ସ୍ନାନବେଦିରେ ମିଳିବ ଦାରୁଦିଅଁଙ୍କ ଦର୍ଶନ

ପୁରୀ ଅଫିସ,୨୬।୫: ନୀଳାଦ୍ରି ଭକ୍ତନିବାସରେ ବୁଧବାର ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ବୀର ବିକ୍ରମ ଯାଦବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଛତିଶା ନିଯୋଗ ବୈଠକରେ ସ୍ନାନଯାତ୍ରା ଓ ରଥଯାତ୍ରା ନୀତିକାନ୍ତି ଚୂଡ଼ାନ୍ତ ହୋଇଛି। ବୈଠକରେ ରାଜେନ୍ଦ୍ରାଭିଷେକ, ରୁକ୍ମିଣୀ ହରଣ ଏକାଦଶୀ, ଚମ୍ପକ ଦ୍ୱାଦଶୀ, ଦଇତାପତି ପ୍ରବେଶ, ସେନାପଟାଲାଗି, ଦେବସ୍ନାନ ପୂର୍ଣ୍ଣିମା, ଚକାବିଜେ, ଖଳିଲାଗି ଏକାଦଶୀ, ରାଜପ୍ରସାଦ ବିଜେ, ନବଯୌବନ ଦର୍ଶନ ସମେତ ଶ୍ରୀଗୁଣ୍ଡିଚା ଯାତ୍ରାର ନୀତିକାନ୍ତି ସ୍ଥିର ହୋଇଛି। ଦୁଇବର୍ଷ ପରେ ଚଳିତବର୍ଷ ଭକ୍ତଙ୍କ ଗହଣରେ ରଥଯାତ୍ରା ହେବାକୁ ଯାଉଛି। ଏଣୁ ଶୃଙ୍ଖଳିତ ନୀତିକାନ୍ତିକୁ ଗୁରୁତ୍ୱ ଦିଆଯାଇଛି। ଏଥର ଶ୍ରଦ୍ଧାଳୁମାନେ ସ୍ନାନବେଦିରେ ଦାରୁଦିଅଁଙ୍କୁ ଦର୍ଶନ କରିପାରିବେ। ସକାଳେ ପହଣ୍ଡି ବେଳେ ପାରମାଣିକ ଦର୍ଶନ ବ୍ୟବସ୍ଥା ହେବ। ତେବେ ଶ୍ରୀବିଗ୍ରହଙ୍କୁ କେହି ସ୍ପର୍ଶ କରିପାରିବେ ନାହିଁ।

ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଯାଦବ ସୂଚନା ଦେଇ କହିଛନ୍ତି, ନୀତି ସବ୍‌କମିଟି ବୈଠକରେ ଛତିଶା ନିଯୋଗ ସହ ଆଲୋଚନା କରାଯାଇ ସ୍ନାନପୂର୍ଣ୍ଣିମାଠାରୁ ବାହୁଡ଼ା ଯାତ୍ରା ଓ ସୁନାବେଶ ଭଳି ପ୍ରମୁଖ ଯାନିଯାତ୍ରା ତଥା କାର୍ଯ୍ୟକ୍ରମର ନୀତିକାନ୍ତି ଚୂଡ଼ାନ୍ତ ହେଲା। ଚଳିତବର୍ଷ ରଥଯାତ୍ରା ଓ ସୁନାବେଶରେ ପୂର୍ବାପେକ୍ଷା ଭକ୍ତଙ୍କ ଅଧିକ ସମାଗମ ହେବା ସମ୍ଭାବନା ଥିବାରୁ
ବ୍ୟବସ୍ଥିତ ଢଙ୍ଗରେ ପ୍ରସ୍ତୁତି କରାଯାଇଛି। ସେହିପରି ବରିଷ୍ଠ ସେବାୟତ ରାମକୃଷ୍ଣ ଦାସମହାପାତ୍ର କହିଛନ୍ତି, ୧୫ ଦିନ ଧରି ଅନବସର ନୀତି ହେବ। ଆସନ୍ତା ୧୪ରେ ମହାପ୍ରଭୁଙ୍କ ସ୍ନାନଯାତ୍ରା। ରାତି ୯ଟା ପର୍ଯ୍ୟନ୍ତ ସାଧାରଣ ଲୋକେ, ୯ଟାରୁ ୯ଟା ୩୦ ପର୍ଯ୍ୟନ୍ତ ସେବାୟତ ପରିବାର ବର୍ଗ ଦର୍ଶନ କରିବେ। ବେଶ ଲାଗିବେଳେ ସେବାୟତମାନଙ୍କ ବିଶୃଙ୍ଖଳା ଆଚରଣ ଉପରେ ରୋକ୍‌ ଲଗାଯିବ। ମହାପ୍ରଭୁଙ୍କୁ ଯେପରି ଲୋକେ ଭଲ ଭାବେ ଦର୍ଶନ କରିପାରିବେ ସେ ନେଇ ପ୍ରତିହାରୀ ଓ ଦଇତା ନିଯୋଗଙ୍କୁ ଦାୟିତ୍ୱ ଦିଆଗଲା। ଅଧିକ ଶ୍ରଦ୍ଧାଳୁଙ୍କ ଗହଣରେ ସ୍ନାନଯାତ୍ରା ହେବାକୁ ଥିବାରୁ ଭୋର ୪ଟାରୁ ପହଣ୍ଡି ଆରମ୍ଭ ହୋଇ ୬ଟାରେ ଶେଷ ହେବ। ପୂର୍ବାହ୍ନ ୯ଟା ୩୦ରୁ ୧୧ଟା ୩୦ ମଧ୍ୟରେ ଜଳବିଜେ ଓ ୧୨ଟା ୧୫ରେ ଛେରା ପହଁରା କରାଯିବ। ମଧ୍ୟାହ୍ନ ୧୨ଟା ୩୦ରୁ ଅପରାହ୍ନ ୨ଟା ୩୦ ମଧ୍ୟରେ ହାତୀବେଶ ଶେଷ ହେବ। ସକାଳେ ପାରମାଣିକ ଟିକେଟ୍‌ ଦର୍ଶନ ବ୍ୟବସ୍ଥା କରାଯିବ। ପହଣ୍ଡି ବେଳେ ପାରମାଣିକ ଦର୍ଶନ ହେବ। ଜଳଲାଗି ପରେ ଶଙ୍କରାଚାର୍ଯ୍ୟ ଏବଂ ଗଜପତିଙ୍କ ନୀତିକାନ୍ତି ସମ୍ପାଦନ କରାଯିବ। ଭୋଗ ସରିବା ପରେ ଭକ୍ତମାନେ ସ୍ନାନମଣ୍ଡପ ଉପରେ ଜଳଲାଗି ଓ ହାତୀବେଶ ଦର୍ଶନ ପାଇଁ ୩ ଘଣ୍ଟାର ସୁଯୋଗ ପାଇବେ। ହେଲେ କେହି ବିଗ୍ରହଙ୍କୁ ସ୍ପର୍ଶ କରିପାରିବେ ନାହିଁ। ସେହିପରି ନୀତି ପ୍ରଶାସକ ଜିତେନ୍ଦ୍ର କୁମାର ସାହୁ କହିଛନ୍ତି, ଦର୍ଶନ ଲାଗି ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯିବ। ବିଶେଷକରି ଜଳଲାଗି ବେଳେ ଶୃଙ୍ଖଳା ରକ୍ଷା ଓ ହାତୀବେଶ ସମୟରେ ଶୃଙ୍ଖଳିତ ବ୍ୟବହାର ପ୍ରଦର୍ଶନ ପାଇଁ ସମ୍ପୃକ୍ତ ସେବାୟତମାନଙ୍କୁ ପରାମର୍ଶ ଦିଆଯାଇଛି। ଏଥିସହ ଶ୍ରୀବିଗ୍ରହଙ୍କ ସମ୍ମୁଖରେ ଯେଭଳି କୌଣସି ସେବାୟତ ଠିଆ ହୋଇ ଦର୍ଶନରେ ବାଧା ସୃଷ୍ଟି କରିବେ ନାହିଁ, ତାହା ଉପରେ ଗୁରୁତ୍ୱ ଦିଆଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଜିଲାରେ ଏକ ସମୟରେ ଦେଶାତ୍ମବୋଧକ ସଙ୍ଗୀତ ଗାନ

ଭୁବନେଶ୍ୱର,୧୫।୮(ବ୍ୟୁରୋ): ଆଜାଦୀ କା ଅମୃତ ମହୋତ୍ସବ ଅବସରରେ ଓଡ଼ିଶା ସାହିତ୍ୟ ଏକାଡେମୀ ପକ୍ଷରୁ ଏକ ଅନନ୍ୟ ଓ ଅଭିନବ କବିତା ପାଠୋତ୍ସବର ଆୟୋଜନ କରାଯାଇଛି। ସୋମବାର...

ପଦାହେଲାଣି ବିପ୍ରଡ଼ିହ ଜଙ୍ଗଲ

ବଇଣ୍ଡା, ୨୯।୧୨(ଡି.ଏନ୍‌.ଏ.): ଅନୁଗୋଳ ଜିଲା ଆଠମଲ୍ଲିକ ବନଖଣ୍ଡ ଧଣ୍ଡାତୋପା ରେଞ୍ଜ୍‌ ଅଧୀନ ବିପ୍ରଡ଼ିହ ଜଙ୍ଗଲ ପଦା ହେବାରେ ଲାଗିଛି। କାଠ ଚାଲାଣକାରୀମାନେ ବେଆଇନ ଭାବେ ମୂଲ୍ୟବାନ...

ଫାର୍ମାସିଷ୍ଟଙ୍କ ଦ୍ୱାରା ଚାଲିଛି ସ୍ବାସ୍ଥ୍ୟକେନ୍ଦ୍ର

ଚନ୍ଦ୍ରପୁର,୮।୬(ଡି.ଏନ୍‌.ଏ.) – ରାୟଗଡ଼ା ଜିଲା ଚନ୍ଦ୍ରପୁର ବ୍ଲକ୍‌ ବୁଡ଼ିବାଲି ପଞ୍ଚାୟତ ସଦରସ୍ଥିତ ବୁଡ଼ିବାଲି ସ୍ବାସ୍ଥ୍ୟକେନ୍ଦ୍ର ବିଭିନ୍ନ ଅବ୍ୟବସ୍ଥା ମଧ୍ୟରେ ଚାଲିଛି। ସ୍ବାସ୍ଥ୍ୟକେନ୍ଦ୍ରର ନବୀକରଣ କରାଯାଇ ୪...

୨୨ ପରିବର୍ତ୍ତେ ୨୩ରେ କଳାହାଣ୍ଡି ଆସିବେ ନଡ୍ଡା

ଭୁବନେଶ୍ବର, ୨୧ା୬(ସୁନିତ୍‌ ମିଶ୍ର): ଭାଜପାର ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବା ଲାଗି ଓଡ଼ିଶା ଆସିବାକୁ ଥିବା କେନ୍ଦ୍ରୀୟ ନେତାମାନଙ୍କ ଗସ୍ତ କାର୍ଯ୍ୟକ୍ରମରେ ବାରମ୍ବାର ପରିବର୍ତ୍ତନ ହେଉଥିବା ଦେଖିବାକୁ...

ହସ୍ପିଟାଲରେ ଆହତଙ୍କୁ ଭେଟିଲେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ

ଭୁବନେଶ୍ୱର,୪।୬:ବାହନାଗା ରେଳ ଦୁର୍ଘଟଣାର ଆହତଙ୍କୁ ଭେଟିଛନ୍ତି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ। ଆହତଙ୍କୁ ସ୍ବାସ୍ଥ୍ୟବସ୍ଥ୍ୟା ପଚାରି ବୁଝିଛନ୍ତି ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ। ଆହତଙ୍କ ଚିକିତ୍ସା ନେଇ...

ସ୍କାଏ ଲାଇଟ୍‌ ତାଡ଼ି ଲକ୍ଷାଧିକ ଟଙ୍କା,ସୁନା-ରୂପା ଲୁଟ: ଥାନାରେ ଅଭିଯୋଗ

ମହାକାଳପଡ଼ା,୮।୪(ଡି.ଏନ.ଏ.): କେନ୍ଦ୍ରାପଡା ଜିଲା ମହାକାଳପଡା ବ୍ଲକ ଅଧିନସ୍ଥ ସୁନିତି ପଞ୍ଚାୟତର ସୁଗଲ ଦତ୍ତପୂର ଗ୍ରାମରେ ଲୁଟ୍‌ ହୋଇଛି। ବୁଧବାର ବିଳମ୍ବିତ ରାତ୍ରିିରେ କେହି ଦୁର୍ବୃତ୍ତ ଉକ୍ତ...

ପଦ୍ମ ସମ୍ମାନରେ ସମ୍ମାନିତ ହେଲେ ଓଡ଼ିଶାର ବିଶିଷ୍ଟ ବ୍ୟକ୍ତି

ଭୁବନେଶ୍ୱର,୫ା୪(ବ୍ୟୁରୋ): ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭ କରିଥିବା ଓଡ଼ିଶାର ବିଶିଷ୍ଟ ବ୍ୟକ୍ତିବିଶେଷଙ୍କୁ ବୁଧବାର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପଦ୍ମ ସମ୍ମାନରେ ସମ୍ମାନିତ କରିଛନ୍ତି। ରାଷ୍ଟ୍ରପତି ଭବନରେ...

ବେଆଇନ ପରିବହନ ୧୧ ଜୀବନ ନେଲା

ବ୍ରହ୍ମପୁର (ସୁବାସ ଚନ୍ଦ୍ର ପାଢ଼ୀ)/ ଦିଗପହଣ୍ଡି (ଅଶେଷ ନାଥ ମିଶ୍ର)/ ପାଟପୁର(ସୀମାଞ୍ଚଳ ସାହୁ),୨୭ା୬: ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲା ଦିଗପହଣ୍ଡି ନିକଟରେ ଓଏସ୍‌ଆର୍‌ଟିସି ବସ୍‌...

Advertisement
Archives

Model This Week