ଅଦୃଶ୍ୟ ଶତ୍ରୁ

ମାୟାଧର ନାୟକ

 

ସତ୍ୟ, ତ୍ରେତୟା, ଦ୍ୱାପର, କଳିକାଳରେ ଯେତେ ଯୁଦ୍ଧ ହୋଇଯାଇଛି- ଶତ୍ରୁକୁ ଜାଣି ହେଉଥିଲା- କିନ୍ତୁ ଏ ମହାକଳିକାଳରେ ଅଜଣା ରୋଗ ଓ ମହାମାରୀ ଭଳି ଅଦୃଶ୍ୟ ଶତ୍ରୁ ବିରୁଦ୍ଧରେ ମଣିଷର ମହାଯୁଦ୍ଧ ଆରମ୍ଭ ହୋଇଯାଇଛି। କଳିଯୁଗ ସମ୍ପର୍କରେ ଊଣାଅଧିକେ ସମସ୍ତେ ଜାଣନ୍ତି। ସେଇ କଳିଯୁଗର ଶେଷଦୃଶ୍ୟ ମହାକଳିକାଳ। ତେବେ ଯୁଦ୍ଧ ଏବେ ଆଖିକି ଦେଖାଯାଉଥିବା ଶତ୍ରୁ ବିରୁଦ୍ଧରେ ନୁହେଁ- ଅଦୃଶ୍ୟ ବିଭିନ୍ନ ରୋଗ ବିରୁଦ୍ଧରେ। ସମ୍ପ୍ରତି ଅର୍ଥନୀତି, ସାମାଜିକ ସ୍ଥିତି ସମ୍ପୂର୍ଣ୍ଣ ବିଗିଡ଼ିଯାଇଛି। ୨୦୦୮-୦୯ରେ ହୋଇଥିବା ବିଶ୍ୱ ଅର୍ଥନୈତିକ ମାନ୍ଦାବସ୍ଥା ବିଶ୍ୱବାସୀଙ୍କୁ ତଳିତଳାନ୍ତ କରିଦେବା ପରେ କିଛିଟା ସୁଧୁରି ଯାଉଥିଲା। ୨୦୨୦ରେ ସମଗ୍ର ବିଶ୍ୱର ଅର୍ଥନୀତି ଧ୍ୱଂସଆଡ଼କୁ ଗତିକରୁଛି। ସେଥିରୁ ମୁକୁଳି ନ ପାରିଲେ ସମଗ୍ର ବିଶ୍ୱରେ ଦୁର୍ଭିକ୍ଷ ଅବଶ୍ୟମ୍ଭାବୀ ହୋଇପଡ଼ିବ।
ବିଶ୍ୱ ମହାମାରୀ ଆରମ୍ଭ ହେବାକୁ ଯାଉଛି ଆମେରିକାରୁ। ଏ ଖବର ଆମର ନୁହେଁ – ୱାଶିଂଟନ୍‌ ହାୱାର୍ଡ ଲ’ ସ୍କୁଲ ଓ ନ୍ୟୁୟର୍କ ୟୁନିଭର୍ସିଟିର ଏକ ରିପୋର୍ଟରେ ଦାବି କରାଯାଇଛି। ଆମେରିକାର ନିୟମକାନୁନ୍‌ ଢିଲା- ଲୋକେ ବେପରୁଆ। ପ୍ରାଣୀମାନଙ୍କଠାରୁ ମଣିଷକୁ ଭୂତାଣୁ ଡେଇଁବା ଓ ମହାମାରୀ ସୃଷ୍ଟି କରିବା ସହଜ। ଜଗତୀକରଣ ଜରିଆରେ ଅନ୍ୟ ଦେଶକୁ ସଂଚାରିତ ହୋଇପାରେ! ଆଗକୁ ଘନେଇଆସୁଛି ବଡ଼ ଦୁର୍ଦ୍ଦିନଦାୟକ ମହାବିଭୀଷିକା। ୧୯୧୮-୧୯ ଫ୍ଲୁ ମହାମାରୀରେ ବିଶ୍ୱରେ ୫୦ ନିୟୁତ ଲୋକ ପ୍ରାଣ ହରାଇଥିଲେ, ଯାହା ପ୍ରଥମ ବିଶ୍ୱଯୁଦ୍ଧ ମୃତ୍ୟୁସଂଖ୍ୟାର ୨ ଗୁଣ। ଏବେ ଯେଉଁ ଡିଜିଜ୍‌ ‘ଏକ୍ସ’ ଆସୁଛି- କେତେଲୋକ ମରିବେ କହିହେଉନି। ବିଶେଷଜ୍ଞମାନେ କହୁଛନ୍ତି ୫ କୋଟିରୁ ଅଧିକ ହେବ। ଏ ସବୁର କାରଣ ହେଉଛି ଜଗତୀକରଣ । ଗାଁ ଛାଡ଼ି ଲୋକେ ସହରରେ ପ୍ରବେଶ କରିଯାଇଛନ୍ତି। ବିଶ୍ୱତାପମାନ, ଜଳବାୟୁ ପରିବର୍ତ୍ତନ, ଜଙ୍ଗଲ ନଷ୍ଟ, ଆଧୁନିକ କୃଷିପ୍ରଣାଳୀ, ଆର୍ଦ୍ରଭୂମି ନଷ୍ଟ ହେବା ଯୋଗୁ ଭୂତାଣୁମାନେ ଗୋଟିଏ ପ୍ରଜାତିରୁ ଅନ୍ୟ ପ୍ରଜାତିକୁ ସଂକ୍ରମିତ ହୁଅନ୍ତି। ଜୀବଜନ୍ତୁଙ୍କ ଦେହରେ ପ୍ରବେଶକରି ରୋଗ ସୃଷ୍ଟି କରୁଛନ୍ତି।
ସମ୍ପ୍ରତି ଭୀଷଣ ତାପମାତ୍ରା ବୃଦ୍ଧି ଯୋଗୁ ସ୍ତନ୍ୟପାୟୀ ପ୍ରାଣୀମାନେ ବିଶ୍ୱରୁ ବିଲୁପ୍ତ ହୋଇଯିବେ। ମଣିଷ ମଧ୍ୟ ସ୍ତନ୍ୟପାୟୀ। ସୂର୍ଯ୍ୟରୁ ଅଧିକ ଉତ୍ତାପ ଓ ଶକ୍ତି ନିର୍ଗତ ହେଲେ- ପୃଥିବୀ ତତଲା ତାଉଆରେ ଭାଜିହେବ। ପ୍ରାଣୀମାନଙ୍କ ପାଇଁ ଖାଦ୍ୟ, ପାନୀୟ ପରିସ୍ଥିତି ଗମ୍ଭୀର ହୋଇଯିବ। ଉତ୍ତାପ ୫୦ ଡିଗ୍ରୀ ସେଲ୍‌ସିୟସ୍‌ ହୋଇଗଲେ ଜୀବ ମରିଯିବେ। ସାତ ମହାଦେଶରେ ଏଭଳି ବିପଦ ପଡ଼ିବ। ବିଶ୍ୱରେ ବହୁ ମଣିଷ ବିଭିନ୍ନ ପଶୁକୁ ବଧକରି ଭକ୍ଷଣ କରୁଛନ୍ତି। ଏବେ ପଶୁମାନଙ୍କ ରୋଗ ମଣିଷ ଦେହରେ ପ୍ରବେଶ କରୁଛି। ଭାରତରେ ଜଳବାୟୁ ପରିବର୍ତ୍ତନ ଯୋଗୁ ଡେଙ୍ଗୁ, ନିପା ପ୍ରମୁଖ ରୋଗ ଦେଖାଯାଉଛି।
ବିଶ୍ୱର ବହୁଳାଂଶ ମଣିଷ ଭବିଷ୍ୟତ ବିପଦ ଆଡ଼େ ନଜର ନ ଦେଇ ବର୍ତ୍ତମାନ କିଭଳି ଭଲରେ କଟାଇବେ- ସେଥିରେ ମାତିଛନ୍ତି। ଯାହା ଜଣାଯାଉଛି- ତା’ହେଲେ ଏ ପୃଥିବୀର ଜୀବଜଗତ ରୋଗ ଓ ଭୋକରେ କ’ଣ ମରିଯିବେ? ବିଶ୍ୱର କୃତ୍ରିମ ଜୀବନଶୈଳୀ ଏ କାଳଯମକୁ ଡାକିଆଣିବ? ଆମେ କ’ଣ ପ୍ରାକୃତିକ ଜୀବନଶୈଳୀ ଆପଣେଇ ପାରିବାନାହିଁ? ଏ ସମ୍ପର୍କରେ ଚିନ୍ତା କରିବାର ସମୟ ଉପଗତ।
ଅଧିକାର ଓ ଅଙ୍ଗୀକାର-ଏହି ଉଭୟ ଅବବୋଧରୁ ଏବେ ବହୁ ଦୂରବର୍ତ୍ତୀ ବିଶ୍ୱଭାବବୋଧ। ଜଘନ୍ୟ ହୋଇପଡ଼ିଛି ଆମ ଜୀବନଶୈଳୀ। ଏଠାରେ ଏକ ଉଦାହରଣ ଦିଆଯାଇପାରେ ଯେ- ମାଇକେଲ୍‌ ଜାକ୍‌ସନ୍‌, ଯାହାଙ୍କ ସଂଗୀତର ମୂର୍ଚ୍ଛନାରେ ସାରାବିଶ୍ୱ ମତୁଆଲା ହୋଇଯାଇଥିଲା। ଅଜସ୍ର ଅର୍ଥ ଉପାର୍ଜନ କରୁଥିଲେ। ହଠାତ୍‌ ତାଙ୍କ ମୁଣ୍ଡକୁ ଏକ ଅଜବ ଚିନ୍ତା ପ୍ରବେଶ କଲା। ସେ ୧୫୦ ବର୍ଷ ବଞ୍ଚତ୍ବେ। ନିଜ ଘରେ ପାଦଠୁ ମୁଣ୍ଡବାଳ ପର୍ଯ୍ୟନ୍ତ ସବୁ ରଖିଥିଲେ। ସେ କଳା ଥିବାରୁ ୧୯୮୭ ରେ ପ୍ଲାଷ୍ଟିକ୍‌ ସର୍ଜରି କରାଇଲେ। ନିଜର କଳା ବାପ, ମା’ଙ୍କୁ ଛାଡ଼ି ଭଡ଼ାରେ ଗୋରା ବାପ, ମା’ ରଖିଲେ। ମେଡିସିନ୍‌ ଖାଇ ଖାଇ ଦେହ ଅବଶ ହୋଇପଡ଼ିଲା। ଶେଷରେ ୨୫ ଜୁନ୍‌ ୨୦୦୯ରେ ୫୦ ବର୍ଷରେ ମରିଗଲେ। ସାରା ସହରର ଡାକ୍ତର ଜମାହେଲେ। କେହି ଆଉ ତାଙ୍କୁ ବଞ୍ଚାଇ ପାରିଲେନାହିଁ। ଏଠାରେ ଜାକ୍‌ସନ୍‌ଙ୍କର ଅର୍ଥ, ସମ୍ପତ୍ତି କିଛି କାମ ଦେଲାନି। ଜୀବଜଗତରେ ଜନ୍ମ ହେଲେ ମୃତ୍ୟୁ ଅବଧାରିତ। ଜନ୍ମରେ ଆନନ୍ଦ, ମୃତ୍ୟୁରେ ଦୁଃଖ, ଏ ସବୁ ଖେଳାଲୀଳା ଲାଗିରହିଛି। ସ୍ବାଭାବିକ୍‌ ମୃତ୍ୟୁ ଅଲଗା କଥା। ଅସ୍ବାଭାବିକ ମୃତ୍ୟୁ ହେଲେ ଛାନିଆ ପଶିଯାଏ।
ସମଗ୍ର ବିଶ୍ୱ ଆଜିପର୍ଯ୍ୟନ୍ତ ଜ୍ୱଳନ୍ତ ଜତୁଗୃହ। ସବୁଦେଶର ଦିଗନ୍ତରେ ଘନୀଭୂତ ଅନ୍ଧକାରରାତି। ଯେଉଁଠି ଚାହିଁଲେ ବି କେବଳ ଗଦା ଗଦା ନୈରାଶ୍ୟ, ଆତଙ୍କର ଅପଛାୟା, ସ୍ବପ୍ନଭଙ୍ଗର କରୁଣ କ୍ରନ୍ଦନ।
କେବଳ ଭୟ, କଷ୍ଟ, ମୃତ୍ୟୁ ଛଡ଼ା ଆଉ କିଛି ଦେଖାଯାଉନି। ଏଭଳି ଏକ କାଳଖଣ୍ଡରେ ଆମେ ପହଞ୍ଚତ୍ୟାଇଛେ- ସତେଯେମିତି କଳିକାଳ ପରେ ମହାକଳିକାଳ ମାଡ଼ିଆସିଛି। ଆମେ ସବୁ କଳିଯୁଗର ମଣିଷ। ସତ୍ୟ, ତ୍ରେତୟା, ଦ୍ୱାପର ଯୁଗର କଥା ଶୁଣିଆସୁଛେ। ଏ ତିନିଯୁଗ ପରେ କଳିଯୁଗରେ କ’ଣ କ’ଣ ସବୁ ଘଟିବ, ସେସବୁ କଥା ମହାପୁରୁଷମାନେ କହିଯାଇଛନ୍ତି। ସେହି ମହାପୁରୁଷଙ୍କ ବାଣୀ ଆମେ ଶୁଣି ଅଶୁଣା ଥିଲୁ। ଏବେ ବିଭିନ୍ନ ମହାମାରୀ କଥା ବାଧ୍ୟକରୁଛି ଶୁଣିବାକୁ, ଭୋଗିବାକୁ।
ତା’ହେଲେ ସତେ କ’ଣ ଏ ଜୀବଜଗତ ଜଡ଼ଜଗତରେ ଲୀନ ହୋଇଯିବ? ନା, ମଣିଷ ବଞ୍ଚତ୍ବ। ଏଇ ବିଶ୍ୱର ପାଖାପାଖି ଆଠଶହ କୋଟି ମଣିଷଙ୍କ ଭିତରୁ ହୁଏତ ଅଧାଅଧି ଲୋପ ପାଇଯାଇପାରେ। କିନ୍ତୁ ଯେଉଁମାନେ ବଞ୍ଚତ୍ବେ, ସେମାନେ ଏ ମହାବିପଦରୁ ଉତ୍ତୀର୍ଣ୍ଣ ହୋଇ ସବୁ ଦୁର୍ଗୁଣ ଛାଡ଼ିବାକୁ ବାଧ୍ୟହେବେ। ହୁଏତ ସେତେବେଳକୁ ମହାକଳିକାଳ ଶେଷ ହୋଇ ପୁନଶ୍ଚ ସତ୍ୟଯୁଗ ଆରମ୍ଭ ହୋଇଯାଇଥିବ। ମୃତ୍ୟୁ ପୂର୍ବରୁ ଆମେ ଶହେଥର ମରିବା କାହିଁକି? ବେଳ ଆସିଯାଇଛି ଆମର ଯେତେସବୁ ଦୁର୍ଗୁଣକୁ ଛାଡ଼ି ସୁଗୁଣ ଆଦରିନେବା, ତା’ହେଲେ ଆମେ ହେବା ଜଗତଜିତା।
ଆମେ କିଭଳି ପୃଥିବୀ ଚାହୁଁଛେ? ଯେଉଁଠି ଭୋକ ଆଉ ରୋଗ ନ ଥିବ, ସେଇଭଳି ପୃଥିବୀ ଚାହୁଁ । ଭୋକ ଓ ରୋଗ ଏ ଧରଣୀ ବକ୍ଷରୁ ପୋଛିଦେବାକୁ ହେବ। ବିଜ୍ଞାନ ଏଯାବତ୍‌ ସେଭଳି ପରମାଣୁ ବୋମା ତିଆରି କରିପାରିନି, ଯାହା ଏ ଦୁଇ ଛୋଟ ଅଥଚ ସବୁଠୁ ବଡ଼ ସାଂଘାତିକ ଶବ୍ଦ ଭୋକ ଓ ରୋଗକୁ ମଣିଷଜାତିର ଅଭିଧାନରୁ ମୂଳପୋଛ କରିଦେଇପାରିବ।
ଯାଜପୁରରୋଡ୍‌, ଯାଜପୁର
ମୋ : ୯୮୬୧୦୩୪୧୬୩


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର ‘ମାଠିଆ ମଣିଷ’ ନଟରାଜନ- ଏଭଳି ସମ୍ବୋଧନ ଅଜବ ଲାଗୁଥିଲେ ବି ଏହା ପଛରେ ରହିଛି ଏକ ବାସ୍ତବ କାହାଣୀ। ନଟରାଜନ ଦିଲ୍ଲୀର ଲୋକଙ୍କୁ ଥଣ୍ଡା ମାଠିଆ…

ପୁଞ୍ଜି ବଜାରରେ ଅବିଶ୍ୱାସ

ଞ୍ଜି ବଜାର ଏକ ଦେଶର ଅର୍ଥନୀତିର ଦର୍ପଣ ସଦୃଶ। ଏହା କେବଳ ଶେୟାର ଓ ଅନ୍ୟାନ୍ୟ ଆର୍ଥିକ ସମ୍ପତ୍ତିର କାରବାର ସ୍ଥଳ ନୁହେଁ, ବରଂ ଏହା ସଞ୍ଚୟ…

ସତ୍ୟର ପ୍ରୟୋଗ ବନାମ କାଳର ପ୍ରଭାବ

ବଡ଼ ବଡ଼ ମାଛ ଛୋଟ ଛୋଟ ମାଛକୁ ଖାଇ ସଫା କରିଦେଲା ପରି ବଡ଼ ବଡ଼ ଖବର ଦାଉରେ ଆଜିକାଲି ଛୋଟ ଛୋଟ ଖବର ଆଖିରେ ପଡ଼ୁନାହାନ୍ତି।…

ଚାଲିବା କେଉଁଠି

ସୁପ୍ରିମକୋର୍ଟ ୧୯ ଜୁନ୍‌ରେ ଏକ ରାୟରେ କହିଛନ୍ତି, ଚିହ୍ନଟ ହୋଇଥିବା ଫୁଟ୍‌ପାଥ ବା ପାଦଚଲା ପଥରେ ଚାଲିବା ଏକ ମୌଳିକ ଅଧିକାର। ଏହି ଅଧିକାର ସମ୍ବିଧାନର ଅନୁଚ୍ଛେଦ…

ଏଇ ଭାରତରେ

ଆନ୍ଧ୍ରପ୍ରଦେଶ ଏନ୍‌ଟିଆର୍‌ ଜିଲାର ଜି. ଶ୍ରୀନିବାସ ରେଡ୍ଡୀ ଏକ ନୂଆ କ୍ୟୁଆର୍‌ କୋଡ୍‌ ତିଆରି କରିଛନ୍ତି। କେହି ଯାତ୍ରା କରୁଥିବା ସମୟରେ ଏହି କ୍ୟୁଆର୍‌ ସ୍କାନ୍‌ କଲେ…

ସ୍ବାଧୀନତାର ମଣିଷ

ହାଯାଏ, ମଣିଷକୁ ସ୍ବାଧୀନତା ଦିଆଯାଇଛି। ମଣିଷ ସ୍ବାଧୀନ। ପୁଣି ସେହି ସ୍ବାଧୀନତାର ମର୍ମ ଉପଲବ୍ଧି କରି ସେ କର୍ମ ସମ୍ପାଦନ କଲେ ତା’ର ଜୀବନ ଠିକ୍‌ ବାଟରେ…

ଜନ ଆନ୍ଦୋଳନକୁ ଜନାର୍ଦ୍ଦନ ସାହା

ପଜିଲାପାଳଙ୍କ ଜନଶୁଣାଣିକୁ ନାପସନ୍ଦ କଲେ ଦେବଗଡ଼ ବାରକୋଟ ପଞ୍ଚାୟତବାସୀ, କାର୍ଯ୍ୟାଳୟରେ ତାଲା ପକେଇଲେ। ଦେଢ଼ କିଲୋମିଟର ରାସ୍ତା ଧୂଳି ଉଡିବାରେ ଜୀବନଯାତ୍ରା ବେହାଲ ହେବାରୁ ଅଭିଯାନ ଆରମ୍ଭ…

ଭାରତ କ’ଣ ପାଇଲା

ଜୁନ୍‌ ୧୭ରେ ଏକ ଖବର ପ୍ରକାଶ ପାଇଥିଲା, ଆମେରିକା ଇଣ୍ଡୋ-ପାସିଫିକ କମାଣ୍ଡର ନାମ ବଦଳାଇ ପୁଣିଥରେ ‘ପାସିଫିକ କମାଣ୍ଡ’ କରିଦେଇଛି। କଶ୍ମୀରର ଏକ ଭୁଲ୍‌ ମାନଚିତ୍ର ସହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri