ଘରେ ନିଆଁ,ବାହାରେ ଜଗିଥିଲା ହାତୀ

ବାରିପଦା ଅଫିସ/ବୈଶିଙ୍ଗା,୯ା୭(ଡି.ଏନ.ଏ.): ମୟୂରଭଞ୍ଜ ଜିଲା ବେତନଟୀ ରେଞ୍ଜ ଅଧୀନ ଫୁଲଝରୀ ଗ୍ରାମରେ ଶିମିଳିପାଳରୁ ଆସିଥିବା ଦନ୍ତା ଉତ୍ପାତରେ ଗୋଟିଏ ପରିବାର ସର୍ବସ୍ବାନ୍ତ ହୋଇଛନ୍ତି। ହାତୀ ଯୋଗୁ ନିଆଁ ଲାଗି ତାଙ୍କର ୨ ବଖରା ଘର ସମ୍ପୂର୍ଣ୍ଣ ଜଳିଯାଇଛି। ଘରେ ନିଆଁ ଜଳୁଥିବା ବେଳେ ବାହାରେ ହାତୀ ଜଗି ରହିଥିଲା। ବିପଦରୁ ବର୍ତ୍ତିବା ପାଇଁ ପରିବାରର ୪ ସଦସ୍ୟ ପଛପଟ ଝରକା ତାଡ଼ି ବାହାରକୁ ବାହାରିବା ସହ ଜୀବନ ବଞ୍ଚାଇବାକୁ ସକ୍ଷମ ହୋଇଥିଲେ।
ସୂଚନା ଅନୁଯାୟୀ, ଗୁରୁବାର ବିଳମ୍ବିତ ରାତିରେ ହାତୀପଲ ଗଁାରେ ପଶି ବ୍ୟାପକ ତାଣ୍ଡବ ରଚିଥିଲେ। ଗ୍ରାମର ସୁରାଇ ମୁର୍ମୁଙ୍କ ଘର ଚାଳରୁ ଏକ ଦନ୍ତା ନଡ଼ା ଟାଣି ଖାଇଥିଲା। ରୋଷେଇ ଘର ଚୁଲିରୁ ନିଆଁ ଲିଭି ନ ଥିବା ଯୋଗୁ ଛପରରୁ ନଡ଼ା ଖସି ଘରେ ନିଆଁ ଲାଗି ଯାଇଥିଲା। ଘରେ ନିଆଁ ଜଳୁଥିବା ବେଳେ ବାହାରେ ଦନ୍ତା ଜଗି ରହିବା ଦେଖି ପରିବାରର ୪ ସଦସ୍ୟ ଜୀବନ ବଞ୍ଚାଇବା ପାଇଁ କବାଟ ବନ୍ଦ କରି ରହିଥିଲେ। ତେବେ ବାହାରକୁ ବାହାରିବା ପାଇଁ ବାରମ୍ବାର ଚେଷ୍ଟା କରିଥିବା ବେଳେ ହାତୀ ଭୟରେ ବାହାରି ପାରି ନ ଥିଲେ। ସେମାନଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ପହଞ୍ଚି ହାତୀକୁ ଘଉଡ଼ାଇବାକୁ ଚେଷ୍ଟା କରିଥିଲେ। ମାତ୍ର ହିଂସ୍ର ହୋଇଥିବା ଦନ୍ତାଟି ସେଠାରୁ ଯାଇ ନ ଥିଲା। ଫଳରେ ଘରର ପଛପଟ ଝରକା ତାଡ଼ି ସୁରାଇଙ୍କ ସହ ଝିଅ ହିସୀ, ଭାଇ ରାମଚନ୍ଦ୍ର ଓ ଭାଉଜ ଲକ୍ଷ୍ମୀ ବାହାରକୁ ଆସିଥିଲେ। ନିଆଁ ଲାଗି ସୁରାଇଙ୍କ ଘରେ ଥିବା ସମସ୍ତ ଆସବାବପତ୍ର, ଦରକାରୀ କାଗଜପତ୍ର ଓ ଧାନଚାଉଳ ପୋଡ଼ି ନଷ୍ଟ ହୋଇଯାଇଛି। ବିପନ୍ନ ପରିବାରକୁ ଆର୍ଥିକ ସହାୟତା ପ୍ରଦାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି। ବେତନଟୀ ରେଞ୍ଜର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ତେବେ ଦୀର୍ଘ ଦିନ ଧରି ଏହି ହାତୀପଲ ଗାଁ ଜଙ୍ଗଲ ଛାଡ଼ି ଶିମିଳିପାଳକୁ ଯାଉ ନ ଥିବାରୁ ଅଞ୍ଚଳରେ ଅସନ୍ତୋଷ ତେଜିବାରେ ଲାଗିଛି। ବନବିଭାଗ ହାତୀର ଗତିବିଧି ଉପରେ ନଜର ରଖିଥିବା ସୂଚନା ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଲେବାନନ୍‌ ବିସ୍ଫୋରଣ ପରେ ଫ୍ୟାକ୍ଟ୍ରିକୁ ନେଇ ସରକାର ତତ୍ପର

ଭୁବନେଶ୍ୱର,୧୩।୮(ବ୍ୟୁରୋ): ଲେବାନନ୍‌ ବିସ୍ଫୋରଣ ଘଟଣା ପରେ ରାଜ୍ୟର କଳକାରଖାନାକୁ ନେଇ ସରକାରଙ୍କ ଚିନ୍ତା ବଢ଼ିଯାଇଛି। ଫ୍ୟାକ୍ଟ୍ରି ଆଣ୍ଡ ବଏଲର ନିର୍ଦ୍ଦେଶକ ଗତ ସୋମବାର ରାଜ୍ୟରେ ଥିବା...

ସହଯୋଗ କରିବେ ୬୬୨ ବର୍ଗ ଅଧ୍ୟାପକ

ଭୁବନେଶ୍ୱର, ୧।୩(ବ୍ୟୁରୋ): ୬୬୨ବର୍ଗ ଅଧ୍ୟାପକଙ୍କ ଆନ୍ଦୋଳନ ଯୋଗୁ ଯୁକ୍ତ୨ ପରୀକ୍ଷା ପରିଚାଳନା ନେଇ ସୃଷ୍ଟି ହୋଇଥିବା ଦ୍ୱନ୍ଦ୍ୱ ଦୂର ହୋଇଛି। ଛାତ୍ରୀଛାତ୍ରଙ୍କ ସ୍ବାର୍ଥ ଦୃଷ୍ଟିରୁ ସର୍ତ୍ତମୂଳକ...

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ଼ସ୍‌ରେ ୩ବର୍ଷର ସୋହିନୀ

ଖୋର୍ଦ୍ଧା/ ବାଲେଶ୍ୱର ଅଫିସ, ୧୫।୧୨- ଖୋର୍ଦ୍ଧା ଜିଲା କାଇମାଟିଆ ଗ୍ରାମର କମଳେନ୍ଦୁ ନାୟକ ଏବଂ ରଞ୍ଜନା ରାଣୀ ଦାସଙ୍କ ଝିଅ ସୋହିନୀ ନାୟକ। ବୟସ ୩...

ଆମ୍ବଗଛରେ ପିଟିହେଲା ବାଇକ୍‌: ଚାଲିଗଲା ଦୁଇ ଜୀବନ, ଜଣେ ଗୁରୁତର

ରାଇକିଆ,୧୪ା୧୧(ଡି.ଏନ୍‌.ଏ.): କନ୍ଧମାଳ ଜିଲା ରାଇକିଆ ଥାନା ବାକିଙ୍ଗିଆ ଲେଶୁଡ଼ିମହା ନିକଟରେ ଏକ ବାଇକ୍‌ ଦୁର୍ଘଟଣାରେ ଦୁଇ ଯୁବକଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିବାବେଳେ ଜଣେ ଗୁରୁତର ହୋଇଛନ୍ତି।...

ଅଧିକାରୀ ଓ ଗ୍ରାମବାସୀଙ୍କ ମଧ୍ୟରେ ବୈଠକ:ରାସ୍ତା ମରାମତି ପରେ ଉଚ୍ଛେଦ ହେଉ

ବଇଣ୍ଡା,୧୦।୯(ଡି.ଏନ.ଏ.)କିଶୋରନଗର ବ୍ଲକ ଜାମ୍ବୁନାଳୀଠାରୁ ବାମୁର ପର୍ଯ୍ୟନ୍ତ ୫୫ ନଂ. ଜାତୀୟ ରାଜପଥ ସମ୍ପ୍ରସାରଣ ପାଇଁ ୧୧, ୧୨, ୧୩ ତାରିଖରେ ଉଚ୍ଛେଦ ପ୍ରକ୍ରିୟା କରାଯିବ ବୋଲି...

ଶିକ୍ଷକ ବଦଳି ପ୍ରତିବାଦରେ ବିଦ୍ୟାଳୟରେ ତାଲା

ଖଇରା, ୧୨।୭(ଡି.ଏନ.ଏ.)-ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ସାଦିକପୁର ୟୁଜିୟୁପି ସ୍କୁଲର ବିଜ୍ଞାନ ଶିକ୍ଷକଙ୍କୁ ବଦଳି ପ୍ରତିବାଦରେ ଗୁରୁବାର ଗ୍ରାମବାସୀ ବିଦ୍ୟାଳୟରେ ତାଲା ପକାଇ ବିରୋଧ...

ଝରାଫୁଲ ମୃତ୍ୟୁ ଘଟଣା: ଆଉ ଜଣେ ଗିରଫ

ରସୁଲପୁର(ଡି.ଏନ୍‌.ଏ.)/ଭୁବନେଶ୍ୱର,୧୨।୪(ବ୍ୟୁରୋ)ବହୁଚର୍ଚ୍ଚିତ ରମାଦେବୀ ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକ(୨୨)ଙ୍କ ସନ୍ଦେହଜନକ ମୃତ୍ୟୁ ଘଟଣାରେ ଆଉ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ସେ ହେଉଛନ୍ତି ମୁଖ୍ୟ ଅଭିଯୁକ୍ତ ତଥା...

ପେଟ୍ରୋଲ ପମ୍ପ୍‌ରେ ଅସମ୍ଭାଳ ଭିଡ଼

ପାଟଣା,୧୭ା୩(ସ୍ବ.ପ୍ର.): କେନ୍ଦୁଝର ଜିଲା ପାଟଣା ବ୍ଲକ ଡ୍ରାଇଭର ସଂଘ ପକ୍ଷରୁ ଶୁକ୍ରବାର ଷ୍ଟିଅରିଂ ଛାଡ଼ ଆନ୍ଦୋଳନ ୩ୟ ଦିନରେ ପହଞ୍ଚିଛି। ଢେଙ୍କିକୋଟ ପାଟଣା ଦେଇଯାଇଥିବା ୨୨୦...

Advertisement
Archives

Model This Week