ଖରାଦିନର ଆନନ୍ଦ

ଡ. କୁଳାଙ୍ଗାର

 

ଆଜିର ଖୋଲାମେଲା ଦୁନିଆରେ କେଉଁ ଋତୁ କେଉଁଦିନ ଆସି କେତେବେଳେ ଚାଲିଯାଏ ତାହାର ହିସାବ ରଖି ହୁଏନା। ତେବେ ଖରାଦିନ କେବେଠୁ ଆସିଲା ବୋଲି ଜାଣିବା ପାଇଁ ଆମେ ଆପଣଙ୍କୁ ଗୋଟିଏ ସରଳ ଉପାୟ ବିନାମୂଲ୍ୟରେ ବତାଉଛୁ! ଯେଉଁଦିନ ଖବରକାଗଜ ଓ ଟିଭିରେ ସିଏ ଆଦୌ ବିଜୁଳିକାଟ ହେବନାଇଁ ବୋଲି ବିଭାଗୀୟ ମନ୍ତ୍ରୀ ମହୋଦୟଙ୍କର ବିବୃତି ଦେଖିଲା ସେଇଦିନ ସିଏ ଜାଣିପାରିଲା କି ଭାଇ ଖରାଦିନ ଆସିଗଲା । ଏକଥାକୁ ବି ସିଏ ଗ୍ରହଣ କରିନେଲା କି ଆଜିଠାରୁ ହିଁ ବିଜୁଳିକାଟ ହେବ! ଜଳରୁ ବିଦ୍ୟୁତ୍‌ ତିଆରି ହୁଏ, ଖରା ଜଳ ପିଇ ଯାଉଥିବାରୁ ବିଜୁଳି ଉତ୍ପାଦନ କମ୍‌ ହୁଏ। ତେବେ ଅନ୍ୟଦିନରେ ମଧ୍ୟ ବିଜୁଳିକାଟ ହୋଇଥାଏ! ସେ ଦିନରେ ପାଣିସବୁ କିଏ ପିଇଯାଏ ତାହାର ଉତ୍ତର କାହା ପାଖରେ ନାହିଁ।
ଖରାଦିନ ସହ ବିଜୁଳିର ନିବିଡ ସମ୍ପର୍କ। ଖରାଦିନ ଆସିଲେ ବିଜୁଳିକାଟ ହୁଏ ଏବଂ ବିଜୁଳିକାଟ ହେଲେ ହିଁ ଖରାଦିନକୁ ଅନୁଭବ କରିହୁଏ। ପାଣିବିନା ସିନା ବିଜୁଳିକାଟ ହୁଏ। ଶରୀରରୁ କିନ୍ତୁ ଝାଳ ଆକାରରେ ଗମ୍‌ଗମ୍‌ ପାଣି ବୋହିଯାଏ। ତେଣୁ ଶରୀରରେ ପାଣିକୁ ଭରଣା କରିବା ପାଇଁ ମଣିଷ ପିଆପିଇରେ ବ୍ୟସ୍ତ ରହେ। କିଏ ପଣା ପିଇ ସନ୍ତୁଷ୍ଟ ରହେ ଆଉ କିଏ ନାଲିପାଣିକୁ ପିଇ ମତୁଆଲା ହୁଏ।
ତା’ କଥା ତ ଆପଣ ଜାଣନ୍ତି। ଖରାଦିନ ଆସିଗଲେ ତା’ର ଦୁଃଖ ଯେତିକି ସୁଖ ସେତିକି। ଏଇ ଖରାଦିନରେ ହିଁ ତା’ର ବାହାଘର ହୋଇଥିଲା। ବାହାଘର ବର୍ଷଟି ତେଣୁ ତାକୁ ଖରାଦିନଟି ବେଶ୍‌ ଆନନ୍ଦମୟ ମନେ ହୋଇଥିଲା। ସେତେବେଳର ତାତି ତାକୁ ସକାଳର କଅଁଳ ଖରା ଭଳି ଲାଗୁଥିଲା। କିନ୍ତୁ ବର୍ଷପରେ ବର୍ଷ ଦାମ୍ପତ୍ୟର ଦାଦାଗିରି ଓ ପାରିବାରିକ ଜଞ୍ଜାଳରେ ଘାଣ୍ଟିହେଲା ପରେ ତାକୁ ଖରାଦିନ ବେଶ୍‌ ଭୟଙ୍କର ଲାଗେ। କାରଣ ଖରାଦିନ ଆସିଲେ ତା’ର ବାହାଘର କଥା ମନେ ପଡ଼ିଯାଏ।
ଅବଶ୍ୟ କିଛି ସୁଖର କଥା ମଧ୍ୟ ଅଛି। ସିଏ ତ ସରକାରୀ ଚାକିରିଆ। ଖରାଦିନ କାରଣରୁ ଏବେ ସକାଳୁଆ ଅଫିସି। ସକାଳୁଆ ବିଦ୍ୟାଳୟରେ ଯେମିତି ପାଠଶାଠ ନ ଥାଏ। ସକାଳୁଆ ଅଫିସିରେ ସେମିତି କାମଫାମ ନ ଥାଏ। ତେଣୁ ତା’ ପରି ଯେତେ ସରକାରୀ କର୍ମଚାରୀ ଖରାଦିନ ଆସିଲେ ବିଶେଷ ଖୁସି ହୁଅନ୍ତି। ସକାଳୁଆ ଅଫିସିର ସମୟ ହେଲା ସକାଳ ସାତଟାରୁ ଗୋଟାଏ। କିନ୍ତୁ ସିଏ ସକାଳର କାମ ତୁଟେଇ ଆଠଟାରେ ଘରୁ ବାହାରେ। ପ୍ରାୟ ସାଢ଼େ ଆଠଟା ବେଳକୁ ଅଫିସିରେ ପହଞ୍ଚେ। ତଥାପି ସିଏ ସଗର୍ବେ ଅଫିସିରେ ପଦାର୍ପଣ କରେ କାରଣ ତା’ ପୂର୍ବରୁ ଆଉ କେହି ଅଫିସିକୁ ଆସି ହିଁ ନ ଥାନ୍ତି।
ଅଫିସିରେ ପହଞ୍ଚୁ ପହଞ୍ଚୁ ତ କାମ ଆରମ୍ଭ ହେବନାଇଁ। ଆଗ ଟିକେ ଚାହା ପାନ ଖିଆ ହେବ।
ତା’ ପରେ ଖବରକାଗଜ ପଢ଼ା। ପରେ ପରେ ଖବରକୁ ନେଇ ଆଲୋଚନା, ଗୁଲିଖଟି। ବାସ୍‌ ଏମିତିରେ ଏଗାରଟା ବାଜିଯିବ। ଏତିକି ବେଳକୁ ବିଜୁଳିକାଟ। ଆଜିକାଲି ତ ସବୁକାମ କମ୍ପ୍ୟୁଟର ଜରିଆରେ ହେଉଛି। ସରକାରୀ କ୍ରୟବ୍ୟବସ୍ଥା ଜରିଆରେ ଆନୀତ ଅଫିସିରେ ଥିବା ଅଧିକାଂଶ ଇନ୍‌ଭର୍ଟରଗୁଡ଼ିକର ଆୟୁ ବେଶ୍‌ ସୀମିତ। ତେଣୁ ଗୋଟିଏ ଚିଠି ପୂରା ନ ହେଉଣୁ ସିଏ କୁଁ କୁଁ ଡାକଦେବା ଆରମ୍ଭ କରିଦେବ। ତା’ ପରେ ସବୁ ବନ୍ଦ୍‌!
ପୁରାତନ ଇନଭର୍ଟର ଜରିଆରେ ଫ୍ୟାନ ସିନା ଘୂରେ ଏସି ଚାଲିବାର ପ୍ରଶ୍ନ ହିଁ ଉଠୁନାଇଁ। ଫଳରେ ଅଫିସର ମହୋଦୟ ଖରାଦିନେ ପ୍ରାୟ ଅଫିସିକୁ ନ ଆସି ତାଙ୍କ ଆବାସରେ ଫାଇଲିପତ୍ର କରିଦେଇଥାଆନ୍ତି। ଫଳସ୍ବରୂପ ତା’ର ଅଧସ୍ତନ କର୍ମଚାରୀଏ ଅଫିସିରେ ସ୍ବାଧୀନତାକୁ ବେଶ୍‌ ଉପଭୋଗ କରିଥାଆନ୍ତି। ଯେଉଁ ଲୋକଟି କିଛି କାମପାଇଁ ଆସିଥାଏ ତା’ଠାରୁ ମଧ୍ୟାହ୍ନ ଭୋଜନଟି ଆଦାୟ ହୋଇଯାଏ। ଠିକ୍‌ ଅଫିସି ବନ୍ଦ୍‌ ହେବା ସମୟ ବେଳକୁ ବିଜୁଳି ଲେଉଟେ। ତା’ ପରେ ଅନେକ କର୍ମଚାରୀ ଦିପହର ଖାଦ୍ୟ ଖାଇବା ପରେ ଘରକୁ ଯାଆନ୍ତି ନାହିଁ। ଦିପହରେ ସୂର୍ଯ୍ୟଦେବ ନିଆଁ ବର୍ଷୁଥିଲା ବେଳେ ବିଚରାମାନେ ଯାଆନ୍ତେ ବା କେମିତି? ବିଜୁଳି ତ ଆସିଯାଇଥାଏ। ଏବେ ସାହେବଙ୍କର ଚାମ୍ବରରେ ଏସି ଚଲେଇ ଗାଲିଚା ଉପରେ ସମସ୍ତେ ଆନନ୍ଦରେ ଶୋଇଯାଆନ୍ତି। ଥଣ୍ଡାରେ ଶୟନର ଆନନ୍ଦ ତ ମିଳେ ତା’ ସହ ଘରେ ଗେଜେଗେଜେ ଶୁଣିବାରୁ ମୁକ୍ତି ସହ ମୁଣ୍ଡ ଥଣ୍ଡା ରହେ।
ଖରାଦିନେ ସବୁ ମଣିଷଙ୍କ ପରି ସିଏ ଏକଦମ୍‌ ଦେଶୀ ପାଲଟିଯାଏ। ଦେଶୀ ସୂତା ପୋଷାକ ପିନ୍ଧେ। ମୁଣ୍ଡରେ ଗାମୁଛାଟିଏ ପକାଏ। ସକାଳୁ ପେଟ ଥଣ୍ଡା ରଖିବା ପାଇଁ ମାଣ୍ଡିଆ ଜାଉ ଖାଏ। ଗରମ ଛାଡ଼ି ପଖାଳ ଖାଏ, ତୋରାଣି ପିଏ। ପଇଡ଼, ଆମ୍ବ, ଛୋଟ ପିଆଜ ଆଦିର ଡିମାଣ୍ଡ ଦେଖିଲେ ମନେହୁଏ ଅନ୍ୟସବୁ ଦିନଗୁଡ଼ିକ ବିଦେଶୀ ହେଲେ ଏଇ ଖରାଦିନଟି ହିଁ କେବଳ ଦେଶୀ।
ଖରାଦିନେ ଦିନବେଳେ ମଣିଷ ବିଶେଷ କରି ମହିଳାମାନେ ବିଶେଷ ବାହାରକୁ ବାହାରନ୍ତି ନାହିଁ ।
ସେମିତି କିଛି କାମ ପଡ଼ିଲେ ବାହାରିଲେ ପୂରା ଶରୀରକୁ ଢାଙ୍କି ବାହାରି ଥାଆନ୍ତି। କାରଣ ଖରାର ତାପରେ ମେକଅପ୍‌ ଛାଡ଼ି ବୋହିଯିବାର ଭୟ ରହିଥାଏ। ଘରୁ କମ୍‌ ବାହାରୁ ଥିବାରୁ ଅନ୍ୟଠୁ ଦେଖି ଆମର ଅମୁକ କିଣ, ସମୁକ ଆଣ ବୋଲି ଘରଣୀଙ୍କର ଫରମାଇସ୍‌ କମ୍‌ ଶୁଣିବାକୁ ମିଳିଥାଏ। ରାତିରେ ବିିଜୁଳି କଟିଲେ ସମସ୍ତେ ଛାତ ଉପରକୁ ପଳାନ୍ତି। ପରିବାରବର୍ଗ ନିଜ ନିଜ ଛାତ ଉପରେ ଗଡ଼ିବା ସହିତ ଯେବେ ଗପସପରେ ବ୍ୟସ୍ତ ରହନ୍ତି। କୋଳାହଳଟି ଖରା ମହୋତ୍ସବ ପରି ମନେହୁଏ। ଖରାଦିନ ଆସିଲେ ଉଭୟ ଶିକ୍ଷକ ଓ ଛାତ୍ରୀଛାତ୍ରମାନଙ୍କର କଚେପୁଅ ବାର। ଖରାଛୁଟିରେ ଯେତେ ବୁଲୁଚ ବୁଲ। ପିଲାଏ ମାମୁଘରକୁ ପଳାନ୍ତି। ବିବାହର ବହୁବର୍ଷ ହୋଇଯାଇଥିଲେ ମଧ୍ୟ ବୁଢୀବୁଢାଙ୍କୁ ଟିକେ ଏକାନ୍ତରେ ବେଳକାଟିବାକୁ ଅବସର ଜୁଟେ।
ଖରାଦିନେ ଚାରିଆଡେ ନାନା ନାଟ ତାମ୍‌ସା। ଦେଖ ଏବଂ ମଜାନିଅ। ଏଇ ଖରାଦିନେ ତାଙ୍କ କଲୋନୀରେ ଆୟୋଜିତ ହୁଏ ବିଶ୍ୱଶାନ୍ତି ମହାଯଜ୍ଞ। ନାନା ଦୋକାନ ବସେ, ମାଇକି ବାଜେ, ନାମ ସଂକୀର୍ତ୍ତନ ହୁଏ। ଭଲ ଚାନ୍ଦା ଦେଇଥିବାରୁ ଏବଂ କୁହାଳିଆ ହୋଇଥିବାରୁ ସିଏ ହୁଏ ଯଜ୍ଞର ଉଦ୍ୟୋକ୍ତା। ଅବଶ୍ୟ ଯଜ୍ଞକୁଣ୍ଡ ନିକଟରେ ବଶି ନିଆଁରେ ଘିଅ ଢାଳିଲାବେଳକୁ ତାତି ଅସହ୍ୟ ହୋଇଥାଏ। ତେବେ ନିଆଁର ତାପ ଯେବେ ଊର୍ଦ୍ଧ୍ୱକୁ ଗତି କରେ ସିଏ ମନେମନେ କହେ ହେ ପ୍ରଭୁ ହେ ଦେବତାମାନେ ତମେ ବି ଟିକେ ଅଗ୍ନିର ତାପକୁ ଅନୁଭବ କର। ଦେଖ ଆମେମାନେ କେତେ କଷ୍ଟ ସହୁଚୁ। ଈଶ୍ୱର ମଧ୍ୟ ସେ କଷ୍ଟକୁ ଅନୁଭବ କରି ଟିକେ ବର୍ଷା କରିଦିଅନ୍ତି ଆମେ ତାକୁ କହୁ କାଳବୈଶାଖୀ। କିଛି ସମୟ ପାଇଁ ଏହା ଆନନ୍ଦ ଦିଏ।
ଖରାଦିନେ ଗରିବ ସହ ଧନୀ ବି ଫୁଙ୍ଗୁଳା ହେବାକୁ ବାଧ୍ୟ ହୁଏ। ଶୋଷରେ ଆଉଟୁ ପାଉଟୁ ଥିଲାବାଲା ବି ନ ଥିଲାବାଲାଠୁ ପାଣିମୁନ୍ଦେ ମାଗି ପିଇଦିଏ। ତେଣୁ କଷ୍ଟକର ହେଲେ ମଧ୍ୟ ଖରାଦିନ ଆନନ୍ଦର ଦିନ!!
ନରସିଂହପୁର, କଟକ, ମୋ-୮୮୯୫୮୨୫୮୬୩

 


Enter your email to get our daily news in your inbox.

All Right Reserved By Dharitri.Com

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

ଏଇ ଭାରତରେ

ଭାରତର ବିଭିନ୍ନ ଅଞ୍ଚଳର ବସ୍‌ଷ୍ଟାଣ୍ଡ, ରେଳ ଲାଇନ, ମନ୍ଦିର ପାଖ ଏବଂ ହସ୍ପିଟାଲରେ ଅନେକ ଲୋକଙ୍କର ମୃତ୍ୟୁ ଘଟୁଛି, ଯାହାଙ୍କର କେହି ଦାବିଦାର ନ ଥାନ୍ତି। ତେବେ…

ମହାକାଶ ସାମରିକୀକରଣ

ମହାକାଶ ଯୁଗର ଆରମ୍ଭ ଅକ୍ଟୋବର ୪, ୧୯୫୭ରେ ହେଲା ବୋଲି କୁହାଯାଏ। କାରଣ ସେ ଦିନ ତଦାନିଂତନ ସୋଭିଏଟ୍‌ ୟୁନିୟନ ପ୍ରଥମ କୃତ୍ରିମ ଉପଗ୍ରହ ‘ସ୍ପୁଟନିକ୍‌-୧’କୁ ପୃଥିବୀ…

ଦକ୍ଷତା

ଥରେ ନୌକାରେ ବସି ଜଣେ ପଣ୍ଡିତ ନଦୀ ପାର ହେଉଥାନ୍ତି। ତାଙ୍କ ମୁହଁରେ ବେଦ ଶାସ୍ତ୍ର ପୁରାଣ ଆଦି ସବୁ ମୁଖସ୍ଥ ହୋଇ ରହିଥାଏ। ନଦୀ ପାରହେବା…

ମୃତ୍ୟୁଶଯ୍ୟାରେ ମୁକ୍ତ ବିଶ୍ୱ

ଶୀତଳଯୁଦ୍ଧକୁ ଯେଉଁମାନେ ମନେରଖିଛନ୍ତି, ସେମାନେ ମୁକ୍ତ ବିଶ୍ୱ (ଶୀତଳ ଯୁଦ୍ଧ ପରିପ୍ରେକ୍ଷୀରେ ମିତ୍ର ଦେଶ, ପାଶ୍ଚାତ୍ୟ ଗୋଷ୍ଠୀ ଓ ମେଣ୍ଟ ସହ ସମ୍ବନ୍ଧିତ ଦେଶସମୂହ) ନାମକ ଏକ…

ରୋପଣ ଓ ରକ୍ଷଣ ଗୁରୁତ୍ୱପୂର୍ଣ୍ଣ

ଏକ ବାସ୍ତବ କାହାଣୀ ଅବତାରଣା କରୁଛି। ଗୋଟିଏ ଅନୁଷ୍ଠାନରେ ଧରିତ୍ରୀ ଦିବସରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ହେଉଥାଏ। କାର୍ଯ୍ୟାଳୟର ଅଧିକାରୀମାନେ ଉପସ୍ଥିତ ଥାଆନ୍ତି। ସେମାନଙ୍କୁ ସହଯୋଗ କରିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?