Posted inଫୁରସତ

ଚୁଇଂଗମ୍‌ ଚୋବାଇ ୭୦ହଜାର ରୋଜଗାର

ପ୍ରାୟତଃ ମଣିଷର ସଉକ ସହିତ ତାଙ୍କର ପ୍ରଫେସନର କିଛି ସମ୍ପର୍କ ନ ଥାଏ। କିନ୍ତୁ ଯଦି କେହି ନିଜର ସଉକକୁ ପଇସା କମାଇବାର ମାଧ୍ୟମ କରିବାକୁ ଚାହାନ୍ତି, ତେବେ ଅନେକ ଅଜବ ଘଟଣା ସାମ୍‌ନାକୁ ଆସେ। ଜର୍ମାନୀର ଜଣେ ମହିଳାଙ୍କ କ୍ଷେତ୍ରରେ ସେମିତି କିଛି ଘଟିଛି। ତାଙ୍କୁ ଚୁଇଂଗମ୍‌ ଚୋବାଇବା ଭାରି ପସନ୍ଦ। ଏବେ ସେ ନିଜର ଏହି ସଉକକୁ ପେସାରେ ପରିଣତ କରିଦେଇଛନ୍ତି। ଆଉ ଚୁଇଂଗମ୍‌ ଚୋବାଇ ମାସିକ ପାଖାପାଖି ୭୦ହଜାର ଟଙ୍କା ରୋଜଗାର କରୁଛନ୍ତି। ଏହି ମହିଳାଜଣକ ହେଉଛନ୍ତି ୩୦ ବର୍ଷୀୟା ଜୁଲିୟା ଫୋରାଟ। ସେ ପେସାରେ ଜଣେ ଆର୍କିଟେକ୍ଟ। ହେଲେ ସଉକ ତାଙ୍କର ଚୁଇଂଗ୍‌ ଚୋବାଇ ବବଲ୍‌ କରିବା। ସେ ୨୦-୩୦ଟି ଚୁଇଂଗମ୍‌ ଏକାଥରେ ଚୋବାଇ ସେଥିରେ ବେଲୁନ୍‌ଠୁ ବି ବଡ଼ ଓ ଭିନ୍ନ ଭିନ୍ନ ଆକାରର ବବଲ୍‌ ତିଆରି କରିପାରନ୍ତି। ଏହି କାରନାମାର ଭିଡିଓ କରି ସେ ସୋସିଆଲ ମିଡିଆରେ ଅପଲୋଡ କରନ୍ତି, ଯାହାକୁ ଲୋକେ ବହୁତ ପସନ୍ଦ କରନ୍ତି। ଫଳରେ ସେ ମାସିକ ପାଖାପାଖି ୭୦ ହଜାର ରୋଜଗାର କରିପାରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ଦି ପ୍ରାଇମ୍‌ ମିନିଷ୍ଟର୍ସ ଟେବୁଲ’

ନୂଆଦିଲ୍ଲୀ,୨୪ା୮(ପିଟି): ପ୍ରଧାନମନ୍ତ୍ରୀଙ୍କ ଖାଦ୍ୟ ଥାଳିଠାରୁ ଆରମ୍ଭ କରି ସେମାନଙ୍କ ବ୍ୟକ୍ତିଗତ ଜୀବନୀ ଉପରେ ଏକ ପୁସ୍ତକ ପ୍ରକାଶ ପାଇଛି, ଯାହାକି ସେମାନଙ୍କ ରାଜନୈତିକ ଜୀବନୀଠାରୁ ମଧ୍ୟ କିଛି…

ଆଉ ଚିନ୍ତା ନାହିଁ: ଡ୍ରାଇଭରଙ୍କୁ ନିଦ ଲାଗିଲେ ଏଣିକି ଥରିବ ସିଟ୍‌, ସତର୍କ କରାଇବ କହିବ…

ମୁମ୍ବାଇ,୨୩ା୮: ରାସ୍ତାରେ ଗାଡ଼ି ଚଳାଇ ଗଲାବେଳେ ବେଳେବେଳେ ଆଖିକୁ ନିଦ ଆସିଯାଇଥାଏ ଫଳରେ ଦୁର୍ଘଟଣାର ସମ୍ଭାବନା ବି ଥାଏ। ମାତ୍ର ଏଣିକି ଆଉ ସେ ଚିନ୍ତା ରହିବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri