Posted inରାଜ୍ୟ

ଖିଚିଂରୁ ଶହେ ପଥରଶିଳ୍ପୀ ପଠାଇଥିଲେ ମୟୂରଭଞ୍ଜ ରାଜା

ଡ. ସୁରେନ୍ଦ୍ର କୁମାର ମିଶ୍ର

ଗତ ସଂଖ୍ୟାରେ ଆମେ ପାଞ୍ଚଟି ସ୍ଥାନରୁ ପଥର ଆସିବା କଥା ପୋଥି ଆଧାରରେ ଆଲୋଚନା କରିଥିଲେ। ପଥର ଆସି କୋଣାର୍କଠାରେ ପହଞ୍ଚିବା ପର୍ଯ୍ୟନ୍ତ କିପରି ୫ ପ୍ରକାର ଗୋଷ୍ଠୀ ପ୍ରବଳ ପରିଶ୍ରମ କରି କାର୍ଯ୍ୟକୁ ସଫଳ କରନ୍ତି ତାହା ଜାଣିଲେ। ଏମାନେ ସମସ୍ତେ ପାଉଣା ତ ନେଉଥିଲେ, କିନ୍ତୁ ଯେଉଁ ନିଷ୍ଠାରେ ଗୋଟାଏ ଜାତିର ଗୌରବମୟ ଐତିହ୍ୟକୁ ସାକାର କରିବା ପାଇଁ ଦୃଢ଼ ନିଶ୍ଚୟ ଥିଲେ ତାହା ଶିକ୍ଷା କରିବା କଥା। ଯେଉଁଠାରୁ ପଥର ସବୁ ଆସୁଥିଲା ତଥା ଯେଉଁମାନେ ଜଳପଥରେ ଆଣୁଥିଲେ ସେମାନଙ୍କ ବିଷୟରେ ଆଲୋଚନା କରିବାର ଉଦ୍ଦେଶ୍ୟ ଏମାନେ କେହି ବି ବାହାରିଆ ଲୋକ ନ ଥିଲେ, ଆମ ମନ୍ଦିର ନିର୍ମାଣ ଓ ପ୍ରସ୍ତୁତିକୁ ଯେଉଁମାନେ ଟାହି ଟାପରା କରି ଲେଖିଥିଲେ ଏବଂ ଏକ ବିଶ୍ୱାସ ଜନ୍ମାଇବାକୁ ଚେଷ୍ଟା କରିଥିଲେ ଯେ ଓଡ଼ିଆମାନେ ପଦ୍ମତୋଳା ଗଣ୍ଡରେ ଶ୍ରୀପଦ୍ମକେଶର ମନ୍ଦିର ନିର୍ମାଣ କରି ନ ଥିଲେ, ସେଇ ଧାରଣାକୁ ନିରାଧାର କରିବାର ପ୍ରୟାସ।
ଓଡ଼ିଶାର ସବୁବର୍ଗର ଲୋକଙ୍କୁ ଗଜପତି ଏକାଠି କରିବାକୁ ପଦକ୍ଷେପ ନେଇଥିଲେ। ନଇଲେ ଭଞ୍ଜକୁଳର ଚନ୍ଦ୍ରମା ମୟୂରଭଞ୍ଜର ରାଜା ଶ୍ରୀଚକ୍ରଧର ଭଞ୍ଜ ୧୦୦ ଖିଚିଂ ପଥର ପଠାଇଥାନ୍ତେ କାହିଁକି! ଏହି ପଥର ମହାନଦୀ ଜଳପଥ ଦେଇ କୋଣାର୍କରେ ପହଞ୍ଚିଥିଲା। ଶହେ ପଥର ସହିତ ସେ ଶହେ ଖିଚିଂର ଶିଳ୍ପୀ ମଧ୍ୟ ପଠାଇଥିଲେ। ଚାପବାହାକଙ୍କୁ ସମ୍ମାନର ସହ ଏକଯୋଡ଼ା ଲେଖାଏଁ ଧୋତି ଦିଆଯାଇଥିଲା କୋଣାଦିତ୍ୟ ଭଣ୍ଡାରରୁ।
ସେ ସମୟରେ ପର୍ଯ୍ୟଙ୍ଗ ଅଞ୍ଚଳ କହିଲେ ମହାନଦୀଠାରୁ ଡେଲାଙ୍ଗ ଅଞ୍ଚଳ ଦେଇ ଚିଲିକା ପର୍ଯ୍ୟନ୍ତ ବୁଝାଯାଉଥିଲା। ଅଞ୍ଚଳର ନାୟକଙ୍କୁ ‘ପର୍ଯ୍ୟଙ୍ଗ ନାୟକ’ କୁହାଯାଉଥିଲା। ସେ ଜଗଦଳ ପାହାଡ଼ରୁ ପଠାଇଲେ ୬୦ ହଜାର ୩୮୨ ଖଣ୍ଡ ପଥର, ଦୁଇଜଣ ବୋହିପାରୁଥିବା ପଥରଖଣ୍ଡ। ଆମେ ଜଗଦଳପାହାଡ଼ ଅନୁସନ୍ଧାନରେ ଯାଇଥିଲୁ। ଏହି ପଥର ନିଶ୍ଚିତ ଦୟାନଦୀ ଜଳପଥରେ ଆସିଥିବ ଆମର ବିଶ୍ୱାସ ହେଲା। ବିରାଟ ପାହାଡ଼ ଥିଲା। ଚାରିପଟୁ ପଥରକଟା ଆଜି ବି ଚାଲିଛି। ପାହାଡ଼ର ଉତ୍ତର-ପଶ୍ଚିମ କୋଣ ଦେଇ ଦୟାନଦୀ ପ୍ରବାହିତ। କୋଣାର୍କକୁ ପଥର ଆସିବାରେ ଏହା ଥିଲା ସପ୍ତମ ସ୍ଥାନ।
ନରସିଂହଦେବଙ୍କ ୭ମ ଅଙ୍କରେ ମନ୍ଦିର ନିର୍ମାଣ ଆରମ୍ଭ ହୋଇଥିଲା। ୯ମ ଅଙ୍କରେ କେରାଣ୍ଡିମାଳରୁ ପଥର ଆସିଲା ଋଷିକୂଲ୍ୟା ନଦୀପଥରେ। ସାତଶହ ପଥର ଚାପ ଏବଂ ନୌକାରେ ଆସିଥିଲା କୋଣାର୍କକୁ।
ଜଗଦଳପାହାଡ଼ ଏବେ ବିଶ୍ୱନାଥ ପାହାଡ଼ ଭାବରେ ପରିଚିତ ହେଉଛି। ହାରାହାରି ଆଠଶହ ବର୍ଷ ମଧ୍ୟରେ ପାହାଡ଼କୁ ଏକ ମୁଣ୍ଡିଆ ସ୍ତରକୁ ଆମେ ଆଣି ପହଞ୍ଚେଇ ଦେଇଛେ। ପାହାଡ଼ ତଳେ ଥିବା ଗଁାର ନାମ ଏବେ ବି ଜଗଦଳପୁର ଅଛି। ବିଶ୍ୱନାଥ ପାହାଡ଼ରୁ ପୁଣି ଥରେ ୭୦ଟି ଆବୁଡ଼ାଖାବୁଡ଼ା ପଥର ଆସିଥିଲା। ପୋଥିରେ ସ୍ପଷ୍ଟ ଲେଖାଯାଇଛି- ଦୟାନଦୀରେ ଚାପ ଥିଲା। ଚାପ ଦଳେଇ ସେଗୁଡ଼ିକୁ ଚାପରେ ଲଦି ମହାନଦୀକୁ ଆଣିବା ପରେ କୋଣାର୍କ ଅଭିମୁଖେ ଆସିଥିଲା।
ମହାନଦୀରୁ ପଥରବୋଝେଇ ଚାପ ସୋଲ ନଦୀ ଗଣ୍ଡରେ ପହଞ୍ଚିଥିଲା। ସେଇ ଗଣ୍ଡରୁ ଏକ ଉଦିପୁର ଦଣ୍ଡା (କେନାଲ) କୋଣାର୍କ ପର୍ଯ୍ୟନ୍ତ ପ୍ରସ୍ତୁତ ହୋଇଥିଲା। କେନାଲ ଦେଇ ପଥର ପହଞ୍ଚିବା ପରେ ଶଗଡ଼ିଆ ବୋହି ଆଣିଥିଲେ ପଥରଖଳାକୁ।
ପଥର ଆଣିବା ପାଇଁ ନରସିଂହପୁର ଗଡ଼କୁ (ବଡ଼ମ୍ବା-ନରସିଂହପୁର) ଯାଇଥିଲେ ମୁକୁନ୍ଦ ମହାପାତ୍ର ଓ ରାଧୁ ପଥୁରିଆ। ନରସିଂହପୁର ବଣଜଙ୍ଗଲ ଘେରା ଖଣିରୁ ପଥର ପଠାଇବା ପାଇଁ ସେଠାକାର ପଥରକଟୁଆଳଙ୍କୁ ନିୟୋଜିତ କରିବାକୁ ନିଷ୍ପତ୍ତି ହୋଇଥିଲା। ବଡ଼ମ୍ବା-ନରସିଂହପୁରର ବାଣେଶ୍ୱର ନାସୀର ସିଦ୍ଧିଦୁର୍ଗା ପାହାଡ଼ରୁ ବଡ଼ ବଡ଼ ପଥର ଆସିଥିଲା। ବଡ଼ ପଥର କାଟିବା ପାଇଁ ସ୍ବତନ୍ତ୍ର ସୁନାମାଢ଼ ମଧ୍ୟ ଖର୍ଚ୍ଚ ହୋଇଥିଲା।
ପଥର ଆସିଲାବେଳେ ଅଘଟଣ ବି ଘଟିଛି। ଅଠରହାତ ଲମ୍ବା ବଡ଼ ବଡ଼ ପଥର ସିଦ୍ଧିଦୁର୍ଗା ପାହାଡ଼ରୁ କଟାଯାଇ ଚାପରେ ଅଣାଯିବା ସମୟରେ ବାତ୍ୟା ଆରମ୍ଭ ହୋଇଯାଇଥିଲା। ଚାପଟି ନଦୀରୁ ବାହାରି କୋଣାର୍କକୁ ଲମ୍ବିଥିବା କେନାଲରେ ପହଞ୍ଚିଯିବା ପରେ ଚାପ ବୁଡ଼ିଗଲା। ବୁଡ଼ାଳିମାନେ ପଥରରେ ଦଉଡ଼ି ବାନ୍ଧି ତିନୋଟି ହାତୀ ଦ୍ୱାରା ପଥରକୁ ଉପରକୁ ଉଠେଇଥିଲେ। ଗୋଟିଏ ଗୋଟିଏ ପଥରକୁ ଉଠେଇବା ଅତ୍ୟନ୍ତ କଷ୍ଟକର ଥିଲା। ତେଣୁ ଦଶ ଦିନ ଲାଗିଗଲା ସବୁ ପଥର କୂଳରେ ଲାଗିବାକୁ। ପାଣିରେ ପହଁରି ପହଁରି ଯାଇ ପାଣି ଭିତରକୁ ବୁଡ଼ି ପଥର ଚାରିପଟେ ଚଉକସ କରି ଦଉଡ଼ି ବାନ୍ଧିବା ସହଜ କଥା ନୁହେଁ। ଅସମ୍ଭବ ଲାଗୁଥିବା ଏହି କାର୍ଯ୍ୟକୁ ଯିଏ ସାହସର ସହିତ ତୁଲାଇଥିଲେ ସେ ଥିଲେ ଜଗୁନି ପଥୁରିଆ। ଧନ୍ୟ କହିବା ତାଙ୍କୁ।


Enter your email to get our daily news in your inbox.

All Right Reserved By Dharitri.Com

ଜିରୋ ବଜେଟରେ ପ୍ରାମାଣିକ ଚଳଚ୍ଚିତ୍ର

କଟକ ଅଫିସ,୧୫ା୪: ଦୃଢ ଇଚ୍ଛାଶକ୍ତି ଓ ନିଷ୍ଠା ଥିଲେ ଅସମ୍ଭବରେ ବି ଭରିଦେଇହେବ ସମ୍ଭାବନାର ରଙ୍ଗ। ମିଳିପାରିବ ସଫଳତା। କେତେଜଣ ଯୁବତୀ ଯୁବକ ଏହା ପ୍ରମାଣିତ...

ସୃଷ୍ଟି ହେଲା ଲଘୁଚାପ: ୯ରୁ ପ୍ରବଳ ବର୍ଷା!

ଭୁବନେଶ୍ୱର, ୮।୯(ବ୍ୟୁରୋ): ସକ୍ରିୟ ଘୂର୍ଣ୍ଣିବଳୟ ପ୍ରଭାବରେ ପଶ୍ଚିମ-କେନ୍ଦ୍ରୀୟ ତତସଂଲଗ୍ନ ପୂର୍ବ-କେନ୍ଦ୍ରୀୟ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଆଗାମୀ ୪୮ଘଣ୍ଟା ମଧ୍ୟରେ ଆହୁରି ଘନୀଭୂତ...

ଲଳିତକଳା ଏକାଡେମୀରେ ସ୍ଥାନ ପାଇଲା ୧୭ ଶିଳ୍ପୀଙ୍କ ତୈଳଚିତ୍ର

ଭୁବନେଶ୍ୱର, ୧୬।୩ (ବ୍ୟୁରୋ): ଓଡ଼ିଶା ଲଳିତକଳା ଏକାଡେମୀର ୬୧ତମ ପ୍ରତିଷ୍ଠା ଦିବସ ସୋମବାର ପାଳିତ ହୋଇଯାଇଛି। ଏହ ଅବସରରେ ଓଡ଼ିଶାର ଦିବଂଗତ ୧୭ଜଣ ଚିତ୍ରଶିଳ୍ପୀତ୍ରୁ ଶ୍ରଦ୍ଧାଞ୍ଜଳି...

ମେ’ ୨୧ରେ ଓଜେଏସ୍‌-୨୦୨୨ ପ୍ରିଲିମନାରି ପରୀକ୍ଷା

କଟକ ଅଫିସ,୧୯।୪: ଓଡ଼ିଶା ଲୋକସେବା ଆୟୋଗ(ଓପିଏସ୍‌ସି) ଦ୍ୱାରା ପରିଚାଳିତ ଓଡ଼ିଶା ଜୁଡିସିଆଲ ସର୍ଭିସ (ଓଜେଏସ୍‌)-୨୦୨୨ର ପ୍ରିଲିମନାରି ପରୀକ୍ଷା ଆସନ୍ତା ମେ’ ୨୧ରେ ଅନୁଷ୍ଠିତ ହେବ। ପୂର୍ବାହ୍ନ...

ରାଜଧାନୀରୁ ପୁଣି ୨୧ କରୋନା ଆକ୍ରାନ୍ତ ଚିହ୍ନଟ, ଜଣେ ବର୍ଷକର ଶିଶୁ ସାମିଲ୍‌

ଭୁବନେଶ୍ୱର,୨୧।୭(ବ୍ୟୁରୋ): ରାଜଧାନୀ ଭୁବନେଶ୍ୱରରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି। ମଙ୍ଗଳବାର ଏଠାରୁ ପୁଣି ୨୧ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଫଳରେ ମୋଟ...

ପରୀକ୍ଷଣ ପାଇଁ ଯାଇଛି ୧୩୩ ନମୂନା, ୨ ପଜିଟିଭ୍‌: ଆଇସୋଲେଶନରେ ୩୬ଜଣ

ଭୁବନେଶ୍ୱର,୨୫।୩(ବ୍ୟୁରୋ): ବୁଧବାର ଅପରାହ୍ନ ୩ଟା ସୁଦ୍ଧା ବିଶ୍ୱରେ ୪ଲକ୍ଷ ୨୨ହଜାର ୮୨୯ଜଣ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ମଙ୍ଗଳବାର ଏହି ସଂଖ୍ୟା ୩ ଲକ୍ଷ ୮୨ ହଜାର...

୨ ଚିଟ୍‌ଫଣ୍ଡ ସଂସ୍ଥାର ୨୫ ଜଣଙ୍କ ନାମରେ ସପ୍ଲିମେଣ୍ଟରି ଚାର୍ଜଶିଟ୍‌ ଦାଖଲକଲା ସିବିଆଇ

ଭୁବନେଶ୍ୱର,୧୯। ୯ (ବ୍ୟୁରୋ): ଚିଟ୍‌ଫଣ୍ଡ ଠକେଇ ମାମଲାରେ ଏବିସି ଇନ୍ଦିୟା ଓ ଗୋଲ୍ଡେନ୍‌ ଲ୍ୟାଣ୍ଡ୍‌ ଡେଭଲପର୍ସ ଲିମିଟେଡର ୨୫ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ସପ୍ଲିମେଣ୍ଟାରୀ ଚାର୍ଜଶିଟ୍‌...

ବଦଳିଲେ କଟକ, ଭୁବନେଶ୍ୱର ଡିସିପି

ଭୁବନେଶ୍ୱର,୨୯।୪(ବ୍ୟୁରୋ): ଆଇପିଏସ୍‌ ସ୍ତରରେ ବଡ଼ ଅଦଳବଦଳ ହୋଇଛି। ଶୁକ୍ରବାର ରାଜ୍ୟ ସରକାର ଏଭଳି ଅଦଳବଦଳ କରିଛନ୍ତି। କଟକ ଓ ଭୁବନେଶ୍ୱର ଡିସିପିଙ୍କୁ ବଦଳି କରାଯାଇଛି। କଟକର...

Advertisement
Archives

Model This Week