ଭରସା ତୁଟିବା ପରେ ଚରମ ପଦକ୍ଷେପ

ସତ୍ୟଜିତ୍‌ ରାଉତ ଭୁବନେଶ୍ୱର,୨୮।୭(ବ୍ୟୁରୋ): କୌଣସି ଲୋକ ଥାନାରେ ଅଭିଯୋଗ କଲେ, ପୋଲିସ ତାହାକୁ ଗୁରୁତ୍ୱର ସହ ଗ୍ରହଣ କରି ତୁରନ୍ତ ତଦନ୍ତ କରିବା କଥା। ହେଲେ ଅନେକ ଘଟଣାର ତଦନ୍ତରେ ପୋଲିସ ଅବହେଳା କରୁଥିବା ଅଭିଯୋଗ ଆସୁଛି। ଅଭିଯୋଗକାରୀ ବାରମ୍ବାର ଥାନା ଓ ଉପରିସ୍ଥ ଅଧିକାରୀଙ୍କ ଦ୍ୱାରସ୍ଥ ହୋଇ ନିରାଶରେ ଫେରୁଛନ୍ତି। ଉପରିସ୍ଥ ଅଧିକାରୀ, ନେତାମନ୍ତ୍ରୀଙ୍କ ଭୟ ଓ ଚାପ ଯୋଗୁ ତୃଣମୂଳସ୍ତରରେ ତଦନ୍ତ ବାଟବଣା ହେଉଛି। ଏପରିକି କିଛି ମାମଲାରେ ପୋଲିସ ଅଭିଯୁକ୍ତଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ବଦଳରେ, ଅଭିଯୋଗକାରୀଙ୍କୁ ଓଲଟା ନିର୍ଯାତନା ଦେଉଛି। ପୋଲିସଠାରୁ ନ୍ୟାୟ ଆଶା ମଉଳିବା ପରେ ଲୋକେ ମାନସିକ ଭାରସାମ୍ୟ ହରାଇ ଆତ୍ମହତ୍ୟା କିମ୍ବା ଆତ୍ମାହୁତି ଭଳି ଚରମ ପଦକ୍ଷେପ ନେଉଛନ୍ତି। ବିଗତ ଦିନରେ ଅନେକ ଲୋକ ଥାନା ଓ ଏସ୍‌ପି ଅଫିସ ଆଗରେ ଆତ୍ମାହୁତି ଉଦ୍ୟମ କରିଛନ୍ତି। ତେବେ ଗତ ୩ ମାସ ମଧ୍ୟରେ ଏପରି ୪ରୁ ଅଧିକ ଘଟଣା ଘଟିଥିବାବେଳେ ୨ ଜଣଙ୍କର ମୃତ୍ୟୁ ହୋଇଛି। ସେହିପରି ନିକଟରେ ବିଧାନସଭା ଚାଲୁଥିବାବେଳେ ଦୁଇଟି ଘଟଣାରେ ୩ଜଣ ମହିଳା ଆତ୍ମାହତ୍ୟା ଉଦ୍ୟମ କରିଥିଲେ। ଏଭଳି ଏକାଧିକ ସମ୍ବେଦନଶୀଳ ଘଟଣା ରାଜ୍ୟ ପୋଲିସର କାର୍ଯ୍ୟଧାରାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଜିଲା ଟାଉନ ଥାନା ଅନ୍ତର୍ଗତ ଗବସାହିରେ ଗୃହଦାହ ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଥିଲା। ମିଥ୍ୟା ଅଭିଯୋଗରେ ପୋଲିସର ଏହି ପଦକ୍ଷେପ ପ୍ରତିବାଦରେ ପରିବାର ପକ୍ଷରୁ ଥାନା ଓ ଏସ୍‌ପି ଅଫିସ ସାମ୍ନାରେ ଧାରଣା ଦିଆଯାଇଥିଲା। ମେ ୧୩ରେ ଏସ୍‌ପି ଅଫିସ ସମ୍ମୁଖରେ ପରିବାର ଲୋକେ ପେଟ୍ରୋଲ ଢାଳି ଆତ୍ମାହୁତି ଉଦ୍ୟମ କରୁଥିବାବେଳେ ପୋଲିସ ଉଦ୍ଧାର କରିଥିଲା। ମେ ୧୪ରେ ଗଞ୍ଜାମ ଏସ୍‌ପି ଅଫିସ ଆଗରେ ରମ୍ଭା ଥାନା ବୋରିଗାଁର ବାଦଲ ସାହୁ ପେଟ୍ରୋଲ ଢାଳି ନିଆଁ ଲଗାଇ ଆତ୍ମାହୁତି ଉଦ୍ୟମ କରିଥିଲେ। ପରେ ତାଙ୍କର ମୃତ୍ୟୁ ହୋଇଥିଲା। ୧୨ ବର୍ଷ ଧରି ତାଙ୍କ ପରିବାରକୁ ଗାଁ ଲୋକେ ବାସନ୍ଦ କରି ରଖିଥିଲେ। ଏନେଇ ସେ ନ୍ୟାୟ ପାଇଁ ବାରମ୍ବାର ଥାନାର ଦ୍ୱାରସ୍ଥ ହୋଇଥିଲେ ମଧ୍ୟ କିଛି ସୁଫଳ ମିଳି ନ ଥିଲା। ବରଂ ଗଣ୍ଡଗୋଳ ଅଭିଯୋଗରେ ପୋଲିସ ତାଙ୍କୁ ଗିରଫ କରିଥିଲା। ପରେ ବାଦଲ ଏସ୍‌ପି ଅଫିସ ଆସି ଦିନସାରା ଅପେକ୍ଷା କରିଥିଲେ ସୁଦ୍ଧା ଏସ୍‌ପିଙ୍କୁ ଭେଟି ନ ପାରି ଶେଷରେ ଆତ୍ମାହୁତି ଭଳି ଚରମ ନିଷ୍ପତ୍ତି ନେଇଥିଲେ। ଅନ୍ୟଏକ ଘଟଣାକ୍ରମରେ ଜଣେ ଅପହୃତା ନାବାଳିକା ଝିଅକୁ ଉଦ୍ଧାର ପାଇଁ ମା’ କେନ୍ଦୁଝର ଟାଉନ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ପୋଲିସ ଗୁରୁତ୍ୱ ଦେଇ ନ ଥିଲା। ପୋଲିସ କାର୍ଯ୍ୟାନୁଷ୍ଠାନରେ ଅସନ୍ତୁଷ୍ଟ ହୋଇ ଶେଷରେ ମହିଳା ଜଣକ ଜୁନ ୧୭ରେ ଏସ୍‌ପିଙ୍କ କାର୍ଯ୍ୟାଳୟ ପରିସରରେ କିରୋସିନ ଢାଳିହୋଇ ଆତ୍ମାହୁତି ଉଦ୍ୟମ କରୁଥିବା ବେଳେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା। ୪ ସପ୍ତାହ ତଳେ ପୋଲିସ ଅବହେଳାରୁ କଟକ ଜିଲା କିଶନନଗର ଥାନା ଅଞ୍ଚଳର ଗୁଣନିଧି ବିଶୋୟୀଙ୍କ ଜୀବନ ଚାଲିଯାଇଥିଲା। ଜମିବାଡ଼ି ବିବାଦରେ ଅତିଷ୍ଠ ଗୁଣନିଧି ନ୍ୟାୟ ଆଶାରେ ପୋଲିସ ପାଖକୁ ଯାଇଥିଲେ ବି କେହି ତାଙ୍କ କଥା ଶୁଣି ନ ଥିଲେ। ପୋଲିସ ଉପରୁ ଭରସା ତୁଟିବା ପରେ ନ୍ୟାୟ ପାଇବା ଆଶା ହରାଇ ଜୁନ ୨୩ରେ ଥାନା ପରିସରରେ ନିଜ ଶରୀରରେ କିରୋସିନ ଢାଳି ନିଆଁ ଲଗାଇଦେଇଥିଲେ। ଏହା ପରଦିନ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା।

ନ୍ୟାୟ ନ ମିଳିବାରୁ ବିଧାନସଭାମୁହାଁ ହେଉଛନ୍ତି ଅଭିଯୋଗକାରୀ। ଶ୍ୱଶୁର ଘର ଲୋକ ନିର୍ଯାତନା ଦେବା ଘଟଣାରେ ବାଲେଶ୍ୱର ଜିଲା ସିଂଲା ପୋଲିସଠାରୁ ନ୍ୟାୟ ନ ପାଇ ମା’ ଓ ଝିଅ ଜୁଲାଇ ୧୫ରେ ବିଧାନସଭା ସମ୍ମୁଖରେ କିରୋସିନ ଢାଳି ଆତ୍ମାହୁତି ଉଦ୍ୟମ କରିଥିଲେ। ସେହିପରି ଗତ ୧୮ ତାରିଖରେ ଅନୁଗୋଳର ଜଣେ ମହିଳା ଥାନାରୁ ନ୍ୟାୟ ନ ପାଇ ଆତ୍ମହତ୍ୟା କରିବାକୁ ବିଧାନସଭା ପରିସରକୁ ପ୍ରବେଶ କଲାବେଳେ ପୋଲିସ ତାଙ୍କୁ ଉଦ୍ଧାର କରିଥିଲା। ତେବେ ପ୍ରାୟତଃ ଥାନାକୁ ଆସୁଥିବା ସାଧାରଣ ଲୋକ ପୋଲିସର ଦୁର୍ବ୍ୟବହାର, ନାଲିଆଖି, ପାତରଅନ୍ତରର ଶିକାର ହେଉଛନ୍ତି। ପୋଲିସର ଆଭିମୁଖ୍ୟ ଓ ବ୍ୟବହାରରେ ପରିବର୍ତ୍ତନ ଆସୁ ନ ଥିବାରୁ ଏଭଳି ଘଟଣା ବଢ଼ି ଚାଲିଛି।

ଆତ୍ମାହୁତି ବିକଳ୍ପ ନୁହେଁ
ଭୁଲ୍‌ ବୁଝାମଣାର ବଶବର୍ତ୍ତୀ, ଅତ୍ୟଧିକ ଭାବପ୍ରବଣତା ଓ ମାନସିକ ଦୁର୍ବଳତାରୁ ଆତ୍ମହତ୍ୟା ବା ଆତ୍ମାହୁତି ଭଳି ଘଟଣା ଦେଖାଯାଉଛି। ଯେତେବେଳେ ଥାନା ସ୍ତରରେ ପୋଲିସ ଅବହେଳା କରୁଛି, ସେଭଳି ସ୍ଥିତିରେ ଜଣେ ଅଭିଯୋଗକାରୀ ପୋଲିସ ବିଭାଗର ଉପରିସ୍ଥ ଅଧିକାରୀଙ୍କ ନିକଟରେ ଅଭିଯୋଗ କରିପାରନ୍ତେ, କୋର୍ଟଙ୍କ ଦ୍ୱାରସ୍ଥ ହୋଇପାରନ୍ତେ ଏବଂ ସରକାରଙ୍କୁ ମଧ୍ୟ ଦରଖାସ୍ତ କରିପାରନ୍ତେ। କେବଳ ଆତ୍ମହତ୍ୟା ଏହାର ବିକଳ୍ପ ନୁହେଁ। ଏସବୁ ଘଟଣା ପାଇଁ ଆମେ ଦୁଃଖିତ। ଏହାକୁ କିଭଳି ଭାବେ ବନ୍ଦ କରାଯାଇପାରିବ ସେନେଇ ବିଚାର କରି ଦେଖିବାକୁ ପଡ଼ିବ। ଅନ୍ୟପକ୍ଷରେ ଥାନାଗୁଡ଼ିକରେ ପୋଲିସ ଅଧିକାରୀଙ୍କ ଅଭାବ ରହୁଛି। ତେଣୁ ପୋଲିସ କେତେକ ଘଟଣାରେ ଉପଯୁକ୍ତ ଦୃଷ୍ଟି ମଧ୍ୟ ଦେଇପାରୁନାହିଁ।
-ବିପିନ ବିହାରୀ ମିଶ୍ର, ଅବସରପ୍ରାପ୍ତ ପୋଲିସ ଡିଜି

ଅପରାଧ ସମୀକ୍ଷା ବୈଠକକୁ ନିୟମିତ କରାଯାଉ
ଧର୍ତ୍ତବ୍ୟ ଅପରାଧ ହୋଇ ନ ଥିଲେ ନିୟମ ଅନୁଯାୟୀ ୨ମାସ ମଧ୍ୟରେ ତଦନ୍ତ କରି କୋର୍ଟରେ ଚାର୍ଜସିଟ୍‌ କରିବ ପୋଲିସ। ଯଦି ଧର୍ତ୍ତବ୍ୟ ଅପରାଧ, ତେବେ ଅତି ବେଶିରେ ୩ମାସ ମଧ୍ୟରେ ଚାର୍ଜଶିଟ୍‌ ଦେବା କଥା। କିନ୍ତୁ ଅନେକ ମାମଲାରେ ପୋଲିସ ପକ୍ଷରୁ ଚାର୍ଜଶିଟ୍‌ ଦାଖଲ କରାଯାଉନାହିଁ। ଅପରପକ୍ଷର ଲୋକଙ୍କ ରାଜନୈତିକ ଚାପ କିମ୍ବା ଅର୍ଥଲୋଭର ବଶବର୍ତ୍ତୀ ହୋଇ ପୋଲିସ ତଦନ୍ତରେ ଅବହେଳା କରୁଛି। ତେଣୁ ସାଧାରଣ ଲୋକଟିଏ ଏଭଳି ଚରମ ପଦକ୍ଷେପ ନେବାକୁ ବାଧ୍ୟ ହେଉଛି। ପୋଲିସ ବିଭାଗକୁ ‘ମୋ ସରକାର’ରେ ଅନ୍ତର୍ଭୁକ୍ତ କରାଯାଇଥିଲେ ମଧ୍ୟ ତାହା ଠିକ୍‌ ଭାବେ କାର୍ଯ୍ୟକାରୀ ହୋଇପାରୁନାହିଁ। ଏଭଳି ଘଟଣାକୁ କମାଇବାକୁ ପୋଲିସର ଅପରାଧ ସମୀକ୍ଷା ବୈଠକକୁ ନିୟମିତ କରାଯିବା ସହ ଥାନାକୁ ଆସୁଥିବା ଅଭିଯୋଗଗୁଡ଼ିକର ତ୍ୱରିତ ପଦକ୍ଷେପ ନେବା ଜରୁରୀ।
-ହିମାଂଶୁ ସେଖର ନାୟକ, ମାନବାଧିକାର କର୍ମୀ

 


Enter your email to get our daily news in your inbox.

All Right Reserved By Dharitri.Com

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

ଶିମିଳିପାଳର ୩୧ ପଏଣ୍ଟରେ ଲାଗିଛି ନିଆଁ

ବାରିପଦା,୨୫ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ି ଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ...

ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ଗାଁକୁ ଯାଇଥିଲେ, ଘରେ ବୁଲିଲା କଳାକନା

ବାସୁଦେବପୁର,୨୫ା୪(ନାରାୟଣ ପ୍ରସାଦ ବାରିକ୍‌): ବାପାଙ୍କ ଶୁଦ୍ଧିକ୍ରିୟାକୁ ଯାଇଥିଲେ। ଏପଟେ ଘରେ କଳାକନା ବୁଲାଇ ଦେଲେ ଚୋର। ବାସୁଦେବପୁର ପୌରପାଳିକାର ବିଦ୍ୟୁତ୍‌ ମାର୍ଗରେ ବୁଧବାର ରାତିରେ ଏଭଳି...

ଓଡ଼ିଶାରେ ଭାଜପା ସରକାରକୁ ଆସିଲେ ଲୋକେ ରୋଜଗାର ପାଇଁ ବାହାର ରାଜ୍ୟକୁ ଯିବେ ନାହିଁ: ଅମିତ ଶାହା

ସୋନପୁର,୨୫।୪: କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ଓଡ଼ିଶାରେ ଡବଲ ଇଞ୍ଜିନ ସରକାର ଗଢିବାକୁ ଲୋକ ମାନଙ୍କୁ ଆହ୍ୱାନ ଦେଇଛନ୍ତି। ନବୀନ ସରକାରକୁ ଓପାଡ଼ି ଏଠାରେ ଭାଜପା...

ପଦ୍ମ ଧରିବା ପରେ ପ୍ରବୋଧଙ୍କୁ ସ୍ବାଗତ କଲା ଭାଜପା, ମିଳିବ କି’ ଟିକେଟ

ଭୁବନେଶ୍ୱର,୨୫।୪: କଂଗ୍ରେସରୁ ଇସ୍ତଫା ପରେ ଭାଜପାର ସାମିଲ ହୋଇଛନ୍ତି ପୂର୍ବତନ ହକି ତାରକା ପ୍ରବୋଧ ତିର୍କୀ । ଏହି ଅବସରରେ ଭାଜପା ଶୀର୍ଷ ନେତୃତ୍ୱ ଫୁଳତୋଡା...

ଅଂଶୁଘାତ ରୋଗୀଙ୍କ ଚିକିତ୍ସା ପାଇଁ ଏମ୍ସରେ ସ୍ବତନ୍ତ୍ର ୟୁନିଟ୍‌

ଭୁବନେଶ୍ୱର,୨୫ା୪(ଅସମାପିକା ସାହୁ): ରାଜ୍ୟରେ ପ୍ରଚଣ୍ଡ ରୌଦ୍ରତାପ ଯୋଗୁ ଦିନକୁ ଦିନ ବୃଦ୍ଧି ଘଟୁଥିବା ଅଂଶୁଘାତ ରୋଗୀଙ୍କ ଚିକିତ୍ସା ନିମନ୍ତେ ଏମ୍ସ ଭୁବନେଶ୍ୱରରେ ଏକ ସ୍ବତନ୍ତ୍ର ହିଟ୍‌...

କାହିଁକି ଅମିତ ଶାହା ପଚାରିଲେ ‘୨୦ ଲୋକସଭା ସିଟ୍‌ ଜିତିବା କି ନାହିଁ’ ?

ସୋନପୁର,୨୫।୪: ଓଡ଼ିଶାରୁ ସର୍ବାଧିକ ଲୋକ ସଭା ଆସନ ବିଜୟ ଲକ୍ଷ୍ୟରେ କେନ୍ଦ୍ରମନ୍ତ୍ରୀ ଅମିତ ଶାହା ଗୁରୁବାର ସୋନପୁରରୁ ପ୍ରଚାର ଆରମ୍ଭ କରିଛନ୍ତି। ଜୟ ଜଗନ୍ନାଥ, ଜୟ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri