ପ୍ରେମିକାଙ୍କ ଘର ପଛରୁ ମିଳିଲା ପ୍ରେମିକଙ୍କ ମୃତଦେହ

ସମ୍ବଲପୁର,୧୬ା୬(ବ୍ୟୁରୋ): ସମ୍ବଲପୁର ଜିଲା ଯୁଯୁମୁରା ଥାନା ଖଇରମାଲ ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଜୁନ ୧୯ରେ ବିବାହ ସ୍ଥିର ହୋଇଥିବା ବେଳେ ଏହାର ଦୁଇଦିନ ପୂର୍ବରୁ ଗୁରୁବାର ପ୍ରେମିକ ଅଶୋକ ସାହୁ(୩୨)ଙ୍କ ମୃତଦେହ ପ୍ରେମିକାଙ୍କ ଘର ବାରିପଟୁ ପୋଲିସ ଜବତ କରିଛି। ଅଶୋକଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ବଡଭାଇ ସରୋଜ ଅଭିଯୋଗ କରିଛନ୍ତି। ଯୁବତୀ ଜଣଙ୍କ ଅଶୋକଙ୍କୁ ଘରକୁ ଡାକି ପରିବାର ସହ ମିଶି ହତ୍ୟା କରିଥିବା ସେ ଅଭିଯୋଗରେ ଦର୍ଶାଇଛନ୍ତି। ତେଣୁ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ମୃତକଙ୍କ ପରିବାର ଲୋକେ ଦାବି କରିଛନ୍ତି। ପୋଲିସ ସାଇଣ୍ଟିଫିକ ଟିମ୍‌ ସହ ପହଞ୍ଚତ୍ ତଦନ୍ତ ଆରମ୍ଭ କରିଛି। ପ୍ରେମିକା, ତାଙ୍କ ଭାଇ ଓ ମାଆଙ୍କୁ ପୋଲିସ ଅଟକ ରଖିଛି। ମୃତଦେହ ବ୍ୟବଚ୍ଛେଦ ପାଇଁ ପଠାଯାଇଛି, ରିପୋର୍ଟ ଆସିବା ପରେ ସତ୍ୟାସତ୍ୟ ଜଣାପଡିବ ବୋଲି ପୋଲିସ କହିଛି। ଘଟଣାକୁ ନେଇ ଅଞ୍ଚଳରେ ଚାପା ଉତ୍ତେଜନା ଲାଗିରହିଛି।

ସରୋଜଙ୍କ ଅଭିଯୋଗ କ୍ରମେ ପ୍ରାୟ ୫ବର୍ଷ ହେବ ଅଶୋକ ଓ ଯୁବତୀଙ୍କ ସହ ପ୍ରେମ ସମ୍ପର୍କ ରହିଥିଲା। ଏ ସମ୍ପର୍କରେ ଉଭୟ ପରିବାର ଅବଗତ ଥିଲେ। ଏପରିସ୍ଥଳେ କିଛିଦିନ ପୂର୍ବରୁ ଯୁବତୀଙ୍କ ଅନ୍ୟତ୍ର ବିବାହ ସ୍ଥିର ହୋଇଥିଲା। ଏହାକୁ ନେଇ ଅଶୋକ ଚିନ୍ତାରେ ଥିଲେ। ବୁଧବାର ଯୁବତୀ ଜଣକ ଫୋନ କରି ଅଶୋକଙ୍କୁ ଡାକିଥିଲେ। ବିବାହ ୧୯ ତାରିଖରେ ରହିଛି, ତେଣୁ କୁଆଡେ ଫେରାର ହୋଇଯିବାକୁ କହିଥିଲେ। ଅଶୋକ ୨ ସାଙ୍ଗଙ୍କ ସହ ଯୁବତୀଙ୍କ ଘରକୁ ଆସିଥିଲେ। ସାଙ୍ଗମାନେ ତାଙ୍କୁ ଘର ବାରିପଟେ ଛାଡି ଚାଲିଯାଇଥିଲେ। ସକାଳୁ ଅଶୋକ ଘରକୁ ନ ଆସିବରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଶେଷରେ ଅଶୋକଙ୍କ ସାଙ୍ଗମାନଙ୍କଠାରୁ ସୂଚନା ପାଇ ଯୁବତୀଙ୍କ ଘରକୁ ଯାଇ ଖୋଜିବାରୁ ବାରିପଟେ ମୃତଦେହ ପଡିଥିବା ଦେଖିଥିଲେ। ଅଶୋକଙ୍କ ଶରୀରରେ କ୍ଷତ ଚିହ୍ନ ଥିବାବେଳେ ମୁହଁରେ ଗାମୁଛା ଘୋଡାଯାଇଥିଲା। ଏ ସମ୍ପର୍କରେ ଯୁଯୁମୁରା ଥାନା ଅଧିକାରୀ ରାଜକୁମାର ବିଶ୍ୱାଳଙ୍କୁ ପଚାରିବାରୁ ସେ କହିଥିଲେ, ମୃତଦେହ ଜବତ କରାଯାଇଛି। ଶରୀରରେ ସାମାନ୍ୟ କ୍ଷତ ରହିଛି। ହତ୍ୟା ନା ଆତ୍ମହତ୍ୟା ଜଣାପଡି ନାହିଁ। ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ସ୍ପଷ୍ଟ ହୋଇଯିବ। ଅଭିଯୋଗ କ୍ରମେ ଯୁବତୀଙ୍କ ପରିବାର ବର୍ଗଙ୍କୁ ଅଟକ ରଖାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କମ୍ପ୍ଲେକ୍ସ, ମଲ୍‌ରେ ଚାଲିଛି ଯାଞ୍ଚ

କେନ୍ଦୁଝର,୧୭।୫(ସ୍ବ.ପ୍ର.): ଦିଲ୍ଲୀରେ ଅଗ୍ନିକାଣ୍ଡ ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଅଗ୍ନିଶମ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଯାଞ୍ଚ କରାଯାଉଛି ା ସୁରକ୍ଷା ପ୍ରମାଣ ପତ୍ର...

ନିସାହା ତୁଳସାକୁଁ ସାହାଯ୍‌ କଲା ଓଁଶ୍ରୀ ଯୁବକ ସଂଘ

  ମୋହନଗିରି,୧୦।୧୨(ଡି.ଏନ.ଏ.)- କଳାହାଣ୍ଡି ଜିଲା ମ.ରାମପୁର ବ୍ଲକ ମୋହନଗିରି ୨ ନମ୍ବର ଓ୍ବାର୍ଡର ତୁଳସା ନନ୍ଦ(୪୮)। ଆଏଜ୍‌କେ ୧୮ ଦିନ୍‌ ହେଲା ଘରର ପିଁଢ଼ାରୁ ପଡ଼ି...

୧୧ଟା ସୁଦ୍ଧା ୩୨% ମତଦାନ

ଝାରସୁଗୁଡ଼ା ଅଫିସ,୩୧।୫: ବ୍ରଜରାଜନଗର ଉପନିର୍ବାଚନ ପାଇଁ ଭୋଟ ଗ୍ରହଣ ଚାଲିଛି। ପୂର୍ବାହ୍ନ ୧୧ଟା ସୁଦ୍ଧା ୩୨ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି। ସକାଳ ୭ଟାରୁ ଭୋଟ...

ବାଲିଗୁଡ଼ା ଏନ୍‌ଏସିରେ ବିଜେଡିର ବାଜିମାତ୍‌ : ଖାତା ଖୋଲିପାରିଲାନି ଭାଜପା

ବାଲିଗୁଡ଼ା,୨୬ା୩(ଡି.ଏନ୍‌.ଏ.): ପୌର ନିର୍ବାଚନରେ ପୁଣି ବିଜେଡିର ବାଜିମାତ୍‌। କନ୍ଧମାଳ ଜିଲା ବାଲିଗୁଡ଼ା ବିଜ୍ଞାପିତ ଅଞ୍ଚଳ ପରିଷଦରେ ବିଜେଡି ବିପୁଳ ବିଜୟ ହାସଲ କରିଛି। ବ୍ଲକ ସଭାପତି...

ଶିକ୍ଷୟିତ୍ରୀଙ୍କୁ ନିର୍ଯାତନା ଘଟଣା: ପ୍ରଧାନ ଶିକ୍ଷକ ଗିରଫ

କ.ନୂଆଗାଁ,୨୦ା୯(ଡ଼ି.ଏନ.ଏ.): କ.ନୂଆଗାଁ ଥାନା କୁଡୁତୁଲି ଉନ୍ନୀତ ଉଚ୍ଚ ବିଦ୍ୟାଳୟର ଶିକ୍ଷୟିତ୍ରୀ ସୁନୀତା ପ୍ରଧାନଙ୍କୁ ନିର୍ଯାତନା ଦେବା ଘଟଣାରେ ଗୁରୁବାର କ.ନୂଆଗାଁ ପୋଲିସ ପ୍ରଧାନ ଶିକ୍ଷକ ଚନ୍ଦ୍ରଶେଖର...

ଯୁବତୀଙ୍କୁ ପ୍ରତାରଣା ଅଭିଯୋଗ

ବଡ଼ଗାଁ, ୧୯।୬ (ଡି.ଏନ୍‌.ଏ.): ସୁନ୍ଦରଗଡ଼ ଜିଲା ବଡ଼ଗାଁ ଥାନା ଅନ୍ତର୍ଗତ ପାମରା ଗ୍ରାମର ଜନୈକା ଯୁବତୀଙ୍କୁ ପ୍ରତାରଣା କରାଯାଇଥିବା ବୁଧବାର ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗରେ...

ସମବାୟ ନିର୍ବାଚନ ପାଇଁ ବିଜେଡିର ରଣନୀତି ଆରମ୍ଭ

ସୁନ୍ଦରଗଡ଼,୨୪।୫(ଡି.ଏନ୍‌.ଏ.): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଆଗାମୀ ସମବାୟ ନିର୍ବାଚନ ପାଇଁ ସୁନ୍ଦରଗଡ଼ ସାଙ୍ଗଠନିକ ଜିଲା ବିଜୁ ଜନତା ଦଳ ପକ୍ଷରୁ ଏକ ପ୍ରସ୍ତୁତି...

ରଥଯାତ୍ରା ନୀତି ନିର୍ଘଣ୍ଟ ନେଇ ବସିଲା ପରିଚାଳନା କମିଟି ବୈଠକ

ପୁରୀ ଅଫିସ, ୭।୬: ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ମଙ୍ଗଳବାର ହୋଇଛି। ଗଜପତି ମହାରାଜାଙ୍କ ଅଧ୍ୟକ୍ଷତାରେ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଏହି ବୈଠକ ଚାଲିଛି । ବୈଠକରେ...

Advertisement
Archives

Model This Week