Posted inଖେଳ

ଭାରତୀୟ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରେ ଦୂତୀ, ଶ୍ରାବଣୀ

ନୂଆଦିଲ୍ଲୀ,୧୬।୬: ବର୍ମିଂହାମ ରାଜ୍ୟଗୋଷ୍ଠୀ କ୍ରୀଡ଼ା ପାଇଁ ଭାରତୀୟ ଆଥ୍‌ଲେଟିକ୍ସ ଫେଡେରେଶନ (ଏଏଫ୍‌ଆଇ) ପକ୍ଷରୁ ଗୁରୁବାର ୩୭ ଜଣିଆ ଭାରତୀୟ ଆଥ୍‌ଲେଟ୍‌ ଦଳ ଘୋଷଣା କରାଯାଇଛି। ଅଲିମ୍ପିକ୍‌ ଚାମ୍ପିୟନ ଜାଭେଲିନ ଥ୍ରୋୟର ନୀରଜ ଚୋପ୍ରା ଏହି ଦଳର ନେତୃତ୍ୱ ନେବେ। ଏହି ଦଳରେ ଓଡ଼ିଶାର ଦୂତୀ ଚାନ୍ଦ ଓ ଶ୍ରାବଣୀ ନନ୍ଦ ସ୍ଥାନ ପାଇଛନ୍ତି। ତେବେ ଦୁହେଁ ୧୦୦ ମି. କିମ୍ବା ୨୦୦ ମିଟର ରେସରେ ଭାଗ ନେବେ ନାହିଁ। ସେମାନଙ୍କୁ ଭାରତୀୟ ମହିଳା ୪ x ୧୦୦ ମିଟର ରିଲେ ଦଳରେ ସାମିଲ କରାଯାଇଛି। ଦୁଇ ଓଡ଼ିଆ ଖେଳାଳିଙ୍କ ସହିତ ହିମା ଦାସ, ଏମ୍‌ ଭି ଜିଲନା ଓ ଏନ୍‌ ଏସ୍‌ ସିମି ମଧ୍ୟ ଏହି ଇଭେଣ୍ଟ ପାଇଁ ଦଳରେ ରହିଛନ୍ତି। ଏଏଫ୍‌ଆଇ ଚୟନ କମିଟି ବାଛିଥିବା ୩୭ ଜଣିଆ ଭାରତୀୟ ଦଳରେ ଅନେକ ଷ୍ଟାର ଆଥ୍‌ଲେଟ ରହିଛନ୍ତି। ଦୂତୀ ଏବଂ ହିମାଙ୍କ ଛଡ଼ା ୩୦୦୦ ମିଟର ଷ୍ଟିପଲଚେଜରେ ୮ ଥର ଜାତୀୟ ରେକର୍ଡ ଭାଙ୍ଗିଥିବା ଅବିନାଶ ସାବଲେ, ୧୦୦ ମିଟର ବାଧା ଦୌଡ଼ରେ ଦୁଇ ଥର ଜାତୀୟ ରେକର୍ଡ ଭାଙ୍ଗିଥିବା ଜ୍ୟୋତି ୟାରାଜି ମଧ୍ୟ ରହିଛନ୍ତି। ତେବେ ୨୦୦ ମିଟର ଜାତୀୟ ରେକର୍ଡଧାରୀ ଅମ୍ଳାନ ବର୍ଗୋହେନ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଲାଗି ଯୋଗ୍ୟତା ହାସଲ କରାପାରି ନାହାନ୍ତି। ଦଳରେ ସ୍ଥାନ ପାଇଥିବା କିଛି ଆଥ୍‌ଲେଟଙ୍କୁ ବର୍ମିଂହାମ ଗସ୍ତ ପୂର୍ବରୁ ସେମାନଙ୍କ ଫର୍ମ ଏବଂ ଫିଟ୍‌ନେସର ପ୍ରମାଣ ଦେବାକୁ ପଡ଼ିବ। ଭେଟେରାନ ଡିସକସ୍‌ ଥ୍ରୋୟର ସୀମା ପୁନିଆ ୫ମ ଥର ପାଇଁ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଦଳରେ ସ୍ଥାନ ମିଳିଛି। ପୂର୍ବ ସଂସ୍କରଣରେ ତାଙ୍କ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ତାଙ୍କୁ ସୁଯୋଗ ଦିଆଯାଇଛି। ତେବେ ତାଙ୍କ ଯୋଗ୍ୟତା ଉପରେ ଏବେ ବି ପ୍ରଶ୍ନବାଚୀ ରହିଛି। ଆମେରିକାରେ ହେବାକୁ ଥିବା ଏକ ପ୍ରତିଯୋଗିତାରେ ତାଙ୍କୁ ଏଏଫ୍‌ଆଇ ଦ୍ୱାରା ଦିଆଯାଇଥିବା ମାନଦଣ୍ଡ ପୂରଣ କରିବାକୁ ପଡ଼ିବ। ପୁନିଆ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ରାଜ୍ୟଗୋଷ୍ଠୀ ସଂସ୍କରଣରେ ପଦକ ହାସଲ କରିଛନ୍ତି।
ପୁରୁଷ ଆଥଲେଟ୍‌: ଅବିନାଶ ସାବଲେ (୩୦୦୦ ମି. ଷ୍ଟିପଲଚେଜ), ନିତେନ୍ଦର ରାଓ୍ବତ (ମାରାଥନ), ଏମ୍‌ ଶ୍ରୀଶଙ୍କର ଏବଂ ମହମ୍ମଦ ଅନିସ ୟାହିୟା (ଲଙ୍ଗ ଜମ୍ପ), ଅବଦୁଲା ଆବୁବାକର, ପ୍ରବୀଣ ଚିଥ୍ରାଭେଲ ଓ ଏଲଡୋଜ ପଲ (ଟ୍ରିପଲ ଜମ୍ପ), ତାଜିନ୍ଦର ସିଂ ତୁର (ଶଟ ପୁଟ୍‌), ନୀରଜ ଚୋପ୍ରା, ଡିପି ମନୁ ଓ ରୋହିତ ଯାଦବ (ଜାଭେଲିନ ଥ୍ରୋ), ସନ୍ଦୀପ କୁମାର ଓ ଅମିତ ଖାତ୍ରି (ରେସ ଓ୍ବାକିଂ), ଅମୋଜ ଜ୍ୟାକବ, ନୋଆ ନିର୍ମଳ ତୋମ, ଆରୋକିଆ ରାଜିବ, ମହମ୍ମଦ ଅଜମଲ, ନାଗନାଥନ ପାଣ୍ଡି ଓ ରାଜେଶ ରମେଶ (୪ x ୪୦୦ ରିଲେ)।
ମହିଳା ଆଥ୍‌ଲେଟ: ଏସ୍‌ ଧନଲକ୍ଷ୍ମୀ (୧୦୦ ମି. ଏବଂ ୪ x ୪୦୦ ରିଲେ), ଜ୍ୟୋତି ୟାରାଜି (୧୦୦ ମି. ହର୍ଡଲ୍ସ), ଐଶ୍ୱର୍ଯ୍ୟା ବି (ଲଙ୍ଗ ଜମ୍ପ ଓ ଟ୍ରିପଲ ଜମ୍ପ), ଆନସି ସୋଜାନ (ଲଙ୍ଗ ଜମ୍ପ), ମନପ୍ରୀତ କୌର (ଶଟ ପୁଟ୍‌), ନବଜୀତ କୌର ଢ଼ିଲୋନ ଓ ସୀମା ପୁନିଆ (ଡିସକସ ଥ୍ରୋ), ଅନୁ ରାଣୀ, ଶିଳ୍ପା ରାଣୀ (ଜାଭେଲିନ ଥ୍ରୋ), ମଞ୍ଜୁ ବାଲା ସିଂ ଓ ସରିତା ରୋମିତ ସିଂ (ହାମର ଥ୍ରୋ), ଭବନା ଜାଟ, ପ୍ରିୟଙ୍କା ଗୋସ୍ବାମୀ (ରେସ ଓ୍ବାକିଂ), ହିମା ଦାସ, ଦୂତୀ ଚାନ୍ଦ, ଶ୍ରାବଣୀ ନନ୍ଦ, ଏମ୍‌ ଭି ଜିଲନା ଓ ଏନ ଏସ୍‌ ସିମି (୪ x ୧୦୦ ରିଲେ)।


Enter your email to get our daily news in your inbox.

All Right Reserved By Dharitri.Com

୨୦୨୭ ବିଜୟର ସ୍କ୍ରିପ୍ଟ ପ୍ରସ୍ତୁତ କଲାଣି ଭାଜପା: ଚକ୍ରବ୍ୟୁହରେ ଫସିବେ ବିରୋଧୀ

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା) ସୋମବାର ନୂଆ ଟିମ୍‌ ଘୋଷଣା କରିଛି। ଏଥିରେ ଉତ୍ତର ପ୍ରଦେଶର ୮ ଜଣ ନେତା ପଦବୀ ପାଇଛନ୍ତି। ଏହା ମାଧ୍ୟମରେ…

ଡବ୍ଲ୍ୟୁସିଏଲ୍‌ ପାଇଁ ବଡ଼ ଘୋଷଣା, ସିଜନ-୩ରେ ଖେଳିବେ ଏହି ଷ୍ଟାର ଖେଳାଳି, ଜାଣନ୍ତୁ…

ନୂଆଦିଲ୍ଲୀ,୧୭ା: ଅକ୍ଟୋବର ୩ରୁ ଆରମ୍ଭ ହେବଓ୍ବାଲର୍‌ଡ ଚାମ୍ପିୟନଶିପ୍‌ ଅଫ୍‌ ଲିଜେଣ୍ଡ୍ସ(ଡବ୍ଲ୍ୟୁସିଏଲ୍‌)। ଏଥିରେ ଯୁବରାଜ ସିଂ, ଡ୍ବେନ ବ୍ରାଭୋ ଓ ଏବି ଡି’ଭିଲର୍ସଙ୍କ ଭଳି ପୂର୍ବତନ ଷ୍ଟାର ଖେଳାଳିଙ୍କ…

ବଚ୍ଚନ ପରିବାରର ଭିତିରି କଥା କହିଦେଲେ ଅମିତାଭ: ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଗାଷ୍ଟାର ଅମିତାଭ ବଚ୍ଚନ ଆଜିକାଲି ‘କୌନ ବନେଗା କରୋଡ଼ପତି ସିଜିନ ୧୮’ କୁଇଜ ଶୋ’ ମାଧ୍ୟମରେ ଦର୍ଶକଙ୍କୁ ମନୋରଞ୍ଜନ କରୁଛନ୍ତି। ଶୋ’ରେ ଅଭିନେତା ପ୍ରାୟତଃ ତାଙ୍କ ବ୍ୟକ୍ତିଗତ…

ସ୍ତ୍ରୀଙ୍କୁ ହତ୍ୟା କରି ହୋଇଥିଲେ ଫେରାର, ୪ ବର୍ଷ ପରେ ମିଳିଲା ଦଣ୍ଡ

ପାରଳାଖେମୁଣ୍ଡି,୧୭।୮(ଗିରିଧାରୀ ପରିଛା) : ଝିଅର ଚିକିତ୍ସାକୁ ନେଇ ପତ୍ନୀଙ୍କ ସହ ବଚସାରୁ ତାଙ୍କୁ ହତ୍ୟା କରିବା ମାମଲାରେ ସ୍ୱାମୀଙ୍କୁ ଆଜୀବନ କାରାଦଣ୍ଡ ହୋଇଛି । ଗଜପତି ଜିଲା…

ଭାଜପାର ନୂଆ ଟିମ୍‌ରେ ଓଡ଼ିଶାର ଏହି ୨ ନେତା ସାମିଲ: ଜାଣନ୍ତୁ କିଏ କିଏ

ଭୁବନେଶ୍ୱର,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

ନୀତିନ ନବୀନଙ୍କ ନୂଆ ଟିମ୍‌ରେ କେଉଁ ରାଜ୍ୟରୁ କାହାକୁ ମିଳିଲା ଦାୟିତ୍ୱ: ଜାଣନ୍ତୁ

ନୂଆଦିଲ୍ଲୀ,୧୭।୮: ଭାଜପାର ନୂତନ ସଭାପତି ନୀତିନ ନବୀନଙ୍କ ନେତୃତ୍ୱରେ ନୂତନ ଜାତୀୟ ଦଳ ଘୋଷଣା କରାଯାଇଛି। ଏଥିରେ ପୂର୍ବରୁ ପଶ୍ଚିମ ଏବଂ ଉତ୍ତରରୁ ଦକ୍ଷିଣ ପର୍ଯ୍ୟନ୍ତ ବ୍ୟାପୀ…

୨ ବର୍ଷର ବନବାସର ଘଟିଲା ଅନ୍ତ: ସ୍ମୃତିଙ୍କୁ ମିଳିଲା…

ନୂଆଦିଲ୍ଲୀ,୧୭।୮: ଭାରତୀୟ ଜନତା ପାର୍ଟି (ଭାଜପା)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ନୀତିନ ନବୀନଙ୍କ ଦ୍ୱାରା ଘୋଷଣା କରାଯାଇଥିବା ନୂତନ ଦଳରେ, ପୂର୍ବତନ ଏମ୍‌ପି ଏବଂ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ପିଉସାଙ୍କୁ ହତ୍ୟା କରି ପୋଡିଦେବା ଘଟଣା: ଜମି ବିବାଦ ନା ଗୁଣି ଗାରେଡି, ୨ ଜଣଙ୍କୁ…

ଦାରିଙ୍ଗବାଡି,୧୭।୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ବାଡାବାଙ୍ଗା ପଞ୍ଚାୟତ ସିକନବାଡି ଗାଁରେ ଏକ ହତ୍ୟା ଘଟଣାର ପୋଲିସ ଖୁଲାସା କରିଛି। ହତ୍ୟାର ଶିକାର ହୋଇଛନ୍ତି ଉକ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri