Posted inଜାତୀୟ

ଏଟିଏସ୍‌କୁ ସଫଳତା ପୁଣି ଜଣେ ଆତଙ୍କବାଦୀ ଗିରଫ…

ଲକ୍ଷ୍ନୌ, ୧୪।୮ : ଉତ୍ତରପ୍ରଦେଶ ଏଟିଏସକୁ ଏକ ବଡ ସଫଳତା ମିଳିଛି। ସାହାରନପୁରରୁ ଗିରଫ ହୋଇଥିବା ନଦିମଙ୍କ ଆତଙ୍କବାଦୀ ଯୋଗାଯୋଗରେ ଥିବା ଜୈଶ-ଇ-ମହମ୍ମଦ ସହ ଜଡିତ ଅନ୍ୟ ଜଣେ ଆତଙ୍କବାଦୀ ସଇଫୁଲ୍ଲାଙ୍କୁ କାନପୁରରୁ ଗିରଫ କରାଯାଇଛି। ତାଙ୍କର ଛଦ୍ମନାମ ହବିବ ଉଲ ଇସଲାମ ବୋଲି ଏଟିଏସ୍‌ କହିଛି।

ସେ ଆଇଇଡି ତିଆରି କରିବାରେ ଜଣେ ବିଶେଷଜ୍ଞ ଏବଂ ସେ ନଦିମଙ୍କ ସମେତ ଅନେକ ପାକିସ୍ତାନୀ ଏବଂ ଆଫଗାନିସ୍ତାନ ଆତଙ୍କବାଦୀଙ୍କୁ ପ୍ରାୟ ୫୦ଟି ଭର୍ଚୁଆଲ ଆଇଇଡି ପ୍ରସ୍ତୁତ କରି ଦେଇଥିବା କୁହାଯାଉଛି। ଟେଲିଗ୍ରାମ,ହ୍ବାଟସ ଆପ ଏବଂ ଫେସବୁକ ମେସେଞ୍ଜର ଇତ୍ୟାଦି ସୋସିଆଲ ମିଡିଆ ମାଧ୍ୟମ ମାଧ୍ୟମରେ ପାକିସ୍ତନ ଏବଂ ଆଫଗାନିସ୍ତାନରେ ଥିବା ଅନେକ ହ୍ୟାଣ୍ଡେଲର୍ଙ୍କ ସହ ହବିବ ଉଲ ଯୋଗାଯୋଗରେ ଥିବା ଏଟିଏସ ପକ୍ଷରୁ କୁହାଯାଇଛି।

ସ୍ବାଧୀନତା ଦିବସ ପୂର୍ବରୁ ସାହାରନପୁରର ଗିରଫ ଜୈଶ-ଇ-ମହମ୍ମଦ ଆତଙ୍କବାଦୀ ସଂଗଠନ ସହିତ ଜଡିତ ଥିବା ମହମ୍ମଦ ନଦିମଙ୍କର ସମ୍ପୂର୍ଣ୍ଣ ନେଟୱାର୍କକୁ ଏଟିଏସ ନଷ୍ଟ କରିବାକୁ ଚାହୁଁଛି। ନଦିମଙ୍କ ସହଯୋଗୀଙ୍କୁ ଖୋଜୁଥିବା ଏଟିଏସକୁ କାନପୁରରେ ଆଉ ଏକ ସଫଳତା ମିଳିଛି। ଏହାପୂର୍ବରୁ ଏଟିଏସ ଆଜମଗଡରୁ ସବାଉଦ୍ଦିନ ଆଜମିଙ୍କୁ ଗିରଫ କରିଥିଲା।

ସାହାରନପୁରରୁ ଗିରଫ ନଦିମ ବିଭିନ୍ନ ସ୍ଥାନରେ ଆତଙ୍କବାଦୀ ଆକ୍ରମଣ କରିବାକୁ ପ୍ରସ୍ତୁତ ହେଉଥିଲେ। ନଦିମଙ୍କ ନେଟୱାର୍କରେ ସଇଫୁଲ୍ଲା ମଧ୍ୟ ଅନ୍ତର୍ଭୁକ୍ତ ହୋଇଥିଲେ। ନଦିମ ବିଭିନ୍ନ ଅନଲାଇନ ପ୍ଲାଟଫର୍ମ ସହିତ ଜଡିତ ଥିଲେ। ଯାହାଫଳରେ ସେ ଆତଙ୍କବାଦୀ ଘଟଣା ଘଟାଇ ପାରିବେ। ୨୦୧୮ରେ ଅନଲାଇନ ପ୍ଲାଟଫର୍ମରେ ନଦିମ ପାକିସ୍ତାନୀ ଆତଙ୍କବାଦୀ ହକିମୁଲ୍ଲାଙ୍କ ସହ ପରିଚିତ ହୋଇଥିଲେ। ହକିମୁଲ୍ଲା ହିଁ ନଦିମଙ୍କୁ ସଇଫୁଲ୍ଲା ସହିତ ପରିଚିତ କରାଇଥିଲେ। ଏହା ପରେ ସଇଫୁଲ୍ଲା ତାଙ୍କୁ ପାକିସ୍ତାନ, ବାଂଲାଦେଶ ଏବଂ ସଂଯୁକ୍ତ ଆରବ ଏମିରେଟ୍ସରେ ଅବସ୍ଥିତ ଆତଙ୍କବାଦୀ ସଂଗଠନ ସହିତ ପରିଚିତ କରାଇଥିଲେ।

ନଦିମଙ୍କ ନକଲି ଜି-ମେଲ ଆଇଡି, ଭର୍ଚୁଆଲ ଆଇଡି ଏବଂ ଟେଲିଗ୍ରାମ ଆଇଡି ପାକିସ୍ତାନକୁ ପଠାଯାଇଥିଲା। ନାଦିମଙ୍କୁ ଲୋନ୍‌ ଓ୍ବଲଫ୍‌ ଆକ୍ରମଣ କରିବା ପାଇଁ ମଧ୍ୟ ତାଲିମ ଦିଆଯାଇଥିଲା। ଏଥି ସହିତ କିଛି ଟାର୍ଗେଟ ମଧ୍ୟ ନଦିମଙ୍କ ରଖାଯାଇଥିଲା ବୋଲି ଏଟିଏସ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମାଛ ଡବାରେ ହେଉଥିଲା ଗଞ୍ଜେଇ ଚାଲାଣ; ମାଡିବସିଲା କଳାହାଣ୍ଡି ଅବକାରୀ ବିଭାଗ, ୨୫ ବସ୍ତା ଜବତ

ଭବାନୀପାଟଣା,୨୭।୯(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲାର ଗଞ୍ଜେଇ ମାଫିଆମାନେ ବିଭିନ୍ନ ସମୟରେ ଅଭିନବ ଉପାୟରେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ କରୁଥିବା ନଜିର ରହିଛି । ରବିବାର…

ଆସନ୍ତାକାଲିଠାରୁ ୩ ଦିନ ବ୍ୟାଙ୍କ ହଡ଼ତାଳ: ଚାଲିବନି UPI , ATM? ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୭।୯: ୨୮ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୬ ପର୍ଯ୍ୟନ୍ତ ୩ ଦିନ ପାଇଁ ଦେଶବ୍ୟାପୀ ବ୍ୟାଙ୍କ ହଡ଼ତାଳ ହେବାକୁ ଯାଉଛି। ୟୁନାଇଟେଡ ଫୋରମ ଅଫ ବ୍ୟାଙ୍କ ୟୁନିୟନ୍ସ…

‘ଜ୍ଞାନେଶ କୁମାରଙ୍କ ତଣ୍ଟି କାଟିଦେବି’: ବିବାଦୀୟ ବୟାନକୁ ନେଇ ରାଜନୀତିରେ ଚହଳ , ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୨୭।୯: ଭାରତୀୟ ନିର୍ବାଚନ ଆୟୋଗ (ECI)କୁ ନେଇ ଚାଲିଥିବା ବିବାଦ ମଧ୍ୟରେ ଦେଶର ରାଜନୀତି ସରଗରମ ରହିଛି। ଏହାରି ମଧ୍ୟରେ ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ…

ନାଇରା ଛକ ନିକଟରେ ଦବିଲା ହାଇଓ୍ବା, ଯାତାୟାତ ବାଧାପ୍ରାପ୍ତ

ଗୁଡାରି,୨୭।୯(ପ୍ରମୋଦ କୁମାର ପତି ): ନାଇରା-ଗୁଡାରି ରାସ୍ତାର ନାଇରା ଛକ ନିକଟରେ ଏକ ହାଇୱା ଦବି ଯିବା ଫଳରେ ଯାତାୟାତ ବାଧାପ୍ରାପ୍ତ ହୋଇଛି । ରାସ୍ତା ଖରାପ…

ହିମନ୍ତ ବିଶ୍ୱ ଶର୍ମାଙ୍କୁ ଅଲ୍ଟିମେଟମ ଦେଲେ ଅଭିଜିତ, ଏମିତି ନ କଲେ ଆସାମରେ ହେବ…

ନୂଆଦିଲ୍ଲୀ,୨୭।୯: ଗୁଆହାଟୀରେ କକ୍ରୋଚ ଜନତା ପାର୍ଟି (CJP)ର ସହ-ସଂସ୍ଥାପକ ଆଶୁତୋଷ ରାଙ୍କାଙ୍କ ସମେତ ଅନ୍ୟ କିଛି କର୍ମୀଙ୍କୁ ଆସାମ ପୋଲିସ ଅଟକ ରଖିବା ପରେ CJP ସଂସ୍ଥାପକ…

ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ବଡ଼ ଖବର: ଏବେ ବର୍ଷକୁ ୧୩ ନୁହେଁ, ୧୨ ଥର କରିବାକୁ ପଡ଼ିବ ରିଚାର୍ଜ

ନୂଆଦିଲ୍ଲୀ,୨୭।୯: ଭାରତୀୟ ଟେଲିକମ୍ ଗ୍ରାହକଙ୍କ ପାଇଁ ଏକ ଅତ୍ୟନ୍ତ ଖୁସିର ଖବର ସାମ୍ନାକୁ ଆସିଛି। କେନ୍ଦ୍ର ସରକାର ଏବଂ ଭାରତୀୟ ଟେଲିକମ୍ ନିୟାମକ ପ୍ରାଧିକରଣ (TRAI) ଦେଶର…

‘ତାଙ୍କ ମୃତ୍ୟୁ ପାଇଁ ପ୍ରାର୍ଥନା କରିବି…’, ମୁଖ୍ୟମନ୍ତ୍ରୀଙ୍କୁ ନେଇ ବିବାଦୀୟ ବୟାନ ଦେଲେ ବିଧାୟକ, ଚାରିଆଡ଼େ ଚର୍ଚ୍ଚା

କୋଲକାତା,୨୭।୯: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀଙ୍କୁ ନେଇ ଆମଜନତା ଉନ୍ନୟନ ପାର୍ଟି (AJUP) ଅଧ୍ୟକ୍ଷ ତଥା ନଓଦା ବିଧାୟକ ହୁମାୟୁନ କବୀରଙ୍କ ଏକ ବିବାଦୀୟ ବୟାନ ସାମ୍ନାକୁ…

ରାଜନୀତିରେ ହଇଚଇ! ଯୁବକଙ୍କୁ ରାସ୍ତାରେ ଚାପୁଡ଼ା ମାରିଲେ ମନ୍ତ୍ରୀ, କାରଣ ଜାଣିଲେ ହେବେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୭।୯: ଦିଲ୍ଲୀର PWD ମନ୍ତ୍ରୀ ପ୍ରବେଶ ବର୍ମାଙ୍କ ଏକ ଭିଡିଓ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେବାରେ ଲାଗିଛି । ଭିଡିଓରେ ସେ ଜଣେ ଯୁବକଙ୍କୁ ଚାପୁଡ଼ା ମାରୁଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?