ବନ୍ୟାବିପନ୍ନଙ୍କ ସହ ଦୀପାବଳି ପାଳିବ ଗଞ୍ଜାମ ପ୍ରଶାସନ, ଘରେ ଜଳିବ ସହାନୁଭୂତିର ଦୀପ

ଛତ୍ରପୁର,୭ା୧୧(ଦିଲ୍ଲୀପ ସାମଲ): ବନ୍ୟାର କରାଳ ରୂପ ଯେଉଁଠି ଛଡ଼ାଇ ନେଇଥିଲା ହସ ଓ ଆନନ୍ଦ, ସେଠାରେ ପୁଣି ଖୁସିର ଆଲୋକ ଜାଳିବାକୁ ଆଗେଇ ଆସିଛି ଗଞ୍ଜାମ ଜିଲା ପ୍ରଶାସନ। ବନ୍ୟା ବିପନ୍ନଙ୍କ ଦୁଃଖରେ ସାମିଲ ହେବା ସହ ସେମାନଙ୍କ ମୁହଁରେ ହସ ଫୁଟାଇବା ଲକ୍ଷ୍ୟରେ ଚଳିତ ଦୀପାବଳିକୁ ସେମାନଙ୍କ ସହ ପାଳନ କରିବାକୁ ଏକ ମାନବିକ ପଦକ୍ଷେପ ଗ୍ରହଣ କରିଛି ପ୍ରଶାସନ।

ଏହି ଅବସରରେ ଜିଲାର ବନ୍ୟା ପ୍ରଭାବିତ ଅଞ୍ଚଳକୁ ପ୍ରଶାସନିକ ଅଧିକାରୀମାନେ ଯାଇ ସ୍ଥାନୀୟ ଲୋକଙ୍କ ସହ ଦୀପାବଳି ପାଳନ କରିବେ। ବନ୍ୟା ପ୍ରଭାବିତ ପରିବାରଗୁଡ଼ିକ ଯେପରି ଏହି ଦୁର୍ଦ୍ଦିନରେ ନିଜକୁ ଏକାକୀ ମନେ ନ କରନ୍ତି, ସେଥିପାଇଁ ପ୍ରଶାସନ ସେମାନଙ୍କ ପାଖରେ ପହଞ୍ଚି ସୁଖଦୁଃଖର ସାଥୀ ହେବ।

ଦୀପାବଳି ଅବସରରେ ବିପନ୍ନ ପରିବାରଗୁଡ଼ିକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ବତନ୍ତ୍ର ‘ଦୀପାବଳି କିଟ୍‌’ ବଣ୍ଟନ କରାଯିବ। ଏହି କିଟ୍‌ରେ ଦୀପ, ସଳିତା, ମିଠା, ଲୁଙ୍ଗି, ଶାଢ଼ି ସମେତ ଅନ୍ୟାନ୍ୟ ଆବଶ୍ୟକ ସାମଗ୍ରୀ ରହିବ। ଫଳରେ ବନ୍ୟାରେ କ୍ଷତିଗ୍ରସ୍ତ ହୋଇ ଆର୍ଥିକ ଓ ମାନସିକ ଦୁର୍ଦ୍ଦଶା ଭୋଗୁଥିବା ପରିବାରଗୁଡ଼ିକ ମଧ୍ୟ ଆନନ୍ଦ ଓ ଶ୍ରଦ୍ଧାର ସହ ଆଲୋକର ପର୍ବ ପାଳନ କରିପାରିବେ।

ଏନେଇ ଛତ୍ରପୁର ବ୍ଲକ ଅନ୍ତର୍ଗତ ଚମାଖଣ୍ଡିଠାରେ ଓରମାସ ପକ୍ଷରୁ ଦୀପାବଳି କିଟ ପ୍ରସ୍ତୁତି କାର୍ଯ୍ୟ ଚାଲିଛି। ବିଭିନ୍ନ ମହିଳା ସଂଘର ସଦସ୍ୟାମାନେ ଏକତ୍ରିତ ହୋଇ ବ୍ୟାଗ୍ରେ ଆବଶ୍ୟକ ସାମଗ୍ରୀଗୁଡ଼ିକୁ ସୁବ୍ୟବସ୍ଥିତ ଭାବେ ରଖୁଛନ୍ତି। ଏହି ପ୍ରସ୍ତୁତି କାର୍ଯ୍ୟର ତଦାରଖ କରିବା ପାଇଁ ଗଞ୍ଜାମ ଜିଲାପାଳ ଭି. କୀର୍ତ୍ତି ଭାସନ, ଜିଲାପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ (ସିଡିଓ) ସମୀର କୁମାର ଜେନା ଏବଂ ଓରମାସ୍‌ର ଡେପୁଟି ସିଇଓ ରାଜଗୋପାଳ ଦାଶ ଚମାଖଣ୍ଡିଠାରେ ପହଞ୍ଚି ସ୍ଥିତି ପରଖିବା ସହ ପ୍ରସ୍ତୁତିର ଅଗ୍ରଗତି ସମୀକ୍ଷା କରିଥିଲେ।

ପ୍ରଶାସନର ଏହି ପଦକ୍ଷେପ କେବଳ ସହାୟତା ବଣ୍ଟନରେ ସୀମିତ ନ ରହି ବିପନ୍ନଙ୍କ ମନରେ ଆତ୍ମବିଶ୍ୱାସ ଓ ଆଶା ସଞ୍ଚାର କରିବାର ଏକ ପ୍ରୟାସ। ନିଜ ଘରର ଅନ୍ଧକାର ଦୂର କରିବା ସହ ଅନ୍ୟର ଜୀବନରେ ଆଶାର ଆଲୋକ ଜାଳିବା ହିଁ ଦୀପାବଳିର ପ୍ରକୃତ ବାର୍ତ୍ତା। ଗଞ୍ଜାମ ପ୍ରଶାସନର ଏହି ମାନବିକ ପଦକ୍ଷେପକୁ ସାଧାରଣରେ ସ୍ବାଗତ କରାଯାଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ପୂର୍ବରୁ ମିସିଂ, ଏବେ ‘ଗୋ ବ୍ୟାକ’ ହିଞ୍ଜିଳିରେ ଜୋର ଧରିଲା ରାଜନୈତିକ ଚର୍ଚ୍ଚା

ହିଞ୍ଜିଳିକାଟୁ,୭।୧୧(ଦ୍ୱିତୀକୃଷ୍ଣ ପଣ୍ଡା): ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲା ଗସ୍ତକୁ ନେଇ ପୁଣି ଚର୍ଚ୍ଚାରେ ହିଞ୍ଜିଳିକାଟୁ। ପୂର୍ବରୁ ବନ୍ୟାଞ୍ଚଳ ପରିଦର୍ଶନରେ…

ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ଦେଖି ଭାବବିହ୍ବଳ ହେଲେ ନବୀନ, କହିଲେ ଗଞ୍ଜାମରେ…

ହିଞ୍ଜିଳିକାଟୁ,୭ା୧୧(ଦ୍ୱିତୀକୃଷ୍ଣ ପଣ୍ଡା): ବନ୍ୟାରେ ଉଜୁଡ଼ି ଯାଇଥିବା ଚାଷଜମି ଓ ଚାଷୀଙ୍କ ଦୁର୍ଦ୍ଦଶା ଦେଖି ଭାବବିହ୍ବଳ ହୋଇଛନ୍ତି ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ।…

ମାଣ୍ଡିଆ ଉତ୍ପାଦନରେ ରାଜ୍ୟରେ ପ୍ରଥମ କୋରାପୁଟ, ୧୫୯୮୭ ହେକ୍ଟର ଜମିରେ ୨୭୭୫୦ ଚାଷୀ କରୁଛନ୍ତି ଚାଷ

କୋରାପୁଟ,୭ା୧୧(ଅମିତାଭ ବେହେରା): କୋରାପୁଟ ଜିଲା ଡିଏନ୍‌କେ ସଦ୍ଭାବନା ଗୃହଠାରେ ଜିଲାସ୍ତରୀୟ ‘ମାଣ୍ଡିଆ ଦିବସ’ ମହାସମାରୋହରେ ପାଳିତ ହୋଇଯାଇଛି। ମାଣ୍ଡିଆ ଉତ୍ପାଦନରେ କୋରାପୁଟ ରାଜ୍ୟରେ ପ୍ରଥମ ସ୍ଥାନ ହାସଲ…

ଉପରାଷ୍ଟ୍ରପତିଙ୍କ ବାସଭବନରେ ଦୀପାବଳି ପାଳନ କଲେ ପ୍ରଧାନମନ୍ତ୍ରୀ ମୋଦି

ନୂଆଦିଲ୍ଲୀ,୭।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଉପରାଷ୍ଟ୍ରପତିଙ୍କ ବାସଭବନରେ ଦୀପାବଳି ପାଳନ କରିଛନ୍ତି। ଏହି ଅବସରରେ, ଏକ ଧାର୍ମିକ ରୀତିନୀତି ଅନୁଯାୟୀ ଉପରାଷ୍ଟ୍ରପତି ସି.ପି. ରାଧାକୃଷ୍ଣନ ପ୍ରଧାନମନ୍ତ୍ରୀଙ୍କ…

ବିରାଟଙ୍କ ପରେ, ଜନ ସିନାଙ୍କ ନକଲ କରି ଗ୍ଲେନ ଫିଲିପ୍ସଙ୍କୁ ଥଟ୍ଟା କଲେ ରୋହିତ ଶର୍ମା

ନୂଆଦିଲ୍ଲୀ,୭।୧୧: ୩୮ ବର୍ଷ ବୟସରେ, ରୋହିତ ଶର୍ମା ସ୍ପଷ୍ଟ ଭାବରେ ତାଙ୍କ କ୍ରିକେଟ କ୍ୟାରିୟରର ବାକି ସମୟ ଉପଭୋଗ କରୁଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଏକଦିବସୀୟ ମ୍ୟାଚର…

ବୁଧ-ଶନିଙ୍କ ଅଶୁଭ ଷଡାଷ୍ଟକ ଯୋଗ: ୫ ରାଶିଙ୍କ ପାଇଁ ବଢ଼ିବ ଅଡ଼ୁଆ, ପାଖରୁ ପଳେଇବ ସବୁ ଟଙ୍କା

ବୁଧ ଏବଂ ଶନି ଗ୍ରହର ଏହି ଅଶୁଭ ଷଡାଷ୍ଟକ ଯୋଗରୁ ଚାପ, କାର୍ଯ୍ୟରେ ବିଳମ୍ୱ, ଆର୍ଥିକ କ୍ଷତି ଇତ୍ୟାଦିର ସମ୍ମୁଖୀନ ହେବାକୁ ପଡ଼ିପାରେ। ଆପଣଙ୍କ ଜୀବନରେ ଆହ଼୍ବାନଗୁଡ଼ିକ…

ପାସ୍‌ ହେଲା ନୂଆ ଆଇନ୍‌: ଏଣିକି ଆଉ ଗୋଟିଏ ବିବାହ ନୁହେଁ, ଏକାସାଙ୍ଗେ ୩-୪ ଜଣଙ୍କୁ କରିହେବ ବିବାହ, ଜାଣନ୍ତୁ…

ଆମେରିକାରୁ ପ୍ରେମ ସମ୍ପର୍କକୁ ନେଇ ଏକ ଖବର ଆସିଛି, ଯାହା ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି। ସ୍ବାମୀ-ସ୍ତ୍ରୀଙ୍କ ପୁରୁଣା ଫର୍ମୂଲା ଆଉ ପ୍ରଯୁଜ୍ୟ ହେବ ନାହିଁ। କାଲିଫର୍ନିଆର…

ବର୍ଷା ବଞ୍ଚାଇଲା ଟିମ ଇଣ୍ଡିଆର ମାନ; ୧୩୫ ରନର ଲକ୍ଷ୍ୟ ପିଛା କରିବା ବେଳେ ବଢ଼ିଥିଲା ଚାପ, ଏମିତି ଜିତିଲେ ମେନ ଇନ୍‌ ବ୍ଲୁ

ନୂଆଦିଲ୍ଲୀ,୭।୧୧: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ବର୍ଷା ଭାରତୀୟ ଦଳକୁ ଏକ ବଡ଼ ବିପର୍ଯ୍ୟୟରୁ ରକ୍ଷା କରିଛି। ୧୩୫ ରନର ଲକ୍ଷ୍ୟକୁ ପିଛା କରୁଥିବା ଭାରତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?