Posted inଜାତୀୟ

୬ଷ୍ଠ ଥର ବିବାହ କରିବାକୁ ଯାଉଥିଲେ ପୂର୍ବତନ ମନ୍ତ୍ରୀ…

ଲକ୍ଷ୍ନୌ,୨।୮: ଉତ୍ତରପ୍ରଦେଶର ପୂର୍ବତନ ମନ୍ତ୍ରୀ ଚୌଧୁରୀ ବଶୀରଙ୍କ ବିରୋଧରେ ତାଙ୍କ ସ୍ତ୍ରୀ ନଗମା ଏକ ମାମଲା ଦାୟର କରିଛନ୍ତି। ବଶୀର ଷଷ୍ଠ ଥର ବିବାହ କରିବାକୁ ପ୍ରସ୍ତୁତ ହେଉଥିବା ସେ ଅଭିଯୋଗ କରିଛନ୍ତି। ଆଗ୍ରାସ୍ଥିତ ମଣ୍ଟୋଲା ପୋଲିସ ଷ୍ଟେଶନରେ ଏନେଇ ଏକ ମାମଲା ରୁଜୁ ହୋଇଛି। ନଗମାଙ୍କ ଅନୁଯାୟୀ, ସେ ୨୩ ଜୁଲାଇରେ ଜାଣିବାକୁ ପାଇଲେ ଯେ ଚୌଧୁରୀ ଷଷ୍ଠ ଥର ବିବାହ କରିବାକୁ ଯାଉଛନ୍ତି। ସେ ଏ ବିଷୟରେ ପଚାରିବାକୁ ବଶୀରଙ୍କ ନିକଟକୁ ଯାଇଥିଲେ, ଏହା ପରେ ସେ କେବଳ ତାଙ୍କୁ ଆକ୍ରମଣ କରି ନ ଥିଲେ ବରଂ ଟ୍ରିପଲ ତଲାକ କହି ତାଙ୍କୁ ଘରୁ ବାହାର କରି ଦେଇଥିବା ଅଭିଯୋଗ ହୋଇଛି। ନଗମା ବଶୀରଙ୍କ ତୃତୀୟ ସ୍ତ୍ରୀ ଯିଏ ତାଙ୍କ ବିରୋଧରେ ମାମଲା ଦାୟର କରିଛନ୍ତି।
ନାଗମା କହିଛନ୍ତି ଯେ ସେ ନଭେମ୍ବର ୨୦୧୨ରେ ବଶୀରଙ୍କୁ ବିବାହ କରିଥିଲେ। ଉଭୟଙ୍କର ଦୁଇଟି ପୁଅ ଅଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ, ବିବାହ ପରେ ତାଙ୍କ ସ୍ବାମୀ ଏବଂ ବୋହୂ ତାଙ୍କୁ ଶାରୀରିକ ତଥା ମାନସିକ ନିର୍ଯାତନା ଦେଉଛନ୍ତି। ଶେଷରେ ସେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି ଏବଂ ଏହି ମାମଲା କୋର୍ଟରେ ବିଚାରାଧୀନ ଅଛି। ନଗମା ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରି ପୋଲିସକୁ ସାହାଯ୍ୟ ମାଗିଛନ୍ତି। ଚୌଧୁରୀ ବଶୀର ମାୟାବତୀ ସରକାରରେ ମନ୍ତ୍ରୀ ଥିଲେ କିନ୍ତୁ ପରେ ସମାଜବାଦୀ ପାର୍ଟିକୁ ଯାଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏହି ଅଭିନେତ୍ରୀଙ୍କୁ ବଲିଉଡ୍‌ର ‘ବିଷକନ୍ୟା’ କହିଲେ ମନ୍ତ୍ରୀ

ପାଟନା,୩୧।୭:ବଲିଉଡ୍‌ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ତଥାକଥିତ ଗର୍ଲଫ୍ରେଣ୍ଡ୍‌ ତଥା ରିୟା ଚକ୍ରବର୍ତ୍ତୀଙ୍କୁ ବିଷକନ୍ୟା ଆଖ୍ୟା ଦେଇଛନ୍ତି ବିହାର ସରକାରରେ ଯୋଜନା ଏବଂ ବିକାଶ ମନ୍ତ୍ରୀ...

ଦେଓଘର ରେସକ୍ୟୁ ଅପରେଶନରେ ସାମିଲ ଯବାନଙ୍କ ସହ କଥା ହେଲେ ମୋଦି, କହିଲେ ଦୁର୍ଘଟଣାରୁ ବହୁତ କିଛି ଶିକ୍ଷା ମିଳିଲା

ନୂଆଦିଲ୍ଲୀ,୧୪ ।୪: ପ୍ରଧାନମନ୍ତ୍ରୀ ନରନ୍ଦ୍ର ମୋଦି ଝାଡ଼ଖଣ୍ଡର ଦେଓଘର ରୋପୱେ ଦୁର୍ଘଟଣା ପରେ ଏହାର ଉଦ୍ଧାର କାର୍ଯ୍ୟରେ ସାମିଲ ହୋଇଥିବା ବାୟୁସେନା, ସେନା, ଏନଡିଆରଏଫ୍‌, ଆଇଟିବିପି...

ଜଳ ପାରସ ମଣିଠାରୁ ବି ମୂଲ୍ୟବାନ: ମୋଦି

ନୂଆଦିଲ୍ଲୀ,୨୮।୨: ଦେଶରେ ଜଳ ସଂରକ୍ଷଣ ଜରୁରୀ। ଏହା ଜୀବନ ତଥା ବିକାଶ ପାଇଁ ଗୁରୁତ୍ୱପୂର୍ଣ୍ଣ। ପାରସ ମଣି ଲୁହାକୁ ମଧ୍ୟ ସୁନାରେ ପରିଣତ କରିଥାଏ ବୋଲି...

ସୁରକ୍ଷାକର୍ମୀଙ୍କ ଗାଡ଼ିରେ ବିସ୍ଫୋରଣ, ୩ ଯବାନ ଆହତ…

ଶ୍ରୀନଗର, ୨।୬ : ଜମ୍ମୁ-କଶ୍ମୀରରେ ସୁରକ୍ଷାକର୍ମୀଙ୍କ ଦ୍ୱାରା ବ୍ୟବହୃତ ହେଉଥିବା ଏକ ଗାଡ଼ିରେ ବିସ୍ଫୋରଣ ଘଟିଛି। ଏଥିରେ ୩ ଜଣ ଯବାନ ଆହତ ହୋଇଥିବା କଶ୍ମୀର...

ଭାଜପାରେ ଯୋଗଦେଲେ ଏଏପି ନେତା ଅଜୟ କୋଠିୟାଲ

ଡେରାଡୁନ୍‌,୨୪।୫: ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଆମ୍‌ ଆଦ୍‌ମୀ ପାର୍ଟି (ଏଏପି)ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଥିବା ଅବସରପ୍ରାପ୍ତ କଲୋନେଲ୍‌ ଅଜୟ କୋଠିୟାଲ ମଙ୍ଗଳବାର ଭାଜପାରେ ଯୋଗ ଦେଇଛନ୍ତି।...

୨୪ ଘଣ୍ଟାରେ ମୃତ୍ୟୁ ସଂଖ୍ୟା ୪,୧୦୦…

ନୂଆଦିଲ୍ଲୀ, ୨୬।୩ : ଦେଶରେ କରୋନା ମହାମାରୀ ସଂକ୍ରମଣ କମିବାରେ ଲାଗିଛି। ଦୈନିକ ସଂକ୍ରମଣ ୧ ହଜାର ୬୬୦ ରେ ପହଞ୍ଚିଛି। ସେହିପରି ମୃତ୍ୟୁ ସଂଖ୍ୟା...

ଜୁଲାଇ ୩୧ ପର୍ଯ୍ୟନ୍ତ ବୃଦ୍ଧି ହେଲା ଲକ୍‌ଡାଉନ ଅବଧି

ମୁମ୍ବାଇ,୨୯।୬: କରୋନା ଭାଇରସ ସଂକ୍ରମଣକୁ ଦେଖି ସାରା ଦେଶରେ ଲକ୍‌ଡାଉନ ଜାରି କରାଯାଇଥିବା ବେଳେ ଜୁନ୍‌ ପହିଲାରୁ କିନ୍ତୁ ଆରମ୍ଭ ହୋଇଥିଲା ଅନ୍‌ଲକ୍‌ ୦.୧। ମହାରାଷ୍ଟ୍ରରେ...

୩ ଲୋକ ସଭା-୩୦ ବିଧାନସଭା ଆସନରେ ଉପ ନିର୍ବାଚନ ଅକ୍ଟୋବର ୩୦ରେ…

ନୂଆଦିଲ୍ଲୀ,୨୮।୯: ଦେଶର ୩ ଲୋକ ସଭା ଏବଂ ୩୦ ବିଧାନସଭା ଆସନରେ ଉପ ନିର୍ବାଚନ ଅକ୍ଟୋବର ୩୦ରେ କରାଯିବ। ଏନେଇ ନିର୍ବାଚନ କମିଶନଙ୍କ ପକ୍ଷରୁ ମଙ୍ଗଳବାର...

Advertisement
Archives

Model This Week