ସମ୍ବଲପୁରରେ ବିଗ୍‌ ଫାଇଟ୍‌

ସମ୍ବଲପୁର,୨୮ା୩ (ଭବାନୀ ଶଙ୍କର ଭୋଇ)ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ଏହା ପୂର୍ବରୁ ଗତ ରବିବାର ଭାଜପା ଓଡିଶାର ୧୮ ଏମ୍‌ପି ପ୍ରାର୍ଥୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକ ସଭାରୁ ଲଢିବା ନେଇ ଘୋଷଣା କରିସାରଛିା। ତେବେ ଉଭୟ ଦଳ ନିଜର ପ୍ରମୁଖ ଯୋଦ୍ଧାଙ୍କୁ ସମ୍ବଲପୁର ମଇଦାନରେ ଓହ୍ଲାଇ ସାରିଥିବା ବେଳେ ସମ୍ବଲପୁର ଲୋକ ସଭା ଏବେ ହଟ୍‌ସିଟ୍‌ରେ ପରିଣତ ହୋଇଛି । ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ଦୁଇ ହେଭିୱେଟ୍‌ଙ୍କ ଲଢେଇ ହେବା ସ୍ପଷ୍ଟ ହେବା ପରେ ଉଭୟ ଦଳର କର୍ମୀମାନେ ଏବେ ଗଣମାଧ୍ୟମରେ ଅଙ୍କକଷା ଆରମ୍ଭ କରିଛନ୍ତି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନାମ ପ୍ରକାଶ ପାଇବା ପରେ ସମ୍ବଲପୁରର ସମସ୍ତ ବିଧାନସଭା କ୍ଷେତ୍ରରେ ଭାଜପା କର୍ମୀଙ୍କ ଭିତରେ ଉତ୍ସାହ ଦେଖାଦେଇଥିଲା। ଖୋଦ ଧର୍ମେନ୍ଦ୍ର ସୋମବାର ସନ୍ଧ୍ୟାରେ ସମ୍ବଲପୁରରେ ପହଞ୍ଚିବା ସହ ମଙ୍ଗଳବାର ସକାଳେ ମା’ ସମଲେଇଙ୍କୁ ଦର୍ଶନ କରିଥିଲେ। ଏହାପରେ କର୍ମୀଙ୍କ ସହ ହୋଲି ଖେଳି ଉତ୍ସାହିତ କରିଥିଲେ। ସେହିପରି ବୁଧବାର ପ୍ରଣବଙ୍କ ନାମ ଘୋଷଣା ପରେ ବିଜେଡି କର୍ମୀଙ୍କ ଭିତରେ ଖୁସିର ଲହରି ଖେଳିଯାଇଛି। ବିଜେଡି ଜିଲା ସଭାପତି ରୋହିତ ପୂଜାରୀ ବାମରା ହାଉସରେ ଉତ୍ସବ ମନାଇଥିବା ବେଳେ ସମ୍ବଲପୁର ପୌରପରିଷଦ ପୂର୍ବତନ ଉପନଗରପାଳ ସିଦ୍ଧାର୍ଥ ସାହାଙ୍କ ନେତୃତ୍ୱରେ ବିଜେଡି କର୍ମୀମାନେ ଲକ୍ଷ୍ମୀ ଟକିଜ ଛକରେ ବାଣ ଫୁଟାଇଥିଲେ। ନବୀନଙ୍କ ହାତମୁଠାକୁ ଟାଣ କରିବା ସହ ସମ୍ବଲପୁରର ଦ୍ରୁତ ବିକାଶ ପାଇଁ ପ୍ରଣବ ହିଁ ଉପଯୁକ୍ତ ସାଂସଦ ପ୍ରାର୍ଥୀ ବୋଲି ସାହା କହିଥିବା ବେଳେ ବିଜେଡି ଜିଲା ସଭାପତି ପୂଜାରୀ ପ୍ରଣବ ଲୋକ ସଭା ପ୍ରାର୍ଥୀ ହେବା ଦ୍ୱାରା ବିଜେଡି ଲୋକ ସଭା କ୍ଷେତ୍ରରେ ଭଲ ପ୍ରଦର୍ଶନ କରି ବିଜୟୀ ହେବ ବୋଲି କହିଛନ୍ତି। ପ୍ରଣବଙ୍କୁ ପ୍ରାର୍ଥୀ କରାଯିବା ଏକ ବଳିଷ୍ଠ ଓ ଯୋଗ୍ୟ ନିଷ୍ପତ୍ତି ବୋଲି ରାଜ୍ୟ ବିଜେଡି ମୁଖପାତ୍ର ସଞ୍ଜୟ ବାବୁ କହିଛନ୍ତି। ଦୁର୍ବଳ ବିଧାୟକ ଓ ସାଂସଦଙ୍କ ଯୋଗୁ ସମ୍ବଲପୁର ଗତ ପାଞ୍ଚବର୍ଷ ହେବ ଘୋର ଅବହେଳାର ଶିକାର ହୋଇଥିବା ପୂର୍ବତନ ଜିଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ କହିଛନ୍ତି। ସେହିଭଳି ଭାଜପା କର୍ମୀମାନେ ସାରା ଦେଶରେ ମୋଦି ଲହର ଚାଲିଥିବା ବେଳେ ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନେକ ଭୋଟ ବ୍ୟବଧାନରେ ବିଜୟୀ ହୋଇ ପୁଣିଥରେ କେନ୍ଦ୍ରମନ୍ତ୍ରୀ ହେବେ ବୋଲି ଆଶା ବାନ୍ଧିଛନ୍ତି। ଧର୍ମେନ୍ଦ୍ର କେବଳ ଓଡ଼ିଶାର ନୁହେଁ, ଜାତୀୟ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ଏବଂ ଦୀର୍ଘ ଦଶବର୍ଷ ଧରି କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦରେ ରହି ନିଜ ଦକ୍ଷତା ପ୍ରଦର୍ଶନ ସହ ସମ୍ବଲପୁର ଅଞ୍ଚଳର ବିକାଶ ପାଇଁ ଆଇଆଇଏମ୍‌ ଭଳି ଅନେକ ବୃହତ ପ୍ରକଳ୍ପର ରୂପାୟନ କରି ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିଥିବା ଭାଜପା ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି କହିଛନ୍ତି। ସେହିପରି ୧୯୯୨ରୁ ୧୯୯୭ ମଧ୍ୟରେ ଏବିଭିପିର ସମ୍ବଲପୁର ବିଭାଗ ସଂଗଠନ ସମ୍ପାଦକ, ରାଜ୍ୟ ସମ୍ପାଦକ ଓ ରାଷ୍ଟ୍ରୀୟ ସମ୍ପାଦକ ଥିବା ସମୟରେ ସମ୍ବଲପୁରରେ ରହି ସଂଗଠନ କାର୍ଯ୍ୟ କରିବା ସହ ୨୦୦୪ରେ ତତ୍କାଳୀନ ଦେବଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବରେ ନିର୍ବାଚିତ ହୋଇ ଧର୍ମେନ୍ଦ୍ର ସମ୍ବଲପୁର ସହ ଭାବଗତ ସମ୍ପର୍କ ରହିଥିବା ରେଙ୍ଗାଲି ବିଧାୟକ ନାଉରୀ ନାୟକ କହିଛନ୍ତି । ସେହିପରି ରୋହିତ ପୂଜାରୀ ମଧ୍ୟ ପ୍ରଣବ ପ୍ରକାଶ ଦାସ ବିଜେଡି ସଙ୍ଗଠନ ସମ୍ପାଦକ ଭାବେ ଅନୁଭବୀ ନେତା ଓ ତାଙ୍କ ପିତା ଅଶୋକ ଦାସଙ୍କର ସମ୍ବଲପୁର ସହିତ ଗଭୀର ସମ୍ପର୍କ ରହିଥିବା କହିଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ରାଜନୀତିର ଦୁଇ ଦକ୍ଷ ସଙ୍ଗଠକ ପ୍ରଣବ ପ୍ରକାଶ ଦାସ ଏବଂ ଧର୍ମେନ୍ଦ୍ର ପ୍ରଧାନ ରାଜନୀତିରେ ଅନୁଭବୀ ବ୍ୟକ୍ତିତ୍ୱ। ସେ ଯାହା ହେଉ ଉଭୟ ଦଳର କର୍ମୀ ସାମାଜିକ ଗଣମାଧ୍ୟମରେ ଉଭୟ ନେତାଙ୍କ ହାରଜିତକୁ ନେଇ ଏବେଠୁ ଅଙ୍କକଷା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

ରାଜସ୍ବ ନିରୀକ୍ଷକଙ୍କୁ କାର୍ଯ୍ୟାଳୟରୁ ଘୋଷାଡି ଆକ୍ରମଣ: ଅଭିଯୁକ୍ତଙ୍କୁ ଗିରଫ ଦାବିରେ ଧାରଣା

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ସୋହେଲା ରାଜସ୍ବ ନିରୀକ୍ଷକ ଇନ୍ଦ୍ର କୁମାର ବାଦିଙ୍କୁ ସୋମବାର ତାଙ୍କ କାର୍ଯ୍ୟାଳୟ ଭିତରେ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଏ ନେଇ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?