Posted inଫୁରସତ

ସବୁଠାରୁ ସୁଖି ମଣିଷ

ଦୁଃଖ ସୁଖ ଦୁଇ ଭାଈ ପରି। ଏମିତି କେହି ନାହିଁ ଯିଏକି ଜୀବନରେ ଏହି ଦୁଇ ଅନୁଭୂତିକୁ ଅନୁଭବି ନାହିଁ। ହେଲେ ଏହା କେବେ ସ୍ଥାୟୀ ନୁହେଁ। ଦୁଃଖ ପରେ ସୁଖ ଓ ସୁଖପରେ ଦୁଃଖ ନିଶ୍ଚୟ ଆସେ। କିନ୍ତୁ ଜାଣି ଆଶ୍ଚର୍ଯ୍ୟ ହେବେ ଏମିତି ବି ଜଣେ ବ୍ୟକ୍ତି ଅଛନ୍ତି ଯେକି ସବୁବେଳେ ଖୁସିରେ ରୁହନ୍ତି। ତାଙ୍କ ମୁହଁରେ କେବେ ଦୁଃଖର ଛାଇ ଦେଖିବାକୁ ମିଳି ନାହିଁ। ସେ ହେଉଛନ୍ତି ଆମେରିକା, କାଲିଫର୍ନିଆରେ ରହୁଥିବା ଜେଫ୍‌ ରିଜ୍‌। ସବୁବେଳେ ଖୁସି ରହୁଥିବାରୁ ତାଙ୍କ ନାମ ଗିନିଜ୍‌ ଓ୍ବାର୍ଲଡ ରେକର୍ଡସ୍‌ରେ ସବୁଠାରୁ ସୁଖି ମଣିଷଭାବେ ମଧ୍ୟ ସ୍ଥାନ ପାଇଛି। ଜେଫ ବାୟୁସେନାର ଜଣେ ଅବସରକାଳୀନ ଅଧିକାରୀ ଅଟନ୍ତି। ୨୦୧୨ରେ ସେ ଡିଜ୍‌ନୀଲାଣ୍ଡ ଯିବା ଆରମ୍ଭ କରିଥିଲେ। ଆଉ ଦେଖିଲେ ସେଠାକୁ ଗଲେ ସମସ୍ତେ ନିଜର ସବୁ ଦୁଃଖ ଭୁଲି ଯାଉଛନ୍ତି। ତେଣୁ ସେ ସବୁଦିନ ଡିଜ୍‌ନୀଲାଣ୍ଡ ଯିବା ଆରମ୍ଭ କଲେ। ଅନେକ ସମୟରେ ତ ସେ ରାତିରେ ବି ସେଠାରେ ରହିଯାଆନ୍ତି, ଯାହା ତାଙ୍କୁ ବେଶ୍‌ ଖୁସି ଦିଏ। ଏମିତିରେ ଦୀର୍ଘ ୧୦ ବର୍ଷ ହେବ ସେ ଡିଜନୀଲାଣ୍ଡ ଯାଉଛନ୍ତି। ତେଣୁ ଗିନିଜ ଓ୍ବାର୍ଲଡ ରେକର୍ଡସ୍‌ ତାଙ୍କୁ ଏକ ଦଶକ ମଧ୍ୟରେ ସବୁଠାରୁ ସୁଖି ମଣିଷର ଆକ୍ଷା ଦେଇଛି। ତା’ସହ ଲଗାତାର ୨୯୯୫ ଦିନ ଡିଜ୍‌ନୀଲାଣ୍ଡ ଯାଇଥିବାରୁ ରିଜ୍‌ ଅନ୍ୟ ଏକ ଓ୍ବାର୍ଲଡ ରେକର୍ଡ ବି ହାସଲ କରିପାରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri