Advertisement

ଧନିଆର ଔଷଧୀୟ ଗୁଣ

ଧନିଆ କେବଳ ଏକ ମସଲା ଦ୍ରବ୍ୟ ନୁହେଁ, ଏହା ଭିତରେ ଅନେକ ଔଷଧୀୟ ଗୁଣ ମଧ୍ୟ ଲୁଚି ରହିଥାଏ। ଥଣ୍ଡା କିମ୍ବା ପେଟ ଗରମ ଯୋଗୁ ଅନେକ ସମୟରେ ପାଟି ଭିତରେ ଛୋଟ ଛୋଟ ଘା’ ହୋଇଯିବାର ସମସ୍ୟା ଦେଖାଦେଇଥାଏ, ଏଥିରୁ ଉପଶମ ପାଇବାକୁ ହେଲେ ଗୋଟେ ଚାମଚ ଧନିଆ ଗୁଣ୍ଡକୁ ୨୫୦ ଗ୍ରାମ୍‌ ପାଣିରେ ଭଲ ଭାବେ ଫୁଟାଇ ତାହାକୁ ଥଣ୍ଡା କରି ଦିନରେ ୨/୩ ଥର କୁଳୁକୁଞ୍ଚା କଲେ ଆରାମ ମିଳିଥାଏ। ସେହିପରି କୃମି ସମସ୍ୟାରୁ ବି ଏହା ମୁକ୍ତି ଦେଇଥାଏ। କୁହାଯାଏ, ବୟସ୍କ ବ୍ୟକ୍ତିମାନେ ପ୍ରତିଦିନ ସକାଳେ ଓ ସନ୍ଧ୍ୟାରେ ଏକରୁ ଦେଢ ଚାମଚ କଞ୍ଚା ଧନିଆ ଗୁଣ୍ଡକୁ ପାଣିରେ ମିଶାଇ ୧୫ ଦିନ ପର୍ଯ୍ୟନ୍ତ ପିଇଲେ ସେମାନଙ୍କର କୃମିଦୋଷ ଭଲ ହୋଇଯାଇଥାଏ। ସେହିପରି ପିଲାମାନଙ୍କୁ ଏହି ସମସ୍ୟାରେ ୧/୪ ଚାମଚ ଧନିଆଗୁଣ୍ଡ ଖାଇବାକୁ ଦିଆଯାଇପାରେ। ଅନ୍ୟପକ୍ଷେ ବଦ୍‌ହଜମି ଯୋଗୁ ବାନ୍ତି ଲାଗୁଥିଲେ କିଛି ଗୋଟା ଧନିଆକୁ ମିଶିରି ସହିତ ଚୋବାଇ ଖାଇଲେ ଆରାମ ଲାଗିବା ସହ ଛାତିରେ ହେଉଥିବା ଜଳାପୋଡ଼ା ମଧ୍ୟ କେତେକାଂଶରେ କମିଯାଇଥାଏ। ପାଟି ଦୁର୍ଗନ୍ଧ ହେଉଥିଲେ ଧନିଆ ଚୋବାଇଲେ ମଧ୍ୟ ଏ ସମସ୍ୟାରୁ ମୁକ୍ତି ମିଳିଥାଏ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳେ ଚାମଚେ ଏହି ରସ ମେଦବହୁଳତାରୁ ରଖେ ଦୂରେଇ…

ପରିବର୍ତ୍ତିତ ଜୀବନଶୈଳୀରେ କେତେକଙ୍କଠାରେ ମେଦବହୁଳତା ସମସ୍ୟା ଦେଖାଦେଇଥାଏ। ତେବେ ଏହାର ସଫଳ ଚିକିତ୍ସା ବିଭିନ୍ନ ଔଷଧୀୟ ଗଛଲତା ସହାୟତାରେ ସହଜରେ ହୋଇପାରିଥାଏ। ପ୍ରତିଦିନ ଚାମଚେ ଘିକୁଆଁରୀ...

ଗ୍ୟାଷ୍ଟ୍ରିକ୍‌ରୁ ଆରୋଗ୍ୟ ପାଇଁ ଔଷଧ ସେବନ କରୁଛନ୍ତି କି: ଦେଖାଦେଇପାରେ କିଡ୍‌ନୀ ସମସ୍ୟା

ପେଟର ବହୁ ପ୍ରକାରର ସମସ୍ୟା ଭିତରୁ ଗ୍ୟାସ୍‌ ସମସ୍ୟା ଅନ୍ୟତମ। ଆଜିକାଲି ଜୀବନଶୈଳୀ ଓ ଖାଦ୍ୟ ପାନୀୟ ଯୋଗୁ ପ୍ରାୟ ଲୋକଙ୍କର ଗ୍ୟାଷ୍ଟ୍ରିକ୍‌ ସମସ୍ୟା ଦେଖାଦେଇଥାଏ।...

ଘରକୁ ଥଣ୍ଡା ରଖିବାକୁ ହେଲେ…

ରାଦିନେ ଗରମ ବଢ଼ିବା ସହ ତାପମାତ୍ରା ବଢ଼ିଚାଲିଛି। ଏମିତିରେ ଘରେ ରହିବା କଷ୍ଟକର ହୋଇପଡୁଛି। ପ୍ରାୟ ଲୋକ ଏଥିଲାଗି ଘରେ ଏସି ଲଗାଉଛନ୍ତି; ଯାହା ସ୍ବାସ୍ଥ୍ୟ...

ଅଂଶୁଘାତରୁ ଦୂରେଇ ରହିବା ପାଇଁ କରନ୍ତୁ ଏପରି…

ଖରାଦିନେ ପ୍ରବଳ ଗରମରେ ଅଂଶୁଘାତ ସମସ୍ୟା ଦେଖାଦେଇଥାଏ। ତେବେ ଏଥିରୁ ଦୂରେଇ ରହିବା ପାଇଁ ଆଖୁରସ ପିଇଲେ ଅନେକ ଉପକାର ମିଳେ । ଆଖୁରସରେ ଭିଟାମିନ୍‌,କ୍ୟାଲସିୟମ୍‌,...

ସୁଖ ସମୃଦ୍ଧି ପାଇଁ ଫିଟିକିରି

କୁହାଯାଏ, ନକାରାତ୍ମକ ଉର୍ଜାର ପ୍ରଭାବରେ ଘରେ କଳହ ଲାଗିବା ସହ ଆର୍ଥତ୍କ ଦୁରବସ୍ଥା ଦେଖାଦେଇଥାଏ। ଏଥିରୁ ମୁକ୍ତି ପାଇଁ ଫିଟିକିରିର କ’ଣ ସବୁ ଭୂମିକା ରହିଛି...

ସ୍ମୋକି ମେକ୍‌ଅପ୍‌

ପ୍ରଥମେ ଆଖିରେ ଆପଣଙ୍କ ମନପସନ୍ଦର ଆଇସ୍ୟାଡୋ ପ୍ରାଇମର୍‌ ଲଗାନ୍ତୁ। ଆଇସ୍ୟାଡୋକୁ ନିଜ ଆଙ୍ଗୁଠିରେ କିମ୍ବା ବ୍ରସ୍‌ରେ ଆଖିପତାରେ ଲଗାଇପାରିବେ। ଅଧିକ ଆକର୍ଷଣୀୟ ଦେଖାଯିବା ପାଇଁ ଗାଢ଼...

ଏହି ୪ ରୋଗରୁ ମୁକ୍ତି ପାଇବାକୁ ଚାହୁଁଛନ୍ତି କି, ଖାଲି ପାଦରେ ଘାସ ଉପରେ ଚାଲନ୍ତୁ

ସାଧାରଣତଃ ପାର୍କ ହେଉ କି ପଡିଆରେ ଲୋକଙ୍କୁ ଜୋତା କିମ୍ବା ଚପଲ ପିନ୍ଧି ବ୍ୟାୟାମ କରିବା ଦେଖାଯାଏ। ଚପଲ ପିନ୍ଧି ଚାଲିବା ଅପେକ୍ଷା ବିନା ଚପଲରେ...

ତ୍ୱଚା ପାଇଁ ଉପକାରୀ ବିଟ୍‌

ବିଟ୍‌ ଖାଇବା ସ୍ବାସ୍ଥ୍ୟ ପକ୍ଷେ ଯେତିକି ଲାଭଦାୟକ ଏଥିରେ ଥିବା ସୌନ୍ଦର୍ଯ୍ୟ ବୃଦ୍ଧିକାରୀ ଉପାଦାନ ତ୍ୱଚା ପାଇଁ ମଧ୍ୟ ସେତିକି ଉପକାରୀ। ଆସନ୍ତୁ ଜାଣିବା ଏହାକୁ...

Advertisement
Archives

Model This Week