Posted inଫୁରସତ

ଚଳନ୍ତା ବାଇକରେ କାମୁଡ଼ିବା ପରେ ନାଗକୁ ଧରି ମେଡିକାଲରେ ପହଞ୍ଚତ୍ଲେ ବ୍ୟକ୍ତି

ଚୁରୁ, ୬।୭- ରାଜସ୍ଥାନ ଚୁରୁ ଜିଲା ହସ୍ପିଟାଲକୁ ସାପ କାମୁଡ଼ିବା ଏକ ଅଜବ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଦେଖି ସେଠାରେ ଉପସ୍ଥିତ ଲୋକେ ଚକିତ ହୋଇଯାଇଛନ୍ତି। ଥେଲାସର ଗ୍ରାମର ମହେନ୍ଦ୍ର ନାମକ ଜଣେ ଯୁବକ ବାଇକରେ ଚୁରୁ ଆସୁଥିବାବେଳେ ଧନୀଲାଲ୍‌ ସିଂ ପୁର ନିକଟରେ ଚଳନ୍ତା ବାଇକରେ ଏକ ନାଗ ସାପ ତାଙ୍କୁ କାମୁଡ଼ି ଦେଇଥିଲା। ଏହାପରେ ମହେନ୍ଦ୍ର ଗାଡ଼ି ଅଟକାଇବାରୁ ସାପଟି ରାସ୍ତା କଡ଼କୁ ଚାଲିଯାଇଥିଲା। ମହେନ୍ଦ୍ର ସାପର ପିଛା କରି ତାକୁ ପ୍ରଥମେ ମାରି ଦେଇଥିଲେ। ଏହାପରେ ଅସୁସ୍ଥ ଅନୁଭବ କରିବାରୁ ମହେନ୍ଦ୍ର ମୃତ ସାପକୁ ଏକ ପଲଥିନରେ ଧରି ଜିଲା ହସ୍ପିଟାଲରେ ପହଞ୍ଚତ୍ଥିଲେ। ହସ୍ପିଟାଲରେ ପହଞ୍ଚତ୍ ଡାକ୍ତରଙ୍କୁ ସାପ କାମୁଡ଼ିଥିବା କଥା କହିବା ସହ ମହେନ୍ଦ୍ର ଯେତେବେଳେ ଜରୁରୀକାଳୀନ ଓ୍ବାର୍ଡରେ ପଲଥିନରୁ ବାହାର କରି ପ୍ରମାଣ ଦେଖାଇଥିଲେ ସେତେବେଳେ ଉପସ୍ଥିତ ଲୋକଙ୍କ ମଧ୍ୟରେ ଆତଙ୍କ ଖେଳିଯାଇଥିଲା। କିନ୍ତୁ ଯେତେବେଳେ ସାପ ମରିଥିବା ସମସ୍ତେ ଜାଣିଥିଲେ ଏହାପରେ ଆଶ୍ୱସ୍ତି ଲାଭ କରିଥିଲେ। ଡାକ୍ତରଙ୍କ କହିବା ମୁତାବକ ମହେନ୍ଦ୍ରଙ୍କ ସ୍ବାସ୍ଥ୍ୟବସ୍ଥା ବର୍ତ୍ତମାନ ସ୍ଥିର ରହିଛି। ସେହିଭଳି ମହେନ୍ଦ୍ର କହିଛନ୍ତି, ସାଧାରଣତଃ ହସ୍ପିଟାଲରେ ଡାକ୍ତରମାନେ ସାପ କାମୁଡ଼ା ମାମଲାରେ ତୁରନ୍ତ ଚିକିତ୍ସା କରି ନ ଥାନ୍ତି। କାରଣ ସାପ କାମୁଡ଼ିଛି କି ନାହିଁ ସେମାନେ ବିଶ୍ୱାସ କରନ୍ତି ନାହିଁ। ତେଣୁ ସାଙ୍ଗରେ ସାପକୁ ମାରି ସାଥିରେ ହସ୍ପିଟାଲ ଆଣିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଛାଡ଼ିବା ଖୁସିରେ ଢୋଲ ବଜାଇ ମାଲିକଙ୍କ ସାମ୍ନାରେ ନାଚିଲେ କର୍ମଚାରୀ, ଚକିତ କରୁଛି Video

ଚାକିରି ଛାଡ଼ିବା ବେଳେ ଦୁଃଖ ଲାଗେ। କାରଣ କମ୍ପାନୀ ଏବଂ ସାଙ୍ଗରେ କାମ କରୁଥିବା ସହକର୍ମୀଙ୍କ ସହ ଏକପ୍ରକାର ନିବିଡ଼ତା ହୋଇଯାଇଥାଏ। ହେଲେ ସୋସିଆଲ ମିଡିଆରେ...

Video: ‘ଜୟ ଶ୍ରୀରାମ’ ନାରା ଦେଇ ଚର୍ଚ୍ଚାରେ ପାକିସ୍ତାନର ପ୍ରଥମ ହିନ୍ଦୁ ବ୍ଲଗର୍‌, ଭାବବିହ୍ବଳ କରୁଛି…

ଆଜିକାଲି ସମୟରେ ବ୍ଲଗିଂ ଏକ ସାଧାରଣ କଥାରେ ପରିଣତ ହେଲାଣି। ଏଭଳି କରି ଭଲ ଦୁଇ ପଇସା ରୋଜଗାର ବି କରିହେଉଛି। ହେଲେ ଚ୍ୟାଲେଞ୍ଜିଂ ସମୟରେ...

ସୋସିଆଲ ମିଡିଆରେ ଛାତ୍ରୀଙ୍କ ପାଠପଢା କେତେ ସୁରକ୍ଷିତ? ମାନସିକ ସ୍ବାସ୍ଥ୍ୟ ଉପରେ ପଡୁଛି ପ୍ରଭାବ: ରିପୋର୍ଟ

ନୂଆଦିଲ୍ଲୀ, ୨୬।୪: ଗୁରୁବାର ‘ଟେକ୍ନୋଲୋଜି ଅନ ଟର୍ମ’ ଶୀର୍ଷକ ଏକ ରିପୋର୍ଟ ସାର୍ବଜନୀନ କରାଯାଇଛି। ଏହା ପ୍ରକାଶ କରିଛି ଯେ ଡିଜିଟାଲ ଟେକ୍ନୋଲୋଜିର ବ୍ୟବହାରରେ ଥିବା...

ସର୍ବପ୍ରଥମେ କେବେ ପିନ୍ଧାଯାଇଥିଲା ମଙ୍ଗଳସୁତ୍ର: ଭାରତ ଛାଡ଼ା ଏସବୁ ଦେଶରେ ଏହାକୁ ପିନ୍ଧାଯାଏ

ହିନ୍ଦୁ ଧର୍ମରେ ବିବାହ ପରେ ମହିଳାମାନେ ବେକରେ ମଙ୍ଗଳସୁତ୍ର ପିନ୍ଧିବା ପ୍ରଥା ରହିଛି। କିନ୍ତୁ ଆପଣ ଜାଣନ୍ତି କି ବିବାହ ପରେ ମହିଳାମାନେ ମଙ୍ଗଳସୁତ୍ର କାହିଁକି...

କୋର୍ଟରେ ସ୍ବାମୀଙ୍କୁ ଜୋତାରେ ପିଟିଲେ ସ୍ତ୍ରୀ: ଭାଇରାଲ ହେଉଛି ଭିଡିଓ

ପ୍ରାୟତଃ ସ୍ବାମୀ ଏବଂ ସ୍ତ୍ରୀଙ୍କ ମଧ୍ୟରେ ସମସ୍ୟା ଉପୁଜିବାର ଅନେକ କାରଣ ଥାଏ। ଏଥିରେ ତୃତୀୟ ପକ୍ଷର ହସ୍ତକ୍ଷେପ ଅତି ସାଧାରଣ ଅଟେ। ଏପରି ପରିସ୍ଥିତିରେ...

ଆଜି ବିଶ୍ୱ ମ୍ୟାଲେରିଆ ଦିବସ

ସଂକ୍ରାମକ, ଅଣସଂକ୍ରାମକ, ନୂଆ ଭାବେ ପରିପ୍ରକାଶ ପାଉଥିବା ଓ ଆଗଠୁ ଅତ୍ୟଧିକ ଥିବା ସହ କମିଯାଇ ପୁଣି ଅଧିକ ସଂଖ୍ୟାରେ ପରିଲକ୍ଷିତ ହେଉଥିବା ରୋଗ ମଧ୍ୟରୁ...

କିଏ ତିଆରି କରିଛି EVM ଆଉ VVPAT, ନିର୍ମାତାଙ୍କ ନାଁ ପ୍ରକାଶ କରିବାକୁ ମନା କଲା ଇସିଆଇଏଲ୍‌

ନୂଆଦିଲ୍ଲୀ,୨୪ା୪: ଇଲେକ୍ଟ୍ରୋନିକ୍ସ କର୍ପୋରେଶନ ଅଫ୍‌ ଇଣ୍ଡିଆ ଲିମିଟେଡ୍‌ (ECIL) ଏବଂ ଭାରତ ଇଲେକ୍ଟ୍ରୋନିକ୍ସ ଲିମିଟେଡ (BEL) ଇଭିଏମ୍‌ ଏବଂ ଭିଭିପାଟ୍‌ର ନିର୍ମାତାଙ୍କ ନାମ ପ୍ରକାଶ କରିବାକୁ...

ଗାଁ ଦେଶର ମେରୁଦଣ୍ଡ

ଭାରତ ହେଉଛି ବିବିଧତାର ଦେଶ। ଯେତେବେଳେ ଦେଶର ସମଗ୍ର ବିକାଶ ବିଷୟରେ କଥା ଉଠେ, ସେତେବେଳେ ତୃଣମୂଳସ୍ତରରୁ ତାହା ଆରମ୍ଭ ହୋଇଥାଏ। କେବଳ କେନ୍ଦ୍ର ସରକାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri