ଗରିବଙ୍କୁ ବାଧିବ

ଦେଶରେ ଚାଇନା ବିରୋଧରେ କ୍ରୋଧ ବଢ଼ିବାରେ ଲାଗିଛି। ଚାଇନାକୁ ଉଚିତ ଶିକ୍ଷା ଦେବା ପାଇଁ ଏହାର ସମସ୍ତ ସାମଗ୍ରୀ, ସେବା ତଥା ଏପରିକି ପ୍ରଯୁକ୍ତିବିଦ୍ୟାକୁ ଦେଶବ୍ୟାପୀ ବର୍ଜନ କରିବା ପାଇଁ ଆହ୍ବାନ ଦିଆଯାଉଛି। ଅନ୍ୟାନ୍ୟ ସାମଗ୍ରୀ ଭିତରେ ପୂର୍ଣ୍ଣ କାର୍ଯ୍ୟକ୍ଷମ ଟିଭି ସେଟ୍‌ ଓ ସ୍ମାର୍ଟ ଫୋନ୍‌ ପ୍ରଭୃତି ଚାଇନାନିର୍ମିତ ସୁଦୃଶ୍ୟ ଉପକରଣଗୁଡ଼ିକୁ ସର୍ବସାଧାରଣରେ ଭାଙ୍ଗିରୁଜି ନଷ୍ଟ କରିଦିଆଯାଉଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୂରିବୁଲୁଛି। କେନ୍ଦ୍ରମନ୍ତ୍ରୀ ରାମଦାସ ଅଠାୱାଲେ ଚାଇନାର ଖାଦ୍ୟ ବିକ୍ରୟ କରୁଥିବା ରେଷ୍ଟୁରାଣ୍ଟ ଉପରେ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି। ତଥାକଥିତ ଚାଇନିଜ୍‌ ଖାଦ୍ୟ ବିକ୍ରୟ କରୁଥିବା ରେଷ୍ଟୁରାଣ୍ଟଗୁଡିକରେ ଭାରତୀୟ ରୋଷେୟା ଓ ଭାରତୀୟ ଶ୍ରମିକମାନେ ନିୟୋଜିତ ହୋଇଥିବା ବିଷୟରେ ଧ୍ୟାନ ଦେଇ ନ ଥିବା ମନ୍ତ୍ରୀ ଦେଶର ଗ୍ରାମାଞ୍ଚଳରେ ଗରିବ କୃଷକଙ୍କ ଦ୍ୱାରା ଉତ୍ପାଦିତ ଶସ୍ୟ ଓ ପନିପରିବା ଆଦି ଯେ ଏହି ରୋଷେଇରେ ବ୍ୟବହୃତ ହୁଏ, ସେ ବିଷୟରେ ଚିନ୍ତା କରି ନ ଥିବା ସ୍ବାଭାବିକ। କୋଟିକୋଟି ଡଲାର ମୂଲ୍ୟର କାରବାର ବର୍ତ୍ତମାନ ଏକ ପ୍ରକାର ଠପ୍‌ ହୋଇଯାଇଛି। ମହାରାଷ୍ଟ୍ର ସରକାର ସୋମବାର ୫୦୦୦ କୋଟି ଟଙ୍କା ମୂଲ୍ୟର ଚାଇନାର ପୁଞ୍ଜିଲଗାଣ ଉପରେ ରହିତାଦେଶ ଜାରି କରିଥିବା ଘୋଷଣା କରିଛନ୍ତି। ଅନ୍ୟାନ୍ୟ ଅନେକ ରାଜ୍ୟ ସରକାର ଏହାକୁ ଅନୁସରଣ କରିପାରନ୍ତି। ୨୦ ଜଣ ଭାରତୀୟ ସୈନିକଙ୍କ ନିର୍ଦ୍ଦୟ ହତ୍ୟା ଏବଂ ସୀମାନ୍ତରେ ଚାଇନା କ୍ରମାଗତ ଉତ୍ତେଜନା ସୃଷ୍ଟି କରୁଥିବା ପରିପ୍ରେକ୍ଷୀରେ ଦେଶରେ ଚାଇନାବିରୋଧୀ ଆକ୍ରୋଶ ସୃଷ୍ଟିହେବା ସ୍ବାଭାବିକ। କିନ୍ତୁ ତା’ ବୋଲି ଚାଇନାର ସମସ୍ତ ସାମଗ୍ରୀ ଏବଂ ସେବାର ଦ୍ୱାର ବନ୍ଦ କରିଦେବା ଅର୍ଥନୈତିକ ଦୃଷ୍ଟିରୁ କେବଳ ଅର୍ଥହୀନ ନୁହେଁ ବରଂ ଏହା ସ୍ବଳ୍ପରୁ ମଧ୍ୟମ ଅବଧି ମଧ୍ୟରେ ଦେଶ ପାଇଁ ବିପରୀତ ଫଳଦାୟୀ ହୋଇପାରେ। ଅନେକ ସମୟରେ ଯୁକ୍ତି କରାଯାଉଛି ଯେ, ଚାଇନା ସହିତ ଭାରତ ବାଣିଜି୍ୟକ ନିଅଣ୍ଟ ଦେଇ ଗତି କରୁଛି। କିନ୍ତୁ ବାଣିଜି୍ୟକ ନିଅଣ୍ଟ ସବୁବେଳେ ଖରାପ ନୁହେଁ। ଏହାର ଅର୍ଥ ନୁହେଁ ଯେ, ଏକ ଦେଶ ସହିତ ବାଣିଜି୍ୟକ ଉଦ୍‌ବୃତ୍ତ ସବୁବେଳେ ଭାରତକୁ ଆର୍ଥିକ ଦୃଷ୍ଟିରୁ ଉକ୍ତ ଦେଶ ଅପେକ୍ଷା ଅଧିକ ସମୃଦ୍ଧ କରିବ। ଉଦାହରଣ ସ୍ବରୂପ ଆମେରିକା, ବ୍ରିଟେନ ଏବଂ ନେଦରଲାଣ୍ଡ ସହିତ ଭାରତର ବାଣିଜି୍ୟକ ଉଦ୍‌ବୃତ୍ତ ରହିଛି। କିନ୍ତୁ ଏହା ଭାରତୀୟ ଅର୍ଥନୀତିକୁ ଏହି ଦେଶଗୁଡ଼ିକ ତୁଳନାରେ ଅଧିକ ଶକ୍ତିଶାଳୀ କିମ୍ବା ଉନ୍ନତ କରିନାହିଁ। ସେହିଭଳି ଦକ୍ଷିଣ ଆଫ୍ରିକା ସମେତ ୨୦ଟିରୁ ଅଧିକ ଦେଶ ସହିତ ଭାରତର ବାଣିଜି୍ୟକ ନିଅଣ୍ଟ ରହିଛି। କିନ୍ତୁ ଏହାର ଅର୍ଥ କ’ଣ ଦକ୍ଷିଣ ଆଫ୍ରିକା ତୁଳନାରେ ଭାରତର ଅର୍ଥନୀତି ଖରାପ? ତେଣୁ ବାଣିଜି୍ୟକ ନିଅଣ୍ଟ ଏକ ଦୁର୍ବଳ ଅର୍ଥନୀତିର ସ୍ପଷ୍ଟ ସୂଚକ ହୋଇ ନ ପାରେ। ଚାଇନା ସହିତ ବାଣିଜି୍ୟକ ନିଅଣ୍ଟର ଅର୍ଥ ହେଉଛି ଚାଇନିଜ୍‌ମାନେ ଯେତିକି ଭାରତୀୟ ସାମଗ୍ରୀ କିିଣୁଛନ୍ତି, ସେହି ତୁଳନାରେ ଭାରତୀୟମାନେ ଅଧିକ ଚାଇନିଜ୍‌ ସାମଗ୍ରୀ କିଣୁଛନ୍ତି। ଏହାର ଅନ୍ୟ ଅର୍ଥ ହେଉଛି ଚାଇନା ସାମଗ୍ରୀ ଜର୍ମାନ୍‌ କିମ୍ବା ଜାପାନୀ ଉତ୍ପାଦ କିମ୍ବା ତା’ର ଭାରତୀୟ ବିକଳ୍ପ ତୁଳନାରେ ଅଧିକ ଭଲ। ଉଭୟ ଭାରତୀୟ ଗ୍ରାହକ ଏବଂ ଚାଇନାର ଉତ୍ପାଦକମାନେ ଦ୍ୱିପାକ୍ଷିକ ବାଣିଜ୍ୟରୁ ଲାଭବାନ୍‌ ହୁଅନ୍ତି। ଯଦି ଭାରତ ଏକ ବିକଳ୍ପ ବ୍ୟବସ୍ଥା କରି ନ ପାରେ ଯେଉଁଥିରେ ସମାନ ଜିନିଷ ସମାନ ଦରରେ ଉତ୍ପାଦିତ ହୋଇପାରିବ, ତା’ହେଲେ ପରିସ୍ଥିତି ବଦଳିବ ନାହିଁ। ଆହୁରି ମଧ୍ୟ ଭାରତୀୟମାନେ ଚାଇନା କିମ୍ବା ଚାଇନାର ଉତ୍ପାଦକୁ ଭଲ ପାଆନ୍ତି ବୋଲି ଚାଇନା ଜିନିଷ କିଣନ୍ତି ନାହିଁ। ପ୍ରକୃତରେ ଭାରତରେ ଏହି ଦେଶ ପ୍ରତି ଯଥେଷ୍ଟ ଘୃଣାଭାବ ରହିଛି। କିନ୍ତୁ ଅର୍ଥନୀତି ସବୁବେଳେ ଅନ୍ୟ ବିଚାର ଅପେକ୍ଷା ପ୍ରାଧାନ୍ୟ ପାଇଥାଏ। ଅଧିକ ଭଲ ବିକଳ୍ପ ନ ଥିବାରୁ ଭାରତୀୟମାନେ ଚାଇନାର ଉତ୍ପାଦ କିଣୁଛନ୍ତି। ନିଜ ଦେଶର ଆବଶ୍ୟକତା ପୂରଣ ପାଇଁ ଯଥେଷ୍ଟ ଉତ୍ପାଦନ କରିବାର କ୍ଷମତା ଆମର ନାହିଁ। ସମାନ ମୂଲ୍ୟରେ ସମାନ ଜିନିଷ ଉତ୍ପାଦନ କରିବା ପାଇଁ ଆମର ଦକ୍ଷ ମାନବସମ୍ବଳ କିମ୍ବା ଏକ ଦକ୍ଷ ବ୍ୟବସ୍ଥା ନାହିଁ। ପୃଥିବୀର କୌଣସି ଦେଶ ସମ୍ପୂର୍ଣ୍ଣ ଆତ୍ମନିର୍ଭରଶୀଳ ନୁହନ୍ତି। ଗୋଟିଏ ଉତ୍ପାଦ କିମ୍ବା ସେବା କିମ୍ବା ଅନ୍ୟ କିଛି ପାଇଁ ପ୍ରତ୍ୟେକ ଦେଶ ଅନ୍ୟ ଉପରେ ନିର୍ଭର କରେ। କେବଳ ରପ୍ତାନି ଏବଂ ଆମଦାନି ମଧ୍ୟରେ ଅନୁପାତ ଭିନ୍ନ ହୋଇଥାଏ। ଅତୀତ ତୁଳନାରେ ଆଜି ଭାରତ ପାଖରେ ୫୦୦ ବିଲିୟନ ଡଲାରର ବୈଦେଶିକ ମୁଦ୍ରା ରହିଛି, ଯାହାଦ୍ୱାରା ଏକ ବର୍ଷରୁ ଅଧିକ ସମୟ ପାଇଁ ବିଦେଶରୁ ଆବଶ୍ୟକ ସାମଗ୍ରୀ ଆମଦାନି କରାଯାଇପାରିବ। ଚାଇନା ସାମଗ୍ରୀ ଉପରେ ନିଷେଧାଦେଶ ଜାରି କରାଗଲେ ତାହା ଗରିବ ଭାରତୀୟଙ୍କୁ ଅଧିକ ପ୍ରଭାବିତ କରିବ କାରଣ ଭାରତ ଏକ ମୂଲ୍ୟ-ସମ୍ବେଦନଶୀଳ ବଜାର ଏବଂ ସମ୍ଭାବ୍ୟ ମୂଲ୍ୟବୃଦ୍ଧି ଦ୍ୱାରା ଗରିବ ଲୋକମାନେ ସବୁଠାରୁ ବେଶି ପ୍ରଭାବିତ ହେବେ। ଯଦି ଚାଇନା ସାମଗ୍ରୀକୁ ନିଷିଦ୍ଧ କରାଯାଏ ଧନୀ ଲୋକମାନଙ୍କର କିଛି ଅସୁବିଧା ହେବନାହିଁ କାରଣ ସେମାନେ ବିକଳ୍ପ ସ୍ବରୂପ ଅଧିକ ମୂଲ୍ୟବାନ୍‌ ଜାପାନୀ କିମ୍ବା ଜର୍ମାନ୍‌ ଉତ୍ପାଦ କିଣିପାରିବେ। କିନ୍ତୁ ଯଦି ସରକାର ଦେଶର ଅତିଗରିବମାନଙ୍କ ପାଇଁ ଶସ୍ତା ଉତ୍ପାଦ ଉପଲବ୍ଧ କରାଇ ନ ପାରନ୍ତି ତେବେ ସେମାନଙ୍କ ଦୁଃଖର ସୀମା ରହିବ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ରାଜସ୍ଥାନ ଯୋଧପୁର ଜିଲା ବେରୁନ୍ଦ୍‌ର ଗୌତମ ଯାଦବ ଜଣେ ଶ୍ରମିକ ଭାବେ ଦିନରେ କାମ କରି ପ୍ରତିଦିନ ସନ୍ଧ୍ୟାରେ ଠେଲାଗାଡ଼ିରେ ଘରକୁ ଘର ବୁଲି ବଳକା ରୁଟି…

ଅଶୀ ଦଶକର ସ୍ମୃତି

ଆଜିକାଲି ସୋସିଆଲ ମିଡିଆରେ ଅତୀତର ସ୍ମୃତି ବା ‘ନୋଷ୍ଟାଲଜିଆ’ର ଏକ ଲହରି ଖେଳିଯାଇଥିବା ପରି ମନେହୁଏ। ଅଶୀ ଦଶକର ଶୈଳୀରେ କୃତ୍ରିମ ବୁଦ୍ଧିମତ୍ତା ବା ଏଆଇ ଫଟୋ…

ଦୂର ଅତୀତର ଗାଁ ହାଟ

ହାହାଟ ବାରିଦିନ ଗାଁ ଏକ ଛୋଟକାଟର ଦିନିକିଆ ସହର ବା ବଜାରର ଭ୍ରମ ସୃଷ୍ଟି କରେ। ସହରରେ ବି ସାପ୍ତାହିକ ହାଟ ବସି ଗ୍ରାମ୍ୟ ସଂସ୍କୃତିକୁ ଉଜ୍ଜୀବିତ…

ବାଣିଜ୍ୟିକ ବିଶ୍ୱାସରେ ଖାଦ୍ୟାଭ୍ୟାସ

ଆପଣ କେବେ ଏହା ଜାଣିବାକୁ କୌତୂହଳୀ ହୋଇଛନ୍ତି କି, କାହିଁକି ଇହୁଦୀମାନେ କୋଶେର ନିୟମ ପାଳନ୍ତି, ମୁସଲମାନମାନେ ହଲାଲ ଖାଦ୍ୟ ଖାଆନ୍ତି? ଆପଣ କେବେ ଭାବିଛନ୍ତି କି,…

ଚକ୍ଷୁଷ୍ମାନ ଧୃତରାଷ୍ଟ୍ର

ଜଣେ ବକ୍ତା କହୁଥାନ୍ତି,”ଆପଣମାନେ ଧୃତରାଷ୍ଟ୍ରଙ୍କ ଚରିତ୍ରକୁ କେବଳ କ୍ଷମତାଲିପ୍ସା ଦୃଷ୍ଟିକୋଣରୁ ବିଚାର କଲେ ତାହା ହୁଏତ ତାଙ୍କ ଚରିତ୍ରର ଅସମ୍ପୂର୍ଣ୍ଣ ଅଧ୍ୟୟନ ହେବ। କ୍ଷମତାର ଲାଳସା ପଛରେ…

ହାଇତିର ଖାଦ୍ୟ ସଙ୍କଟ ଓ ବିଶ୍ୱର ବିବେକ

ଏକବିଂଶ ଶତାବ୍ଦୀର ଆଧୁନିକ ମଣିଷ ଯେତେବେଳେ ମହାକାଶରେ ନୂଆ ବସତି ଖୋଜୁଛି, କୃତ୍ରିମ ବୁଦ୍ଧିମତ୍ତା (ଏଆଇ) ସାହାଯ୍ୟରେ ପୃଥିବୀକୁ ନୂତନ ରୂପ ଦେବାକୁ ଚେଷ୍ଟା କରୁଛି ଏବଂ…

ପ୍ରଶଂସା ନୁହେଁ ପ୍ରୋତ୍ସାହନ

ଜାପାନର ଆଇଚି-ନାଗୋୟାରେ ଶେଷ ହୋଇଥିବା ଏସିଆନ ଗେମ୍ସରେ ଚାଇନା, ଜାପାନ, ଦକ୍ଷିଣ କୋରିଆ ପରେ ଭାରତ ୪ର୍ଥ ସ୍ଥାନରେ ରହିଛି। ଏହା ୨୧ ସ୍ବର୍ଣ୍ଣ, ୨୭ ରୌପ୍ୟ…

ଏଇ ଭାରତରେ

ଏବେ ବି ଭାରତର ବିଭିନ୍ନ ଅଞ୍ଚଳରେ ଲିଙ୍ଗଗତ ଭେଦଭାବ ରହିଛି। ହେଲେ ରାଜସ୍ଥାନର ପିପଲାନ୍ତ୍ରୀ ଗାଁ ଏଭଳି ଭେଦଭାବ ଦୂର କରିବା ଲାଗି ନିଆରା ପରମ୍ପରା ଆପଣାଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?