ସୁଶାନ୍ତଙ୍କ ଆତ୍ମହତ୍ୟାର ଆସିଲା ଶେଷ ରିପୋର୍ଟ

ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଶେଷ ଭିସ୍ରା ରିପୋର୍ଟ ପ୍ରକାଶ ପାଇଛି। ଏଥିରେ ସ୍ପଷ୍ଟ ଭାବରେ କୁହାଯାଇଛି, ଯେ ତାଙ୍କ ମୃତ୍ୟୁରେ କୌଣସି ସନ୍ଦେହଜନକ କାର୍ଯ୍ୟକଳାପ ନାହିଁ। ଏହା କେବଳ ଏକ ଆତ୍ମହତ୍ୟା ମାମଲା। ଭିସ୍ରା ରିପୋର୍ଟ ଅନୁଯାୟୀ, ସୁଶାନ୍ତଙ୍କ ଶରୀରରୁ କୌଣସି ରାସାୟନିକ କିମ୍ବା ବିଷ ମିଳିନାହିଁ। ବ୍ୟବଚ୍ଛେଦ ପରେ ଭିସ୍ରାଙ୍କୁ ରିପୋର୍ଟକୁ ବିଶ୍ଳେଷଣ ପାଇଁ ମୁମ୍ବାଇର ଜେଜେ ହସ୍ପିଟାଲକୁ ପଠାଯାଇଥିଲା।
କୌଣସି ବିବାଦର ପ୍ରମାଣ ମିଳିନାହିଁ:
ଭିସ୍ରା ରିପୋର୍ଟରେ ଦର୍ଶାଯାଇଛି ଯେ, ସୁଶାନ୍ତଙ୍କ ମୃତ୍ୟୁ ପୂର୍ବରୁ କୌଣସି ବିବାଦର ଚିହ୍ନ ନାହିଁ। ତାଙ୍କ ନଖରୁ କିଛି ମିଳିନାହିଁ। ଗତ ସପ୍ତାହରେ ସୁଶାନ୍ତଙ୍କ ଅନ୍ତିମ ବ୍ୟବଚ୍ଛେଦ ରିପୋର୍ଟ ଆସିଥିଲା। କୁହାଯାଇଥିଲା ଯେ, ସୁଶାନ୍ତ ଆତ୍ମହତ୍ୟା ହେତୁ ଶ୍ୱାସରୁଦ୍ଧ ହୋଇ ମୃତ୍ୟୁବରଣ କରିଥିଲେ। ଏହି ରିପୋର୍ଟରେ ମୃତ୍ୟୁର କାରଣ ଅସ୍ପଷ୍ଟ ବୋଲି ଦର୍ଶାଯାଇଛି। ଅର୍ଥାତ୍‌ ପର୍ଯ୍ୟାପ୍ତ ଅମ୍ଳଜାନ ନ ପାଇ ମୃତ୍ୟୁ ଘଟିଛି।
ପ୍ରଥମ ବ୍ୟବଚ୍ଛେଦ ରିପୋର୍ଟ ୧୪ ଜୁନ୍‌ରେ ଆସିଥିଲା
ବ୍ୟବଚ୍ଛେଦ ପରେ ୧୪ ଜୁନ୍‌ରେ ସୁଶାନ୍ତଙ୍କ ଏକ ପ୍ରାଥମିକ ରିପୋର୍ଟ ଆସିଥିଲା। ତିନି ଜଣ ଡାକ୍ତରଙ୍କ ତତ୍ତ୍ୱାବଧାନରେ ଏହି ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା। ଏହା ପରେ ବିସ୍ତୃତ ରିପୋର୍ଟ ପାଇଁ ତାଙ୍କ ଅଙ୍ଗଗୁଡ଼ିକୁ ଜେଜେ ହସ୍ପିଟାଲକୁ ପଠାଯାଇଥିଲା। ଫ୍ୟାନ୍‌ରେ ରଶି ଲଗାଇ ତାଙ୍କର ମୃତ୍ୟୁ ଘଟିଥିବା ସ୍ପଷ୍ଟ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ର଼୍ୟାମ୍ପରେ ଚାଲିଲେ ବଢ଼େ ଆତ୍ମବିଶ୍ୱାସ

ସୁରମୟୀ ମହାପାତ୍ର। ଓଡ଼ିଆ ସିନେ ଜଗତର ଏବେ ଜଣାଶୁଣା ଚେହେରା। ମଡେଲିଂରୁ କ୍ୟାରିୟର ଆରମ୍ଭ କରି ସେ ନିଜ ଦକ୍ଷତା ବଳରେ ଫିଲ୍ମ ଦୁନିଆରେ ପ୍ରବେଶ...

କମ୍ପୋଜିଂରେ ବାପାଙ୍କୁ ସନ୍ତୁଷ୍ଟ କରିପାରିବି କି ନାହିଁ

ବାପାଙ୍କଠାରୁ ପ୍ରଥମ ଗୀତ କମ୍ପୋଜ କରିବାର ଦାୟିତ୍ୱ ନେଇଥିଲେ ଆସାଦ ନିଜାମ। ଭୟ ଲାଗୁଥିଲେ ବି ଗୀତର ମୁଖଡ଼ା କମ୍ପୋଜ କରି ବାପାଙ୍କ ମନ ଜିଣିନେଇଥିଲେ।...

ନୂଆ ଘରକୁ ସିପ୍ଟ କରିବେ ସଲମାନ

ମୁମ୍ବାଇ: ବଲିଉଡ୍‌ ଭାଇଜାନ୍‌ ସଲମାନ ଖାଁ ଏବେ ତାଙ୍କ ଠିକଣା ବଦଳାଇବେ ବୋଲି ଶୁଣିବାକୁ ମିଳିଛି। ପିଲାଦିନୁ ସେ ତାଙ୍କ ପରିବାର ସହ ଗାଲାକ୍ସି ଆପାର୍ଟମେଣ୍ଟରେ...

ନବାବଙ୍କ ସହ ପୂଜାଙ୍କ ଗୋପନୀୟ ବିବାହ: ଫଟୋ ଭାଇରାଲ

ମୁମ୍ବାଇ: ବଲିଉଡ୍‌ କଳାକାରମାନେ ନିଜ ବିବାହକୁ ଗୁପ୍ତ ରଖିବା କିଛି ନୂଆ କଥା ନୁହେଁ। ପୂର୍ବରୁ ରଣବୀର-ଦୀପିକା, ବିରାଟ-ଅନୁଷ୍କାଙ୍କ ଭଳି କଳାକାର ବିଦେଶରେ ବିବାହ କରିବାକୁ...

ଇଦ୍‌କୁ ଟାର୍ଗେଟ କଲେ ସଲମାନ-ଅକ୍ଷୟ

ମୁମ୍ବାଇ: ଆସନ୍ତା ବର୍ଷ ଅର୍ଥାତ୍‌ ୨୦୨୦ ଇଦ୍‌ ପାଇଁ ଏବେଠାରୁ ସଜବାଜ ହେଲାଣି ବଲିଉଡ୍‌। ସବୁବର୍ଷ ଇଦ୍‌ ପରି ଏବର୍ଷ ବି ଇଦ୍‌ରେ ଦେଖିବାକୁ ମିଳିବ...

ପିଲାଦିନ ଫଟୋ ଶେୟାର କଲେ ଏହି ଲୋକପ୍ରିୟ ଅଭିନେତ୍ରୀ, ଖୁବ୍‌ ଶ୍ରୀଘ୍ର ଅଭିଷେକଙ୍କ ସହ ଆସିବେ ନଜର

ବଲିଉଡ ଅଭିନେତ୍ରୀ ଇଲିଆନା ଡିକ୍ରୁଜ ସେହି ତାରକାଙ୍କ ମଧ୍ୟରୁ ଜଣେ ଯିଏ, ସୋସିଆଲ ମିଡିଆରେ ବହୁତ ସକ୍ରିୟ ଅଟନ୍ତି। ଇଲିଆନା ସୋସିଆଲ ମିଡିଆରେ ନିଜର ବାସ୍ତବ...

ଘରକୁ ଫେରିଲେ ଶବାନା

ମୁମ୍ବାଇ: ଦୀର୍ଘ ୧୪ ଦିନ ହସ୍ପିଟାଲରେ ରହିବା ପରେ ଏବେ ଘରକୁ ଫେରିଛନ୍ତି ବଲିଉଡ୍‌ ଅଭିନେତ୍ରୀ ଶବାନା ଆଜମୀ। ଟୁଇଟ୍‌ କରି ନିଜେ ଶବାନା ଏହି...

ମାଟି ଖୋଳିଲେ କରୀନା

ନୂଆଦିଲ୍ଲୀ: କପୁର ପରିବାରର ଝିଅ, ନଓ୍ବାବ୍‌ ପରିବାରର ବୋହୂ ତଥା ବଲିଉଡ୍‌ ଅଭିନେତ୍ରୀ କରୀନା କପୁର ଖାନ୍‌ ଜମିରେ ମାଟି ଖୋଳୁଛନ୍ତି। ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ...

Coronavirus Update


Archives

Model This Week

Why Dharitri