ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ

 

ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ ମହାମାରୀ ଭଳି ଅଦୃଶ୍ୟ ଶତ୍ରୁ ବିରୁଦ୍ଧରେ ମଣିଷର ମହାଯୁଦ୍ଧ ଆରମ୍ଭ ହୋଇଯାଇଛି। କଳିଯୁଗ ସମ୍ପର୍କରେ ଊଣାଅଧିକେ ସମସ୍ତେ ଜାଣନ୍ତି। ସେଇ କଳିଯୁଗର ଶେଷଦୃଶ୍ୟ ମହାକଳିକାଳ। ତେବେ ଯୁଦ୍ଧ ଏବେ ଆଖିକି ଦେଖାଯାଉଥିବା ଶତ୍ରୁ ବିରୁଦ୍ଧରେ ନୁହେଁ- ଅଦୃଶ୍ୟ ବିଭିନ୍ନ ରୋଗ ବିରୁଦ୍ଧରେ। ସମ୍ପ୍ରତି ଅର୍ଥନୀତି, ସାମାଜିକ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ିଯାଇଛି। ୨୦୦୮-୦୯ରେ ହୋଇଥିବା ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥା ବିଶ୍ୱବାସୀଙ୍କୁ ତଳିତଳାନ୍ତ କରିଦେବା ପରେ କିଛିଟା ସୁଧୁରି ଯାଉଥିଲା। ୨୦୨୦ରେ ସମଗ୍ର ବିଶ୍ୱର ଅର୍ଥନୀତି ଧ୍ୱଂସଆଡ଼କୁ ଗତିକରୁଛି। ସେଥିରୁ ମୁକୁଳି ନ ପାରିଲେ ସମଗ୍ର ବିଶ୍ୱରେ ଦୁର୍ଭିକ୍ଷ ଅବଶ୍ୟମ୍ଭାବୀ ହୋଇପଡ଼ିବ।
ବିଶ୍ୱ ମହାମାରୀ ଆରମ୍ଭ ହେବାକୁ ଯାଉଛି ଆମେରିକାରୁ। ଏ ଖବର ଆମର ନୁହେଁ – ୱାଶିଂଟନ୍‌ ହାୱାର୍ଡ ଲ’ ସ୍କୁଲ ଓ ନ୍ୟୁୟର୍କ ୟୁନିଭର୍ସିଟିର ଏକ ରିପୋର୍ଟରେ ଦାବି କରାଯାଇଛି। ଆମେରିକାର ନିୟମକାନୁନ୍‌ ଢିଲା- ଲୋକେ ବେପରୁଆ। ପ୍ରାଣୀମାନଙ୍କଠାରୁ ମଣିଷକୁ ଭୂତାଣୁ ଡେଇଁବା ଓ ମହାମାରୀ ସୃଷ୍ଟି କରିବା ସହଜ। ଜଗତୀକରଣ ଜରିଆରେ ଅନ୍ୟ ଦେଶକୁ ସଂଚାରିତ ହୋଇପାରେ! ଆଗକୁ ଘନେଇଆସୁଛି ବଡ଼ ଦୁର୍ଦ୍ଦିନଦାୟକ ମହାବିଭୀଷିକା। ୧୯୧୮-୧୯ ଫ୍ଲୁ ମହାମାରୀରେ ବିଶ୍ୱରେ ୫୦ ନିୟୁତ ଲୋକ ପ୍ରାଣ ହରାଇଥିଲେ, ଯାହା ପ୍ରଥମ ବିଶ୍ୱଯୁଦ୍ଧ ମୃତ୍ୟୁସଂଖ୍ୟାର ୨ ଗୁଣ। ଏବେ ଯେଉଁ ଡିଜିଜ୍‌ ‘ଏକ୍ସ’ ଆସୁଛି- କେତେଲୋକ ମରିବେ କହିହେଉନି। ବିଶେଷଜ୍ଞମାନେ କହୁଛନ୍ତି ୫ କୋଟିରୁ ଅଧିକ ହେବ। ଏ ସବୁର କାରଣ ହେଉଛି ଜଗତୀକରଣ । ଗାଁ ଛାଡ଼ି ଲୋକେ ସହରରେ ପ୍ରବେଶ କରିଯାଇଛନ୍ତି। ବିଶ୍ୱତାପମାନ, ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ନଷ୍ଟ, ଆଧୁନିକ କୃଷିପ୍ରଣାଳୀ, ଆର୍ଦ୍ରଭୂମି ନଷ୍ଟ ହେବା ଯୋଗୁ ଭୂତାଣୁମାନେ ଗୋଟିଏ ପ୍ରଜାତିରୁ ଅନ୍ୟ ପ୍ରଜାତିକୁ ସଂକ୍ରମିତ ହୁଅନ୍ତି। ଜୀବଜନ୍ତୁଙ୍କ ଦେହରେ ପ୍ରବେଶକରି ରୋଗ ସୃଷ୍ଟି କରୁଛନ୍ତି।
ସମ୍ପ୍ରତି ଭୀଷଣ ତାପମାତ୍ରା ବୃଦ୍ଧି ଯୋଗୁ ସ୍ତନ୍ୟପାୟୀ ପ୍ରାଣୀମାନେ ବିଶ୍ୱରୁ ବିଲୁପ୍ତ ହୋଇଯିବେ। ମଣିଷ ମଧ୍ୟ ସ୍ତନ୍ୟପାୟୀ। ସୂର୍ଯ୍ୟରୁ ଅଧିକ ଉତ୍ତାପ ଓ ଶକ୍ତି ନିର୍ଗତ ହେଲେ- ପୃଥିବୀ ତତଲା ତାଉଆରେ ଭାଜିହେବ। ପ୍ରାଣୀମାନଙ୍କ ପାଇଁ ଖାଦ୍ୟ, ପାନୀୟ ପରିସ୍ଥିତି ଗମ୍ଭୀର ହୋଇଯିବ। ଉତ୍ତାପ ୫୦ ଡିଗ୍ରୀ ସେଲ୍‌ସିୟସ୍‌ ହୋଇଗଲେ ଜୀବ ମରିଯିବେ। ସାତ ମହାଦେଶରେ ଏଭଳି ବିପଦ ପଡ଼ିବ। ବିଶ୍ୱରେ ବହୁ ମଣିଷ ବିଭିନ୍ନ ପଶୁକୁ ବଧକରି ଭକ୍ଷଣ କରୁଛନ୍ତି। ଏବେ ପଶୁମାନଙ୍କ ରୋଗ ମଣିଷ ଦେହରେ ପ୍ରବେଶ କରୁଛି। ଭାରତରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଡେଙ୍ଗୁ, ନିପା ପ୍ରମୁଖ ରୋଗ ଦେଖାଯାଉଛି।
ବିଶ୍ୱର ବହୁଳାଂଶ ମଣିଷ ଭବିଷ୍ୟତ ବିପଦ ଆଡ଼େ ନଜର ନ ଦେଇ ବର୍ତ୍ତମାନ କିଭଳି ଭଲରେ କଟାଇବେ- ସେଥିରେ ମାତିଛନ୍ତି। ଯାହା ଜଣାଯାଉଛି- ତା’ହେଲେ ଏ ପୃଥିବୀର ଜୀବଜଗତ ରୋଗ ଓ ଭୋକରେ କ’ଣ ମରିଯିବେ? ବିଶ୍ୱର କୃତ୍ରିମ ଜୀବନଶୈଳୀ ଏ କାଳଯମକୁ ଡାକିଆଣିବ? ଆମେ କ’ଣ ପ୍ରାକୃତିକ ଜୀବନଶୈଳୀ ଆପଣେଇ ପାରିବାନାହିଁ? ଏ ସମ୍ପର୍କରେ ଚିନ୍ତା କରିବାର ସମୟ ଉପଗତ।
ଅଧିକାର ଓ ଅଙ୍ଗୀକାର-ଏହି ଉଭୟ ଅବବୋଧରୁ ଏବେ ବହୁ ଦୂରବର୍ତ୍ତୀ ବିଶ୍ୱଭାବବୋଧ। ଜଘନ୍ୟ ହୋଇପଡ଼ିଛି ଆମ ଜୀବନଶୈଳୀ। ଏଠାରେ ଏକ ଉଦାହରଣ ଦିଆଯାଇପାରେ ଯେ- ମାଇକେଲ୍‌ ଜାକ୍‌ସନ୍‌, ଯାହାଙ୍କ ସଂଗୀତର ମୂର୍ଚ୍ଛନାରେ ସାରାବିଶ୍ୱ ମତୁଆଲା ହୋଇଯାଇଥିଲା। ଅଜସ୍ର ଅର୍ଥ ଉପାର୍ଜନ କରୁଥିଲେ। ହଠାତ୍‌ ତାଙ୍କ ମୁଣ୍ଡକୁ ଏକ ଅଜବ ଚିନ୍ତା ପ୍ରବେଶ କଲା। ସେ ୧୫୦ ବର୍ଷ ବଞ୍ଚତ୍ବେ। ନିଜ ଘରେ ପାଦଠୁ ମୁଣ୍ଡବାଳ ପର୍ଯ୍ୟନ୍ତ ସବୁ ରଖିଥିଲେ। ସେ କଳା ଥିବାରୁ ୧୯୮୭ ରେ ପ୍ଲାଷ୍ଟିକ୍‌ ସର୍ଜରି କରାଇଲେ। ନିଜର କଳା ବାପ, ମା’ଙ୍କୁ ଛାଡ଼ି ଭଡ଼ାରେ ଗୋରା ବାପ, ମା’ ରଖିଲେ। ମେଡିସିନ୍‌ ଖାଇ ଖାଇ ଦେହ ଅବଶ ହୋଇପଡ଼ିଲା। ଶେଷରେ ୨୫ ଜୁନ୍‌ ୨୦୦୯ରେ ୫୦ ବର୍ଷରେ ମରିଗଲେ। ସାରା ସହରର ଡାକ୍ତର ଜମାହେଲେ। କେହି ଆଉ ତାଙ୍କୁ ବଞ୍ଚାଇ ପାରିଲେନାହିଁ। ଏଠାରେ ଜାକ୍‌ସନ୍‌ଙ୍କର ଅର୍ଥ, ସମ୍ପତ୍ତି କିଛି କାମ ଦେଲାନି। ଜୀବଜଗତରେ ଜନ୍ମ ହେଲେ ମୃତ୍ୟୁ ଅବଧାରିତ। ଜନ୍ମରେ ଆନନ୍ଦ, ମୃତ୍ୟୁରେ ଦୁଃଖ, ଏ ସବୁ ଖେଳାଲୀଳା ଲାଗିରହିଛି। ସ୍ବାଭାବିକ୍‌ ମୃତ୍ୟୁ ଅଲଗା କଥା। ଅସ୍ବାଭାବିକ ମୃତ୍ୟୁ ହେଲେ ଛାନିଆ ପଶିଯାଏ।
ସମଗ୍ର ବିଶ୍ୱ ଆଜିପର୍ଯ୍ୟନ୍ତ ଜ୍ୱଳନ୍ତ ଜତୁଗୃହ। ସବୁଦେଶର ଦିଗନ୍ତରେ ଘନୀଭୂତ ଅନ୍ଧକାରରାତି। ଯେଉଁଠି ଚାହିଁଲେ ବି କେବଳ ଗଦା ଗଦା ନୈରାଶ୍ୟ, ଆତଙ୍କର ଅପଛାୟା, ସ୍ବପ୍ନଭଙ୍ଗର କରୁଣ କ୍ରନ୍ଦନ।
କେବଳ ଭୟ, କଷ୍ଟ, ମୃତ୍ୟୁ ଛଡ଼ା ଆଉ କିଛି ଦେଖାଯାଉନି। ଏଭଳି ଏକ କାଳଖଣ୍ଡରେ ଆମେ ପହଞ୍ଚତ୍ୟାଇଛେ- ସତେଯେମିତି କଳିକାଳ ପରେ ମହାକଳିକାଳ ମାଡ଼ିଆସିଛି। ଆମେ ସବୁ କଳିଯୁଗର ମଣିଷ। ସତ୍ୟ, ତ୍ରେତୟା, ଦ୍ୱାପର ଯୁଗର କଥା ଶୁଣିଆସୁଛେ। ଏ ତିନିଯୁଗ ପରେ କଳିଯୁଗରେ କ’ଣ କ’ଣ ସବୁ ଘଟିବ, ସେସବୁ କଥା ମହାପୁରୁଷମାନେ କହିଯାଇଛନ୍ତି। ସେହି ମହାପୁରୁଷଙ୍କ ବାଣୀ ଆମେ ଶୁଣି ଅଶୁଣା ଥିଲୁ। ଏବେ ବିଭିନ୍ନ ମହାମାରୀ କଥା ବାଧ୍ୟକରୁଛି ଶୁଣିବାକୁ, ଭୋଗିବାକୁ।
ତା’ହେଲେ ସତେ କ’ଣ ଏ ଜୀବଜଗତ ଜଡ଼ଜଗତରେ ଲୀନ ହୋଇଯିବ? ନା, ମଣିଷ ବଞ୍ଚତ୍ବ। ଏଇ ବିଶ୍ୱର ପାଖାପାଖି ଆଠଶହ କୋଟି ମଣିଷଙ୍କ ଭିତରୁ ହୁଏତ ଅଧାଅଧି ଲୋପ ପାଇଯାଇପାରେ। କିନ୍ତୁ ଯେଉଁମାନେ ବଞ୍ଚତ୍ବେ, ସେମାନେ ଏ ମହାବିପଦରୁ ଉତ୍ତୀର୍ଣ୍ଣ ହୋଇ ସବୁ ଦୁର୍ଗୁଣ ଛାଡ଼ିବାକୁ ବାଧ୍ୟହେବେ। ହୁଏତ ସେତେବେଳକୁ ମହାକଳିକାଳ ଶେଷ ହୋଇ ପୁନଶ୍ଚ ସତ୍ୟଯୁଗ ଆରମ୍ଭ ହୋଇଯାଇଥିବ। ମୃତ୍ୟୁ ପୂର୍ବରୁ ଆମେ ଶହେଥର ମରିବା କାହିଁକି? ବେଳ ଆସିଯାଇଛି ଆମର ଯେତେସବୁ ଦୁର୍ଗୁଣକୁ ଛାଡ଼ି ସୁଗୁଣ ଆଦରିନେବା, ତା’ହେଲେ ଆମେ ହେବା ଜଗତଜିତା।
ଆମେ କିଭଳି ପୃଥିବୀ ଚାହୁଁଛେ? ଯେଉଁଠି ଭୋକ ଆଉ ରୋଗ ନ ଥିବ, ସେଇଭଳି ପୃଥିବୀ ଚାହୁଁ । ଭୋକ ଓ ରୋଗ ଏ ଧରଣୀ ବକ୍ଷରୁ ପୋଛିଦେବାକୁ ହେବ। ବିଜ୍ଞାନ ଏଯାବତ୍‌ ସେଭଳି ପରମାଣୁ ବୋମା ତିଆରି କରିପାରିନି, ଯାହା ଏ ଦୁଇ ଛୋଟ ଅଥଚ ସବୁଠୁ ବଡ଼ ସାଂଘାତିକ ଶବ୍ଦ ଭୋକ ଓ ରୋଗକୁ ମଣିଷଜାତିର ଅଭିଧାନରୁ ମୂଳପୋଛ କରିଦେଇପାରିବ।
ଯାଜପୁରରୋଡ୍‌, ଯାଜପୁର
ମୋ : ୯୮୬୧୦୩୪୧୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଝାଡ଼ଖଣ୍ଡର ଚିତ୍ରଶିଳ୍ପୀ ପ୍ରକାଶ ଶାହ ମେଟାଲ, ପ୍ଲାଷ୍ଟିକ ଏବଂ ଶିଳ୍ପଜାତ ବର୍ଜ୍ୟକୁ ଆକର୍ଷଣୀୟ ପବ୍ଲିକ ଆର୍ଟରେ ପରିଣତ କରୁଛନ୍ତି। ସେ ସାହିବଗଞ୍ଜରେ ଓ୍ବେଷ୍ଟ ଟୁ ଓ୍ବଣ୍ଡର ପାର୍କ…

ରକ୍ତତୀର୍ଥ ଇରମ

ସାରା ଦେଶରେ ସ୍ବାଧୀନତା ପାଇଁ ଯେଉଁ ଆନ୍ଦୋଳନ ଆରମ୍ଭ ହେଲା ସେଥିରେ ଅନେକ ହଜାର କ୍ରାନ୍ତିକାରୀ ଯୋଗଦେଇ କାରାବରଣ କରିଥିଲେ। ଓଡ଼ିଶାରେ ଏହି ଆନ୍ଦୋଳନର ନେତୃତ୍ୱ ନେଇଥିଲେ…

ରାଷ୍ଟ୍ର ନିର୍ମାଣ ପ୍ରତି ସମର୍ପିତ ଜଣେ ମହାପୁରୁଷ

ଖୁବ୍‌ ସୁନ୍ଦର ଉକ୍ତିଟିଏ ଅଛି, ”ବୃକ୍ଷ କବହୁଁ ନହିଁ ଫଲ ଭଖୈ, ନଦୀ ନ ସଂଚୈ ନୀର୍‌। ପରମାରଥ କେ କାରନେ, ସାଧୁନ ଧରା ଶରୀର।“ ଏହାର…

ଘୃଣିତ ଜ୍ଞାନେଶ

ଦୁର୍ନୀତି କଥା ଉଠିଲେ ସାଧାରଣରେ ଆର୍ଥିକ ଦିଗକୁ ବୁଝାଯାଏ। କିନ୍ତୁ ତାହାର ପରିଭାଷା ଅତ୍ୟନ୍ତ ବ୍ୟାପକ। କ୍ଷମତା ବିସ୍ତାର ଲାଗି କିଛି ଲୋକଙ୍କୁ ଦବାଇ ଦେଇ ପ୍ରଭୁତ୍ୱ…

କ୍ଷମତାର ଦୁରୁପଯୋଗ

ଦୁର୍ନୀତି ଓ ଲାଞ୍ଚ, ଏହି ଦୁଇଟି ଶବ୍ଦକୁ ପରସ୍ପର ବଦଳରେ ବ୍ୟବହାର କରାଯାଇପାରେ। କିନ୍ତୁ ପ୍ରକୃତରେ ଲାଞ୍ଚ ଶବ୍ଦ ୧୬ଶ ଶତାବ୍ଦୀରେ ଉତ୍ପତ୍ତି ହୋଇଥିଲା। ଏହାର ଅର୍ଥ…

ମହଙ୍ଗା ମାଡ଼

ମହଙ୍ଗା ଭାର ନିମ୍ନ ଆୟକାରୀ ଓ ଗରିବ ପରିବାର ଅଧିକ ଅନୁଭବ କରନ୍ତି। ଦରଦାମର ସାମାନ୍ୟ ବୃଦ୍ଧି ସେମାନଙ୍କ ପାଇଁ ବଡ଼ ଆଘାତ ହୋଇଥାଏ। ଦିନ ମଜୁରିଆ…

କୁକି-ମେଇତି ହିଂସାର ଦିଗ

ଇମ୍ଫାଲ ଉପତ୍ୟକାରେ ଶାନ୍ତି ପାଇଁ ଉଦ୍ୟମ ସତ୍ତ୍ୱେ ଅଶାନ୍ତିର ନିଆଁ ଜଳିଉଠୁଛି ସମୟାନ୍ତରରେ। ବର୍ତ୍ତମାନର ଏନ୍‌ଡିଏ ସମର୍ଥିତ ଭାଜପା ସରକାର ପୂର୍ବ କଂଗ୍ରେସ ସରକାରଙ୍କ ସମୟର ନିଶା…

ଅଧିକାରୀଙ୍କ ପାଇଁ ଏଆଇ

ଭାରତର ପ୍ରଶାସନିକ ବ୍ୟବସ୍ଥାରେ ପରବର୍ତ୍ତୀ ବଡ଼ ପରିବର୍ତ୍ତନ ହୁଏତ ଅନ୍ୟ କୌଣସି କ୍ୟାଡର୍‌ ସଂସ୍କାର କିମ୍ବା ନୂଆ ନିୟମାବଳୀ ମାଧ୍ୟମରେ ଆସି ନ ପାରେ। ବରଂ ଏହା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?