Posted inଫୁରସତ

ତିନି ମୁଣ୍ଡିଆ ଡ୍ରାଗନ

ଡ୍ରାଗନ ଏକ ଭୟଙ୍କର ବିରାଟକାୟ ପ୍ରାଣୀ, ଯାହା ପାଟିରୁ ବାହାରିଥାଏ ଲହ ଲହ ନିଆଁ। ବିଭିନ୍ନ ଲୋକକଥା ଓ କାହାଣୀରେ ଏଇ ଦୈତ୍ୟରୂପୀ ପ୍ରାଣୀ ସମ୍ପର୍କରେ ଶୁଣିବାକୁ ମିଳେ। ହେଲେ ବାସ୍ତବରେ କ’ଣ ଏହାର ସତ୍ତା ଅଛି? ହୁଏତ ନାଁ। ହେଲେ ଏଇ କିଛି ବର୍ଷ ହେବ ଋଷୀୟାର ଲିପେତ୍‌ସ୍କ ଅଞ୍ଚଳର କାମେଙ୍କା ଗ୍ରାମରେ ଦେଖିବାକୁ ମିଳୁଛି ଏକ ବିରାଟକାୟ ଡ୍ରାଗନ, ଯାହାର ତିନିଟି ମୁଣ୍ଡ ଅଛି। ଆଉ ତା’ର ପ୍ରତି ପାଟିରୁ ନିର୍ଗତ ହେଉଛି ନିଆଁ। ନିଆଁ ନିର୍ଗତ କଲାବେଳେ ତାହା ଏତେ ଭୟଙ୍କର ଦେଖାଯାଏ ଯେ ଡରରେ ଦେହ ଶୀତେଇଯିବ। କିନ୍ତୁ ଏହାକୁ ଦେଖିବାକୁ ଲୋକଙ୍କ ଭିଡ ଜମୁଛି। ଭାବୁଥିବେ ଏହା କିଭଳି ସମ୍ଭବ। ତେବେ ପ୍ରକୃତ କଥା ହେଲା ଏହା ସତସତିକା ଡ୍ରାଗନ ନୁହେଁ ବରଂ ଏକ ବଡ଼ ପ୍ରତିମୂର୍ତ୍ତି, ଯାହା କାମେଙ୍କା ଗ୍ରାମରେ ଥିବା ‘କୁଡାଏକିନା ଗୋରା’ ଫ୍ୟାମିଲି ପାର୍କରେ ଅଛି। ଉକ୍ତ ପ୍ରତିମୂର୍ତ୍ତିକୁ ୟୁକ୍ରେନ୍‌ର ସ୍ଥପତି ଭ୍ଲାଡିମିର କୋଲେସ୍‌ନିକୋଭ୍‌ ତିଆରି କରିଛନ୍ତି। ଯାହାର ଉଚ୍ଚତା ୧୫ ମିଟର ଓ ଆକାର ଏତେ ବଡ଼ ଯେ, ତାହା ସତ ଦୈତ୍ୟ ଭଳି ଲାଗେ। ୨୦୧୫ରେ ଏହାର ନିର୍ମାଣ ଆରମ୍ଭ ହୋଇ ୨୦୧୭ରେ ସରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri