Posted inଫୁରସତ

ପଞ୍ଚମ ପାସ୍‌ ଯୁବକ ତିଆରି କଲେ ଏୟାରକ୍ରାଫ୍ଟ

ରାଜସ୍ଥାନ, ଚୁରୁ ଜିଲାସ୍ଥ ଦସ୍‌ସୁସର୍‌ ଗାଁର ବଜରଙ୍ଗ ନାମକ ଜଣେ ବ୍ୟକ୍ତି ଥରେ ଏୟାରପୋର୍ଟ ଯାଇଥାନ୍ତି ବୁଲିବାକୁ। କାରଣ ତାଙ୍କୁ ଏରୋପ୍ଲେନ୍‌ ଟେକ୍‌ଅଫ୍‌ କରିବା ଦୃଶ୍ୟ ଦେଖିବାକୁ ଭାରି ଭଲ ଲାଗେ। ହେଲେ ସେଦିନ ସିକ୍ୟୁରିଟିଗାର୍ଡ ତାଙ୍କୁ ଟେକ୍‌ଅଫ୍‌ ଦୃଶ୍ୟ ଦେଖିବାକୁ ଦେଇ ନ ଥିଲା, ଯାହା ତାଙ୍କୁ ବହୁତ ବାଧିଥିଲା। ଆଉ ତାଙ୍କ ଆତ୍ମସମ୍ମାନ ଉପରେ ଆଞ୍ଚ ଆସିଥିଲା। ସେଥିପାଇଁ ସେ ନିଷ୍ପତ୍ତି ନେଲେ ନିଜେ ଏକ ଏରୋପ୍ଲେନ ତିଆରି କରିବେ। ହେଲେ ବଜରଙ୍ଗ ମାତ୍ର ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପଢିଥିଲେ। ଆଉ ଗାଁରେ ଏକ ମୋବାଇଲ, କମ୍ପ୍ୟୁଟର ରିପାୟରିଂର ଏକ ଛୋଟିଆ ଦୋକାନ କରିଥିଲେ। ତାଙ୍କ ପାଖରେ ନା ଥିଲା ସମ୍ବଳ ନା ସେ ଜାଣିଥିଲେ ଏରୋପ୍ଲେନ୍‌ ତିଆରି କରିବାର କୌଶଳ। ହେଲେ ତାଙ୍କ ପାଖରେ ଥିଲା ଏରୋପ୍ଲେନ୍‌ ତିଆରି କରିବାର ଝୁଙ୍କ୍‌। ଆଉ ଏଇ ଝୁଙ୍କ ଲାଗି ସେ ଦିନରାତି ଅନେକ ପରୀକ୍ଷା ନିରୀକ୍ଷା କରିଥିଲେ। ଦୋକାନରୁ ଅର୍ଜିତ ଅଧିକାଂଶ ଅର୍ଥ ଖଟାଇ ଓ କିଛି ଧାରକରଜ କରି ଦୀର୍ଘ ୮ ବର୍ଷ ପରିଶ୍ରମ ପରେ ସେ ଏକ ଦୁଇ ସିଟ୍‌ ବିଶିଷ୍ଟ ଏୟାରକ୍ରାଫ୍ଟ ତିଆରି କରିବାରେ ସଫଳ ହେଲେ। ଏହି ଏୟାରକ୍ରାଫ୍ଟ ତିଆରି କରିବାରେ ସେ ୧୫ଲକ୍ଷରୁ ଉର୍ଦ୍ଧ୍ୱ ଟଙ୍କା ଖର୍ଚ୍ଚ କରିଛନ୍ତି। ବଜରଙ୍ଗ ଦାବି କରନ୍ତି ଯେ, ତାଙ୍କ ପ୍ଲେନ ଘଣ୍ଟାକୁ ୧୮୦ କି.ମି ବେଗରେ ଉଡିପାରେ। ଏହି ଏରୋପ୍ଲେନ୍‌ରେ ସେ ଓ୍ବାଗନର୍‌ କାର୍‌ର ଇଞ୍ଜିନ ବ୍ୟବହାର କରିଛନ୍ତି। ତାଙ୍କ ଫୁଏଲ ଟ୍ୟାଙ୍କ ୪୫ ଲିଟରର ଅଟେ, ଯେଉଁଥିରେ ୧୫୦ କି.ମି. ଉଡାଣ ଭରିହେବ। ଏହାର ଓ୍ବିଙ୍ଗ ଆଲୁମିନିୟମ୍‌ରେ, ଭିତରର କଭର ଆମେରିକାନ ତିରପାଲରେ ଓ ଫ୍ରଣ୍ଟ କାଚ ପ୍ଲାଷ୍ଟିକ୍‌ରେ ତିଆରି କରାଯାଇଛି। ଏହା ପେଟ୍ରୋଲରେ ଚାଲିଥାଏ। ତେବେ ବଜରଙ୍ଗଙ୍କର ଏଭଳି କାର୍ଯ୍ୟ ଦେଖି ତାଙ୍କର ଶିକ୍ଷକମାନେ ଚକିତ ହୋଇ କୁହନ୍ତି,‘ବଜରଙ୍ଗ ବିଶେଷ ଭଲ ପଢୁ ନ ଥିଲେ। ଆଉ ମାତ୍ର ୫ମ ପର୍ଯ୍ୟନ୍ତ ପଢିଛନ୍ତି। ତେବେ ସେ କେମିତି ଏକ ଏୟାରକ୍ରାଫ୍ଟ ତିଆରି କରିପାରିଲେ।’ ତେବେ ଏୟାରକ୍ରାଫ୍ଟ ସିନା ତିଆରି ହୋଇଯାଇଛି ହେଲେ ଏବେ ପ୍ରଶ୍ନ ଉଠୁଛି ଏହାକୁ ଟେଷ୍ଟ କରିବା ପାଇଁ ତାଙ୍କୁ ଅନୁମତି ମିଳିବ ନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ରସଗୋଲା ଶ୍ରୀଜଗନ୍ନାଥ ସଂସ୍କୃତିର ଅନନ୍ୟ ପରିଚୟ

ଭୁବନେଶ୍ୱର,୨୭ା୭ (ସୌମ୍ୟରଞ୍ଜନ ରାଉତ): ରଥାରୂଢ଼ ଶ୍ରୀଜୀଉଙ୍କ ନୀଳାଦ୍ରି ବିଜେ ଅବସରରେ ରବିବାର ସାରା ରାଜ୍ୟରେ ଉତ୍ସାହର ସହ ପାଳନ ହେଉଛି ରସଗୋଲା ଦିବସ। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଶ୍ରୀମନ୍ଦିରକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri