ରାତି ନ ପାହୁଣୁ ଲମ୍ବୁଛି ଧାଡ଼ି

ବଇଣ୍ଡା,୯।୫: ପ୍ରତିବର୍ଷ ଗ୍ରୀଷ୍ମ ପ୍ରବାହର ମୁକାବିଲା ପାଇଁ ବହୁ ପୂର୍ବରୁ ପ୍ରସ୍ତୁତି ବୈଠକ ବସୁଛି। ବିଶେଷକରି ଗ୍ରାମାଞ୍ଚଳର ପାନୀୟ ଜଳ ଆବଶ୍ୟକତା ମେଣ୍ଟାଇବା ଉପରେ ଏଥିରେ ଗୁରୁତ୍ୱ ଦିଆଯାଉଛି। ତୁରନ୍ତ ଅଚଳ ନଳକୂଅ ମରାମତି ଓ ଆବଶ୍ୟକସ୍ଥଳେ ନୂତନ ଖନନ ନିମନ୍ତେ ନିର୍ଦ୍ଦେଶ ଦିଆଯାଉଛି। କିନ୍ତୁ ଏହା କେତେଦୂର କାର୍ଯ୍ୟକାରୀ ହେଉଛି ତାହା ଅନୁଗୋଳ ଜିଲା କିଶୋରନଗର ବ୍ଲକର ହଣ୍ଡପା ପଞ୍ଚାୟତରେ ଜଳ ଜଳ ଦିଶୁଛି। ୧୧ ଗ୍ରାମକୁ ନେଇ ଗଠିତ ଏହି ପଞ୍ଚାୟତର ଜନସଂଖ୍ୟା ୬ ହଜାର ୯୮୦ ହୋଇଥିଲେ ମଧ୍ୟ ଲୋକଙ୍କୁ ଆବଶ୍ୟକତା ଅନୁଯାୟୀ ପିଇବା ପାଣି ମିଳୁନାହିଁ। ୨ଟି ଗଁାରେ ପାଇପ୍‌ ପାଣି ପ୍ରକଳ୍ପ ଥିବାବେଳେ ବାକି ୯ ଗ୍ରାମବାସୀ ନଳକୂଅ ଜଳ ଉପରେ ନିର୍ଭର କରୁଛନ୍ତି। କିନ୍ତୁ ଅଚଳ ନଳକୂଅ ମରାମତି କରାଯାଉ ନ ଥିବାରୁ ଯେଉଁ କେତୋଟିରୁ ପାଣି ବାହାରୁଛି, ସେଠାରେ ରାତି ନ ପାହୁଣୁ ଲମ୍ବା ଧାଡ଼ି ଦେଖିବାକୁ ମିଳୁଛି।
ହଣ୍ଡପା ପଞ୍ଚାୟତରେ ମୋଟ୍‌ ୭୬ଟି ନଳକୂଅ ରହିଛି। ହେଲେ ସେଥିରୁ ୮ଟି ଅଚଳ ଅବସ୍ଥାରେ ଥିବାବେଳେ ଜଳସ୍ତର ହ୍ରାସ କାରଣରୁ ଆଉ ୧୦ ନଳକୂଅରୁ ପାଣି ବାହାରୁନାହିଁ। ଫଳରେ ବଣିନାଳୀ, ଗୁଣ୍ଡୁରୀମୁଣ୍ଡା, ପ୍ରତାପପୁର, ହଣ୍ଡପା (ଗାଁ), ଚାକୁଣ୍ଡାମୁଣ୍ଡା, ବାଲିଖମଣ, ଖୋଲାରେଗେଡା, ନୂଆଁ ଖୋଲାରେଗେଡ଼ା ଓ ଅର୍ଜୁନଧରା ଗ୍ରାମବାସୀ ପାନୀୟ ଜଳାଭାବର ଶିକାର ହେଉଛନ୍ତି। ଉକ୍ତ ୯ ଗ୍ରାମ ମଧ୍ୟରୁ ବାଲିଖମଣ, ଖୋଲାରେଗେଡ଼ା, ନୂଆଁ ଖୋଲାରେଗେଡା, ଅର୍ଜୁନଧରା ଜଙ୍ଗଲ ଅଧ୍ୟୁଷିତ ଅଞ୍ଚଳ ହୋଇଥିଲେ ବି ଏହାକୁ ପ୍ରଶାସନ ପକ୍ଷରୁ ଗୁରୁତ୍ୱ ଦିଆଯାଉ ନାହିଁ। ଫଳରେ ଏଠାକାର ଲୋକେ ନିକଟସ୍ଥ ନାଳ ଓ ଖୋଲା କୂଅରୁ ପାଣି ନେଇ ବ୍ୟବହାର କରୁଛନ୍ତି। ଚଳିତ ମାସରେ ଉକ୍ତ ପଞ୍ଚାୟତକୁ ଆସିଥିବା ୫ଟି ନୂତନ ନଳକୂଅ ଠିକ୍‌ ଜାଗାରେ ଖୋଳାଯାଇ ନ ଥିବା ସାଧାରଣରେ ଅଭିଯୋଗ ହେଉଛି। ପାଇପ୍‌ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ କରିବା ପାଇଁ ଅର୍ଜୁନଧରା ଗ୍ରାମବାସୀ ବହୁବାର ପଞ୍ଚାୟତ, ଜିଲା ପ୍ରଶାସନ, ଆଠମଲ୍ଲିକ ବିଧାୟକଙ୍କ ନିକଟରେ ଅଭିଯୋଗ କରିଛନ୍ତି। କିନ୍ତୁ କୌଣସି ସୁଫଳ ମିଳୁନାହିଁ। ଉପଖଣ୍ଡର ସମସ୍ତ ପଞ୍ଚାୟତକୁ ମହାନଦୀରୁ ମେଗା ପ୍ରକଳ୍ପ ଜରିଆରେ ଜଳ ଯୋଗାଣ କରାଯିବ ବୋଲି ପ୍ରଶାସନିକ ଅଧିକାରୀମାନେ କେବଳ କହୁଥିବାରୁ ଏହି ପ୍ରକଳ୍ପ କେବେ ହେବ ଓ ସେମାନେ ପାଣି ପାଇବେ ତାହାକୁ ଅଞ୍ଚଳବାସୀ ଚାହିଁ ବସିଛନ୍ତି। ତୁରନ୍ତ ଅଚଳ ନଳକୂଅ ମରାମତି ସହ ନୂତନ ପ୍ରକଳ୍ପ ନିର୍ମାଣ ପାଇଁ ହଣ୍ଡପା ଗ୍ରାମବାସୀ ଦାବି କରିଛନ୍ତି। ଏ ସମ୍ପର୍କରେ କିଶୋରନଗର ବ୍ଲକ ଜଳଯୋଗାଣ ବିଭାଗ କନିଷ୍ଠଯନ୍ତ୍ରୀ ମନୋରଞ୍ଜନ ପ୍ରଧାନ କହିଛନ୍ତି, ବ୍ଲକରେ ନୂତନ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ପାଇଁ କୌଣସି ପ୍ରସ୍ତାବ ନାହିଁ। ମେଗା ପ୍ରକଳ୍ପ ନିର୍ମାଣ ହେଲେ ମହାନଦୀରୁ ଜଳ ଯୋଗାଣ କରାଯିବ।

ଟ୍ୟାଙ୍କର ଯୋଗେ ପାଣି ଦିଆଯାଉ
ଲୋକଙ୍କୁ ବିଶୁଦ୍ଧ ପାଣି ଯୋଗାଇବାରେ ପ୍ରଶାସନ ବିଫଳ ହୋଇଛି। ନଳକୂଅରୁ ଆବଶ୍ୟକତା ଅନୁଯାୟୀ ପାଣି ମିଳୁ ନ ଥିବାରୁ ଅଞ୍ଚଳବାସୀ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ତୁରନ୍ତ ଟ୍ୟାଙ୍କର ଯୋଗେ ପାଣି ଯୋଗାଇ ଦିଆଯାଉ।
-ସନାତନ ବେହେରା, ଗୁଣ୍ଡୁରୀମୁଣ୍ଡା

ଠିକଣା ସ୍ଥାନରେ ଖୋଳାଯାଇନି ନଳକୂଅ
ହଣ୍ଡପା ପଞ୍ଚାୟତର ବହୁ ଗ୍ରାମରେ ପାନୀୟ ଜଳ ସଙ୍କଟ ଦେଖାଯାଇଛି। ଏ ନେଇ ଅଭିଯୋଗପତ୍ର ମାଧ୍ୟମରେ ବ୍ଲକ ପ୍ରଶାସନକୁ ଅବଗତ କରାଯାଇଛି। ଆସୁଥିବା ନୂଆ ନଳକୂଅଗୁଡ଼ିକ ଠିକଣା ସ୍ଥାନ ପରିବର୍ତ୍ତେ ରାଜନୈତିକ ଲୋକଙ୍କ କଥାରେ ଅନ୍ୟଠାରେ ଖୋଳାହୋଇଛି।
-ରଶ୍ମିତା ପ୍ରଧାନ, ସରପଞ୍ଚ

ସକାଳ ହେଲେ ପାଣି ଚିନ୍ତା ଘାରୁଛି
ଗ୍ରାମରେ ପାଇପ୍‌ ବିଛା ହୋଇଛି। ହେଲେ ଜଳ ଯୋଗାଣ ହେଉନାହିଁ। ପ୍ରତ୍ୟେକ ଦିନ ସକାଳ ହେଲେ ପାଣି ଚିନ୍ତା ଘାରୁଛି। ନଳକୂଅ ଗୁଡିକରୁ ପାଣି ବାହାରୁନାହିଁ। ଅନ୍ୟ ଗ୍ରାମ ଗୁଡିକକୁ ଜଳଯୋଗାଣ ହେଉଥିଲେ ମଧ୍ୟ ହଣ୍ଡପା ଗାଁକୁ ଅବହେଳା କରାଯାଉଛି।
-ଜ୍ୟୋତ୍ସ୍ନାମୟୀ ସାହୁ, ହଣ୍ଡପା

ପର୍ଯ୍ୟାପ୍ତ ନୁହେଁ ବ୍ୟବସ୍ଥା
ଅର୍ଜୁନଧରା ଗ୍ରାମରେ ୧୫୦ରୁ ଅଧିକ ପରିବାର ବସବାସ କରୁଥିଲେ ମଧ୍ୟ ପାନୀୟ ଜଳଯୋଗାଣ ବ୍ୟବସ୍ଥା ପର୍ଯ୍ୟାପ୍ତ ନୁହେଁ। ଫଳରେ ନଳକୂଅ ନିକଟରେ ଲମ୍ବା ଲାଇନ ଲାଗୁଛି। ତୁରନ୍ତ ବ୍ଲକ ପ୍ରଶାସନ ଏହାର ନିରାକରଣ ଦିଗରେ ପଦକ୍ଷେପ ନେଉ।
-ସୁଶାନ୍ତ ସାହୁ, ଅର୍ଜୁନଧରା


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri