Posted inଫୁରସତ

ମହାକାଶରେ ହଜିଗଲା ଦର୍ପଣ

ଓ୍ବାଶିଂଟନ: ମହାକାଶରେ ଠୁଳ ହେଉଥିବା ବର୍ଜ୍ୟରେ ସାମିଲ ହୋଇଛି ଏକ ଛୋଟିଆ ଦର୍ପଣ। ଅନ୍ତଃରାଷ୍ଟ୍ରୀୟ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌)ରେ ସ୍ପେସ୍‌ ଓ୍ବାକ୍‌ କରିବା ସମୟରେ ଜଣେ ମହାକାଶଚାରୀଙ୍କ ଅସାବଧାନତା ଯୋଗୁ ଏହା ଘଟିଛି। ଏହା ଯଦି ପୃଥିବୀ ପୃଷ୍ଠରେ ଘଟିଥାନ୍ତା, ତେବେ ଏହାକୁ ଅତି ମାମୁଲି କଥା କହି ଲୋକେ ଭୁଲିଯାଇଥା’ନ୍ତେ। ହେଲେ ମହାକାଶରେ ଏପରି ଘଟଣା ପ୍ରଥମ ବୋଲି କୁହାଯାଉଛି। ଗତ ୨୬ ଜୁନ୍‌ରେ ଆଇଏସ୍‌ଏସ୍‌ରୁ ସ୍ପେସ୍‌ ଓ୍ବାକ୍‌ ପାଇଁ ବାହାରକୁ ବାହାରିଥିଲେ ମହାକାଶଚାରୀ କ୍ରିଶ୍‌ କେସିଡି ଏବଂ ବବ୍‌ ବେନ୍‌କେନ। କମାଣ୍ଡର କ୍ୟାସିଡି ସ୍ପେସ୍‌ଶୁଟ୍‌ର ହାତରେ ଲାଗିଥିବା ଉକ୍ତ ଦର୍ପଣ ଉପରୁ ନିଜର ନିୟନ୍ତ୍ରଣ ହରାଇଥିଲେ। ଫଳରେ ପ୍ରତି ସେକେଣ୍ଡରେ ଦର୍ପଣଟି ଗୋଟିଏ ଫୁଟ ହିସାବରେ ଦୂରକୁ ଦୂରକୁ ଚାଲିଯାଇଥିଲା। ତେବେ ଏହି ଘଟଣାରେ ଆଇଏସ୍‌ଏସ୍‌ କିମ୍ବା ମହାକାଶଚାରୀଙ୍କ କୌଣସି କ୍ଷତି ହୋଇନାହିଁ।
କ୍ୟାସିଡି ଏବଂ ବେନ୍‌କେନ ପୁରୁଣା ହାଇଡ୍ରୋଜେନ ବ୍ୟାଟେରି ବଦଳାଇବାକୁ ସ୍ପେସ୍‌ ଷ୍ଟେଶନ ବାହାରକୁ ଆସିଥିଲେ। ଦୀର୍ଘ ସମୟ ଧରି ଚାଲିବାକୁ ଥିବା ଏହି କାର୍ଯ୍ୟ ଲାଗି ଦୁହେଁ ଜୁନ୍‌ ୨୬ରେ ସ୍ପେସ୍‌ଓ୍ବାକ୍‌ ଆରମ୍ଭ କରିଥିଲେ। ଆଗରେ କ୍ୟାସିଡି ଯାଉଥିବାବେଳେ ଦର୍ପଣଟି ସ୍ପେସ୍‌ଶୁଟ୍‌ରୁ ଅଲଗା ହୋଇଯାଇଥିଲା। ତେବେ ଅନ୍ଧାରରେ ଏହି ଘଟଣା ଘଟିଥିବାରୁ କ୍ୟାସିଡି ଜାଣିପାରି ନ ଥିଲେ। ଆଲୁଅକୁ ଆସିବା ପରେ ଦର୍ପଣଟି ସ୍ପେସ୍‌ଶୁଟ୍‌ରୁ ବାହାରି ଯାଇଥିବା ଜଣାପଡ଼ିଥିଲା। ଏ ନେଇ ନାସା ପକ୍ଷରୁ କୁହାଯାଇଛି, ୫ ଇଞ୍ଚ ଲମ୍ବା ଏବଂ ୩ ଇଞ୍ଚ ଚଉଡ଼ା ବିଶିଷ୍ଟ ଏହି ଦର୍ପଣର ଓଜନ ୪୫ ଗ୍ରାମ୍‌। ଏହି ଦର୍ପଣ ମହାକାଶଚାରୀଙ୍କୁ କାମ କରିବା ବେଳେ ବେଶ୍‌ ସହାୟକ ହୋଇଥାଏ।
ଆଇଏସ୍‌ଏସ୍‌ରେ ନିକେଲ ହାଇଡ୍ରୋଜେନ ବ୍ୟାଟେରି ଲାଗିଛି। ଏହା ତୁଳନାରେ ଲିଥିୟମ ଆୟନ ବ୍ୟାଟେରି ଅଧିକ ଶକ୍ତିଶାଳୀ। ଆଇଏସ୍‌ଏସ୍‌ର କାର୍ଯ୍ୟକ୍ଷମତା ବଢ଼ାଇବା ଲାଗି ନିକେଲ ହାଇଡ୍ରୋଜେନ ବ୍ୟାଟେରିକୁ ବଦଳାଇ ଲିଥିୟମ ଆୟନ୍‌ ବ୍ୟାଟେରି ଲଗାଯିବାକୁ ଯୋଜନା କରାଯାଇଛି। କ୍ୟାସିଡି ଏବଂ ବେନକେନ୍‌ଙ୍କ ଉପରେ ଏହି ଦାୟିତ୍ୱ ନ୍ୟସ୍ତ କରାଯାଇଛି। ହେଲେ ଏହି କାମ ବହୁତ କଷ୍ଟକର। କାରଣ ଗୋଟିଏ ବ୍ୟାଟେରିର ଲମ୍ବ ଏକ ମିଟର ଏବଂ ଓଜନ ୧୮୦ କିଲୋଗ୍ରାମ। ଏହି ବ୍ୟାଟେରି ବଦଳାଇବା କାମ ୨୦୧୭ରୁ ଆରମ୍ଭ ହୋଇଛି। ଅଦ୍ୟାବଧି ୧୮ଟି ଲିଥିୟମ ବ୍ୟାଟେରି ଲଗାଯାଇ ସାରିଲାଣି। ସ୍ପେସ୍‌ ଓ୍ବାକ୍‌ ଜୁଲାଇ ଶେଷଯାଏ ଚାଲିବ। ଏହାପରେ ମହାକାଶଚାରୀ ପୃଥିବୀକୁ ଫେରି ଆସିବେ।
୨୦୨୪ରେ ସରିବ ଆଇଏସ୍‌ଏସ୍‌ ଅଭିଯାନ
୧୯୯୮ରୁ ଆରମ୍ଭ ହୋଇଥିବା ଇଣ୍ଟରନ୍ୟାଶନାଲ ସ୍ପେସ୍‌ ଷ୍ଟେଶନ (ଆଇଏସ୍‌ଏସ୍‌) ଅଭିଯାନ ୨୦୨୪ରେ ଶେଷ ହେବ। ଚଳିତବର୍ଷ ନାସା ପକ୍ଷରୁ ଚନ୍ଦ୍ର ଅଭିଯାନ ଲାଗି ଜୋର୍‌ଦାର ପ୍ରସ୍ତୁତି ଚାଲିଛି। ଏହା ଏକ ମାନବ ମିଶନ। ଆଇଏସ୍‌ଏସ୍‌ ଅଭିଯାନରେ ନାସା, ରୁଷିଆ, ୟୁରୋପୀୟ ସ୍ପେସ୍‌ ଏଜେନ୍ସି, ଜାପାନ, କାନାଡ଼ା ମିଳିତ ଭାବେ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କୃଷକଙ୍କ କ୍ଷେତରୁ ମିଳିଲା ୬୦ ଲକ୍ଷ ଟଙ୍କାର ହୀରା, ଖୁସି ପରିବର୍ତ୍ତେ କରୁଛନ୍ତି ପଶ୍ଚାତାପ

ଆନ୍ଧ୍ରପ୍ରଦେଶର କୁରନୁଲ ଜିଲାରେ ଜଣେ କୃଷକ ରାତାରାତି ଲକ୍ଷପତି ହୋଇଯାଇଛନ୍ତି। କୃଷକ ଜଣଙ୍କ କ୍ଷେତରେ କାମ କରୁଥିଲାବେଳେ ଏକ ହୀରା ଖଣ୍ଡ ପାଇଥିଲେ। ଏହି ହୀରା...

ଗଧ ସହ ସାକ୍ଷାତ୍‌କାର: କାହିଁକି ପିନ୍ଧିନ ମାସ୍କ୍‌ ପଚାରିଲେ ରିପୋର୍ଟର

ପାଟନା, ୨୫।୭: ଏବେ ଗଧ ସହିତ ସାକ୍ଷାତ୍‌କାର କରୁଥିବା ଏକ ଭିଡ଼ିଓ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଭିଡ଼ିଓରେ ଜଣେ ରିପୋର୍ଟର ରାସ୍ତାରେ ବୁଲୁଥିବା...

ସ୍ତ୍ରୀଙ୍କ ସହ ଏହି ଉପାୟରେ ଫଟୋ ଉଠାଉଛନ୍ତି ସ୍ବାମୀ, ପୂରା ଭିଡିଓ ଦେଖିଲେ ରୋକିହେବନି ହସ

ସୋସିଆଲ ମିଡିଆରେ ବର୍ତ୍ତମାନ ଅଧିକରୁ ଅଧିକ ଭିଡିଓ ଭାଇରାଲ ହେଉଛି। ଯାହାକୁ ଉପଭୋଗ କରି ଜଣେ ଅନ୍ୟ ଜଣଙ୍କୁ ଶେୟାର କରୁଛନ୍ତି। ମାତ୍ର ଏପରି କିଛି...

ଗଣ୍ଡାକୁ ଆଲିଙ୍ଗନ କଲା ହାତୀ: ଦେଖନ୍ତୁ କେମିତି

ସୋସିଆଲ ମିଡିଆରେ ପ୍ରତିଦିନ ଅନେକ ଭିଡିଓ ଭାଇରାଲ ହେବାରେ ଲାଗିଛି। ତେବେ ବର୍ତ୍ତମାନ ଏପରି ଏକ ଭିଡିଓ ଭାଇରାଲ ହୋଇଛି ଖୁବ୍‌ ଆକର୍ଷଣୀୟ ହୋଇଛି। ଭିଡିଓରେ...

ପ୍ଲାଷ୍ଟିକ ବର୍ଜ୍ୟବସ୍ତୁରୁ ତିଆରି କଲେ ପିପିଇ କିଟ୍‌-ଫେସ୍‌‌ ସିଲ୍ଡ!

ଫରିଦାବାଦ,୬।୮: ହରିୟାଣା ଫରିଦାବାଦର ସେକ୍ଟର-୨୧ଏରେ ରହୁଥିବା ଭବ୍ୟ ଚାଓ୍ବଲା ଏବେ ଖୁବ୍‌ ଚର୍ଚ୍ଚାରେ। କରୋନା ମହାମାରୀ ସମୟରେ ଲୋକେ ରୋଜଗାର ହରାଉଥିବା ବେଳେ ଭବ୍ୟ କିନ୍ତୁ...

୨ ଶହ ବର୍ଷ ଧରି ଭ୍ରମଣକାରୀ ପକ୍ଷୀଙ୍କ ସୁରକ୍ଷା କରୁଛନ୍ତି ଏହି ଗାଁର ଲୋକେ…

ଶୀତଦିନେ ସାଇବେରିଆ ଅଞ୍ଚଳରୁ ପ୍ରବଳ ଥଣ୍ଡା ଏବଂ ଖାଦ୍ୟ ଅଭାବରୁ ରକ୍ଷା ପାଇବା ପାଇଁ ବହୁ ପକ୍ଷୀ ଭାରତର ବିଭିନ୍ନ ଅଞ୍ଚଳକୁ ଭ୍ରମଣରେ ଆସିଥାନ୍ତି। ଶୀତଦିନ...

ଚାଇନା ଆକାଶରେ ଦେଖାଗଲା ଏକାଥରକେ ୩ ସୂର୍ଯ୍ୟ

କୁହାଯାଏ, ପ୍ରକୃତି ସୌନ୍ଦର୍ଯ୍ୟର ଉପମା ନାହିଁ। ଏହାର ଏକ ଝଲକ ଦେଖିବାକୁ ମିଳିଛି ଚାଇନାରେ। ଏକାଥରକେ ଚାଇନା ଆକାଶରେ ୩ଟି ସୂର୍ଯ୍ୟ ଦେଖିବାକୁ ମିଳିଥିଲା। ଅବିଶ୍ୱସନୀୟ...

ବୁଲିଯାଆନ୍ତୁ.. ଧାର୍ମିକ ପର୍ଯ୍ୟଟନସ୍ଥଳୀ ଐହୋଲ

କର୍ନାଟକସ୍ଥିତ ଏକ ଧାର୍ମିକ ପର୍ଯ୍ୟଟନସ୍ଥଳୀ ଭାବେ ଐହୋଲର ବେଶ୍‌ ନାଁ ରହିଛି। ଏଠାରେ ବହୁ ପ୍ରାଚୀନ ଗୁମ୍ଫା, ମନ୍ଦିର ଓ ମଠ ଇତ୍ୟାଦି ଦେଖିବାକୁ ମିଳିଥାଏ।...

Coronavirus Update

UTI
Archives

Model This Week

Why Dharitri

Leave a comment

Your email address will not be published. Required fields are marked *