୭ଦିନ ଭିତରେ ଟଙ୍କା ନ ମିଳିଲେ ଧାରଣା

ବାହାନଗା, ୧୬।୪(ଡି.ଏନ.ଏ.) ବାଲେଶ୍ୱର ଜିଲା ବାହାନଗା ବ୍ଲକ ପଣପଣା ସେବା ସମବାୟ ସମିତିରେ ଦୀର୍ଘ ୩ ବର୍ଷ ତଳେ ଚାଷୀମାନେ ମିଲ୍‌ରେ ଧାନ ବିକ୍ରି କରିଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଟଙ୍କା ପାଇପାରି ନାହାନ୍ତି ା ଆଗାମୀ ୭ଦିନ ମଧ୍ୟରେ ଚାଷୀ ସେମାନଙ୍କ ବିକ୍ରି କରିଥିବା ଶସ୍ୟର ଟଙ୍କା ନ ପାଇବେ ତେବେ ମିଲ୍‌ ସାମ୍ନାରେ ଚାଷୀମାନେ ଅହୋରାତ୍ର ଧାରଣାରେ ବସିବାକୁ ବୈଠକରେ ନିଷ୍ପତ୍ତି ନେଇଛନ୍ତି। ଏ ବିଷୟରେ ଚାଷୀ ସୁରକ୍ଷା ମଞ୍ଚ ପକ୍ଷରୁ ଜିଲାପାଳ ଓ ଏସ୍‌ପିଙ୍କୁ ଲିଖିତ ଭାବେ ଜଣାଇଛନ୍ତି।
୨୦୧୮-୧୯ ଖରିଫ ଚାଷ ଅମଳ ପରେ ସରକାରଙ୍କ ନିୟମ ଅନୁଯାୟୀ ପଣପଣା ସେବା ସମବାୟ ସମିତି ଜରିଆରେ ଖନ୍ତାପଡା ଥାନା ମୂଳକୁଡେଇ ଗ୍ରାମରେ ଥିବା ରମାଦେବୀ ରାଇସ୍‌ ମିଲ୍‌ରେ ସରକାରଙ୍କ ଧାର୍ଯ୍ୟ ମୂଲ୍ୟରେ ୪୦ଜଣ ଚାଷୀ ୧୫୦୦ କୁଇଣ୍ଟାଲ ଧାନ ବିକ୍ରି କରିଥିଲେ। ସେତେବେଳେ ସରକାରୀ ଦର ଅନୁଯାୟୀ ୨୬ ଲକ୍ଷ ୨୫ ହଜାର ଟଙ୍କା ହୋଇଛି ା ମାତ୍ର ଉକ୍ତ ଟଙ୍କର ଧାନ ବିକ୍ରି କରିବାର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ଆସି ନ ଥିଲା। ଏ ବିଷୟରେ ଚାଷୀମାନେ ସେବା ସମବାୟ ସମିତିକୁ ଦୌଡି ନୟାନ୍ତ ହେଲା ପରେ ସରକାରଙ୍କ ପକ୍ଷରୁ ଅଧିକ ଧାନ ନେବା ପାଇଁ ଆଉ ଟାର୍ଗେଟ ଆସୁନାହିଁ ବୋଲି ଜାଣିବାକୁ ପାଇଥିଲେ। ଫଳରେ ସମିତି ଅଧିକାରୀଙ୍କ କଥା ଅନୁଯାୟୀ ସେମାନେ ମିଲ୍‌ରେ ଧାନ ସିଧା ନେଇ ବିକ୍ରି କରିଥିଲେ ା ମାତ୍ର ସରକାରଙ୍କ ପକ୍ଷରୁ ସେବର୍ଷ ଅଧିକ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ ଆସି ନ ଥିଲା ା ଯାହାକି ୪୦ଜଣ ଚାଷୀ ଦୀର୍ଘ ୩ ବର୍ଷ ବିତିଯାଇଥିଲେ ମଧ୍ୟ ଧାନ ଟଙ୍କା ପାଇବାରୁ ବଞ୍ଚିତ ହୋଇଛନ୍ତି ା ସେମାନେ ଏନେଇ ମିଲ୍‌ ମାଲିକ, ଜିଲାପାଳଙ୍କ ସମେତ ଖାଉଟି ଓ ଯୋଗାଣ ବିଭାଗ ଅଧିକାରୀଙ୍କ ନିକଟରେ ଅଭିଯୋଗ କରି ନୟାନ୍ତ ହୋଇଥିଲେ ମଧ୍ୟ କେହି ସେମାନଙ୍କ ପ୍ରାପ୍ୟ ଦେଉନାହାନ୍ତି ା ତେବେ ମିଲ୍‌ ମାଲିକ ସେମାନଙ୍କୁ ସରକାରୀ ଧାର୍ଯ୍ୟ ମୂଲ୍ୟ ୧୭୫୦ରେ ଟଙ୍କା ଦେଇପାରିବ ନାହିଁ ା ଚାଷୀଙ୍କ ଧାନ ଖୋଲା ବଜାରରେ ଦର ୧୬ଶହ ଟଙ୍କା ଦରରେ ପ୍ରଦାନ କରିବାର ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ସେହି ଟଙ୍କା ନ ଦେଇ ଗଡେଇ ଚାଲିଛି ମିଲର। ଚାଷୀମାନେ ମିଲ୍‌ ମାଲିକଙ୍କୁ ଟଙ୍କା ମାଗିବାରୁ ସେମାନଙ୍କୁ ମାଲିକ ଧମକଚମକ ଦେଉଥିବା ଚାଷୀ ସୁରକ୍ଷା କମିଟିର ଆବାହକ ପ୍ରଦୀପ୍ତ ବେହେରା ପ୍ରକାଶ କରିଛନ୍ତି ା ତେବେ ୭ ଦିନ ମଧ୍ୟରେ ଯଦି ମିଲର କିମ୍ବା ପ୍ରଶାସନ ଚାଷୀଙ୍କ ବିକ୍ରି କରିଥିବା ଟଙ୍କା ନ ଦିଅନ୍ତି ତେବେ ସେମାନେ ମିଲ୍‌ ସାମ୍ନାରେ ଅହୋରାତ୍ର ଧାରଣାରେ ବସିବେ ବୋଲି ଚେତାବନୀ ଦେଇଛନ୍ତି। ଏହ ବୈଠକ ପଣପଣା ବଜାରରେ ଅନୁଷ୍ଠିତ ହୋଇଥିଲା ା ମଞ୍ଚ ସଭାପତି ପ୍ରଦୀପ୍ତ ବେହେରା ପୌରୋହିତ୍ୟ କରିଥିଲୋ ଅନ୍ୟମାନଙ୍କ ମଧ୍ୟରେ ପୂର୍ଣ୍ଣଚନ୍ଦ୍ର ପାତ୍ର, ସରପଞ୍ଚ ରମାକାନ୍ତ ମଳିକ, ଗୌରାଙ୍ଗ ବାରିକ, ଦୟାନିଧି ଗିରି, ନରେଶ କୁମାର ମଣ୍ଡଳ, ଶରତ ବେହେରା, ଉପେନ୍ଦ୍ର ମଣ୍ଡଳ, ସୁଶାନ୍ତ ସ, ରମାକାନ୍ତ ପ୍ରଧାନ, ପ୍ରଭାକର ଶତପଥି ପ୍ରମୁଖ ଚାଷୀ ବୈଠକରେ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପଦ୍ମପୁର ଆସନରେ ପ୍ରାର୍ଥୀ ଘୋଷଣା ଦ୍ୱନ୍ଦ୍ୱ

ପଦ୍ମପୁର,୨୮।୩. (ପ୍ରଦୀପ୍ତ ଦାଶ): ବରଗଡ଼ ଜିଲାରେ ଥିବା ବିଧାନସଭା ଆସନ ପାଇଁ ବିଜେଡି ବୁଧବାର ପ୍ରାର୍ଥୀ ଘୋଷଣା କରିଛି। କିନ୍ତୁ ପଦ୍ମପୁର ବିଧାନସଭା ଆସନ ପାଇଁ...

ମା’ ପୁଅଙ୍କୁ ହତ୍ୟା କଲେ ମାଓବାଦୀ

ରାଉରକେଲା,୨୮।୩(ସଙ୍ଗୀତା ଜେନା): ଓଡ଼ିଶା-ଝାଡ଼ଖଣ୍ଡ ସୀମାବର୍ତ୍ତୀ ପଶ୍ଚିମ ସିଂହଭୂମ ଚାଇଁବାସା ଅଞ୍ଚଳରେ ମାଓବାଦୀମାନେ ଜଣେ ବୃଦ୍ଧା ଓ ତାଙ୍କ ପୁଅଙ୍କୁ ହତ୍ୟା କରିଛନ୍ତି। ମୃତକ ହେଲେ ଚାଇଁବାସା...

ରାଜ୍ୟରେ ବଢିବ ତାପମାତ୍ରା, ୨ଦିନରେ ୪୦ ଛୁଇଁବ

ଭୁବନେଶ୍ୱର,୨୮।୩(ଅସମାପିକା ସାହୁ): ମାର୍ଚ୍ଚ ମାସ ଶେଷ ନ ହେଉଣୁ ରାଜ୍ୟରେ ପାରଦ ଉପରମୁହାଁ ହୋଇଛି। ଗୁରୁବାର ରାଜ୍ୟର ୧୬ଟି ସହରରେ ତାପମାତ୍ରା ୩୮ଡିଗ୍ରୀ ଅତିକ୍ରମ କରିଥିବାବେଳେ...

ମାହାଙ୍ଗା ଡବଲ ମର୍ଡର ମାମଲା: ଅନ୍ତରୀଣ ସୁରକ୍ଷା ବଳବତ୍ତର

କଟକ,୨୮ା୩ (କାର୍ତ୍ତିକ ସାହୁ) ମାହାଙ୍ଗା ଡବଲ ମର୍ଡର ମାମଲାରେ ବିଧାୟକ ପ୍ରତାପ ଜେନାଙ୍କ ଅନ୍ତରୀଣ ସୁରକ୍ଷାକୁ ହାଇକୋର୍ଟ ବଳବତ୍ତର ରଖିଛନ୍ତି। ନିମ୍ନକୋର୍ଟର ନିର୍ଦ୍ଦେଶ ବିରୋଧରେ ବିଧାୟକ...

କଂଗ୍ରେସରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ, ବିଜେଡିରେ ଯୋଗଦେବା ସମ୍ଭାବନା

ନୂଆଦିଲ୍ଲୀ ,୨୮।୩: ବିଧାନସଭା ନିର୍ବାଚନ ପୂର୍ବରୁ ଟିଟିଲାଗଡର ପୂର୍ବତନ ବିଧାୟକ ସୁରେନ୍ଦ୍ର ସିଂ ଭୋଇ କଂଗ୍ରେସ ଦଳରୁ ଇସ୍ତଫା ଦେଇଛନ୍ତି। ତିନିଥର ପୂର୍ବତନ କଂଗ୍ରେସ ବିଧାୟକ...

ଭାଜପା ସହ ହେଲା ନାହିଁ ମେଣ୍ଟ ତ ନବୀନ ଖେଳିଲେ ନୂଆ ଗେମ! ପୁରୁଷଙ୍କ ଟିକେଟ କାଟି ପତ୍ନୀମାନଙ୍କୁ କଲେ ପ୍ରାର୍ଥୀ

ନୂଆଦିଲ୍ଲୀ/ଭୁବନେଶ୍ୱର,୨୮।୩: ଓଡ଼ିଶାରେ ଶାସକ ବିଜୁ ଜନତା ଦଳ (ବିଜେଡି) ଆଗାମୀ ବିଧାନସଭା ନିର୍ବାଚନ ପାଇଁ ୪ ମହିଳାଙ୍କୁ ସେମାନଙ୍କ ସ୍ବାମୀଙ୍କ ସ୍ଥାନରେ ପ୍ରାର୍ଥୀ କରିଛି। ଏହି...

ରାଜ୍ୟର ୬ଟି ଲୋକ ସଭା ଆସନରେ କାହାକୁ ଟିକେଟ ଦେବ ବିଜେଡି, ଚର୍ଚ୍ଚାରେ ଏହି ନାଁ

ଭୁବନେଶ୍ୱର,୨୮।୩: ୨୦୨୪ ସାଧାରଣ ନିର୍ବାଚନ ପାଇଁ ଓଡ଼ିଶାର ୨୧ଟି ଲୋକ ସଭା ନିର୍ବାଚନ ମଣ୍ଡଳୀ ଭିତରୁ ୧୮ଟି ସ୍ଥାନରେ ନିଜର ପ୍ରାର୍ଥୀ ଘୋଷଣା କରିଥିବା ବେଳେ...

ଓଡ଼ିଶା ପାଇଁ ଏପ୍ରିଲ ପ୍ରଥମ ସପ୍ତାହରେ ପ୍ରାର୍ଥୀ ଘୋଷଣା କରିବ କଂଗ୍ରେସ

ଭୁବନେଶ୍ୱର,୨୮।୩: ଓଡ଼ିଶା ପାଇଁ ଭାରତୀୟ ଜନତା ପାର୍ଟି(ଭାଜପା) ୧୮ ଟି ଲୋକ ସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଥିବା ବେଳେ ବିଜୁ ଜନତା ଦଳ(ବିଜେଡି)...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri