ଗଣମାଧ୍ୟମ ସ୍ବାଧୀନତାର ଲଢ଼େଇ

ଫିଲିପାଇନ୍ସର ପାଲାଓ୍ବାନ ପ୍ରୋଭିନ୍ସ ଜୈବ ବିବିଧତାର ଭରପୁର ଦ୍ୱୀପ ଭାବେ ବେଶ୍‌ ଜଣାଶୁଣା। ନିକଟରେ ସେଠାରେ ଏକ ବିଷମ ରାଜନୈତିକ ରୋମାଞ୍ଚ ସାମ୍ନାକୁ ଆସିଥିଲା। ମେ ୯ରେ, ୨୦୧୧ର ତଥାକଥିତ ରେଡିଓ ବ୍ରଡକାଷ୍ଟର ଗେରୀ ଓର୍‌ଟେଗା ହତ୍ୟା ଘଟଣାର ମାଷ୍ଟର୍‌ମାଇଣ୍ଡ ଜୋଏଲ ଟି. ରିୟେସ ପୁନର୍ବାର ଗଭର୍ନର ନିର୍ବାଚନ ଦୌଡରେ ସାମିଲ ହୋଇଥିଲେ। ରିୟେସ ଜିତିଥିଲେ ଓର୍ଟେଗା ହତ୍ୟା ମାମଲାରେ ନ୍ୟାୟ ପାଇବା ସମ୍ଭାବନା କ୍ଷୀଣ ହୋଇଯାଇଥାଆନ୍ତା। ଭାଗ୍ୟବଶତଃ ରିୟେସ ନିର୍ବାଚନ ହାରିଗଲେ। ଓର୍‌ଟେଗାଙ୍କ ହତ୍ୟା ଭଳି ବହୁ ମାମଲାର ଗମ୍ଭୀରତା ଥିବାବେଳେ ଅନେକଙ୍କୁ ଏହା ସାଧାରଣ ମନେହେଉଛି। ରିୟେସଙ୍କ ଭଳି କ୍ଷମତାଶାଳୀ ଏକଚ୍ଛତ୍ରବାଦୀ ବର୍ଗର ସ୍ଥାନୀୟ ନେତାମାନେ ରାଜନୈତିକ ସମର୍ଥନରେ ବହୁ ସମୟରେ ଦଣ୍ଡମୁକ୍ତ ହେବା ସାମ୍ବାଦିକମାନଙ୍କ ଜୀବନ ପ୍ରତି ଭୟଙ୍କର ବିପଦ ସୃଷ୍ଟି କରୁଛି।
୨୦୦୨ରୁ ୨୦୧୧ ଯାଏ ପାଲଓ୍ବାନର ଗଭର୍ନର ଥିଲେ ରିୟେସ। ତାଙ୍କ ବିରୋଧରେ ଗୁପ୍ତରେ ଅର୍ଥ ସଂଗ୍ରହ କରୁଥିବା ଅଭିଯୋଗ ସାଧାରଣରେ ପ୍ରକାଶ କରିଥିଲେ ଓର୍‌ଟେଗା। ଫଳରେ ଓର୍‌ଟେଗାଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣାରେ ଜଡ଼ିତ ସମସ୍ତଙ୍କୁ ଗିିରଫ କରାଯାଇଥିଲା ଏବଂ ସେମାନେ ହତ୍ୟା କରିଥିବା ସ୍ବୀକାର କରିଥିଲେ। କିନ୍ତୁ ମଜଭୁତ ପ୍ରମାଣ ସତ୍ତ୍ୱେ ତାଙ୍କ ବିରୋଧରେ ଓପଚାରିକ ଅଭିଯୋଗକୁ ରୋକିବା ଲାଗି ରିୟେସ ପ୍ରୋସେକ୍ୟୁଟରଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏହି ହତ୍ୟା ଯୋଜନାର ମଧ୍ୟସ୍ଥ ଥିବା ରୋଡୋଲ୍ଫ ଏର୍ଡାଡ୍‌ ମାଷ୍ଟରମାଇଣ୍ଡ ଭାବେ ରିୟେସଙ୍କୁ ଦର୍ଶାଇଥିଲେ ଓ ତାଙ୍କୁ ମୁଖ୍ୟ ସାକ୍ଷୀ ଭାବେ ରଖାଯାଇଥିଲା। ତେବେ ପ୍ରୋସେକ୍ୟୁଟରମାନେ ଏର୍ଡାଡ୍‌ଙ୍କ ସାକ୍ଷ୍ୟକୁ ପ୍ରମାଣ ଭାବେ ନିଶ୍ଚିତ କରି ନ ଥିଲେ। ପ୍ରୋସେକ୍ୟୁଟରମାନେ ନିଷ୍ପତ୍ତି ନେଇଥିଲେ ଯେ, ହତ୍ୟା ପୂର୍ବରୁ ଓ ପରେ ଏର୍ଡାଡଙ୍କ ପାଖକୁ ରିୟେସ ପଠାଇଥିବା ଟେକ୍ସଟ ମେସେଜକୁ ପ୍ରମାଣ ଭାବେ ବ୍ୟବହାର କରାଯାଇପାରିବ ନାହିଁ। କିନ୍ତୁ ପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ନିଯୁକ୍ତ ନୂତନ ପ୍ରୋସେକ୍ୟୁଟୋରିଆଲ ଟିମ୍‌ ଏହି ଟେକ୍ସଟ୍‌ ମେସେଜକୁ ପ୍ରମାଣ ଭାବେ ଗ୍ରହଣ କରି ମାମଲା ଆରମ୍ଭ କଲା ପରେ ରିୟେସ ଭିଏଟ୍‌ନାମ ପଲାଇଲେ। ଯଦିଓ ପରେ ଏକ କୋର୍ଟ ଏହି ପ୍ରୋସେକ୍ୟୁଟୋରିଆଲ କମିଟିକୁ ଅବୈଧ ବୋଲି ରାୟ ଦେଇଥିଲେ, ତେବେ ସେହି କୋର୍ଟର ଏକ ନୂଆ ଖଣ୍ଡପୀଠ ନିର୍ଦ୍ଦେଶ ଦେଇଥିଲେ ଯେ, ଏହି ମାମଲାର ବିଚାର ଆଗକୁ ବଢ଼ିବା ଉଚିତ। କିନ୍ତୁ ୨୦୨୧ରେ ଜାରି ରିୟେସଙ୍କ ଗିରଫ ଓ୍ବାରେଣ୍ଟକୁ ସମାୟିକ ଭାବେ ଉଠାଇ ନିଆଗଲା, ଯଦ୍ଦ୍ବାରା ସେ ଗଭର୍ନର ପାଇଁ ନିର୍ବାଚନ ପ୍ରଚାର କରିବାକୁ ସକ୍ଷମ ହୋଇଥିଲେ। ଏହି ସମୟରେ ଓର୍‌ଟେଗାଙ୍କ ପରିବାର,ସେମାନଙ୍କ ଓକିଲମାନେ ଏବଂ ଅଫିସ ଅଫ୍‌ ଦି ସୋଲିସିଟର ଜେନେରାଲ ରିୟେସଙ୍କୁ ଗିରଫ କରିବା ଲାଗି ନିର୍ଦ୍ଦେଶ ଦେବା ସକାଶେ ସୁପ୍ରିମକୋର୍ଟଙ୍କୁ ଅନୁରୋଧ କରିଥିଲେ। ଏହି ପଦକ୍ଷେପକୁ ବିଶ୍ୱସ୍ତରରେ ଗଣମାଧ୍ୟମ ସ୍ବାଧୀନତା ଲାଗି ସ୍ବର ଉଠାଉଥିବା ସଂଗଠନଗୁଡ଼ିକ ସମର୍ଥନ କରିଥିଲେ। ତେବେ ରିୟେସଙ୍କ ବିରୋଧରେ ଯଥାଶୀଘ୍ର ମକଦ୍ଦମା କରାଗଲେ ଫିଲିପାଇନ୍ସରେ ଗଣମାଧ୍ୟମ ସ୍ବାଧୀନତା ଲାଗି ଯଥାର୍ଥ ହେବ। ହେଲେ ସାମ୍ବାଦିକମାନଙ୍କୁ ହତ୍ୟା କରିବା ମାମଲାରେ ଦଣ୍ଡରୁ ମୁକ୍ତ କରିବା କିମ୍ବା ପକ୍ଷପାତ ଦୋଷମୁକ୍ତ କରିିବା ଧାରା ଯୋଗୁ ଫିଲିପାଇନ୍ସରେ ସେମାନଙ୍କ ସୁରକ୍ଷାକୁ ନେଇ ଚିନ୍ତା ପ୍ରକଟ କରାଯାଇଛି।
ଏବେ ରାଷ୍ଟ୍ରପତି ନିର୍ବାଚନରେ ଫର୍ଡିନାଣ୍ଡ ବୋଙ୍ଗବୋଙ୍ଗ ମାକ୍ରୋସ ଜୁନିୟରଙ୍କ ବିଜୟ ହୋଇଛି। ଏହି ବିଜୟର ଗଣମାଧ୍ୟମ ସ୍ବାଧୀନତା ଉପରେ କ’ଣ ପ୍ରଭାବ ରହିବ ତାହାକୁ ନେଇ ‘କମିଟି ଟୁ ପ୍ରୋଟେକ୍ଟ ଜର୍ନଲିଷ୍ଟସ୍‌’ ଭଳି ସଂଗଠନଗୁଡ଼ିକ ଚିନ୍ତ୍ରା ପ୍ରକଟ କରିଛନ୍ତି। କିନ୍ତୁ ଅନେକ ସାମ୍ବାଦିକଙ୍କ ପାଇଁ, ବିଶେଷ କରି ବୃହତ୍‌ ଏବଂ ଫିଲିପାଇନ୍ସ ଭଳି ବିକେନ୍ଦ୍ରୀକୃତ ଦେଶଗୁଡ଼ିକରେ, ଯେଉଁଠି କ୍ଷମତା ଆଞ୍ଚଳିକ ଏବଂ ସ୍ଥାନୀୟ ସ୍ତରରେ ରଖାଯାଇଛି ସେଠାରେ ଅଧିକ ସମସ୍ୟା ହେଉଛି। ଯେଉଁ ଗଣତନ୍ତ୍ରରେ ତୁଳନାମତ୍କ ଭାବେ ଦୁର୍ବଳ ସଂସ୍ଥା ସବୁ ରହିଛନ୍ତି, ସେଠାରେ ଆଞ୍ଚଳିକ ବା ସ୍ଥାନୀୟ ଏକଚ୍ଛତ୍ରବାଦୀ ନେତାମାନେ ଜାତୀୟ ସ୍ତରର ଏକଚ୍ଛତ୍ରବାଦୀ ନେତା ଭାବେ ଶାସନ କରିବାର ସ୍ବପ୍ନ ଦେଖି କୌଣସି ପ୍ରକାରେ ନିର୍ବାଚନ ଜିତି ସରକାରୀ ସଂସାଧନଗୁଡ଼ିକୁ ଲୁଟ୍‌ କରିଥାନ୍ତି। ଫିଲିପାଇନ୍ସରେ ଅନେକ ଦଶନ୍ଧି ହେଲା ଏଭଳି ଘଟଣାର ପ୍ରମାଣ ରହିଛି। ସେବୁ ପ୍ରୋଭିନ୍ସରେ ଓସ୍‌ମେନା ପରିବାର ବଂଶବାଦ ପ୍ରାଧାନ୍ୟ ଅନେକ ଦଶନ୍ଧି ଧରି ଉପଭୋଗ କରିବା ଏକ ଉଦାହରଣ। ମେକ୍ସିକୋରେ ଇନ୍‌ଷ୍ଟିଚ୍ୟୁଶନାଲ ରିଭଲ୍ୟୁସନାରି ପାର୍ଟି (ପିଆରଆଇ) ପାଖାପାଖି ଏକ ଶତାବ୍ଦୀ ହେବ ଶାସନ କରିଆସୁଛି। ୨୦୧୦-୨୦୧୬ ମଧ୍ୟରେ ଗଭର୍ନର ଜାଭିୟର ଡୁଆର୍ଟେ ବହୁ ଲକ୍ଷ ଡଲାର ସରକାରୀ ଅର୍ଥ ଲୁଟ କରି ଦୁର୍ନୀତିର ପୋଷ୍ଟର ବୟ ପାଲଟି ଯାଇଥିଲେ। ଏହି ପରିପ୍ରେକ୍ଷୀରେ ଏତିକି କୁହାଯାଇପାରେ ଗଣତନ୍ତ୍ର ପାଇଁ ଓରଟେଗାଙ୍କ ଭଳି ସାମ୍ବାଦିକମାନେ ଶେଷ ଭରସା। କିନ୍ତୁ ସ୍ଥାନୀୟ ଏକଚ୍ଛତ୍ରବାଦୀ ନେତାମାନେ ସେମାନଙ୍କ ଭାବମୂର୍ତ୍ତି ରକ୍ଷା କରିବାକୁ ଯାଇ ସାମ୍ବାଦିକମାନଙ୍କ ହତ୍ୟା ପାଇଁ ନିର୍ଦ୍ଦେଶ ଦେବା ନିଶ୍ଚିତ ଭାବେ ଏକ ଗମ୍ଭୀର ବିଷୟ।
ମେକ୍ସିକୋର ଭେରାକ୍ରୁଜରେ ଡୁଆର୍ଟେଙ୍କ ଶାସନରେ ୧୮ ଜଣ ସାମ୍ବାଦିକଙ୍କୁ ହତ୍ୟା କରାଯାଇଥିଲା। ପ୍ରାୟ ସବୁ ମାମଲାରେ ଦୋଷୀମାନେ ଦଣ୍ଡମୁକ୍ତ ହୋଇଥିଲେ। ଏପରି କି ସାମ୍ବାଦିକ ରେଗିନା ମାର୍ଟିନେଜ ପିରେଜ୍‌ଙ୍କ ହତ୍ୟାକୁ ମିଥ୍ୟାରେ ସ୍ବୀକାର କରିବା ଲାଗି ଜଣେ ସେକ୍ସ ଓ୍ବାର୍କରଙ୍କୁ ନିର୍ଯାତନା ଦେଇଥିବା ଅଭିଯୋଗ ରାଜ୍ୟ ପ୍ରୋସେକ୍ୟୁଟରମାନଙ୍କ ବିରୋଧରେ ଆସିଥିଲା। ଏଭଳି ଏକଚ୍ଛତ୍ରବାଦୀ ବ୍ୟବସ୍ଥାରେ ଉଭୟ କାର୍ଯ୍ୟବାହୀ ଏବଂ ନ୍ୟାୟିକ ସଂସ୍ଥାଗୁଡ଼ିକ ଦୁର୍ବଳ ହେବା ସ୍ବାଭାବିକ। ଫିଲିପାଇନ୍ସରେ କିଭଳି ଓ କାହା ଦ୍ୱାରା ଜଣେ ସାମ୍ବାଦିକଙ୍କୁ ହତ୍ୟା କରାଯାଉଛି ତାହା ଜାଣିବା ଅତ୍ୟନ୍ତ କଷ୍ଟକର। ଏପରିକି ଏକ ତଦନ୍ତରେ ସ୍ଥାନୀୟ ଅଧିକାରୀଙ୍କ ଅସଲ ଉଦ୍ଦେଶ୍ୟ ଜାଣିବା ମଧ୍ୟ କଠିନ। ସାମ୍ବାଦିକମାନଙ୍କ ହତ୍ୟାର ତଦନ୍ତ କରିବା ଏବଂ ସେମାନଙ୍କ ବିରୋଧରେ ଅପରାଧ ମାମଲା ଉପରେ ପ୍ରୋସେକ୍ୟୁଟରମାନଙ୍କ ପାଇଁ ସ୍ଥାନୀୟ କ୍ଷେତ୍ରରେ ଲାଗୁ ହେଉଥିବା ଆମେରିକାରେ ମାର୍ଗଦର୍ଶିକାକୁ ସଞ୍ଚାଳନ କରିବା ସକାଶେ ପ୍ରୋସେକ୍ୟୁସନାଲ ସଂସ୍ଥାଗୁଡ଼ିକ ପ୍ରତିଷ୍ଠା କରାଯିବା ହିଁ ସମାଧାନର ଏକ ମାତ୍ର ଉପାୟ ହୋଇପାରେ। କିନ୍ତୁ ଏଭଳି ପଦକ୍ଷେପ ଲାଗି କେନ୍ଦ୍ରୀୟ ସରକାରଗୁଡ଼ିକର ରାଜନୈତିକ ଇଚ୍ଛାଶକ୍ତି ଦରକାର।
ସାମ୍ବାଦିକମାନଙ୍କ ହତ୍ୟା ଘଟଣାରେ ଅଭିଯୁକ୍ତଙ୍କୁ ଦଣ୍ଡମୁକ୍ତ କରିବାର ଯେଉଁ ଧାରା ଚାଲିଛି ତାହା ବିରୋଧରେ ଲଢେଇ କରିବାକୁ ହେଲେ ପୁରୁଣା ମାମଲାଗୁଡ଼ିକର ତଦନ୍ତ କରିବା ପାଇଁ ଅଧିକ ପଦକ୍ଷେପ ଗ୍ରହଣ କରାଯାଇପାରିବ। ଫ୍ରି ପ୍ରେସ୍‌ ଅନ୍‌ଲିମିଟେଡ, କମିଟି ଟୁ ପ୍ରୋଟେକ୍ଟ ଜର୍ନାଲିଷ୍ଟ ଏବଂ ରିପୋର୍ଟର୍ସ ଓ୍ବିଦାଉଟ ବର୍ଡର୍ସର ମିଳିତ ସହଯୋଗରେ ଏ ‘ସେଫର ଓ୍ବାଲର୍‌ଡ ଫର୍‌ ଦି ଟ୍ରୁଥ’ ଯୋଜନା ଏବେ ଏଭଳି ପୁରୁଣା ମାମଲାଗୁଡ଼ିକର ତଦନ୍ତ କରୁଛି। ବହୁ ସମୟରେ ନୂତନ ବିଷୟ ଏଭଳି ମାମଲାଗୁଡ଼ିକୁ ପୁଣି ଆରମ୍ଭ କରିବାକୁ ବାଟ ଦେଖାଇପାରେ। ପାକିସ୍ତାନୀ ସାମ୍ବାଦିକ ଜୁବେର ମୁଜାହିଦଙ୍କ ହତ୍ୟା ମାମଲାର ତଦନ୍ତ ପାଇଁ ତାଙ୍କ ପରିବାର ଓ ଓକିଲମାନେ ମିଳିତ ଭାବେ ସିନ୍ଦ ହାଇକୋର୍ଟରେ ପୁନର୍ବାର ତଦନ୍ତ କରିବା ଲାଗି ପିଟିଶନ୍‌ ଦାଏର କରିଛନ୍ତି।
ଗଣମାଧ୍ୟମର ସ୍ବାଧୀନତା ଉପରେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ବ୍ରାଜିଲ ରାଷ୍ଟ୍ରପତି ଜେର ବୋଲସୋନାରୋ ଏବଂ ରୁଷିଆର ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ଆକ୍ରମଣ ଉପରେ ଅଧିକ ଦୃଷ୍ଟି ଦେବା ଆବଶ୍ୟକ। କିନ୍ତୁ ବିଶ୍ୱର ପ୍ରାୟ ସବୁଠି ସାମ୍ବାଦିକମାନେ ବିପଦରେ ରହିଥିତ୍ବାରୁ ଗଣମାଧ୍ୟମ ସ୍ବାଧୀନତା ଏବଂ ଗଣତନ୍ତ୍ର ପାଇଁ ସ୍ଥାନୀୟ ଲଢ଼େଇ ଉପରେ ଅତ୍ୟଧିକ ଧ୍ୟାନଦେବାକୁ ପଡ଼ିବ।

  • ଜୋସ୍‌ ମିଡାସ୍‌ ବାର୍ଟମ୍ୟାନ
    ରିସର୍ଚ୍ଚ କୋର୍ଡିନେଟର, ଏ ସେଫର୍‌ ଓ୍ବାଲର୍‌ଡ ଫର୍‌ ଦି ଟ୍ରୁଥ୍‌ (ଫ୍ରି ପ୍ରେସ୍‌ ଅନ୍‌ଲିମିଟେଡ୍‌)

Enter your email to get our daily news in your inbox.

All Right Reserved By Dharitri.Com

ପୁଣି ମୁଣ୍ଡ ନୁଆଁଇବେ

ଗାନ୍ଧୀ ଜୟନ୍ତୀର ସ୍ମୃତି ମନରେ ସତେଜ ଥିବାବେଳେ ଏବଂ ଶାନ୍ତିପୂର୍ଣ୍ଣ ସମାବେଶର ଅଧିକାର ପୁନର୍ୱାର ଚର୍ଚ୍ଚାକୁ ଆସିଛି। ଏହି ସମୟରେ ଆସନ୍ତୁ କିଛି ପ୍ରସଙ୍ଗ ଉପରେ ଦୃଷ୍ଟି…

ରାସ୍ତାକଡ଼ ଖାଦ୍ୟ କେତେ ସୁରକ୍ଷିତ

ଦହିବରା-ଆଳୁଦମ୍‌, ଘୁଗୁନି, ଚାଟ୍‌, ଗୁପ୍‌ଚୁପ୍‌, ମୁଢ଼ିମିକ୍ସ, ବରା-ପକୋଡ଼ିଠାରୁ ଆରମ୍ଭ କରି ବିଭିନ୍ନ ପାରମ୍ପରିକ ଖାଦ୍ୟ ସର୍ବଦା ରାସ୍ତାକଡ଼ରେ ସହଜରେ ମିଳେ। ଏପରି ଖାଦ୍ୟ ବହୁ କ୍ଷେତ୍ରରେ ଅପରିଷ୍କାର…

ବନ୍ୟପ୍ରାଣୀ ଚଲାପଥ ସଂଯୋଗୀକରଣ

ଦୁଇଟି ପ୍ରାକୃତିକ ଜଙ୍ଗଲ ପରିସଂସ୍ଥାକୁ ସଂଯୋଗ କରୁଥିବା ସଂକୀର୍ଣ୍ଣ ଅଣଓସାରିଆ ଜଙ୍ଗଲୀ ରାସ୍ତାକୁ କୁହାଯାଏ କରିଡର; ଚଲାପଥ ବା ବନ୍ୟପ୍ରାଣୀ ସଂଯୋଗୀ ପଥ। ଚଳିତବର୍ଷ ଅକ୍ଟୋବର ୨ରୁ…

ବଦଳିର ବାର୍ତ୍ତା

ଅତିରିକ୍ତ ସଚିବ ସ୍ତରରେ ୧୦ ଜଣ ଅଧିକାରୀଙ୍କ ଅଦଳବଦଳ ଏକ ସାଧାରଣ ପ୍ରଶାସନିକ କାର୍ଯ୍ୟ ହୋଇପାରେ। କିନ୍ତୁ ନିକଟରୁ ଦେଖିଲେ ଏହା କେନ୍ଦ୍ର ସରକାର କେଉଁ କ୍ଷେତ୍ରରେ…

ଏଇ ଭାରତରେ

ନିରବଚ୍ଛିନ୍ନ ପ୍ରୟାସ ଓ ଦୃଢ଼ ଇଚ୍ଛାଶକ୍ତି ଦ୍ୱାରା ସଫଳତା ମିଳେ, ଯାହା ପ୍ରମାଣ କରିଛନ୍ତି ରାଜସ୍ଥାନ ଏକାଲଖୋରି ଗାଁର ରାଣାରାମ ବିଷ୍ଣୋଇ । ଗଛ ପରିବେଶ ଓ…

ଗାନ୍ଧୀ ବିଚାରରେ ପରିବେଶ ସୁରକ୍ଷା

ମହାକାଳର ଅସୀମ ଗର୍ଭରେ ଇତିହାସର ଅନେକ ପୃଷ୍ଠା ରକ୍ତର କାଳିରେ ଲେଖାଯାଇଛି, ଅନେକ ବିପ୍ଳବ କେବଳ କ୍ଷମତା ଆଉ ସାମ୍ରାଜ୍ୟବାଦର ମୋହରେ ଧୂଳିସାତ ହୋଇଯାଇଛି। କିନ୍ତୁ ବିଂଶ…

ନିର୍ମୂଳୀ ଚେର

ଅନେକ ଦଶନ୍ଧି ଧରି ଦେଶରୁ ଗରିବ ହଟାଇବା ଲକ୍ଷ୍ୟରେ ଅନେକ ଦୃଷ୍ଟାନ୍ତମୂଳକ ଯୋଜନା ପ୍ରଣୟନ କରାଯାଇଛି। ଅର୍ଥଶାସ୍ତ୍ରବିତ୍‌ଙ୍କ ସୁକଳ୍ପିତ ପରାମର୍ଶ, ସଂଗଠନ ସଦସ୍ୟଙ୍କ ମତାମତ ଏବଂ ରାଜନୀତିଜ୍ଞଙ୍କ…

ମାନବାଧିକାର ଓ ନେତୃତ୍ୱରେ ତ୍ରୁଟି

ଦ୍ବିତୀୟ ବିଶ୍ୱଯୁଦ୍ଧ ପରବର୍ତ୍ତୀ ସମୟରେ ଗଠିତ ଅନ୍ତର୍ଜାତୀୟ ବ୍ୟବସ୍ଥା ଏବେ ବୈଧତା ସଙ୍କଟର ସମ୍ମୁଖୀନ ହେଉଛି। ମାନବାଧିକାର ରକ୍ଷା କରୁଥିବା ବ୍ୟବସ୍ଥା ମଧ୍ୟ ଏଥିରୁ ବାଦ୍‌ ପଡ଼ୁନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?