ଭିଜିଲାନ୍ସ ଜାଲରେ ବଲାଙ୍ଗୀର ସରକାରୀ ଆଇଟିଆଇ ପ୍ରିନ୍ସିପାଲ: ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ …

ବଲାଙ୍ଗୀର, ୭।୧୧ (ସୁନିଲ କୁମାର ମହାନ୍ତି): ସହକାରୀ ଗେଷ୍ଟ ଇନ୍‌ଷ୍ଟ୍ରକ୍ଟରମାନଙ୍କୁ ନିୟମିତ ଦରମା ପ୍ରଦାନ କରିବା ପାଇଁ ସେମାନଙ୍କଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ବଲାଙ୍ଗୀର ସରକାରୀ ଆଇଟିଆଇର ପ୍ରିନ୍ସିପାଲ ସୁରେଶ କୁମାର ଦଳବେହେରା। ଶୁକ୍ରବାର ଅପରାହ୍ନରେ ୩୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ବଲାଙ୍ଗୀର ରେଳ ଷ୍ଟେଶନରେ ତାଙ୍କୁ ଭିଜିଲାନ୍ସ ଟିମ୍‌ କାବୁ କରିଥିଲା। ତାଙ୍କଠାରୁ ଲାଞ୍ଚ ଟଙ୍କା ଜବତ କରାଯିବା ସହ ଗିରଫ କରାଯାଇଛି। ଶନିବାର ତାଙ୍କୁ ଭିଜିଲାନ୍ସ କୋର୍ଟରେ ହାଜର କରାଯିବା ପରେ ଜାମିନ ନାମଞ୍ଜୁର ହେବାରୁ ଜେଲ ପଠାଯାଇଛି।

ମିଳିଥିବା ସୂଚନା ଅନୁଯାୟୀ, ବଲାଙ୍ଗୀର ସରକାରୀ ଆଇଟିଆଇରେ କାର୍ଯ୍ୟରତ ୯ ଜଣ ଇନ୍‌ଷ୍ଟ୍ରକ୍ଟରଙ୍କୁ ନିୟମିତ ଦରମା ପ୍ରଦାନ କରିବା ପାଇଁ ପ୍ରିନ୍ସିପାଲ ଦଳବେହେରା ୧ ଲକ୍ଷ ୧୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିବା ଅଭିଯୋଗ ହୋଇଥିଲା। ଲାଞ୍ଚ ଟଙ୍କା ନ ଦେଲେ କାର୍ଯ୍ୟରୁ ବାହାର କରିଦେବାକୁ ସେ ଧମକ ଦେଇଥିବା ମଧ୍ୟ ଅଭିଯୋଗ ହୋଇଥିଲା। ଏନେଇ ଇନ୍‌ଷ୍ଟ୍ରକ୍ଟରମାନେ ଭିଜିଲାନ୍ସର ଦ୍ୱାରସ୍ଥ ହୋଇଥିଲେ।

ଯୋଜନା ଅନୁଯାୟୀ, ଶୁକ୍ରବାର ଅପରାହ୍ନରେ ଦାବି କରାଯାଇଥିବା ମୋଟ ଲାଞ୍ଚ ଟଙ୍କାର ପ୍ରଥମ କିସ୍ତି ବାବଦକୁ ୩୦ ହଜାର ଟଙ୍କା ଅଭିଯୋଗକାରୀଙ୍କଠାରୁ ନେଉଥିବାବେଳେ ଭିଜିଲାନ୍ସ ଟିମ୍‌ ତାଙ୍କୁ ବଲାଙ୍ଗୀର ରେଳ ଷ୍ଟେଶନରେ ଧରିଥିଲା। ପରେ ତାଙ୍କୁ ପଚରାଉଚରା ପାଇଁ ଏକ ଗୋପନୀୟ ସ୍ଥାନକୁ ନିଆଯାଇଥିଲା। ଏଥିସହ ଭିଜିଲାନ୍ସ ଟିମ୍‌ ପକ୍ଷରୁ ତାଙ୍କ ସହ ସମ୍ପୃକ୍ତ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇଥିଲା।

ପ୍ରିନ୍ସିପାଲଙ୍କ ସରକାରୀ କ୍ୱାର୍ଟର, କେନ୍ଦ୍ରାପଡ଼ା ଜିଲାର ମହାକାଳପଡ଼ା ଥାନା ଅନ୍ତର୍ଗତ ପଲ୍ଲୀଗଡ଼ ଗ୍ରାମରେ ଥିବା ପୈତୃକ ଘର ଏବଂ ରାଉରକେଲାର ହମିରପୁରଠାରେ ଥିବା ଏକ ଫ୍ଲାଟ୍‌ରେ ଚଢ଼ାଉ କରାଯାଇଥିଲା। ଏହି ଚଢ଼ାଉ ସମୟରେ ମୋଟ ୫ ଲକ୍ଷ ୧୬ ହଜାର ଟଙ୍କା ମିଳିଥିବା ବେଳେ ପ୍ରାୟ ୧୧ କୋଟି ଟଙ୍କା ମୂଲ୍ୟର ପ୍ଲଟ୍‌ ଠାବ କରାଯାଇଥିବା ଭିଜିଲାନ୍ସ ଏସ୍‌ପି ପ୍ରଦ୍ୟୁମ୍ନ କୁମାର ଦ୍ୱିବେଦୀ ସୂଚନା ଦେଇଛନ୍ତି।

ଏହି ଘଟଣାରେ ପ୍ରିନ୍ସିପାଲଙ୍କୁ ଗିରଫ କରାଯାଇ ଶନିବାର ବଲାଙ୍ଗୀର ଭିଜିଲାନ୍ସ କୋର୍ଟରେ ହାଜର କରାଯାଇଥିଲା। କୋର୍ଟରେ ଜାମିନ ଆବେଦନ ନାମଞ୍ଜୁର ହେବା ପରେ ତାଙ୍କୁ ବିଚାର ବିଭାଗୀୟ ହାଜତକୁ ପଠାଯାଇଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କଲେ ପିସିସି ସଭାପତି, ମୋହନାର ବିକାଶ, ମୌଳିକ ସମସ୍ୟା ନେଇ ଉଠାଇଲେ ପ୍ରଶ୍ନ

ମୋହନା, ୭।୧୧(ମନ୍ମଥ ମିଶ୍ର): ଅର୍ଣ୍ଣବ ବାତ୍ୟା ପରେ ମୋହନା ଅଞ୍ଚଳରେ ହୋଇଥିବା କ୍ଷୟକ୍ଷତିର ଅନୁଧ୍ୟାନ କରିବାକୁ ପହଞ୍ଚିଥିଲେ କଂଗ୍ରେସର ପିସିସି ସଭାପତି ଭକ୍ତ ଚରଣ ଦାସ। ପ୍ରଥମେ…

ଘୁମୁସର ଗସ୍ତ କରନ୍ତୁ ମୁଖ୍ୟମନ୍ତ୍ରୀ: ସିଭିଲ ସୋସାଇଟି

ଭଞ୍ଜନଗର, ୭।୧୧ (ବାବୁଲା ପ୍ରଧାନ): ଘୁମୁସର ଅଞ୍ଚଳରେ ବନ୍ୟା, ବାତ୍ୟା ଓ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟର ସ୍ଥାୟୀ ମୁକାବିଲା ସହ କ୍ଷତିଗ୍ରସ୍ତଙ୍କୁ ତ୍ୱରିତ ସହାୟତା ପ୍ରଦାନ…

ମାଛ ମାରିବାକୁ ଯାଇ ଆଉ ଫେରିଲେନି….

ଅତାବିରା,୭।୧୧(ଯୁଧିଷ୍ଠିର ମହାପାତ୍ର)- ବରଗଡ଼ ଜିଲା ଅତାବିରା ବ୍ଲକ ଅନ୍ତର୍ଗତ ବୁଗବୁଗା(ଗମ୍ଭାଟିକ୍ରା) ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଘଟିଛି । ମାଛ ମାରିବାକୁ ଯାଇଥିବାବେଳେ ପୋଖରୀରେ ବୁଡ଼ି…

ସୀମାନ୍ତ ଗାଁର ସରକାରୀ ଜମି ଜବରଦଖଲ ଅଭିଯୋଗ: ଥାନା ଓ ତହସିଲଦାରଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

କର୍ଲାମୁଣ୍ଡା, ୭।୧୧ (ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଓ ବଲାଙ୍ଗୀର ଜିଲା ସୀମାନ୍ତରେ ଥିବା ଦେଉଳଗୁଡ଼ି ଛକ ଏକ ପ୍ରମୁଖ ବ୍ୟବସାୟିକ ପେଣ୍ଠସ୍ଥଳୀ ଭାବେ ପରିଚିତ। ବଲାଙ୍ଗୀର…

ଗଞ୍ଜାମର ୮ଟି ପ୍ରମୁଖ ରୁଟ୍‌ରେ ଗଡ଼ିବ ୨୫ ଇଲେକ୍ଟ୍ରିକ ବସ୍‌

ଛତ୍ରପୁର,୭ା୧୧(ଦିଲୀପ ସାମଲ): ଗଞ୍ଜାମ ଜିଲାର ନଗର ପରିବହନ ବ୍ୟବସ୍ଥାକୁ ଆଧୁନିକ ଓ ପରିବେଶ ଅନୁକୂଳ କରିବା ସହ ବିଭିନ୍ନ ପ୍ରମୁଖ ପର୍ଯ୍ୟଟନସ୍ଥଳୀ ଓ ଗୁରୁତ୍ୱପୂର୍ଣ୍ଣ ସ୍ଥାନକୁ ଉତ୍ତମ…

ପୂର୍ବରୁ ମିସିଂ, ଏବେ ‘ଗୋ ବ୍ୟାକ’ ହିଞ୍ଜିଳିରେ ଜୋର ଧରିଲା ରାଜନୈତିକ ଚର୍ଚ୍ଚା

ହିଞ୍ଜିଳିକାଟୁ,୭।୧୧(ଦ୍ୱିତୀକୃଷ୍ଣ ପଣ୍ଡା): ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକଙ୍କ ଗଞ୍ଜାମ ଜିଲା ଗସ୍ତକୁ ନେଇ ପୁଣି ଚର୍ଚ୍ଚାରେ ହିଞ୍ଜିଳିକାଟୁ। ପୂର୍ବରୁ ବନ୍ୟାଞ୍ଚଳ ପରିଦର୍ଶନରେ…

ବନ୍ୟାବିପନ୍ନଙ୍କ ସହ ଦୀପାବଳି ପାଳିବ ଗଞ୍ଜାମ ପ୍ରଶାସନ, ଘରେ ଜଳିବ ସହାନୁଭୂତିର ଦୀପ

ଛତ୍ରପୁର,୭ା୧୧(ଦିଲ୍ଲୀପ ସାମଲ): ବନ୍ୟାର କରାଳ ରୂପ ଯେଉଁଠି ଛଡ଼ାଇ ନେଇଥିଲା ହସ ଓ ଆନନ୍ଦ, ସେଠାରେ ପୁଣି ଖୁସିର ଆଲୋକ ଜାଳିବାକୁ ଆଗେଇ ଆସିଛି ଗଞ୍ଜାମ ଜିଲା…

ବନ୍ୟାବିପନ୍ନଙ୍କ ଦୁର୍ଦ୍ଦଶା ଦେଖି ଭାବବିହ୍ବଳ ହେଲେ ନବୀନ, କହିଲେ ଗଞ୍ଜାମରେ…

ହିଞ୍ଜିଳିକାଟୁ,୭ା୧୧(ଦ୍ୱିତୀକୃଷ୍ଣ ପଣ୍ଡା): ବନ୍ୟାରେ ଉଜୁଡ଼ି ଯାଇଥିବା ଚାଷଜମି ଓ ଚାଷୀଙ୍କ ଦୁର୍ଦ୍ଦଶା ଦେଖି ଭାବବିହ୍ବଳ ହୋଇଛନ୍ତି ବିରୋଧୀ ଦଳ ନେତା ତଥା ହିଞ୍ଜିଳି ବିଧାୟକ ନବୀନ ପଟ୍ଟନାୟକ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?