। ଉପକୂଳଠାରୁ ଆରମ୍ଭ କରି ଆଭ୍ୟନ୍ତରଣ ଓଡ଼ିଶା ପର୍ଯ୍ୟନ୍ତ ପାରଦ ଉପରମୁହାଁ ହୋଇଛି। ଏହି ତାପମାତ୍ରା ଆସନ୍ତା ୨୧...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri