Posted inଫୁରସତ

ଛିଙ୍କ ପଡ଼ିଲା…

ଆଜିକାଲି ଆଉ କିଏ କ’ଣ ମିଛ କହୁଛନ୍ତି? ନା, ଏବେ ସମସ୍ତେ ସତ କହିବା ଶିଖିଯାଇଛନ୍ତି। ଆଜ୍ଞା ! ଆପଣମାନେ ଅନୁସନ୍ଧାନ କରୁନାହାନ୍ତି ! ବଳେ ଜାଣିଯିବେନି! ଏମିତିକା ଏତେ ସତ କହୁଛନ୍ତି ଯେ, କେହି ମିଛବୋଲି କହି ପାରିବେନି । ବାପା କହିଲେ ପୁଅରେ! ମୁଁ ଘରେ ଲୁଚିଛି… କାହାକୁ କହିବୁନି । ଯିଏ ଖୋଜିଆସି ପଚାରିଲେ, ପୁଅ କହିଲା ବାପା କହିଛନ୍ତି,-ସେ ଘରେ ଲୁଚିଛନ୍ତି କାହାକୁ କହିବୁନି l ମୁଁ ଆପଣଙ୍କୁ କେମିତି କହିଦେବି ? ବାପା ଦେଇଥିବା ଚକୋଲେଟ ଖାଇ, ସେ କ’ଣ ମିଛ କହିପାରିଥାନ୍ତା, ଆପଣ କହୁନାହାନ୍ତି!

ପିଲାଏ ଘରେ ପାଠ ନ କରି ସ୍କୁଲକୁ ଆସିଲେ, ସାର୍‌ ଯଦି କାହିଁ ପାଠ କରିନ ପଚାରନ୍ତି -ତେବେ ବାପାରାଣ, ମା’ରାଣ, ବିଦ୍ୟାରାଣ ପକେଇ ଯେଉଁ ସଫେଇ ଦିଅନ୍ତି, ଆପଣ କ’ଣ ତାକୁ ମିଛ କହିପାରିବେ? ନେତାଙ୍କ ପରି ବାରମ୍ବାର କଥା ନ ବଦଳେଇ ଆଜିକାଲି ପୁଅ -ଝିଅ ଏକାଧିକ ପ୍ରେମିକା ବା ପ୍ରେମିକଙ୍କୁ ଯେତେବେଳେ ପ୍ରମିଜ୍‌କରି ସେଇ ଗୋଟିଏ କଥା ସମସ୍ତଙ୍କୁ କହନ୍ତି… ଡାର୍ଲିଂ! ଓନ୍ଲି ଆଇ ଲଭ୍‌ ଇଉ, ତେବେ ଆପଣ ତାକୁ ମିଛ କହିପାରିବେ କି? ନା, ଏମାନେ କେହିବି ମିଛୁଆ… ମିଛେଇ ନୁହନ୍ତି । ଆଗରୁ ଗୋଟେ ରେକର୍ଡ ଗୀତ ବାଜୁଥିଲା ”ସତ କହୁଛି ମୁଁ ତମ ଦେହ ଛୁଇଁ, ତମ ବିନା ମୋର କେହି ନାହିଁ…। ଯେତେବେଳେ ଦେହଛୁଇଁ, ରାଣଖାଇ, ପ୍ରମିଜ୍‌କରି କହୁଛନ୍ତି, ତେବେ କାହା ଜିଭରେ ହାଡ଼ ଅଛି ଯେ, ତାହାକୁ ମିଛବୋଲି କହିବ ? ପିଲାଏ ପାଠ ପଢ଼ିବାକୁ ବାହାରକୁ ଯାଇ, ପାର୍କରେ ରୋମାନ୍ସ କଲେ କି ଫିଲ୍ମ ଦେଖିବାକୁ ଗଲାବେଳେ, ଯଦି ବାପା ମା’ କି ମମ୍ମି ଡାଡି କିମ୍ବା କେଉଁ ଫ୍ରେଣ୍ଡ ଯଦି ଫୋନକରି କେଉଁଠି ଅଛୁ ପଚାରନ୍ତି,-ତେବେ ଗଡ୍‌ ପ୍ରମିଜ ମୁଁ କଲେଜରେ କ୍ଲାସରେ ବିଜି ଅଛି ଯେବେ କୁହନ୍ତି, ତେବେ ସେମାନଙ୍କୁ ସନ୍ଦେହ କରିବା କି ମିଛୁଆ ଭାବିବା ମହାପାପ । ଯଦି ମିଛ କହୁଛୁ କହି ତର୍କ କରନ୍ତି, ଅବଶ୍ୟ ଆପଣ ମିଛୁଆ ବୋଲି ପ୍ରମାଣିତ ହେବେ ।

ସେମିତି କୋର୍ଟ କଚେରି ହେଉଛି ସତ୍ୟ, ନ୍ୟାୟ, ଧର୍ମର ବିଚାରାଳୟ । ଏଠାରେ କ’ଣ କେହି ଗୀତା, କୋରାନ, ବାଇବେଲ ଛୁଇଁ ମିଛ କହିବା ସମ୍ଭବ ? ନା ଶପଥପାଠ କରି କାଗଜ ପତ୍ରରେ ଯେଉଁ ସମ୍ପତ୍ତି ତାଲିକା, ଶିକ୍ଷାଗତ ଯୋଗ୍ୟତା, ଜାତି, ବୟସ ଇତ୍ୟାଦି ପ୍ରମାଣ ଦିଆଯାଏ, ତାକୁ ମିଛବୋଲି କେଉଁ ସତିଆ ବୀର କହିପାରିବ? ଏମିତିକି ଯେଉଁ ନେତାମାନେ ଆମକୁ ସର୍ବଦା ଭଲହେବାକୁ ଶିକ୍ଷାଳୟଠାରୁ ନିର୍ବାଚନୀ ସଭାଯାଏ ଉପଦେଶ ଦେଇ ପୂର୍ବଜଙ୍କ ଅଧୁରା ସ୍ବପ୍ନକୁ ସଫଳପାଇଁ ବହୁତବର୍ଷଧରି ଖାଲି ଜନତାଙ୍କ ସେବା କରନ୍ତି, ସେମାନେ କ’ଣ କେବେ ମିଛ କହିପାରନ୍ତି? ମୋର ଏକଥା ବିଶ୍ୱାସ ହେଉନି । ହଁ, ଏବେ ମୋର ଏଇ ସତ୍ୟ କହୁଥିବା ପ୍ରସଙ୍ଗ ଉପରେ ଗୋଟେ କଥା ମନେପଡ଼ିଲା… ଶୁଣି ବିଚାର କରନ୍ତୁ।

ଆମ ଗାଁ ପାଖରେ ଗୋଟେ ଭଲ ଝିଅ । ତାକୁ କେହି କେହି ଫୁଲେଇ ରିଙ୍କି ଡାକନ୍ତି । ସେ ଢିଙ୍କିଶାଳରେ ବସି ଢେଙ୍କାନାଳରେ ଥିବାକଥା ଏତେ ସୁନ୍ଦର ଭାବରେ କହେ ଯେ, ତାକୁ କେହି ବି ମିଛ ଭାବିପାରିବେନି ।

ତା’ କଥାରେ ବାଟୁଳି ବାଜେନି l ଏଇ ଭଲଗୁଣ ସେ ମା ପେଟରୁ ଧରି ଜନ୍ମହୋଇଛି, ଏ ବିଶ୍ୱାସ ତା’ ସାଙ୍ଗ ଜଲିର ଅଛି l ସେଇ ଜଲି ତା’ ବିଷୟରେ ବେଶି ଜାଣିଛି । ଏମିତି ସତ କହିବା କୁଆଡ଼େ ତାଙ୍କ ବଂଶର ଲକ୍ଷଣ । ରିଙ୍କି ବାପା ଅଷ୍ଟମ ଫେଲ୍‌ ହୋଇଥିଲେ ବି ସହରରେ ଦରୁଆନ ଚାକିରି କଲେ କ’ଣ ହେଲା, ଗାଁରେ ଆସିଲେ ଅଫିସର ଅଛି କହି ଦରମା ଛ’ହଜାର ଡାହାଣରେ ମାତ୍ର ଗୋଟେ ଶୂନ ବସେଇ ଷାଠିଏ ହଜାରେ ଟଙ୍କା ପାଉଛନ୍ତି ବୋଲି କୁହନ୍ତି l ତା’ମା’ ବି କାହା ଭୋଜିକି ବାହାଘର ଆଦି ଜାଗାକୁ ଗଲେ, ଗୁଡ଼ାଏ ଇମିଟେଶନ (ସୁନା ରଙ୍ଗଦିଆ )ଗହଣା ପିନ୍ଧି, କେହି ନ ପଚାରିଲେ ମଧ୍ୟ ତାଙ୍କ ପାଖରେ ଥିବା ସ୍ତ୍ରୀ ଲୋକଙ୍କୁ ଆଗୁଆ କହନ୍ତି ଯେ, ଏ ସବୁ ରିଙ୍କି ବାପା ତା’ ପାଇଁ ସହରିଆ ଶୋ’ରୁମ୍‌ରୁ ନାକ୍ଷେ ନାକ୍ଷେ ଟଙ୍କା ଦେଇ କିଣିଛନ୍ତି l ତାଙ୍କଘରେ ସମସ୍ତଙ୍କର ଭଲ ପରୋପକାରୀ ଗୁଣ ଅଛି… ଇତ୍ୟାଦି l ଏମିତିରେ ରିଙ୍କି ଗାଁ ପାଖ ସ୍କୁଲରୁ ମୁଣ୍ଡାମୁଣ୍ଡି ନମ୍ବର ରଖି ମାଟ୍ରିକ ପାସ୍‌କରି କଲେଜରେ ନାଁ ଲେଖିବାକୁ ସିଟ୍‌ ନ ପାଇ ଦୁଇ ବର୍ଷ ରହିବାପରେ ବାପା ସାଥିରେ ସହରକୁ ଚାଲିଗଲା । ତିନିବର୍ଷ ପରେ ଗାଁକୁ ଯେମିତି ରୂପରେ ସଜେଇ ହୋଇ ଯେଉଁ ରଙ୍ଗଢଙ୍ଗରେ କଥାବାର୍ତ୍ତା କଲା, ସମସ୍ତେ ତାଟକା ହୋଇ ଚାହିଁ ତା କଥା ଶୁଣୁଥିଲେ l ଛିଟ ଫ୍ରକ୍‌ ଛାଡି ଚିପା ଜିନ୍‌ ପ୍ୟାଣ୍ଟ, ଶର୍ଟ ଟପ୍‌ ପିନ୍ଧି, ଆଖିରେ ସନ୍‌ଗ୍ଲାସକୁ ଡାହାଣ ହାତରେ ବଡ଼ ଘଣ୍ଟା, ପାଦରେ ହାଇହିଲ୍‌ ଜୋତା ସାଙ୍ଗକୁ ଲମ୍ବା ବେଣୀକି ପାର୍ଲରରେ କାଟି ଛୋଟ ଚୁଟି କରିଛି l ଓଠରେ ଗାଢ଼ ଲାଲ ଲିପିଷ୍ଟିକ୍‌, ଦେହରୁ ଡିଓ ଅତର ମହକ ଆସୁଛି l କଥା କହିଲେ ଓଠକୁ ଦେଢ଼େଇ ଓ… ହାଏ…ବାଏ… ଓକେ… ରିଅଲି… ଆକ୍‌ଚୁଆଲି… ବଟ୍‌… ନଟ୍‌… ସରି.. ଭେରି ସରି… ଆଇ ଥିଙ୍କ୍‌ ଓ ମାଇଁ ଗଡ଼, ମମ୍‌… ଡାଡ୍‌ ଇତ୍ୟାଦି ଅନେକ ଭାଷା ଖେଚୁଡ଼ିରେ ଗପୁଚି । ରିଙ୍କି ଦିନେ ଉପର ବେଳା ତା’ ମା’ ସହ ଗାଁ ବୁଲି ଯାଉ ଯାଉ ଦାଣ୍ଡ ପିଣ୍ଡାରେ ବସିଥିବା କେଇଜଣ ସ୍ତ୍ରୀ ଲୋକ ଭିତରୁ ଜେମା ମାଉସୀ ଡାକ ପକେଇଲେ… ଆଲୋ ରିଙ୍କି ବୋଉ ! କୁଆଡେ ଯାଉଛୁ ଇଆଡ଼େ ଟିକେ ଆସୁନୁ ।

ମା’ ଝିଅ ତାଙ୍କ ପାଖକୁ ଯାଉ ଯାଉ ଜଣେ ପଚାରିଲେ… ଇଏ କାହା ପୁଅ କି? ରିଙ୍କି ମା’ ହସି ହସି କହିଲେ, ତେମେ କ’ଣ ଚିହ୍ନି ପାରୁନା ମୋ ଝିଅ ରିଙ୍କିକୁ? ସେ ପରା ସହରକୁ ଯାଇ ରାଇଜଯାକର ପାଠ ପଢ଼ି ବଡ଼ ଚାକିରିକରି ନାକ୍ଷେ ଟଙ୍କା ପାଖାପାଖି ଦରମା ପାଇଲାଣି l ସହରରେ ସବୁଲୋକ ତାକୁ ଜାଣନ୍ତି, ନମସ୍କାର ପକାନ୍ତି, ଆଉ କ’ଣ ଗୋଟେ କି ନାଁରେ ଡାକନ୍ତି… ହେ ଝୁଅ, କହିଦେବୁଟି! ରିଙ୍କି କହିଲା, ମାଡାମ୍‌ ବୋଲି ଡାକନ୍ତି l ମୋ ଫ୍ରେଣ୍ଡମାନେବି ମାମ୍‌ ଡାକୁଛନ୍ତି l ଏତିକି ବେଳକୁ ରିଙ୍କି ମା’ ଥିଲା ଥିଲା ଗୋଟେ ଟାଣକରି ଛିଙ୍କିଦେଲା। ହଠାତ୍‌ ସବୁ ମାଇପେ କହିଉଠିଲେ… ହଁ ହଁ ସତ ସତ। ଦେଖୁନ, କେମିତି କହୁ କହୁ ଛିଙ୍କ ପଡିଲା l ସତକଥା କହିଲେ କେଉଁଠି କେଜାଣି ଥାଏ ସେ ଛିଙ୍କ ଭୁସ୍‌ କିନା ତ ପଡ଼ିବ l ସେଇ ବାଟଦେଇ ରିଙ୍କିର ପିଲାବେଳ ସାଙ୍ଗ ଜଲି ଯାଉଥିଲା । ଏତେଦିନେ ରିଙ୍କିକି ଦେଖି ଧାଇଁ ଆସି ଖୁସିରେ ତାକୁ କୁଣ୍ଢେଇବାକୁ ଯାଉଯାଉ ରିଙ୍କି ଦେହ ଗଲୁକଲା କି କରୋନା ବେମାରିଆ ସତେ ଯେମିତି ଛୁଇଁଲା ଭଳିଆ, ନାକକୁ ଟେକି ଦୂରକୁ ଘୁଞ୍ଚିଗଲା । ସାଙ୍ଗର ଏମିତି ବ୍ୟବହାର ଦେଖି ଜଲି ମନ ପୂରା ଶୁଖିଗଲା l ଏଇବେଳକୁ ଜେମା ମାଉସୀ କହିଲେ, ହଇଲୋ ଜଲିଆ ! ତୁ ଗାଁରେ ବଇଥା । ତୋରି ସାଙ୍ଗର ହୋଇ ରିଙ୍କି ସହରକୁ ଯାଇ ରାଇଜଯାକର ପାଠ ପଢି ବଡ଼ ଚାକିରିକରି ନାକ୍ଷେ ଟଙ୍କା ଦରମା ପାଇଲାଣି l ଆଉ ତୁ…? ଜଲିର ମନଦୁଃଖ ହେଲାବେଳକୁ ମାଉସୀର ଏଇକଥା ଯେମିତି ତା’ ଦେହରେ ନିଆଁଖୁଣ୍ଟା ଗେଞ୍ଜିଦେଲା ପରି ଲାଗିଲା। ତା’ ପାଟିରୁ ବାହାରି ପଡିଲା କିଏ କହୁଛି ବା ? ସେ ଯୋଉ ସହରରେ ରହୁଛି, ମୋ ବଉଳ ପରା ତାକୁ ଦେଖିଛି, ତା’ ବାପା ଯୋଉ ମଲ୍‌ରେ ଦରୁଆନ ଚାକିରି କରୁଛନ୍ତି, ସେଇଠି ସିଏ ଗୋଟେ ଗାର୍ମେଣ୍ଟ ଦୋକାନରେ ଲୋକଙ୍କୁ ଡ୍ରେସ ବିକ୍ରିକରୁଛି l ହୁଁ, ଦରମା ଲାକ୍ଷେ ! ହେଇ ହେଇ ଟଙ୍କା ପାଞ୍ଚ କି ସାତ ହଜାରେ ପାଉଥିବ କି ନା । ମୁଣ୍ଡାମୁଣ୍ଡି ମାଟ୍ରିକ ପଢି ତାକୁ ଏଡ଼େବଡ଼ ଚାକିରି କିଏ ଦଉଥିଲା ?

ଏତିକି ଶୁଣି ସବୁ ମାଇପେ ଜଲିକି ଚୁପ୍‌ କରେଇ କହିଲେ, ହଇଲୋ ଜଲି! ତୁ ଏଡ଼େ ହିଂସୀକୁଟିଆଣି… ଏଡ଼େ ମିଛେଇ ! ଆମେ ସମସ୍ତେ ପରା ତା’ ଠାରୁ ଶୁଣୁଶୁଣୁ ଛିଙ୍କ ପଡ଼ିଲା l ସିଏ କିଆଁ ମିଛ କହିବ ?
-ମଙ୍ଗରାଜପୁର, ପୁରୀ
ମୋ:୭୦୦୮୧୮୮୮୪୭


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri