ଖୁସି ବାଣ୍ଟୁଛି ଆବିଲିଟି ବଜାର

ଭୁବନେଶ୍ୱର,୨୯ା୭(ବ୍ୟୁରୋ): ଭଉଣୀ ଓ ଭାଇଙ୍କ ପବିତ୍ର ସମ୍ପର୍କକୁ ସୁଦୃଢ କରିବାକୁ ପ୍ରତିବର୍ଷ ପାଳନ କରାଯାଇଥାଏ ରାଖୀ ପୂର୍ଣ୍ଣିମା। ଭଉଣୀ ହାତରୁ ଭାଇ ରାଖୀ ପିନ୍ଧି ତା’ର ସୁରକ୍ଷା ଓ ଦୁଃଖସୁଖରେ ସାଥିରେ ଛିଡ଼ାହେବାକୁ ପ୍ରତିଜ୍ଞାବଦ୍ଧ ହୋଇଥାଏ। ଏହି ପର୍ବକୁ ପ୍ରତିବର୍ଷ ଧୁମ୍‌ଧାମରେ ପାଳନ କରାଯାଉଥିବାବେଳେ ଚଳିତବର୍ଷ କିନ୍ତୁ କରୋନା ଦାଉ ସାଧିଛି। କୋଭିଡ୍‌-୧୯ ଲକ୍‌ଡାଉନ୍‌ ଯୋଗୁ ଦୂରରେ ରହିଥିବା ଭଉଣୀ ରାଖୀ ବାନ୍ଧିବାକୁ ନା ଭାଇ ପାଖକୁ ଯାଇପାରିବ ନା ଭଉଣୀ ପାଖକୁ ଭାଇ ଆସିପାରିବ। ସେହିଭଳି କୋଭିଡ୍‌ କଟକଣା ଯୋଗୁ ଏଥର ରାଖୀ ଦୋକାନ ମଧ୍ୟ ଖୋଲିନାହିଁ। ତେଣୁ ରାଖୀ କିଣି ପୋଷ୍ଟାଲରେ ପଠାଇବା ଅସମ୍ଭବ। ଏଭଳିସ୍ଥଳେ ଏକମାତ୍ର ସାହାରା ପାଲଟିଛି ଅନ୍‌ଲାଇନ୍‌ରେ ରାଖୀ। ବିଭିନ୍ନ ଇ-କମର୍ସ ସାଇଟ୍‌ ସହ ଇ-ଗିଫ୍ଟିଂ ସାଇଟ୍‌ରେ ଏବେ ରାଖୀ ପଠାଇବା ଏକମାତ୍ର ଅପ୍‌ଶନ୍‌ ଭାବେ ଉଭାହୋଇଛି। ଆଉ ଏହାର ସୁଯୋଗ ନେଇ ‘ଓ୍ବି ଫର୍‌ ୟୁ’ ଏକ ଅଭିିନବ ପ୍ରୟାସ ଆରମ୍ଭ କରିଛି। ଦିବ୍ୟାଙ୍ଗ ତଥା ଅଟିଷ୍ଟିକ୍‌ ରୋଗରେ ପୀଡ଼ିତ କିଶୋରମାନଙ୍କୁ ଆତ୍ମନିର୍ଭରଶୀଳ କରିବା ଓ ସେମାନଙ୍କ ସମୟର ସଦୁପଯୋଗ ଉଦ୍ଦେଶ୍ୟରେ ସଂସ୍ଥା ପକ୍ଷରୁ ଏକ ନୂଆ କାର୍ଯ୍ୟକ୍ରମ ହାତକୁ ନିଆଯାଇଛି। ଏହି ପିଲାମାନଙ୍କ ଦ୍ୱାରା ପ୍ରସ୍ତୁତ ରାଖୀକୁ ଅନ୍‌ଲାଇନ୍‌ରେ ବିକ୍ରି ପାଇଁ ଉପଲବ୍ଧ କରାଯାଇଛି। ଫଳରେ ଲକ୍‌ଡାଉନରେ ଲୋକେ ଘରେ ରହି ନିଜ ମନପସନ୍ଦର ରାଖୀ ଅର୍ଡର କରିପାରିବେ କିମ୍ବା ନିଜ ପ୍ରିୟଜନଙ୍କୁ ପଠାଇପାରିବେ। ଏହାଦ୍ୱାରା କେବଳ ସେମାନେ ନିଜ ପସନ୍ଦର ରାଖୀ କିଣିବେନି, ବରଂ ଆଉଜଣଙ୍କ ମୁହଁରେ ହସ ଫୁଟାଇପାରିବେ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।
ଅଟିଷ୍ଟିକ୍‌ରେ ପୀଡ଼ିତ ଭୁବନେଶ୍ୱରର ୩ଜଣ କିଶୋରଙ୍କୁ ନେଇ ପ୍ରାଥମିକ ପର୍ଯ୍ୟାୟରେ ‘ଓ୍ବି ଫର୍‌ ୟୁ’ ପକ୍ଷରୁ ‘ଦ ଆବିଲିଟି ବଜାର’ ନାମରେ ଏହି ପ୍ରୟାସ କରାଯାଇଛି। ଆଗାମୀଦିନରେ ଅଧିକରୁ ଅଧିକ ଦିବ୍ୟାଙ୍ଗ ପିଲାଙ୍କୁ ଏଥିରେ ଅନ୍ତର୍ଭୁକ୍ତ କରାଯିବାର ଯୋଜନା ରହିଛି। ତେବେ ହାତ ତିଆରି ଏହି ରାଖୀଗୁଡ଼ିକର ଦାମ୍‌ ଅପେକ୍ଷାକୃତ କମ୍‌ ରହୁଛି। ୧୫ ଟଙ୍କାରୁ ଆରମ୍ଭ କରି ୬୦ ଟଙ୍କା ମଧ୍ୟରେ ଦାମ୍‌ ରହୁଛି। ଫଳରେ ସବୁ ବର୍ଗର ଲୋକଙ୍କ ପକେଟ୍‌କୁ ଏହା ସୁହାଉଛି। ଭୁବନେଶ୍ୱର ମଧ୍ୟରେ ଫ୍ରି ହୋମ୍‌ ଡେଲିଭରି ବ୍ୟବସ୍ଥା ଥିବାବେଳେ ଭୁବନେଶ୍ୱର ବାହାରକୁ ପଠାଇବାକୁ ହେଲେ କେବଳ ପୋଷ୍ଟାଲ୍‌ ଚାର୍ଜ ଅଧିକ ଦେବାକୁ ପଡ଼ୁଛି। ତେବେ କେବଳ ଭୁବନେଶ୍ୱର କି ଓଡ଼ିଶା ନୁହେଁ, ବାଙ୍ଗାଲୋର, ଦିଲ୍ଲୀ, ଚେନ୍ନାଇ ଭଳି ସହରରୁ ମଧ୍ୟ ବହୁ ଅର୍ଡର ଆସୁଛି। ‘ଓ୍ବି ଫର୍‌ ୟୁ’ର ସ୍ବେଚ୍ଛାସେବୀମାନେ କୋଭିଡ୍‌ ମହାମାରୀ ସମୟରେ ମଧ୍ୟ ଜୀବନକୁ ଖାତିର ନ କରି ଘର ଘର ବୁଲି ରାଖୀର ହୋମ୍‌ ଡେଲିଭରି କରୁଛନ୍ତି। ତେବେ ପ୍ରଥମରୁ ଏତେଟା ଅର୍ଡର ଆସୁ ନ ଥିବା ବେଳେ ଏବେ କିନ୍ତୁ ଡିମାଣ୍ଡ ବଢିଛି। ଏବେ ଦିନକୁ ପ୍ରାୟ ୫୦ରୁ ଅଧିକ ଅର୍ଡର ଆସୁଛି। ବର୍ତ୍ତମାନ କେବଳ ହ୍ବାଟ୍ସଆପ୍‌ ମାଧ୍ୟମରେ ଅର୍ଡର ରଖାଯାଉଛି। ଖୁବ୍‌ଶୀଘ୍ର ଏକ ସ୍ବତନ୍ତ୍ର ଓ୍ବେବ୍‌ସାଇଟ୍‌ ଲଞ୍ଚ୍‌ ହେବ। ଏହି ଓ୍ବେବ୍‌ସାଇଟର ନାମ ‘ଦ ଆବିଲିଟି ବଜାର’ ରହିବ। ଜୁଲାଇ ପ୍ରଥମ ସପ୍ତାହରୁ ‘ଓ୍ବି ଫର୍‌ ୟୁ’ ଏହି ପ୍ରୋଜେକ୍ଟ ପାଇଁ କାମ ଆରମ୍ଭ କରିଥିବାବେଳେ ଆଗାମୀ ଦିନରେ ଏହି ପିଲାମାନଙ୍କୁ ସମ୍ମାନର ସହ ବଞ୍ଚତ୍ବାରେ ଏହା ସାହାଯ୍ୟ କରିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପାଇଁ ଲଢ଼େଇ ଜାରି ରହିବ

ନୂଆଦିଲ୍ଲୀ,୮୧୦ ମୁଖ୍ୟ ନିର୍ବାଚନ କମିଶନର(ସିଇସି)ଙ୍କ ବିରୋଧରେ କକ୍‌ରୋଚ ଜନତା ପାର୍ଟି (ସିଜେପି)ର ଆନ୍ଦୋଳନ ନିର୍ବାଚନ ବ୍ୟବସ୍ଥାରେ ପରିବର୍ତ୍ତନ ପର୍ଯ୍ୟନ୍ତ ଜାରି ରହିବ। ଏପରିକି ସିଇସି ଜ୍ଞାନେଶ କୁମାରଙ୍କ…

ଚୀରନିଦ୍ରାରେ ବଲିଉଡ଼ର ଭେଟେରାନ ଆକ୍ଟର ‘ନାନା ପାଟେକର’

ମୁମ୍ବାଇ: ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ଗୁରୁବାର ୭୫ ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ଗୋଆର ଡୋନା ପାଉଲା ସ୍ଥିତ…

‘ଇଣ୍ଡି’ ମେଣ୍ଟର ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରାର ପ୍ରଭାବ, ଅଖଚକ ସବୁ ବନ୍ଦ

ଭୁବନେଶ୍ୱର,୮।୧୦: ଗୁରୁବାର ସକାଳୁ ସକାଳୁ ସାରା ଓଡ଼ିଶାରେ ‘ଓଡ଼ିଶା ବନ୍ଦ’ ଡାକରାର ପ୍ରଭାବ ଦେଖିବାକୁ ମିଳିଛି। ୪ଦଫା ଦାବିରେ କଂଗ୍ରେସ ସହ ୯ଟି ବିରୋଧି ଦଳ ଏହି…

ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୮ା୧୦, (ରବିନାରାୟଣ ଜେନା): କଂଗ୍ରେସ ନେତୃତ୍ୱରେ ଇଣ୍ଡିଆ ବ୍ଲକ୍‌ ପକ୍ଷରୁ ୪ ଦଫା ଦାବି ନେଇ ଗୁରୁବାର ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି। ସକାଳ ୬ରୁ…

ପୂଜା କମିଟିଗୁଡ଼ିକୁ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଭେଟି: ପାର୍ବଣ ପାଇଁ ସମ୍ପୂର୍ଣ୍ଣ ଗ୍ରାଉଣ୍ଡ ରେଣ୍ଟ ଛାଡ଼

ଭୁବନେଶ୍ୱର,୭ା୧୦: ଆଗାମୀ ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ପୂଜା କମିଟିଗୁଡ଼ିକ ପାଇଁ ଏକ ବଡ଼ ଘୋଷଣା କରିଛନ୍ତି। ଭୁବନେଶ୍ୱର ମହାନଗର ନିଗମ (BMC) ଅଞ୍ଚଳରେ…

ଆସନ୍ତା ୩ ଦିନ ଝଡ଼ବର୍ଷା ସହ ବଜ୍ରପାତ: ସତର୍କ କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର, ୭ା୧୦ (ସୌମ୍ୟରଞ୍ଜନ ରାଉତ)- ରାଜ୍ୟରେ କିଛିଦିନ ହେବ ଖରାତାତି ସାଙ୍ଗକୁ ଗୁଳୁଗୁଳି ଜନଜୀବନକୁ ଅସ୍ତବ୍ୟସ୍ତ କରୁଥିବାବେଳେ ଦିନର ତାପମାତ୍ରା ୩୬ ଡିଗ୍ରୀ ପାର୍‌ କରୁଛି। ତେବେ…

ମୁଖ୍ୟମନ୍ତ୍ରୀଙ୍କ ମା’ଙ୍କ ପରଲୋକ, ଭାବପ୍ରବଣ ହୋଇ କହିଲେ ମୋର ସବୁଠୁ ବଡ଼ ଛାଇ….

ରାଞ୍ଚି,୭।୧୦: ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ମା’ ରୂପୀ ସୋରେନଙ୍କ ପରଲୋକ ହୋଇଛି । ରାଞ୍ଚିର ଏକ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଃଶ୍ୱାସ ତ୍ୟାଗ…

କାଲି ସକାଳ ୬ରୁ ସନ୍ଧ୍ୟା ୬ ଯାଏ ଓଡ଼ିଶା ବନ୍ଦ, ସହଯୋଗ ପାଇଁ ଆହ୍ୱାନ ଦେଲା…

ଭୁବନେଶ୍ୱର,୭।୧୦: ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦାବିକୁ ନେଇ ଆସନ୍ତାକାଲି (ଗୁରୁବାର) ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଓଡ଼ିଶା ବନ୍ଦ ଆହ୍ୱାନ ଦିଆଯାଇଛି। ‘INDIA’ ବ୍ଲକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?