ସମ୍ବଲପୁରରେ ବିଗ୍‌ ଫାଇଟ୍‌

ସମ୍ବଲପୁର,୨୮ା୩ (ଭବାନୀ ଶଙ୍କର ଭୋଇ)ବିଜୁ ଜନତା ଦଳ ପକ୍ଷରୁ ସମ୍ବଲପୁର ଲୋକ ସଭା ନିର୍ବାଚନ ମଣ୍ଡଳୀ ପ୍ରାର୍ଥୀ ଭାବେ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ନାମ ଘୋଷଣା କରାଯାଇଛି। ଏହା ପୂର୍ବରୁ ଗତ ରବିବାର ଭାଜପା ଓଡିଶାର ୧୮ ଏମ୍‌ପି ପ୍ରାର୍ଥୀଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସମ୍ବଲପୁର ଲୋକ ସଭାରୁ ଲଢିବା ନେଇ ଘୋଷଣା କରିସାରଛିା। ତେବେ ଉଭୟ ଦଳ ନିଜର ପ୍ରମୁଖ ଯୋଦ୍ଧାଙ୍କୁ ସମ୍ବଲପୁର ମଇଦାନରେ ଓହ୍ଲାଇ ସାରିଥିବା ବେଳେ ସମ୍ବଲପୁର ଲୋକ ସଭା ଏବେ ହଟ୍‌ସିଟ୍‌ରେ ପରିଣତ ହୋଇଛି । ସମ୍ବଲପୁର ସଂସଦୀୟ କ୍ଷେତ୍ରରୁ ଦୁଇ ହେଭିୱେଟ୍‌ଙ୍କ ଲଢେଇ ହେବା ସ୍ପଷ୍ଟ ହେବା ପରେ ଉଭୟ ଦଳର କର୍ମୀମାନେ ଏବେ ଗଣମାଧ୍ୟମରେ ଅଙ୍କକଷା ଆରମ୍ଭ କରିଛନ୍ତି। ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ନାମ ପ୍ରକାଶ ପାଇବା ପରେ ସମ୍ବଲପୁରର ସମସ୍ତ ବିଧାନସଭା କ୍ଷେତ୍ରରେ ଭାଜପା କର୍ମୀଙ୍କ ଭିତରେ ଉତ୍ସାହ ଦେଖାଦେଇଥିଲା। ଖୋଦ ଧର୍ମେନ୍ଦ୍ର ସୋମବାର ସନ୍ଧ୍ୟାରେ ସମ୍ବଲପୁରରେ ପହଞ୍ଚିବା ସହ ମଙ୍ଗଳବାର ସକାଳେ ମା’ ସମଲେଇଙ୍କୁ ଦର୍ଶନ କରିଥିଲେ। ଏହାପରେ କର୍ମୀଙ୍କ ସହ ହୋଲି ଖେଳି ଉତ୍ସାହିତ କରିଥିଲେ। ସେହିପରି ବୁଧବାର ପ୍ରଣବଙ୍କ ନାମ ଘୋଷଣା ପରେ ବିଜେଡି କର୍ମୀଙ୍କ ଭିତରେ ଖୁସିର ଲହରି ଖେଳିଯାଇଛି। ବିଜେଡି ଜିଲା ସଭାପତି ରୋହିତ ପୂଜାରୀ ବାମରା ହାଉସରେ ଉତ୍ସବ ମନାଇଥିବା ବେଳେ ସମ୍ବଲପୁର ପୌରପରିଷଦ ପୂର୍ବତନ ଉପନଗରପାଳ ସିଦ୍ଧାର୍ଥ ସାହାଙ୍କ ନେତୃତ୍ୱରେ ବିଜେଡି କର୍ମୀମାନେ ଲକ୍ଷ୍ମୀ ଟକିଜ ଛକରେ ବାଣ ଫୁଟାଇଥିଲେ। ନବୀନଙ୍କ ହାତମୁଠାକୁ ଟାଣ କରିବା ସହ ସମ୍ବଲପୁରର ଦ୍ରୁତ ବିକାଶ ପାଇଁ ପ୍ରଣବ ହିଁ ଉପଯୁକ୍ତ ସାଂସଦ ପ୍ରାର୍ଥୀ ବୋଲି ସାହା କହିଥିବା ବେଳେ ବିଜେଡି ଜିଲା ସଭାପତି ପୂଜାରୀ ପ୍ରଣବ ଲୋକ ସଭା ପ୍ରାର୍ଥୀ ହେବା ଦ୍ୱାରା ବିଜେଡି ଲୋକ ସଭା କ୍ଷେତ୍ରରେ ଭଲ ପ୍ରଦର୍ଶନ କରି ବିଜୟୀ ହେବ ବୋଲି କହିଛନ୍ତି। ପ୍ରଣବଙ୍କୁ ପ୍ରାର୍ଥୀ କରାଯିବା ଏକ ବଳିଷ୍ଠ ଓ ଯୋଗ୍ୟ ନିଷ୍ପତ୍ତି ବୋଲି ରାଜ୍ୟ ବିଜେଡି ମୁଖପାତ୍ର ସଞ୍ଜୟ ବାବୁ କହିଛନ୍ତି। ଦୁର୍ବଳ ବିଧାୟକ ଓ ସାଂସଦଙ୍କ ଯୋଗୁ ସମ୍ବଲପୁର ଗତ ପାଞ୍ଚବର୍ଷ ହେବ ଘୋର ଅବହେଳାର ଶିକାର ହୋଇଥିବା ପୂର୍ବତନ ଜିଲା ବିଜେଡି ସଭାପତି ସିଦ୍ଧାର୍ଥ ଦାସ କହିଛନ୍ତି। ସେହିଭଳି ଭାଜପା କର୍ମୀମାନେ ସାରା ଦେଶରେ ମୋଦି ଲହର ଚାଲିଥିବା ବେଳେ ସମ୍ବଲପୁରରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନେକ ଭୋଟ ବ୍ୟବଧାନରେ ବିଜୟୀ ହୋଇ ପୁଣିଥରେ କେନ୍ଦ୍ରମନ୍ତ୍ରୀ ହେବେ ବୋଲି ଆଶା ବାନ୍ଧିଛନ୍ତି। ଧର୍ମେନ୍ଦ୍ର କେବଳ ଓଡ଼ିଶାର ନୁହେଁ, ଜାତୀୟ ରାଜନୀତିରେ ଜଣେ ଚର୍ଚ୍ଚିତ ଚେହେରା ଏବଂ ଦୀର୍ଘ ଦଶବର୍ଷ ଧରି କେନ୍ଦ୍ରରେ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରୀ ପଦରେ ରହି ନିଜ ଦକ୍ଷତା ପ୍ରଦର୍ଶନ ସହ ସମ୍ବଲପୁର ଅଞ୍ଚଳର ବିକାଶ ପାଇଁ ଆଇଆଇଏମ୍‌ ଭଳି ଅନେକ ବୃହତ ପ୍ରକଳ୍ପର ରୂପାୟନ କରି ଲୋକଙ୍କ ବିଶ୍ୱାସ ଭାଜନ ହୋଇପାରିଥିବା ଭାଜପା ରାଜ୍ୟ ପେନାଲିଷ୍ଟ ମାନସ ରଞ୍ଜନ ବକ୍ସି କହିଛନ୍ତି। ସେହିପରି ୧୯୯୨ରୁ ୧୯୯୭ ମଧ୍ୟରେ ଏବିଭିପିର ସମ୍ବଲପୁର ବିଭାଗ ସଂଗଠନ ସମ୍ପାଦକ, ରାଜ୍ୟ ସମ୍ପାଦକ ଓ ରାଷ୍ଟ୍ରୀୟ ସମ୍ପାଦକ ଥିବା ସମୟରେ ସମ୍ବଲପୁରରେ ରହି ସଂଗଠନ କାର୍ଯ୍ୟ କରିବା ସହ ୨୦୦୪ରେ ତତ୍କାଳୀନ ଦେବଗଡ଼ ଲୋକ ସଭା ନିର୍ବାଚନ ମଣ୍ଡଳୀରୁ ସାଂସଦ ଭାବରେ ନିର୍ବାଚିତ ହୋଇ ଧର୍ମେନ୍ଦ୍ର ସମ୍ବଲପୁର ସହ ଭାବଗତ ସମ୍ପର୍କ ରହିଥିବା ରେଙ୍ଗାଲି ବିଧାୟକ ନାଉରୀ ନାୟକ କହିଛନ୍ତି । ସେହିପରି ରୋହିତ ପୂଜାରୀ ମଧ୍ୟ ପ୍ରଣବ ପ୍ରକାଶ ଦାସ ବିଜେଡି ସଙ୍ଗଠନ ସମ୍ପାଦକ ଭାବେ ଅନୁଭବୀ ନେତା ଓ ତାଙ୍କ ପିତା ଅଶୋକ ଦାସଙ୍କର ସମ୍ବଲପୁର ସହିତ ଗଭୀର ସମ୍ପର୍କ ରହିଥିବା କହିଛନ୍ତି। ଏଭଳି ସ୍ଥିତିରେ ରାଜ୍ୟ ରାଜନୀତିର ଦୁଇ ଦକ୍ଷ ସଙ୍ଗଠକ ପ୍ରଣବ ପ୍ରକାଶ ଦାସ ଏବଂ ଧର୍ମେନ୍ଦ୍ର ପ୍ରଧାନ ରାଜନୀତିରେ ଅନୁଭବୀ ବ୍ୟକ୍ତିତ୍ୱ। ସେ ଯାହା ହେଉ ଉଭୟ ଦଳର କର୍ମୀ ସାମାଜିକ ଗଣମାଧ୍ୟମରେ ଉଭୟ ନେତାଙ୍କ ହାରଜିତକୁ ନେଇ ଏବେଠୁ ଅଙ୍କକଷା ଆରମ୍ଭ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀରେ ବ୍ୟାପିଲା ଝାଡାବାନ୍ତି, ଜଣଙ୍କର ମୃତ୍ୟୁ ହୋଇଥିବା ଅଭିଯୋଗ

ପୁରୀ,୨୭।୪: ପୁରୀରେ ବ୍ୟାପିଲା ଝାଡାବାନ୍ତି। ପୁରୀ ସହରର ବିଭିନ୍ନ ଅଞ୍ଚଳରେ ବ୍ୟାପିଲା ଝାଡାବାନ୍ତି। ବାଲିସାହି, ରେଡକ୍ରସ୍‌ ରୋଡ୍‌ ସହ ବିଭିନ୍ନ ଅଞ୍ଚଳରେ ଏକାଧିକ ଆକ୍ରାନ୍ତ ଚିହ୍ନଟ...

ହାର୍ଡ ମଦର ଜାଗା ନେଲା ବିଅର, ଓଡ଼ିଶାରେ ଏଥର ବିକ୍ରିରେ ଭାଙ୍ଗିଲା ସର୍ବକାଳୀନ ରେକର୍ଡ

ଭୁବନେଶ୍ୱର,୨୭।୪: ତାପମାତ୍ରା ବଢିବା ସହ ଦେଶରେ ବିଅର ବିକ୍ରି ମଧ୍ୟ ବଢୁଛି। ଏହି କ୍ରମରେ ଏଥର ଓଡିଶା ବିଅର ବିକ୍ରିରେ ସର୍ବକାଳୀନ ରେକର୍ଡ ଭାଙ୍ଗିଛି। ଅବକାରୀ...

ପ୍ରଶାନ୍ତ ୫୦ ହଜାରରୁ ଅଧିକ ଭୋଟରେ ଜିତିବେ: ଚିରଞ୍ଜୀବ

ଜଗତ୍‌ସିଂହପୁର,୨୭ା୪(ପ୍ରମୋଦ କୁମାର ନାୟକ): ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱ ଉପରେ ଆସ୍ଥା ପ୍ରକଟ କରି ଚିରଞ୍ଜୀବ ବିଶ୍ୱାଳ ବିନା ସର୍ତ୍ତରେ ବିଜେଡିରେ ମିଶିଛନ୍ତି। ୨୦୧୯ ସାଧାରଣ ନିର୍ବାଚନରେ ଜଗତ୍‌ସିଂହପୁର...

ବଡ଼ଚଣାରେ ଭାବବିହ୍ବଳ ହେଲେ ବର୍ଷା

ଚଣ୍ଡିଖୋଲ/ ଛତିଆ/ ବଡ଼ଚଣା, ୨୭ା୪ (ପ୍ରଦୀପ୍ତ କୁମାର ପୃଷ୍ଟି/ ସୌମ୍ୟରଞ୍ଜନ ସାହୁ/ ଦିଲୀପ କୁମାର ମହାନ୍ତି): ବଡ଼ଚଣା ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ବିଜେଡି ଅଭିନେତ୍ରୀ ବର୍ଷା...

ଘରୋଇ ଚିକିତ୍ସା କଲେ ଚାକିରିରୁ ବିଦା ହେବେ ଡାକ୍ତର

ବ୍ରହ୍ମପୁର,୨୭।୪(ସୁବାସ ଚନ୍ଦ୍ର ପାଢ଼ୀ): ମହାରାଜା କୃଷ୍ଣଚନ୍ଦ୍ର ଗଜପତି(ଏମକେସିଜି) ମେଡିକାଲର ବିଭିନ୍ନ ବିଭାଗରେ କାର୍ଯ୍ୟରତ ସିନିୟର୍‌ ରେସିଡେଣ୍ଟ(ଏସ୍‌ଆର) ତଥା ଟ୍ୟୁଟରମାନେ ଘରୋଇ ମେଡିକାଲରେ ରୋଗୀ ଚିକିତ୍ସା କରୁଥିବା...

ବିଏସ୍‌କେଓ୍ବାଇକୁ ବିରୋଧ କରୁଛନ୍ତି କେନ୍ଦ୍ରମନ୍ତ୍ରୀ: ପାଣ୍ଡିଆନ୍‌

ଭୁବନେଶ୍ୱର/ ଉମରକୋଟ/ଝରିଗାଁ/ ପାପଡ଼ାହାଣ୍ଡି/ନବରଙ୍ଗପୁର/ ତେନ୍ତୁଳିଖୁଣ୍ଟି, ୨୭ା୪ (ଅନିଲ ଦାସ/ସନ୍ତୋଷ ଶତପଥୀ/କିଶୋର ଚନ୍ଦ୍ର ମଣ୍ଡଳ/ସ୍ବପ୍ନଜିତ ପଟ୍ଟନାୟକ/ସଦାଶିବ ପ୍ରହରାଜ/ଚିଦାନନ୍ଦ ସାହୁ): ବିଜେଡିର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଶୁକ୍ରବାର...

ଗୋଟିଏ ଆସନ ପାଣ୍ଡିଆନ୍‌ଙ୍କ ପାଇଁ ଛାଡ଼ିବେ ମୁଖ୍ୟମନ୍ତ୍ରୀ: ଭାଜପା

ଭୁବନେଶ୍ୱର, ୨୭।୪(ସୁନିତ୍‌ ମିଶ୍ର): କାର୍ତ୍ତିକ ପାଣ୍ଡିଆନ୍‌ଙ୍କ ନାଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକାରେ ଅଛି। ଏଥିରୁ ପ୍ରମାଣିତ ହେଲା ଯେ, ସେ ହେଉଛନ୍ତି ବିଜେଡିର ୨...

ଛିଡୁନି ଭାଜପା ପ୍ରାର୍ଥୀଙ୍କ ନାମ, ମହିଳା କାର୍ଡ ଖେଳିବା ଚର୍ଚ୍ଚା

କଟକ,୨୭ା୪(ଶିଳ୍ପା ପ୍ରିୟଦର୍ଶିନୀ): ନିର୍ବାଚନକୁ ମାତ୍ର କମ୍‌ ସମୟ ଥିବାବେଳେ ଆସନ୍ତା ସୋମବାରଠାରୁ ନାମାଙ୍କନ ପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହେବ। ହେଲେ ଏପର୍ଯନ୍ତ ବାରବାଟୀ-କଟକ ଭାଜପାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri