ବଦଳିଛି ମାନଚିତ୍ର, ବାଟବଣା ବିକାଶ ପଥ: ଜିଲା ଗଠନକୁ ପୂରିଲା ୩୩ବର୍ଷ

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଗଠନକୁ ୩୩ବର୍ଷ ପୂରିଛି। ନୂତନ ଜିଲା ମନ୍ୟତା ପାଇବା ପରେ ୧୯୯୩ ଅପ୍ରେଲ ୧ ତାରିଖ ପୂର୍ବତନ ମୁଖ୍ୟମନ୍ତ୍ରୀ ପ୍ରବାଦ ପୁରୁଷ ସ୍ବର୍ଗତ ବିଜୁ ପଟ୍ଟନାୟକ ବରଗଡ଼ ଜିଲା ଉଦ୍‌ଘାଟନ କରିଥିଲେ। ବୁଧବାରରୁ ଜିଲା ୩୪ବର୍ଷରେ ପଦାର୍ପଣ କରିବ। ଇତିମଧ୍ୟରେ ରାଜ୍ୟରେ ସରକାର ବଦଳିବା ପରେ ଜିଲାରେ ମଧ୍ୟ ଜନ ପ୍ରତିନିଧି ବଦଳିଛନ୍ତି। ଜିଲାର ପଞ୍ଚାୟତ ସମିତି, ପୌର ପରିଷଦ, ବିଜ୍ଞାପିତ ଅଞ୍ଚଳ ପରିଷଦଠାରୁ ଆରମ୍ଭ କରି ଜିଲା ପରିଷଦ ପର୍ଯ୍ୟନ୍ତ ଶାସନ ବିଭିନ୍ନ ରାଜନୈତିକ ଦଳ ହାତକୁ ଯାଇଛି। ସେହିପରି ଏହି ଅବଧି ମଧ୍ୟରେ ଜିଲାରେ ୨୮ଜଣ ଜିଲାପାଳ ଏବଂ ୩୨ଜଣ ଏସ୍‌ପି କାର୍ଯ୍ୟ କରିଛନ୍ତି। ପଞ୍ଚାୟତ, ପୌରାଞ୍ଚଳ, ଥାନା ସଂଖ୍ୟା ବଢ଼ିଛି। କିନ୍ତୁ ବିକାଶ କିମ୍ବା ଆଇନଶୃଙ୍ଖଳା କ୍ଷେତ୍ରରେ ସେଭଳି କିଛି ନୂତନତ୍ୱ ଆସି ନାହିଁ। ଅନ୍ୟପଟେ ବିକାଶ ପଛେଇ ଯାଇଥିବାବେଳେ ଶାନ୍ତିପୂର୍ଣ୍ଣ ବରଗଡ଼ ଜିଲାରେ ଆଇନ ଶୃଙ୍ଖଳା ପରିସ୍ଥିତି ଦିନକୁ ଦିନ ସଙ୍ଗୀନ ହେବାରେ ଲାଗିଛି। ଜିଲା ଗଠନ ପରେ ଜିଲାର ମାନଚିତ୍ର ବଦଳିଛି ସତ, କିନ୍ତୁ ଜିଲାର ବିକାଶପଥ ଆଗେଇବା ବଦଳରେ ପଛମୁହାଁ ହୋଇଯାଇଛି।
ଜିଲା ଗଠନର ପୂର୍ବ ଓ ପରସ୍ଥିତିକୁ ଅନୁଧ୍ୟାନ କଲେ ଜିଲାର ଶିକ୍ଷା ବ୍ୟବସ୍ଥା କେଉଁଆଡ଼କୁ ମୁହାଁଉଛି, ତାହା ବାରି ହୋଇ ପଡୁଛି। ଜିଲା ଗଠନ ପରେ ଏଠାରେ ଅନେକ ସ୍କୁଲ, କଲେଜ ଆଦି ଶିକ୍ଷାନୁଷ୍ଠାନ ଗଢ଼ି ଉଠିଛି ସତ। ମାତ୍ର କେଉଁଠି ଶ୍ରେଣୀ କୋଠରୀ ତ ଆଉ କେଉଁଠାରେ ଶିକ୍ଷକ ଅଭାବ ସାଧାରଣରେ ପରିଣତ ହୋଇଯାଇଛି। ଅନ୍ୟପଟେ ଛାତ୍ରୀଛାତ୍ରଙ୍କ ଉପସ୍ଥାନ ହ୍ରାସ ଯୋଗୁ ଅନେକ ପ୍ରାଥମିକ ସ୍କୁଲକୁ ବନ୍ଦ କରି ଦିଆଯାଇଛି। ଏପରିକି ପରୀକ୍ଷାଫଳକୁ ଅନୁଧ୍ୟାନ କଲେ ସରକାରୀ ସ୍କୁଲ ତୁଳନାରେ ଘରୋଇ ଶିକ୍ଷାନୁଷ୍ଠାନ ଗୁଡ଼ିକ ବହୁ ଆଗରେ ରହୁଛନ୍ତି।
ସ୍ବାସ୍ଥ୍ୟ ବ୍ୟବସ୍ଥା କଥା କହିଲେ ନ ସରେ। ଡାକ୍ତରଖାନା ଗୁଡ଼ିକ ଗଢ଼ି ଉଠିଛି। ହେଲେ ଡାକ୍ତରଖାନାରେ ଡାକ୍ତର ନାହାନ୍ତି। ଫଳରେ ଜିଲାବାସୀ ସରକାରୀ ସ୍ବାସ୍ଥ୍ୟକେନ୍ଦ୍ରରୁ ଠିକ୍‌ଭାବେ ସ୍ବାସ୍ଥ୍ୟସେବା ପାଇ ପାରୁ ନାହାନ୍ତି ଏବଂ ଘରୋଇ ଡାକ୍ତରଖାନା ଉପରେ ନିର୍ଭର କରି ଖର୍ଚ୍ଚାନ୍ତରେ ପଡୁଛନ୍ତି। ନିକଟ ଅତୀତରେ ଜିଲା ମୁଖ୍ୟ ଡାକ୍ତରଖାନାରେ କାର୍ଡବୋର୍ଡ଼ରେ ହାଡ଼ଭଙ୍ଗା ରୋଗୀଙ୍କ ଚିକିତ୍ସା ଏବଂ ବିଭିନ୍ନ ସମୟରେ ମୋବାଇଲ ଟର୍ଚ୍ଚରେ ଚିକିତ୍ସାରୁ ଜିଲାରେ ଲୋକେ କିଭଳି ସ୍ବାସ୍ଥ୍ୟସେବା ପାଉଛନ୍ତି, ତାହା ସହଜରେ ଅନୁମେୟ। କ୍ୟାନସର ରୋଗୀ ସଂଖ୍ୟାରେ ବରଗଡ଼ ଅନ୍ୟଜିଲା ତୁଳନାରେ ବହୁ ଆଗରେ ରହିଛି। ଏଠାରେ ଏକ କ୍ୟାନସର ହସ୍ପିଟାଲ କରିଛି। ମାତ୍ର ଆବଶ୍ୟକ ଡାକ୍ତର କିମ୍ବା ଆନୁସଙ୍ଗିକ ବ୍ୟବସ୍ଥା ନଥିବାରୁ ତାହା ନଥିଲା ଭଳି ପଡ଼ି ରହିଛି।
କୃଷି କ୍ଷେତ୍ରରେ ସମସ୍ୟା ଆହୁରି ଅଧିକ। ଜିଲାର ଚାଷୀମାନେ ସବୁବେଳେ ଧାନବିକ୍ରିଠାରୁ ଆରମ୍ଭ କରି ସାର, କୀଟନାଶକ ଅଭାବ ଓ କଳାବଜାର, ଫସଲବୀମା ଆଦି ସମସ୍ୟାରେ ଛନ୍ଦି ହୋଇ ପଡୁଛନ୍ତି। ମାତ୍ର ତାହା ଅସମାହିତ ହୋଇ ରହି ଯାଇଛି। ଏଭଳି ଧାନବିକ୍ରି ସମସ୍ୟା ନେଇ ଏବେ ମଧ୍ୟ ଜିଲାପାଳଙ୍କ ଅଫିସ ଆଗରେ ଚାଷୀଙ୍କ ଧାରଣା ଜାରି ରହିଛି। ଜଳସେଚନ ବ୍ୟବସ୍ଥାରେ ମଧ୍ୟ ଆଶାନୁରୂପ ସୁଧାର ଆସି ନାହିଁ। ଗଙ୍ଗାଧର ମେହେର ଜଳସେଚନ ପ୍ରକଳ୍ବ ହୋଇଥିଲେ ମଧ୍ୟ ତାହା ଧର୍ମକୁ ଆଖିଠାର ବୋଲି ଚାଷୀମାନେ କହୁଛନ୍ତି। ସେହିପରି ପାନୀୟଜଳ ସମସ୍ୟା ଦିନକୁ ଦିନ ଅଧିକ ଉତ୍କଟ ହେବାରେ ଲାଗିଛି। ବରଗାଁରେ ବୃହତ୍‌ ପାନୀୟଜଳ ଯୋଗାଣ ପ୍ରକଳ୍ପ ଖୋଲାଯାଇଛି। ବରଗଡ଼ ସହରକୁ ତାହା ପାନୀୟଜଳ ଯୋଗାଉଛି। କିନ୍ତୁ ଉଭୟ ସହର ଏବଂ ଗ୍ରାମାଞ୍ଚଳରେ ପୂର୍ବକାଳରୁ ରହିଥିବା ପୋଖରୀ, ପୁଷ୍କରିଣୀ ଆଦି ଜଳାଶୟ ଗୁଡ଼ିକ ରକ୍ଷଣାବେକ୍ଷଣର ଅଭାବ ଏବଂ ଜବରଦଖଲ ଯୋଗୁ ଲୋପ ପାଇ ଯାଉଛି।
ଜିଲାରେ ରହିଥିବା ବରଗଡ଼ ସମବାୟ ସୂତାକଳ, ଚିନିକଳ, ଶ୍ୟାମଳା ସାର କାରଖାନା, ରାମନଗର ପାୱାର ଲୁମ୍‌, ସଲଭେଣ୍ଟ ଏକ୍ସଟ୍ରାକ୍ସନ ପ୍ଲାଣ୍ଟ(ବାଦାମ ତେଲ କାରଖାନା) ସମେତ ଅନେକ ଶିଳ୍ପାନୁଷ୍ଠାନ ଅସ୍ତିତ୍ୱ ହରାଇ ସାରିଛି। ରାଜ୍ୟର ପ୍ରଥମ ମହିଳା ମୁଖ୍ୟମନ୍ତ୍ରୀ ସ୍ବର୍ଗତ ନନ୍ଦିନୀ ସତପଥୀ ୧୯୭୪ ମାର୍ଚ୍ଚ ୨୪ତାରିଖରେ ବରଗଡ଼ ସମବାୟ ଚିନି କାରଖାନା ଲିମିଟେଡ୍‌କୁ ଉଦ୍‌ଘାଟନ କରିଥିଲେ। ଜିଲାର ଅନେକ ଆଖୁଚାଷୀ ଏଥିରେ ଉପକୃତ ହେଉଥିବାବେଳେ ସ୍ଥାନୀୟ ଶ୍ରମିକଙ୍କୁ ରୋଜଗାର ମଧ୍ୟ ମିଳୁଥିଲା। କିନ୍ତୁ କାଳକ୍ରମେ ସରକାର ବଦଳିବା ପରେ ଉକ୍ତ କାରଖାନା ପ୍ରତି ଅଣଦେଖା କରାଯାଇଥିଲା ଏବଂ ତାହା ଏବେ ଜରାଜୀର୍ଣ୍ଣ ଅବସ୍ଥାରେ ବନ୍ଦ ହୋଇ ପଡ଼ି ରହିଛି। ଫଳରେ ଜିଲାର ଚାଷୀମାନେ ଆଖୁଚାଷ ପ୍ରତି ମୁହଁ ଫେରାଇ ଦେଇଥିବାବେଳେ ଲୋକେ ନିଯୁକ୍ତି, ରୋଜଗାର ମଧ୍ୟ ହରାଇଛନ୍ତି।
ଏଭଳି ସ୍ଥିତିରେ ରୋଜଗାର, ନିଯୁକ୍ତି କ୍ଷେତ୍ରରେ ମଧ୍ୟ ଜିଲାର ଲୋକଙ୍କୁ ବାହ୍ୟ ଜିଲା କିମ୍ବା ବାହ୍ୟ ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଏହି କ୍ରମରେ ଜିଲାରେ ପ୍ରବାସୀ(ଦାଦନ ଶ୍ରମିକ)ଙ୍କ ସଂଖ୍ୟା ଏବେ ବି କମି ନାହିଁ। ଅନ୍ୟପଟେ ଜିଲାର ଭଟଲି ବ୍ଲକ ଅନ୍ତର୍ଗତ ବାଉଲସିଂହାରେ ଇଥାନଲ ପ୍ଲାଣ୍ଟ ଖୋଲିଥିଲେ ମଧ୍ୟ ସେଠାରେ ସ୍ଥାନୀୟ ନିଯୁକ୍ତିକୁ ଉପେକ୍ଷା କରାଯାଉଥିବା ବାରମ୍ବାର ଅଭିଯୋଗ ହୋଇ ଆସୁଛି। ଅମ୍ବାଭୋନା ବ୍ଲକ ଡୁଙ୍ଗୁରୀ ଚୂନପଥର ଖଣି ବନ୍ଦ ହୋଇଥିବାବେଳେ ବରଗଡ଼ ବରଡ଼ୋଲଠାରେ ରହିଥିବା ସିମେଣ୍ଟ କାରଖାନାର ସ୍ଥାୟୀତ୍ୱ ନେଇ ଆଶଙ୍କା ଉପୁଜିଛି।

 

Dharitri – Odisha’s No.1 Odia Daily

 

 


Enter your email to get our daily news in your inbox.

All Right Reserved By Dharitri.Com

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କଲେ ମନ୍ତ୍ରୀ

ବରଗଡ଼,୧।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ବ୍ଲକ ଅନ୍ତର୍ଗତ ଚିଖିଲି ସମେତ ବିଭିନ୍ନ ଗ୍ରାମରେ ଗତ ୨୭ ତାରିଖରୁ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଥିଲା। ଉପରମୁଣ୍ଡରେ ପ୍ରବଳ…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?