ରାତି ନ ପାହୁଣୁ ଲମ୍ବୁଛି ଧାଡ଼ି

ବଇଣ୍ଡା,୯।୫: ପ୍ରତିବର୍ଷ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବହୁ ପୂର୍ବରୁ ପ୍ରସ୍ତୁତି ବୈଠକ ବସୁଛି। ବିଶେଷକରି ଗ୍ରାମାଞ୍ଚଳର ପାନୀୟ ଜଳ ଆବଶ୍ୟକତା ମେଣ୍ଟାଇବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଉଛି। ତୁରନ୍ତ ଅଚଳ ନଳକୂଅ ମରାମତି ଓ ଆବଶ୍ୟକସ୍ଥଳେ ନୂତନ ଖନନ ନିମନ୍ତେ ନିର୍ଦ୍ଦେଶ ଦିଆଯାଉଛି। କିନ୍ତୁ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଅନୁଗୋଳ ଜିଲା କିଶୋରନଗର ବ୍ଲକର ହଣ୍ଡପା ପଞ୍ଚାୟତରେ ଜଳ ଜଳ ଦିଶୁଛି। ୧୧ ଗ୍ରାମକୁ ନେଇ ଗଠିତ ଏହି ପଞ୍ଚାୟତର ଜନସଂଖ୍ୟା ୬ ହଜାର ୯୮୦ ହୋଇଥିଲେ ମଧ୍ୟ ଲୋକଙ୍କୁ ଆବଶ୍ୟକତା ଅନୁଯାୟୀ ପିଇବା ପାଣି ମିଳୁନାହିଁ। ୨ଟି ଗଁାରେ ପାଇପ୍‌ ପାଣି ପ୍ରକଳ୍ପ ଥିବାବେଳେ ବାକି ୯ ଗ୍ରାମବାସୀ ନଳକୂଅ ଜଳ ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଅଚଳ ନଳକୂଅ ମରାମତି କରାଯାଉ ନ ଥିବାରୁ ଯେଉଁ କେତୋଟିରୁ ପାଣି ବାହାରୁଛି, ସେଠାରେ ରାତି ନ ପାହୁଣୁ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି।
ହଣ୍ଡପା ପଞ୍ଚାୟତରେ ମୋଟ୍‌ ୭୬ଟି ନଳକୂଅ ରହିଛି। ହେଲେ ସେଥିରୁ ୮ଟି ଅଚଳ ଅବସ୍ଥାରେ ଥିବାବେଳେ ଜଳସ୍ତର ହ୍ରାସ କାରଣରୁ ଆଉ ୧୦ ନଳକୂଅରୁ ପାଣି ବାହାରୁନାହିଁ। ଫଳରେ ବଣିନାଳୀ, ଗୁଣ୍ଡୁରୀମୁଣ୍ଡା, ପ୍ରତାପପୁର, ହଣ୍ଡପା (ଗାଁ), ଚାକୁଣ୍ଡାମୁଣ୍ଡା, ବାଲିଖମଣ, ଖୋଲାରେଗେଡା, ନୂଆଁ ଖୋଲାରେଗେଡ଼ା ଓ ଅର୍ଜୁନଧରା ଗ୍ରାମବାସୀ ପାନୀୟ ଜଳାଭାବର ଶିକାର ହେଉଛନ୍ତି। ଉକ୍ତ ୯ ଗ୍ରାମ ମଧ୍ୟରୁ ବାଲିଖମଣ, ଖୋଲାରେଗେଡ଼ା, ନୂଆଁ ଖୋଲାରେଗେଡା, ଅର୍ଜୁନଧରା ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ହୋଇଥିଲେ ବି ଏହାକୁ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉ ନାହିଁ। ଫଳରେ ଏଠାକାର ଲୋକେ ନିକଟସ୍ଥ ନାଳ ଓ ଖୋଲା କୂଅରୁ ପାଣି ନେଇ ବ୍ୟବହାର କରୁଛନ୍ତି। ଚଳିତ ମାସରେ ଉକ୍ତ ପଞ୍ଚାୟତକୁ ଆସିଥିବା ୫ଟି ନୂତନ ନଳକୂଅ ଠିକ୍‌ ଜାଗାରେ ଖୋଳାଯାଇ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଅର୍ଜୁନଧରା ଗ୍ରାମବାସୀ ବହୁବାର ପଞ୍ଚାୟତ, ଜିଲା ପ୍ରଶାସନ, ଆଠମଲ୍ଲିକ ବିଧାୟକଙ୍କ ନିକଟରେ ଅଭିଯୋଗ କରିଛନ୍ତି। କିନ୍ତୁ କୌଣସି ସୁଫଳ ମିଳୁନାହିଁ। ଉପଖଣ୍ଡର ସମସ୍ତ ପଞ୍ଚାୟତକୁ ମହାନଦୀରୁ ମେଗା ପ୍ରକଳ୍ପ ଜରିଆରେ ଜଳ ଯୋଗାଣ କରାଯିବ ବୋଲି ପ୍ରଶାସନିକ ଅଧିକାରୀମାନେ କେବଳ କହୁଥିବାରୁ ଏହି ପ୍ରକଳ୍ପ କେବେ ହେବ ଓ ସେମାନେ ପାଣି ପାଇବେ ତାହାକୁ ଅଞ୍ଚଳବାସୀ ଚାହିଁ ବସିଛନ୍ତି। ତୁରନ୍ତ ଅଚଳ ନଳକୂଅ ମରାମତି ସହ ନୂତନ ପ୍ରକଳ୍ପ ନିର୍ମାଣ ପାଇଁ ହଣ୍ଡପା ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ କିଶୋରନଗର ବ୍ଲକ ଜଳଯୋଗାଣ ବିଭାଗ କନିଷ୍ଠଯନ୍ତ୍ରୀ ମନୋରଞ୍ଜନ ପ୍ରଧାନ କହିଛନ୍ତି, ବ୍ଲକରେ ନୂତନ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ପ୍ରସ୍ତାବ ନାହିଁ। ମେଗା ପ୍ରକଳ୍ପ ନିର୍ମାଣ ହେଲେ ମହାନଦୀରୁ ଜଳ ଯୋଗାଣ କରାଯିବ।

ଟ୍ୟାଙ୍କର ଯୋଗେ ପାଣି ଦିଆଯାଉ
ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି। ନଳକୂଅରୁ ଆବଶ୍ୟକତା ଅନୁଯାୟୀ ପାଣି ମିଳୁ ନ ଥିବାରୁ ଅଞ୍ଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉ।
-ସନାତନ ବେହେରା, ଗୁଣ୍ଡୁରୀମୁଣ୍ଡା

ଠିକଣା ସ୍ଥାନରେ ଖୋଳାଯାଇନି ନଳକୂଅ
ହଣ୍ଡପା ପଞ୍ଚାୟତର ବହୁ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଯାଇଛି। ଏ ନେଇ ଅଭିଯୋଗପତ୍ର ମାଧ୍ୟମରେ ବ୍ଲକ ପ୍ରଶାସନକୁ ଅବଗତ କରାଯାଇଛି। ଆସୁଥିବା ନୂଆ ନଳକୂଅଗୁଡ଼ିକ ଠିକଣା ସ୍ଥାନ ପରିବର୍ତ୍ତେ ରାଜନୈତିକ ଲୋକଙ୍କ କଥାରେ ଅନ୍ୟଠାରେ ଖୋଳାହୋଇଛି।
-ରଶ୍ମିତା ପ୍ରଧାନ, ସରପଞ୍ଚ

ସକାଳ ହେଲେ ପାଣି ଚିନ୍ତା ଘାରୁଛି
ଗ୍ରାମରେ ପାଇପ୍‌ ବିଛା ହୋଇଛି। ହେଲେ ଜଳ ଯୋଗାଣ ହେଉନାହିଁ। ପ୍ରତ୍ୟେକ ଦିନ ସକାଳ ହେଲେ ପାଣି ଚିନ୍ତା ଘାରୁଛି। ନଳକୂଅ ଗୁଡିକରୁ ପାଣି ବାହାରୁନାହିଁ। ଅନ୍ୟ ଗ୍ରାମ ଗୁଡିକକୁ ଜଳଯୋଗାଣ ହେଉଥିଲେ ମଧ୍ୟ ହଣ୍ଡପା ଗାଁକୁ ଅବହେଳା କରାଯାଉଛି।
-ଜ୍ୟୋତ୍ସ୍ନାମୟୀ ସାହୁ, ହଣ୍ଡପା

ପର୍ଯ୍ୟାପ୍ତ ନୁହେଁ ବ୍ୟବସ୍ଥା
ଅର୍ଜୁନଧରା ଗ୍ରାମରେ ୧୫୦ରୁ ଅଧିକ ପରିବାର ବସବାସ କରୁଥିଲେ ମଧ୍ୟ ପାନୀୟ ଜଳଯୋଗାଣ ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ। ଫଳରେ ନଳକୂଅ ନିକଟରେ ଲମ୍ବା ଲାଇନ ଲାଗୁଛି। ତୁରନ୍ତ ବ୍ଲକ ପ୍ରଶାସନ ଏହାର ନିରାକରଣ ଦିଗରେ ପଦକ୍ଷେପ ନେଉ।
-ସୁଶାନ୍ତ ସାହୁ, ଅର୍ଜୁନଧରା


Enter your email to get our daily news in your inbox.

All Right Reserved By Dharitri.Com

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

‘କେନ୍ଦ୍ର ପାଇଁ ଓଡ଼ିଶା କେବଳ ଏକ ବିନ୍ଦୁ’

ଛେଣ୍ଡିପଦା, ୨୫।୪ (ଅଜିତ ଧଳ)/ ଅନୁଗୋଳ, (ଅମିତ କୁମାର ସାମଲ)ସମ୍ବଲପୁର ବିଜେଡି ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ...

ପାଣି ପାଇଁ ଡହଳବିକଳ

ବଇଣ୍ଡା,୨୫।୪(ପରିକ୍ଷିତ ସାହୁ)ସାରା ରାଜ୍ୟରେ ଲାଗିରହିଛି ଗ୍ରୀଷ୍ମ ପ୍ରବାହ। ଅଧିକାଂଶ ସମୟରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଥିବାବେଳେ ଏବେ ଅନେକ ଅଞ୍ଚଳରେ ପାଣି ସମସ୍ୟା ଦେଖିବାକୁ...

ବିଜେଡି ଛାଡ଼ିଲେ ବରିଷ୍ଠ ନେତା ଭକ୍ତିପ୍ରସାଦ

ଅନୁଗୋଳ,୨୪।୪ (ଅମିତ କୁମାର ସାମଲ):ଅନୁଗୋଳ ଜିଲାର ବରିଷ୍ଠ ନେତା ଭକ୍ତି ପ୍ରସାଦ ଦାସ ମଙ୍ଗଳବାର ବିଜୁ ଜନତା ଦଳରୁ ଇସ୍ତଫା ଦେଇଛନ୍ତି। ଦଳରେ ତାଙ୍କୁ ଅଣଦେଖା...

ସମ ରଣନୀତିରେ ବିଜେଡି-ଭାଜପା

ବଇଣ୍ଡା,୨୨ା୪(ପରିକ୍ଷିତ ସାହୁ):ଅନୁଗୋଳ ଜିଲା ଆଠମଲ୍ଲିକ ବିଧାନସଭା କ୍ଷେତ୍ରରେ ଆସନ୍ତା ମେ ୨୫ରେ ହେବ ଭୋଟଗ୍ରହଣ। ଏଥର ଏହି ନିର୍ବାଚନମଣ୍ଡଳୀରେ ବିଜେଡି ଓ ଭାଜପା ପ୍ରାର୍ଥୀ ପରିବର୍ତ୍ତନ...

ସ୍ବଳ୍ପ ଖର୍ଚ୍ଚରେ ଅଧିକ ରୋଜଗାର ବାଟ ଦେଖାଉଛନ୍ତି ଶିକ୍ଷକ

ଛେଣ୍ଡିପଦା,୨୧ା୪(ଅଜିତ ଧଳ)ଶିକ୍ଷକତାରୁ ଟିକେ ସମୟ ପାଇଲେ ଲାଗିପଡ଼ନ୍ତି ଚାରା ଉତ୍ପାଦନରେ। ନିଜ ଫାର୍ମରେ ଥିବା ବିଭିନ୍ନ ଗଛରୁ କଲମୀକରଣ କରିବା ସହିତ କିପରି ସେଥିରୁ ଭଲ...

ଭୋଟ ଭିକ୍ଷା କଲେ ପ୍ରଣବ ଦାସ: ମୁଖ୍ୟମନ୍ତ୍ରୀଙ୍କୁ ସଶକ୍ତ କରିବାବୁ ଆଶୀର୍ବାଦ ଦିଅ

ଅନୁଗୋଳ,୧୯।୪ (ଅମିତ କୁମାର ସାମଲ):ସମ୍ବଲପୁର ଲୋକ ସଭା କ୍ଷେତ୍ରର ବିଜେଡି ପ୍ରାର୍ଥୀ ତଥା ବିଜେଡି ରାଜ୍ୟ ସାଙ୍ଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସ (ବବି) ଏହି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri