ପାଖେଇ ଆସିଲାଣି ‘ଦାନା’: ଗଞ୍ଜାମରେ ବଦଳିଲା ପାଗ, ସମୁଦ୍ର ଅଶାନ୍ତ

ଛତ୍ରପୁର, ୨୪।୧୦(ଦିଲୀପ ସାମଲ): ସମ୍ଭାବ୍ୟ ବାତ୍ୟା ‘ଦାନା’କୁ ନେଇ ଗଞ୍ଜାମ ଜିଲା ପ୍ରଶାସନ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଛି । ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ଲୋକଙ୍କୁ ସ୍ଥାନାନ୍ତରିତ କରାଯାଉଛି ବୋଲି ଗଞ୍ଜାମ ଜିଲାପାଳ ଦିବ୍ୟଜ୍ୟୋତି ପରିଡା କହିଛନ୍ତି। ଅଧିକାରୀମାନେ ବିଭିନ୍ନ ଅଞ୍ଚଳ ବୁଲି ସ୍ଥିତି ପରଖୁଛନ୍ତି । ଗୋରୁଗାଇଙ୍କ ସମେତ ଅନ୍ୟ ଗୃହପାଳିତ ପଶୁଙ୍କ ପାଇଁ ଗୋଖାଦ୍ୟ ମହଜୁଦ କରି ରଖାଯାଇଛି । ଜିରୋ କାଜୁଆଲିଟି ଉପରେ ଫୋକସ ରହିଛି। କଳାବଜାରୀ ଉପରେ ଧ୍ୟ୍ୟାନ ଦିଆଯିବା ସହ ଯୋଗାଣ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଉଛି। ତେବେ ଯେକୌଣସି ପରିସ୍ଥିତି ପାଇଁ ଗଞ୍ଜାମ ପ୍ରଶାସନ ସଜାଗ ରହିଛି ବୋଲି ଜିଲାପାଳ କହିଛନ୍ତି। ଅପରପକ୍ଷେ ଗୁରୁବାର ସକାଳଠାରୁ ପାଗରେ ପରିବର୍ତ୍ତନ ଦେଖାଯାଉଛି। ହାଲକା ପବନ ସହ ମଝିରେ ମଝିରେ ବର୍ଷା ହେଉଛି। ସମୁଦ୍ର ଅଶାନ୍ତ ରହିବା ସହ ଉଚ୍ଚ ଲହଡ଼ି ମାରୁଛି। ମତ୍ସ୍ୟଜିବୀମାନେ ସମୁଦ୍ର କୂଳ ନିକଟରେ ବସି ରହିଥିବା ବେଳେ ଅନ୍ୟ କିଛି ମତ୍ସ୍ୟଜିବୀ ଜାଲକୁ ସୁରକ୍ଷିତ ସ୍ଥାନକୁ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨ ଯବାନଙ୍କୁ ଆକ୍ରମଣ କରି ବନ୍ଧୁକ ଛଡ଼ାଇନେଲେ ମାଓବାଦୀ

ମାଲକାନଗିରି,୩ା୧୧(ଦୁର୍ଯ୍ୟୋଧନ ପାତ୍ର): ଛତିଶଗଡ଼ ସୁକ୍‌ମା ଜିଲାରେ ମାଓବାଦୀଙ୍କ ଆକ୍ରମଣରେ ୨ ଯବାନ ରବିବାର ଗୁରୁତର ହୋଇଛନ୍ତି। ଏହାସହ ସେମାନଙ୍କ ବନ୍ଧୁକ ମଧ୍ୟ ମାଓବାଦୀମାନେ ଛଡାଇ ନେଇଥିବା...

ଯାତ୍ରାରେ ଆଇଟମ୍‌ ଡ୍ୟାନ୍ସକୁ ନେଇ ବଢୁଛି ବିବାଦ, ଖୁବଶୀଘ୍ର ଆସିବ ଆଇନ: ସଂସ୍କୃତି ମନ୍ତ୍ରୀ

ଭୁବନେଶ୍ୱର,୩ା୧୧: ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ନେଇ ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ ରବିବାର ଏକ ବଡ଼ ବୟାନ ଦେଇଛନ୍ତି। ଖୁବଶୀଘ୍ର ଏକ ଆଇନ ଆସିବ ବୋଲି ମନ୍ତ୍ରୀ...

ମଣିଷ ଗନ୍ଧ ବାରି ଛୁଆହାତୀକୁ ଗ୍ରହଣ କରୁନି ମା’ ହାତୀ

କେନ୍ଦୁଝର,୩ା୧୧(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲା ସଦର ରେଞ୍ଜ ଜଗଦଳା ଡ୍ୟାମ ନିକଟ ଗ୍ରାମରୁ ଉଦ୍ଧାର ହୋଇଥିବା ଛୁଆହାତୀକୁ ରବିବାର ବନ ବିଭାଗ ପୁଣି ଥରେ...

ଚଳିତ ବର୍ଷ ମଲେଣି ୫୦ ହାତୀ, ଚିନ୍ତା ପ୍ରକଟ କରି ତଦନ୍ତ ନିର୍ଦ୍ଦେଶ ଦେଲେ ରାଜ୍ୟ ସରକାର

ଭୁବନେଶ୍ୱର,୩।୧୧: ଚଳିତ ବର୍ଷ ଓଡ଼ିଶାରେ ୫୦ ହାତୀ ଅପମୃତ୍ୟୁର ଶିକାର ହୋଇଥିବା ରିପୋର୍ଟ ହୋଇଛି।ଏହି ପ୍ରସଙ୍ଗରେ ଉଦବେଗ ପ୍ରକାଶ କରି ଜଙ୍ଗଲ, ପରିବେଶ ଏବଂ ଜଳବାୟୁ...

ଝିଅ ଦେଖିବାକୁ ଯାଉଥିଲେ: ଗଛରେ ପିଟି ହେଲା କାର

ପାତ୍ରପୁର,୩ା୧୧(ଉମା ଚରଣ ନେପାକ): ଝିଅ ଦେଖିବାକୁ ଯାଇ କାର ଦୁର୍ଘଟଣାରେ ୪ଜଣ ଯୁବକ ଗୁରୁତର ହୋଇଛନ୍ତି। ଗଞ୍ଜାମ ଜିଲା ଗୋଳନ୍ଥରାଥାନା ହରିପୁର ଗ୍ରାମର ୟୁ ଚନ୍ଦ୍ରୁ,...

ଫୋନ୍‌ କଲ୍‌ ଆସିବାରୁ ଘରୁ ବାହାରି ଯାଇଥିଲେ, ପୋଖରୀରୁ ମିଳିଲା ମୃତଦେହ

ହିଞ୍ଜିଳିକାଟୁ,୩।୧୧(ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳିକାଟୁ ବ୍ଲକ ତଥା ବେଲଗାଁ ଥାନା ଦୁର୍ବନ୍ଧ ଗ୍ରାମ ବୈଷ୍ଣବ ପୋଖରୀରୁ ଜଣେ ଯୁବକଙ୍କ ମୃତଦେହ ବେଲଗାଁ ପୋଲିସ ଉଦ୍ଧାର...

ବିଦେଶ ଗସ୍ତ କରିବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଜାଣନ୍ତୁ କାହିଁକି

ଭୁବନେଶ୍ୱର,୩।୧୧: ନଭେମ୍ବର ୧୮ ରୁ ତିନି ଦିନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଙ୍ଗାପୁର ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି। ଆଶାନ୍ତ ବର୍ଷ ହେଵାଉ...

କଳିଙ୍ଗର ବୀର ସନ୍ତାନଙ୍କ ସୌର୍ଯ୍ୟ, ସାହାସ ଓ ସାମର୍ଥ୍ୟର ପ୍ରତୀକ ହେଉଛି ଧଉଳି: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୩।୧୧: ଏକ ସାଧାରଣ ପାହାଡ ନୁହେଁ, ଧଉଳି ପାହାଡ ଓଡିଶା ଇତିହାସର ଏକ ଗୌରବମୟ ଅତୀତକୁ ଛାତିରେ ଧରି ରଖିଛି। କଳିଙ୍ଗର ବୀର ସନ୍ତାନଙ୍କ ସୌର୍ଯ୍ୟ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri