Posted inରାଜ୍ୟ

ଖିଚିଂରୁ ଶହେ ପଥରଶିଳ୍ପୀ ପଠାଇଥିଲେ ମୟୂରଭଞ୍ଜ ରାଜା

ଡ. ସୁରେନ୍ଦ୍ର କୁମାର ମିଶ୍ର

ଗତ ସଂଖ୍ୟାରେ ଆମେ ପାଞ୍ଚଟି ସ୍ଥାନରୁ ପଥର ଆସିବା କଥା ପୋଥି ଆଧାରରେ ଆଲୋଚନା କରିଥିଲେ। ପଥର ଆସି କୋଣାର୍କଠାରେ ପହଞ୍ଚିବା ପର୍ଯ୍ୟନ୍ତ କିପରି ୫ ପ୍ରକାର ଗୋଷ୍ଠୀ ପ୍ରବଳ ପରିଶ୍ରମ କରି କାର୍ଯ୍ୟକୁ ସଫଳ କରନ୍ତି ତାହା ଜାଣିଲେ। ଏମାନେ ସମସ୍ତେ ପାଉଣା ତ ନେଉଥିଲେ, କିନ୍ତୁ ଯେଉଁ ନିଷ୍ଠାରେ ଗୋଟାଏ ଜାତିର ଗୌରବମୟ ଐତିହ୍ୟକୁ ସାକାର କରିବା ପାଇଁ ଦୃଢ଼ ନିଶ୍ଚୟ ଥିଲେ ତାହା ଶିକ୍ଷା କରିବା କଥା। ଯେଉଁଠାରୁ ପଥର ସବୁ ଆସୁଥିଲା ତଥା ଯେଉଁମାନେ ଜଳପଥରେ ଆଣୁଥିଲେ ସେମାନଙ୍କ ବିଷୟରେ ଆଲୋଚନା କରିବାର ଉଦ୍ଦେଶ୍ୟ ଏମାନେ କେହି ବି ବାହାରିଆ ଲୋକ ନ ଥିଲେ, ଆମ ମନ୍ଦିର ନିର୍ମାଣ ଓ ପ୍ରସ୍ତୁତିକୁ ଯେଉଁମାନେ ଟାହି ଟାପରା କରି ଲେଖିଥିଲେ ଏବଂ ଏକ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରିଥିଲେ ଯେ ଓଡ଼ିଆମାନେ ପଦ୍ମତୋଳା ଗଣ୍ଡରେ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ କରି ନ ଥିଲେ, ସେଇ ଧାରଣାକୁ ନିରାଧାର କରିବାର ପ୍ରୟାସ।
ଓଡ଼ିଶାର ସବୁବର୍ଗର ଲୋକଙ୍କୁ ଗଜପତି ଏକାଠି କରିବାକୁ ପଦକ୍ଷେପ ନେଇଥିଲେ। ନଇଲେ ଭଞ୍ଜକୁଳର ଚନ୍ଦ୍ରମା ମୟୂରଭଞ୍ଜର ରାଜା ଶ୍ରୀଚକ୍ରଧର ଭଞ୍ଜ ୧୦୦ ଖିଚିଂ ପଥର ପଠାଇଥାନ୍ତେ କାହିଁକି! ଏହି ପଥର ମହାନଦୀ ଜଳପଥ ଦେଇ କୋଣାର୍କରେ ପହଞ୍ଚିଥିଲା। ଶହେ ପଥର ସହିତ ସେ ଶହେ ଖିଚିଂର ଶିଳ୍ପୀ ମଧ୍ୟ ପଠାଇଥିଲେ। ଚାପବାହାକଙ୍କୁ ସମ୍ମାନର ସହ ଏକଯୋଡ଼ା ଲେଖାଏଁ ଧୋତି ଦିଆଯାଇଥିଲା କୋଣାଦିତ୍ୟ ଭଣ୍ଡାରରୁ।
ସେ ସମୟରେ ପର୍ଯ୍ୟଙ୍ଗ ଅଞ୍ଚଳ କହିଲେ ମହାନଦୀଠାରୁ ଡେଲାଙ୍ଗ ଅଞ୍ଚଳ ଦେଇ ଚିଲିକା ପର୍ଯ୍ୟନ୍ତ ବୁଝାଯାଉଥିଲା। ଅଞ୍ଚଳର ନାୟକଙ୍କୁ ‘ପର୍ଯ୍ୟଙ୍ଗ ନାୟକ’ କୁହାଯାଉଥିଲା। ସେ ଜଗଦଳ ପାହାଡ଼ରୁ ପଠାଇଲେ ୬୦ ହଜାର ୩୮୨ ଖଣ୍ଡ ପଥର, ଦୁଇଜଣ ବୋହିପାରୁଥିବା ପଥରଖଣ୍ଡ। ଆମେ ଜଗଦଳପାହାଡ଼ ଅନୁସନ୍ଧାନରେ ଯାଇଥିଲୁ। ଏହି ପଥର ନିଶ୍ଚିତ ଦୟାନଦୀ ଜଳପଥରେ ଆସିଥିବ ଆମର ବିଶ୍ୱାସ ହେଲା। ବିରାଟ ପାହାଡ଼ ଥିଲା। ଚାରିପଟୁ ପଥରକଟା ଆଜି ବି ଚାଲିଛି। ପାହାଡ଼ର ଉତ୍ତର-ପଶ୍ଚିମ କୋଣ ଦେଇ ଦୟାନଦୀ ପ୍ରବାହିତ। କୋଣାର୍କକୁ ପଥର ଆସିବାରେ ଏହା ଥିଲା ସପ୍ତମ ସ୍ଥାନ।
ନରସିଂହଦେବଙ୍କ ୭ମ ଅଙ୍କରେ ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିଲା। ୯ମ ଅଙ୍କରେ କେରାଣ୍ଡିମାଳରୁ ପଥର ଆସିଲା ଋଷିକୂଲ୍ୟା ନଦୀପଥରେ। ସାତଶହ ପଥର ଚାପ ଏବଂ ନୌକାରେ ଆସିଥିଲା କୋଣାର୍କକୁ।
ଜଗଦଳପାହାଡ଼ ଏବେ ବିଶ୍ୱନାଥ ପାହାଡ଼ ଭାବରେ ପରିଚିତ ହେଉଛି। ହାରାହାରି ଆଠଶହ ବର୍ଷ ମଧ୍ୟରେ ପାହାଡ଼କୁ ଏକ ମୁଣ୍ଡିଆ ସ୍ତରକୁ ଆମେ ଆଣି ପହଞ୍ଚେଇ ଦେଇଛେ। ପାହାଡ଼ ତଳେ ଥିବା ଗଁାର ନାମ ଏବେ ବି ଜଗଦଳପୁର ଅଛି। ବିଶ୍ୱନାଥ ପାହାଡ଼ରୁ ପୁଣି ଥରେ ୭୦ଟି ଆବୁଡ଼ାଖାବୁଡ଼ା ପଥର ଆସିଥିଲା। ପୋଥିରେ ସ୍ପଷ୍ଟ ଲେଖାଯାଇଛି- ଦୟାନଦୀରେ ଚାପ ଥିଲା। ଚାପ ଦଳେଇ ସେଗୁଡ଼ିକୁ ଚାପରେ ଲଦି ମହାନଦୀକୁ ଆଣିବା ପରେ କୋଣାର୍କ ଅଭିମୁଖେ ଆସିଥିଲା।
ମହାନଦୀରୁ ପଥରବୋଝେଇ ଚାପ ସୋଲ ନଦୀ ଗଣ୍ଡରେ ପହଞ୍ଚିଥିଲା। ସେଇ ଗଣ୍ଡରୁ ଏକ ଉଦିପୁର ଦଣ୍ଡା (କେନାଲ) କୋଣାର୍କ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିଲା। କେନାଲ ଦେଇ ପଥର ପହଞ୍ଚିବା ପରେ ଶଗଡ଼ିଆ ବୋହି ଆଣିଥିଲେ ପଥରଖଳାକୁ।
ପଥର ଆଣିବା ପାଇଁ ନରସିଂହପୁର ଗଡ଼କୁ (ବଡ଼ମ୍ବା-ନରସିଂହପୁର) ଯାଇଥିଲେ ମୁକୁନ୍ଦ ମହାପାତ୍ର ଓ ରାଧୁ ପଥୁରିଆ। ନରସିଂହପୁର ବଣଜଙ୍ଗଲ ଘେରା ଖଣିରୁ ପଥର ପଠାଇବା ପାଇଁ ସେଠାକାର ପଥରକଟୁଆଳଙ୍କୁ ନିୟୋଜିତ କରିବାକୁ ନିଷ୍ପତ୍ତି ହୋଇଥିଲା। ବଡ଼ମ୍ବା-ନରସିଂହପୁରର ବାଣେଶ୍ୱର ନାସୀର ସିଦ୍ଧିଦୁର୍ଗା ପାହାଡ଼ରୁ ବଡ଼ ବଡ଼ ପଥର ଆସିଥିଲା। ବଡ଼ ପଥର କାଟିବା ପାଇଁ ସ୍ବତନ୍ତ୍ର ସୁନାମାଢ଼ ମଧ୍ୟ ଖର୍ଚ୍ଚ ହୋଇଥିଲା।
ପଥର ଆସିଲାବେଳେ ଅଘଟଣ ବି ଘଟିଛି। ଅଠରହାତ ଲମ୍ବା ବଡ଼ ବଡ଼ ପଥର ସିଦ୍ଧିଦୁର୍ଗା ପାହାଡ଼ରୁ କଟାଯାଇ ଚାପରେ ଅଣାଯିବା ସମୟରେ ବାତ୍ୟା ଆରମ୍ଭ ହୋଇଯାଇଥିଲା। ଚାପଟି ନଦୀରୁ ବାହାରି କୋଣାର୍କକୁ ଲମ୍ବିଥିବା କେନାଲରେ ପହଞ୍ଚିଯିବା ପରେ ଚାପ ବୁଡ଼ିଗଲା। ବୁଡ଼ାଳିମାନେ ପଥରରେ ଦଉଡ଼ି ବାନ୍ଧି ତିନୋଟି ହାତୀ ଦ୍ୱାରା ପଥରକୁ ଉପରକୁ ଉଠେଇଥିଲେ। ଗୋଟିଏ ଗୋଟିଏ ପଥରକୁ ଉଠେଇବା ଅତ୍ୟନ୍ତ କଷ୍ଟକର ଥିଲା। ତେଣୁ ଦଶ ଦିନ ଲାଗିଗଲା ସବୁ ପଥର କୂଳରେ ଲାଗିବାକୁ। ପାଣିରେ ପହଁରି ପହଁରି ଯାଇ ପାଣି ଭିତରକୁ ବୁଡ଼ି ପଥର ଚାରିପଟେ ଚଉକସ କରି ଦଉଡ଼ି ବାନ୍ଧିବା ସହଜ କଥା ନୁହେଁ। ଅସମ୍ଭବ ଲାଗୁଥିବା ଏହି କାର୍ଯ୍ୟକୁ ଯିଏ ସାହସର ସହିତ ତୁଲାଇଥିଲେ ସେ ଥିଲେ ଜଗୁନି ପଥୁରିଆ। ଧନ୍ୟ କହିବା ତାଙ୍କୁ।


Enter your email to get our daily news in your inbox.

All Right Reserved By Dharitri.Com

Viral Video! ସେଲଫି ନେବା ବେଳେ ମଞ୍ଚ ଉପରେ ରାହୁଲଙ୍କୁ କିସ୍ କରିଦେଲେ ଯୁବତୀ, ଆଉ ତାପରେ…

ମୁମ୍ବାଇ,୨୪।୮: ମହାରାଷ୍ଟ୍ରର ପୁଣେରେ କଂଗ୍ରେସ ଏମପି ତଥା ଲୋକ ସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀଙ୍କ ଏକ କାର୍ଯ୍ୟକ୍ରମର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି…

ସ୍କୁଲ ଛାତ୍ରୀଛାତ୍ରଙ୍କୁ ନେଉଥିଲେ, ମାଡ଼ି ବସିଲା ପରିବହନ ବିଭାଗ

ବାଙ୍କୀ, ୨୪/୮ (ଶୁଭେନ୍ଦୁ ମହାପାତ୍ର): ଅସୁରକ୍ଷିତ ବସ୍‌ରେ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଯାତାୟାତ କରାଯାଉଥିବା ଅଭିଯୋଗରେ କଟକ ପରିବହନ ବିଭାଗ ବାଙ୍କୀ ଅଞ୍ଚଳରୁ ୩ଟି ଗାଡ଼ି ଜବତ କରିଛି।…

ମଙ୍ଗଳବାର ପନିପରିବା ମାର୍କେଟ ବନ୍ଦ ଡାକରା ଦେଲା ଉଠାଦୋକାନୀ ସଂଘ: ସମସ୍ୟା ସମାଧାନ ଦାବି

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ) : ଛତ୍ରପୁର ସହରର ସମସ୍ତ ପନିପରିବା ଦୋକାନ ମଙ୍ଗଳବାର ବନ୍ଦ ନିମନ୍ତେ ଡାକରା ଦିଆଯାଇଛି। ଛତ୍ରପୁର ଉଠାଦୋକାନୀ ସଂଘ ପକ୍ଷରୁ ଦୋକାନୀମାନଙ୍କ…

ନିଶାମୁକ୍ତ ଓଡ଼ିଶା ସହ ସାଇବର ସୁରକ୍ଷା: ଛାତ୍ରୀଛାତ୍ରଙ୍କୁ ପୋଲିସର…

ଛତ୍ରପୁର, ୨୪।୮ (ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଛତ୍ରପୁରସ୍ଥିତ ପ୍ରତିଭା ଆବାସିକ ବିଶ୍ୱବିଦ୍ୟାଳୟ ପରିସରରେ ସୋମବାର ‘ନିଶାମୁକ୍ତ ଓଡ଼ିଶା ଅଭିଯାନ’ ସହ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ମୁନିରଙ୍କୁ ଫୋନ କଲେ ଟ୍ରମ୍ପ: ଯୁଦ୍ଧ ସମ୍ପର୍କରେ ହେଲା ଏମିତି ଆଲୋଚନା

ଓ୍ବାଶିଂଟନ୍‌,୨୪।୮: ଆମେରିକା ଏବଂ ଇରାନ ମଧ୍ୟରେ ବଢ଼ୁଥିବା ସାମରିକ ଏବଂ ରାଜନୈତିକ ଉତ୍ତେଜନା ମଧ୍ୟରେ ପାକିସ୍ତାନର ସେନା ମୁଖ୍ୟ ଫିଲ୍ଡ ମାର୍ଶାଲ ଅସୀମ ମୁନିର ସୋମବାର ତେହେରାନ…

ଏୟାର ବ୍ୟାଗରେ ଗଞ୍ଜେଇ: ବଲାଙ୍ଗୀର ରେଲୱେ ଷ୍ଟେଶନରେ ଅପେକ୍ଷା କରିଥିବା ଯୁବକଙ୍କୁ…

ବଲାଙ୍ଗୀର, ୨୪/୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ରେଲୱେ ଷ୍ଟେଶନରୁ ୧୦ କେଜି ଗଞ୍ଜେଇ ରେଲୱେ ସୁରକ୍ଷା ବଳ (ଆରପିଏଫ) ଜବତ କରିଛି। ଏହି ଘଟଣାରେ ଜଣେ…

SIM ବ୍ୟବହାରକାରୀଙ୍କ ପାଇଁ ବଡ଼ ଖବର, ବଦଳିଲା ନିୟମ; ପାଖରେ ଏତିକି ସିମ୍‌ ଥିଲେ ମିଳିବନି…

ନୂଆଦିଲ୍ଲୀ,୨୪।୮: ମୋବାଇଲ ସିମ କାର୍ଡ ନେବା, ବଦଳାଇବା, ଟ୍ରାନ୍ସଫର କରିବା କିମ୍ବା ବନ୍ଦ କରିବାର ନିୟମ ଏବେ ଆହୁରି କଡ଼ା ହୋଇଛି। ନକଲି ସିମ କାର୍ଡ ଓ…

ଚନ୍ଦ୍ରିକାଙ୍କ ପଦଚ୍ୟୁତ ପରେ ସରପଞ୍ଚ ଦାୟିତ୍ୱ ନେଲେ ଦୀପକ: ମୌଳିକ ସମସ୍ୟା ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

ଦାରିଙ୍ଗବାଡି, ୨୪।୮ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ପଞ୍ଚାୟତର ସରପଞ୍ଚ ସୁଶ୍ରୀ ଚନ୍ଦ୍ରିକା ମଲ୍ଲିକଙ୍କ ଅନାସ୍ଥା ପରେ ନିଜ ପଦ ହରାଇ ବସିଥିଲେ। ତାଙ୍କ ସ୍ଥାନରେ ସୋମବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri