ଗଛମୂଳରୁ ୩ ଦିନର ଶିଶୁକନ୍ୟା ଉଦ୍ଧାର

ବନ୍ତଳା,୯।୫(ଡି.ଏନ.ଏ.): ବିଶ୍ୱ ମାତୃ ଦିବସରେ ମମତା ଭୁଲିଗଲେ ମା’। ୩ ଦିନର ଶିଶୁକନ୍ୟାଙ୍କୁ ଏକ ଗଛମୂଳେ ଛାଡ଼ି କେହି କୁମାରୀ ମା’ ପଳାଇଯିବା ଅନୁଗୋଳ ଜିଲା ବନ୍ତଳା ଥାନା ପୋକତୁଙ୍ଗା ଗ୍ରାମରେ ରବିବାର ଚର୍ଚ୍ଚାର ବିଷୟ ହୋଇଛି। ଶିଶୁଟିର କାନ୍ଦ ଶୁଣି କେତେଜଣ ଛେଳି ଚରାଳି ଓ ଚାଷୀ ତାଙ୍କୁ ଉଦ୍ଧାର କରି ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ଶିଶୁକନ୍ୟାଟି ଏବେ ସୁସ୍ଥ ଥିବା ସୂଚନା ମିଳିଛି।
ଗ୍ରାମବାସୀଙ୍କ କହିବା ଅନୁଯାୟୀ, ପୋକତୁଙ୍ଗା ଗ୍ରାମର ରଗୁଡିତଇଳା ଭୁକିଲାପାଳରେ ସକାଳେ କେତେଜଣ ଲୋକ ଛେଳି ଚରାଉଥିଲେ। ଏହି ସମୟରେ ଏକ ବରଗଛ ମୂଳେ ନବଜାତ ଶିଶୁର କାନ୍ଦ ଶୁଣିବାକୁ ମିଳିଥିଲା। ଛେଳି ଚରାଳି ଓ ଚାଷୀମାନେ ସେଠାକୁ ଯିବା ପରେ ଏକ ନବଜାତ ଶିଶୁ କନ୍ୟାଙ୍କୁ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଖବରପାଇ ଗ୍ରାମବାସୀ ପହଞ୍ଚି ଶିଶୁଟିର ଯତ୍ନ ନେବା ସହ ତୁରନ୍ତ ବନ୍ତଳା ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଶିଶୁକନ୍ୟାଟି ତିନିଦିନ ପୂର୍ବରୁ ଜନ୍ମ ହୋଇଥିବା ଡାକ୍ତରଖାନା ପକ୍ଷରୁ କୁହାଯାଇଛି। ବନ୍ତଳା ଥାନା ଅଧିକାରୀ ସୁମିତ୍ରା ପାତ୍ର ଡାକ୍ତରଖାନାରେ ପହଞ୍ଚି ଶିଶୁକନ୍ୟାଙ୍କୁ ଅଧିକ ଚିକିତ୍ସା ପାଇଁ ଜିଲା ମୁଖ୍ୟ ଚିକିତ୍ସାଳୟ ନେବା ସହ ଶିଶୁମଙ୍ଗଳ ଅଧିକାରୀଙ୍କୁ ସୂଚନା ଦେଇଥିବା ଜଣାପଡ଼ିଛି। ଜିଲା ଶିଶୁ ସୁରକ୍ଷା ଅଧିକାରୀ ଗୌରୀ ଶଙ୍କର ବେହେରା କହିଛନ୍ତି, ପ୍ରଥମେ ଶିଶୁଟିର ପରିଚୟ ଖୋଜିବା ପାଇଁ ଚେଷ୍ଟା କରାଯିବ। ଯଦି ପରିଚୟ ନ ମିଳିଲା ଆଇନ ଅନୁଯାୟୀ ପ୍ରକ୍ରିୟା ଆରମ୍ଭ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଯିଏ ଜଗୁଥିଲେ ସିଏ ଖାଇଗଲେ: ହରିଣ ମାରି ମାଂସ ରାନ୍ଧି ଖାଉଥିଲେ ଧରାପଡ଼ିଲେ ବନ ଜଗୁଆଳି

ଅନୁଗୋଳ, ୪।୭: ବନ୍ୟପ୍ରାଣୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ବନ ଜଗୁଆଳିମାନେ ହିଁ ହରିଣ ଶିକାର କରି ତାହାର ମାଂସ ରାନ୍ଧି ଖାଉଥିବା ଘଟଣା ସାମ୍ନାକୁ ଆସିଛି। ଅନୁଗୋଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri